ETV Bharat / sports

TG20 2026: କରିମନଗର ଦଳର ହ୍ୟାଟ୍ରିକ୍ ବିଜୟ: ରଙ୍ଗା ରେଡ୍ଡୀକୁ ୫୮ ରନରେ କଲା ପରାସ୍ତ

TG20 2026: କରିମନଗର ଟିମ୍ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ରଙ୍ଗା ରେଡ୍ଡୀ ଦଳକୁ ୫୮ ରନରେ ପରାସ୍ତ କରିଛି।

TG20 2026 Karimnagar vs Ranga Reddy highlights
କରିମନଗର ଦଳର ହ୍ୟାଟ୍ରିକ୍ ବିଜୟ (Etv Bharat)
author img

By ETV Bharat Sports Team

Published : July 3, 2026 at 10:12 AM IST

2 Min Read
Choose ETV Bharat

TG20 2026: କରିମନଗର ଡାଇମଣ୍ଡସ୍ ଟିଜି-୨୦ ଲିଗ୍‌ରେ ବିଜୟର ହ୍ୟାଟ୍ରିକ୍ କରିଛି। କରିମନଗର ଟିମ୍ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ରଙ୍ଗା ରେଡ୍ଡୀ ଦଳକୁ ୫୮ ରନରେ ପରାସ୍ତ କରିଛି। ୨୩୧ ରନର ବିଶାଳ ଟାର୍ଗେଟକୁ ପିଛା କରି ରଙ୍ଗା ରେଡ୍ଡୀ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଇଁ କେବଳ ଆଦିତ୍ୟ ଜାୱାଜୀ ସର୍ବାଧିକ (୪୮ ରନ୍) ରନ୍ ସ୍କୋର କରିଥିଲେ। କରିମନଗରର ବୋଲର ନାରାୟଣ ତେଜା ୩ଟି ୱିକେଟ୍ ନେଇଥିବା ବେଳେ ରତଲାୱତ ଦିନେଶ ଓ ଶୁଭମ ଶର୍ମା ୨ଟି ଲେଖାଏଁ ଏବଂ ସତୀଶ କୁମାର ଓ ଆଶିଷ ଶ୍ରୀବାସ୍ତବ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନିଜର ଦ୍ରୁତ ଇନିଂସ ପାଇଁ ରାହୁଲ ରାଦେଶଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ପ୍ରଦାନ କରାଯାଇଥିଲା।

ବିଶାଳ ସ୍କୋରକୁ ପିଛା କରିବାବେଳେ ରଙ୍ଗା ରେଡ୍ଡୀ କୌଣସି ସମୟରେ କରିମନଗର ଦଳକୁ ନିଜ ଉପରେ ହାବି ହେବାକୁ ଦେଇ ନଥିଲା। ରଙ୍ଗା ରେଡ୍ଡୀ ଦଳ ପାୱାର ପ୍ଲେ ମଧ୍ୟରେ ନିଜର ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା। ଓପନର ଅବନିଶ (୪), ଜ୍ଞାନା ରେଡ୍ଡୀ (୨୩) ଏବଂ ଆରନ୍ ଜର୍ଜ (୧୯) କମ୍ ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଆଦିତ୍ୟ ଜାୱାଜୀ କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ଅନ୍ୟ ପଟୁ ସହଯୋଗ ପାଇନଥିଲେ। ଶେଷ ଆଡ଼କୁ ଆର୍ଯ୍ୟନ୍ କାରିଆପ୍ପାଙ୍କ ଲଢୁଆ ୩୦ ରନ୍ ପରାଜୟର ବ୍ୟବଧାନକୁ କେବଳ କମ୍ କରିପାରିଥିଲା।

ପ୍ରଥମେ ବ୍ୟାଟିଂ କରି କରିମନଗର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୦ ରନର ବିଶାଳ ସ୍କୋର କରିଥିଲା। ଓପନର ସାତ୍ୱିକ ରେଡ୍ଡୀ (୨୪ ରନ୍) ଏବଂ ତନ୍ମୟ ଅଗ୍ରୱାଲ (୨୯ ରନ୍) ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ଏହା ପରେ ଏଚ୍. କେ. ସିମ୍ହା (୬୦ ରନ୍) ଏବଂ ରାହୁଲ ରାଦେଶ (୭୨ ରନ୍) ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ମାତ୍ର ୬୫ଟି ବଲ୍ ଖେଳି ୧୨୩ ରନର ଭାଗୀଦାରି କରିଥିଲେ। ରାହୁଲଙ୍କୁ ୧୬.୩ ଓଭରରେ ତନୟ ଆଉଟ୍ କରିଥିବା ବେଳେ, ସିମ୍ହାଙ୍କୁ ୧୭.୩ ଓଭରରେ ନୀତିନ୍ ସାଇ ଯାଦବ ପ୍ୟାଭିଲିୟନ ପଠାଇଥିଲେ।

ଶେଷ ଭାଗରେ ଚନ୍ଦନ ସାହନି (୧୯ ରନ୍) ଓ ଶୁଭମ ଶର୍ମା (୧୭ ରନ୍) ଚମତ୍କାର ବ୍ୟାଟିଂ କରିଥିଲେ। ଏହି ମ୍ୟାଚରେ କରିମନଗରର ସମସ୍ତ ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ସ୍କୋର କରିଥିବା ସହ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଚୌକା ଓ ଛକା ମାରିବାର ରେକର୍ଡ କରିଥିଲେ। ରଙ୍ଗା ରେଡ୍ଡୀ ବୋଲରଙ୍କ ମଧ୍ୟରେ ତନୟ ଜାଡୁ, ନୀତିନ୍ ସାଇ ଓ ତନୟ ତ୍ୟାଗରାଜନ୍ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ।

କରିମନଗର ଦଳ ବର୍ତ୍ତମାନ ଦୁଇଟି ପରାଜୟ ଓ ଲଗାତାର ତିନୋଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପଟେ ରଙ୍ଗା ରେଡ୍ଡୀ ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ୩ଟି ବିଜୟ ଓ ୨ଟି ପରାଜୟ ସହ ନିଜର ଅଭିଯାନ ଜାରି ରଖିଛି।

ଏହା ମଧ୍ୟ ପଢ଼ନ୍ତୁ:

TG20: ଲଗାତାର ୪ର୍ଥ ବିଜୟ ସହ ଟିଜି-୨୦ ଲିଗ୍ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଲା ହାଇଦ୍ରାବାଦ ଇ-ଚାମ୍ପିଅନ୍ସ

TG20 League: ମେଡାକ୍ ଫାଲକନ୍ସକୁ 46 ରନରେ ପରାସ୍ତକରି ହାଇଦ୍ରାବାଦ ଇ ଚାମ୍ପିଅନ୍ସର କ୍ରମାଗତ ତୃତୀୟ ବିଜୟ