ETV Bharat / sports

୧୫,୬୬୦ କୋଟିର ମେଗା ଡିଲ୍‌: ଆଇପିଏଲ-୨୦୨୬ ମଝିରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ, ଜାଣନ୍ତୁ କିଏ କିଣିଲା?

Rajasthan Royals Sold: ଆଇପିଏଲ୍ ୨୦୨୬ ମଧ୍ୟରେ ରାଜସ୍ଥାନ ରୟାଲ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Rajasthan Royals New Owner
ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ (IANS)
author img

By ETV Bharat Sports Team

Published : May 3, 2026 at 3:57 PM IST

3 Min Read
Choose ETV Bharat

Rajasthan Royals New Owner: ଆଇପିଏଲ୍ ୨୦୨୬ ମଧ୍ୟରେ ରାଜସ୍ଥାନ ରୟାଲ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଫ୍ରାଞ୍ଚାଇଜ୍‌କୁ ନୂଆ ମାଲିକ ମିଳିଯାଇଛି। 'ଷ୍ଟିଲ୍ କିଙ୍ଗ' ଭାବେ ପରିଚିତ ମିତ୍ତଲ ପରିବାର ରାଜସ୍ଥାନ ରୟାଲ୍ସର ୭୫% ଅଂଶଧନ ନିଜ ନାମରେ କରିଛନ୍ତି। ଏହା ବ୍ୟତୀତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମାଲିକ ଅଦାର ପୁନାୱାଲା ପ୍ରାୟ ୧୮ ପ୍ରତିଶତ ଅଂଶଧନ ହାସଲ କରିଛନ୍ତି।

ଲକ୍ଷ୍ମୀ ଏନ୍. ମିତ୍ତଲ, ଆଦିତ୍ୟ ମିତ୍ତଲ ଏବଂ ଅଦାର ପୁନାୱାଲା ଦଳରେ ପ୍ରାୟ ୯୩ ପ୍ରତିଶତ ଅଂଶଧନ ନିଜ ନାମରେ କରିଛନ୍ତି। ଅନ୍ୟପଟେ ବାକି ୭% ଶେୟାର ବର୍ତ୍ତମାନର ମାଲିକ ମନୋଜ ବଦାଲେଙ୍କ ସମେତ ଅନ୍ୟମାନଙ୍କ ପାଖରେ ରହିବ। ଏହି ଡିଲ୍‌କୁ ନେଇ ଚୁକ୍ତି ସମ୍ପନ୍ନ ହୋଇସାରିଛି। ଫ୍ରାଞ୍ଚାଇଜ୍‌ର ପୁରୁଣା ମାଲିକ ମନୋଜ ବଦାଲେ ଦଳ ସହିତ ଜଡ଼ିତ ରହିବେ। ସେ ଦଳ ପାଇଁ ଅତୀତ ଏବଂ ଭବିଷ୍ୟତ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବେ।

ଏହି ଡିଲ୍ ପ୍ରାୟ ୧.୬୫ ବିଲିୟନ ଡଲାର (ପ୍ରାୟ ୧୫,୬୦୦ କୋଟି ଟଙ୍କା) ରେ ହୋଇଛି। ଏହି ଡିଲ୍ କେବଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଏଥିରେ ଦକ୍ଷିଣ ଆଫ୍ରିକାରେ ହେଉଥିବା SA20 ଲିଗ୍‌ର ପାର୍ଲ ରୟାଲ୍ସ ଏବଂ କାରିବିୟାନ୍ ପ୍ରିମିୟର ଲିଗ୍‌ର ବାରବାଡୋସ୍ ରୟାଲ୍ସ ଟିମ୍ ମଧ୍ୟ ସାମିଲ ରହିବେ। ସରଳ ଭାଷାରେ କହିଲେ ଏହି ଦୁଇଟି ଦଳର ମାଲିକାନା ସତ୍ତ୍ୱ ମଧ୍ୟ ନୂଆ ମାଲିକଙ୍କ ପାଖକୁ ଚାଲିଯିବ।

ମିତ୍ତଲ ପରିବାର ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, "ଲକ୍ଷ୍ମୀ ଏନ୍. ମିତ୍ତଲ ଏବଂ ଆଦିତ୍ୟ ମିତ୍ତଲ ଆଜି ଘୋଷଣା କରିଛନ୍ତି ଯେ ମନୋଜ ବଦାଲେ ଏବଂ କନସୋର୍ଟିୟମରୁ ଅଦାର ପୁନାୱାଲାଙ୍କ ସହ ପାର୍ଟନରସିପ୍‌ରେ ରାଜସ୍ଥାନ ରୟାଲ୍ସକୁ କିଣିବା ପାଇଁ ଏକ ନିଶ୍ଚିତ ଚୁକ୍ତି ହୋଇଯାଇଛି।" ପୁନର୍ଗଠିତ ରାଜସ୍ଥାନ ରୟାଲ୍ସ ବୋର୍ଡରେ ଲକ୍ଷ୍ମୀ ଏନ୍. ମିତ୍ତଲ, ଆଦିତ୍ୟ ମିତ୍ତଲ, ବନିଶା ମିତ୍ତଲ-ଭାଟିଆ, ଅଦାର ପୁନାୱାଲା ଏବଂ ବଦାଲେ ସାମିଲ ହେବେ।

ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଲକ୍ଷ୍ମୀ ଏନ୍. ମିତ୍ତଲ ଏହି ଡିଲ୍ ଉପରେ କହିଛନ୍ତି, "ମୁଁ କ୍ରିକେଟ୍‌କୁ ଭଲ ପାଏ ଏବଂ ମୋ ପରିବାର ରାଜସ୍ଥାନରୁ, ତେଣୁ ରାଜସ୍ଥାନ ରୟାଲ୍ସ ବ୍ୟତୀତ ଆଇପିଏଲ୍‌ର ଅନ୍ୟ କୌଣସି ଦଳ ନାହିଁ ଯାହାର ମୁଁ ଅଂଶ ହେବାକୁ ଚାହିଁବି। ମୁଁ ପ୍ରଥମେ ସ୍କୁଲ୍‌ ପଢ଼ିବା ସମୟରେ କ୍ରିକେଟ୍ ଖେଳିଥିଲି ଏବଂ ସେବେଠାରୁ ମୁଁ ଏହି ଖେଳର ଜଣେ ବଡ଼ ପ୍ରଶଂସକ ହୋଇ ରହିଛି। ଭାରତର ଅନେକ ପ୍ରତିଷ୍ଠିତ ଖେଳାଳି ରାଜସ୍ଥାନ ରୟାଲ୍ସର ଜର୍ସି ପିନ୍ଧିଛନ୍ତି, ଯେଉଁମାନେ ଯୁବ ପ୍ରତିଭାଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି। ମୁଁ ଏହି ମହାନ ଦଳର ଅଂଶ ହେବାକୁ ଅପେକ୍ଷା କରିଛି ଏବଂ ପଡ଼ିଆ କଡ଼ରେ ରହି ସମସ୍ତ ପ୍ରଶଂସକଙ୍କ ସହ ଆମର ଭବିଷ୍ୟତ ସଫଳତା ପାଇଁ ଚିୟର କରିବାକୁ ଚାହୁଁଛି।"

ଲକ୍ଷ୍ମୀ ମିତ୍ତଲଙ୍କ ପୁଅ ଆଦିତ୍ୟ ମିତ୍ତଲ କହିଛନ୍ତି, "ଆଇପିଏଲ୍ ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ୱର ଅନ୍ୟତମ ବୃହତ୍ତମ କ୍ରୀଡ଼ା ଲିଗ୍‌ରେ ପରିଣତ ହୋଇଛି ଏବଂ ରାଜସ୍ଥାନ ରୟାଲ୍ସ ହେଉଛି ଏହି ଲିଗ୍‌ର ଅନ୍ୟତମ ମୂଳ ଏବଂ ସବୁଠାରୁ ପ୍ରତିଷ୍ଠିତ ଦଳ। ବ୍ୟକ୍ତିଗତ ଭାବେ, ମୁଁ ଏହି ମହାନ ଦଳର ଅଂଶ ହୋଇଥିବାରୁ ଅତ୍ୟନ୍ତ ଗୌରବାନ୍ୱିତ ଏବଂ ଉତ୍ସାହିତ। ରୟାଲ୍ସ ନୂତନ ପ୍ରତିଭାମାନଙ୍କୁ ବିକଶିତ କରିବା ପାଇଁ ଜଣାଶୁଣା - ଏହି କଥାଟି ମୋତେ ଗଭୀର ଭାବେ ପ୍ରଭାବିତ କରେ, ଏବଂ ଆମେ ଦୃଢ ସଂକଳ୍ପବଦ୍ଧ ଯେ ଏହି ପରମ୍ପରା ଜାରି ରହିବ, ଯେଉଁଥିରେ ଭବିଷ୍ୟତର ସଫଳତା ପାଇଁ ବିଶ୍ୱର ସର୍ବୋତ୍ତମ ପ୍ରତିଭାଙ୍କୁ ଉପଯୋଗ କରାଯିବ। ମୁଁ ସେହି ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ରାଜସ୍ଥାନ ରୟାଲ୍ସକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଅନୁଷ୍ଠାନ ଭାବେ ଗଢିତୋଳିବାରେ ସାହାଯ୍ୟ କରିଛନ୍ତି - ଖେଳାଳି, ପ୍ରଶିକ୍ଷକ (କୋଚ୍), ନେତୃତ୍ୱ ନେଉଥିବା ଟିମ୍ ଏବଂ ସର୍ବୋପରି ପ୍ରଶଂସକମାନଙ୍କୁ। ଆମେ ଏହାର ଆଦରଣୀୟ ପରମ୍ପରାକୁ ଜାରି ରଖିବା ସହ ଆହୁରି ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛୁ। ହଲ୍ଲା ବୋଲ୍!”

ବନିଶା ମିତ୍ତଲ-ଭାଟିଆ କହିଛନ୍ତି, “ଅତି ଅଳ୍ପ ବୟସରୁ ମୁଁ ମୋ ବାପାମାଆଙ୍କଠାରୁ କ୍ରିକେଟ୍ ପ୍ରତି ଭଲପାଇବା ଉତ୍ତରାଧିକାରୀ ସୂତ୍ରରେ ପାଇଛି। ଆମ ପରିବାର କ୍ରୀଡ଼ାକୁ ଭଲ ପାଆନ୍ତି ଏବଂ ଆମେ ଭାରତକୁ ବହୁତ ଭଲ ପାଉ, ତେଣୁ ରାଜସ୍ଥାନ ରୟାଲ୍ସ ସହିତ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍‌ର ଆଗାମୀ ସଫଳତାରେ ଭାଗିଦାର ହେବା ଏକ ସମ୍ମାନ ଏବଂ ସୌଭାଗ୍ୟର ବିଷୟ।”

ଅଦାର ପୁନାୱାଲା କହିଛନ୍ତି, “ଏହି ନିବେଶରେ ଆଦିତ୍ୟ ମିତ୍ତଲଙ୍କ ସହ ଭାଗିଦାର ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ରାଜସ୍ଥାନ ରୟାଲ୍ସ ହେଉଛି ଏକ ସମୃଦ୍ଧ ପରମ୍ପରା ଥିବା ଏକ ପ୍ରମୁଖ ଆଇପିଏଲ୍ ଫ୍ରାଞ୍ଚାଇଜ୍, ଏବଂ ମୁଁ ଏହାର ନିରନ୍ତର ଅଭିବୃଦ୍ଧି ତଥା ଦୀର୍ଘକାଳୀନ ସଫଳତାକୁ ସମର୍ଥନ କରିବା ପାଇଁ ଆଶାବାଦୀ ଅଛି।”

ଏହା ମଧ୍ୟ ପଢ଼ନ୍ତୁ:

ବୈଭବଙ୍କୁ ଆଖି ଦେଖାଇ ଫସିଗଲେ କାଇଲ୍ ଜାମିସନ, ଆଇପିଏଲ୍ ନେଲା କଠୋର କାର୍ଯ୍ୟାନୁଷ୍ଠାନ

ମହିଳା T-20 ବିଶ୍ୱକପ୍ ଦଳ ଘୋଷଣା; ଦେଖନ୍ତୁ କେଉଁ ଖେଳାଳିଙ୍କୁ ଚୟନ କରିଛି ବିସିସିଆଇ

ଥୋମାସ୍ କପ୍ ୨୦୨୬: ଚାଇନିଜ୍ ତାଇପେଇକୁ ୩-୦ ରେ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ