ବାପାଙ୍କୁ ହରାଇଲେ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ; କ୍ୟାନସର ସହ ଲଢ଼େଇରେ ହାରିଲେ ଜୀବନ
ରିଙ୍କୁଙ୍କ ବାପା ଲିଭର କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

Published : February 27, 2026 at 9:30 AM IST
|Updated : February 27, 2026 at 9:42 AM IST
Rinku Singh's Father Passes Away: ସାରା ଦେଶ ଏବେ ଟି-୨୦ ବିଶ୍ୱକପକୁ ନେଇ ଉତ୍ସାହିତ ଥିବାବେଳେ, ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଦୁଃଖଦ ସମୟ। ରିଙ୍କୁଙ୍କ ମୁଣ୍ଡ ଉପରୁ ପିତୃସାୟା ଉଠିଯାଇଛି। ଦୀର୍ଘ ଦିନ ଧରି ଲିଭର କ୍ୟାନସର (ଯକୃତ କର୍କଟ) ସହ ସଂଗ୍ରାମ କରୁଥିବା ତାଙ୍କ ପିତା ଖାନଚାନ୍ଦ ସିଂଙ୍କର ପରଲୋକ ଘଟିଛି। ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କ୍ୟାନସର ସହ ଲଢ଼େଇ କରି ହାରିଗଲେ ରିଙ୍କୁଙ୍କ ବାପା
ରିଙ୍କୁଙ୍କ ବାପା ଲିଭର କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ମଝିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଖବର ମିଳିଥିଲେ ମଧ୍ୟ ଶେଷରେ ସେ ମୃତ୍ୟୁ ସହ ଯୁଦ୍ଧରେ ହାରି ଯାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପରେ ହିଁ ତାଙ୍କ ପିତାଙ୍କ ଦେହ ଅଧିକ ଖରାପ ହୋଇଥିଲା।
Greater Noida, Uttar Pradesh: The father of crickter Rinku Singh has passed away following a battle with liver cancer. He had been admitted to Yatharth Hospital on February 21 and was undergoing treatment in the ICU for several days.
— IANS (@ians_india) February 27, 2026
(Visuals from outside Yatharth Hospital) pic.twitter.com/Ou6kQ7Ye3v
ଯଥାର୍ଥ ହସ୍ପିଟାଲର ପିଆରଓ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ କ୍ରିକେଟର ରିଙ୍କୁ ସିଂହଙ୍କ ପିତା, ଯିଏ ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗରେ ପୀଡିତ ଥିଲେ, ଆଜି (୨୭ ଫବ୍ରୁଆରୀ) ସକାଳ ୫ଟାରେ ଗ୍ରେଟର ନୋଏଡା (ଉତ୍ତର ପ୍ରଦେଶ) ର ଯଥାର୍ଥ ହସ୍ପିଟାଲ-ଓମେଗା-୧ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କର୍ତ୍ତବ୍ୟ ଓ ପରିବାର ମଧ୍ୟରେ ରିଙ୍କୁ
ସୂଚନା ଅନୁସାରେ, ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଖବର ପାଇ ରିଙ୍କୁ ଘରକୁ ଫେରିଥିଲେ ଏବଂ ହସ୍ପିଟାଲରେ ବାପାଙ୍କୁ ଭେଟିଥିଲେ। ତେବେ ଜଣେ ସଚ୍ଚା ଖେଳାଳି ଭାବେ ସେ ପୁଣି ଟିମ୍ ସହ ଯୋଗ ଦେଇଥିଲେ। ଗୁରୁବାର ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ସେ ଚୂଡ଼ାନ୍ତ ଏକାଦଶରେ ନଥିଲେ ମଧ୍ୟ ପଡ଼ିଆରେ ଫିଲ୍ଡିଂ କରୁଥିବା ଦେଖିବାକୁ ମିଳିଥିଲା।
ବର୍ତ୍ତାମନର ସମୟ ରିଙ୍କୁ ସିଂହଙ୍କ ପାଇଁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଛି। ନିକଟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍ରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନଥିଲା। ଟିମ୍ ଇଣ୍ଡିଆ ପାଇଁ ରିଙ୍କୁ ସିଂ ନିଜର ଶେଷ ମ୍ୟାଚ୍ ଜିମ୍ବାୱେ ମ୍ୟାଚ୍ରେ ଖେଳିଥିଲେ, କିନ୍ତୁ ତାଙ୍କର ନିମ୍ନ ବ୍ୟାଟିଂ କ୍ରମ ଯୋଗୁଁ ସେ ଅଧିକ ବଲ୍ ଖେଳିବାକୁ ପାଇ ନଥିଲେ।
After battling fourth-stage cancer, Cricketer Rinku Singh’s father breathed his last at Yatharth Hospital-Omega -1, Greater Noida (Uttar Pradesh) today at 5 am: Yatharth Hospital PRO
— ANI (@ANI) February 27, 2026
(File photo) pic.twitter.com/bqjSaz24wq
ରିଙ୍କୁଙ୍କ ପାଇଁ କଠିନ ସମୟ
ଭାରତୀୟ ଦଳ ପାଇଁ ଏବେ ପ୍ରତିଟି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ଜିମ୍ବାୱେ ବିପକ୍ଷ 'କର ବା ମର' ସ୍ଥିତିରେ ରିଙ୍କୁଙ୍କୁ ବିଶ୍ରାମ ଦିଆଯାଇ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା। ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ଯାଉଛି। କିନ୍ତୁ ଏଭଳି ଏକ ବଡ଼ ଦୁଃଖଦ ସମୟରେ ରିଙ୍କୁ ମାନସିକ ସ୍ତରରେ କିପରି ନିଜକୁ ସମ୍ଭାଳୁଛନ୍ତି, ତାହା ଚିନ୍ତାର ବିଷୟ।
ଶୂନରୁ ଶିଖରରେ ପହଞ୍ଚିଥିବା ରିଙ୍କୁଙ୍କ ସଫଳତା ପଛରେ ତାଙ୍କ ବାପାଙ୍କର ବଡ଼ ଅବଦାନ ଥିଲା। ଏହି ଅପୂରଣୀୟ କ୍ଷତି ସମୟରେ ପୂରା ଦେଶ ସ୍ତବ୍ଧ ହୋଇ ଯାଇଛି।

