ETV Bharat / sports

Women’s Asia Cup: ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

Women’s Asia Cup: ମହିଳା ଏସିଆ କପ୍ ‘ରାଇଜିଂ ଷ୍ଟାର୍ସ’ ୨୦୨୬ରେ ଭାରତୀୟ ମହିଳା ‘ଏ’ ଦଳର ଜୟଯାତ୍ରା ଜାରି ରହିଛି।

Women Asia Cup Rising Stars 2026
ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ (IANS)
author img

By ETV Bharat Sports Team

Published : February 20, 2026 at 11:34 AM IST

2 Min Read
Choose ETV Bharat

Women’s Asia Cup Rising Stars 2026: ମହିଳା ଏସିଆ କପ୍ ‘ରାଇଜିଂ ଷ୍ଟାର୍ସ’ ୨୦୨୬ରେ ଭାରତୀୟ ମହିଳା ‘ଏ’ ଦଳର ଜୟଯାତ୍ରା ଜାରି ରହିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଦଳର ଏହି ବିଜୟରେ ଅଧିନାୟିକା ରାଧା ଯାଦବ ଓ ବୃନ୍ଦା ଦିନେଶ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟିକା ଅନୁଷ୍କା ସଞ୍ଜୀବନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟରମାନେ ବେଶୀ ସମୟ ତିଷ୍ଠି ପାରିନଥିଲେ। ପୂରା ଦଳ ୧୯.୪ ଓଭରରେ ମାତ୍ର ୧୧୮ ରନ୍ କରି ଅଲ୍-ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ରାଧା ଯାଦବ ବୋଲିଂରେ ନେତୃତ୍ୱ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଶସ୍ତାରେ ଅଲ୍ ଆଉଟ୍ ହୋଇଯାଇଥିଲା ଶ୍ରୀଲଙ୍କା ଟିମ୍

ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲା। ମ୍ଯାଚ୍ ବିଷୟରେ କହିଲେ ଶ୍ରୀଲଙ୍କାର ଏ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହାକୁ ଭାରତୀୟ ବୋଲର ମାନେ ଭୁଲ୍ ସାବ୍ୟସ୍ତ କରିଥିଲେ। ଭାରତୀୟ ବୋଲରମାନେ ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ ଜାରି ରଖିଥିଲେ ଏବଂ ଶ୍ରୀଲଙ୍କାର ପୂରା ଟିମକୁ ୧୯.୪ ଓଭରରେ ମାତ୍ର ୧୧୮ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ଶ୍ରୀଲଙ୍କା ତରଫରୁ ସଞ୍ଜନା କବିଣ୍ଡି ସର୍ବାଧିକ ୩୫ ବଲ୍‌ରେ ୩୧ ରନ୍ କରିଥିଲେ। ଏହା ସମେତ ଶଶିନି ଗିମହାନି ମଧ୍ୟ ୧୭ ବଲ୍‌ରେ ଦ୍ରୁତ ୨୨ ରନ୍ କରିଥିଲେ।

ଭାରତୀୟ ଅଧିନାୟକଙ୍କ ଘାତକ ବୋଲିଂ

ଅନ୍ୟପଟେ ଭାରତୀୟ ଅଧିନାୟକ ରାଧା ଯାଦବ ଆଜିର ମ୍ୟାଚ୍‌ରେ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୩.୪ ଓଭରରେ ୧୯ ରନ ଦେଇ ୪ଟି ମୂଲ୍ୟବାନ ୱିକେଟ୍ ନେଇଥିଲେ। ପ୍ରେମା ରାୱତ ୪ ଓଭରରେ ମାତ୍ର ୯ ରନ ଦେଇ ୨ ୱିକେଟ୍ ନେଇଥିଲେ। ତନୁଜା କନୱାର ମଧ୍ୟ ୨ ୱିକେଟ୍ ନେଇଥିଲେ। ଭାରତର ଏହି ଘାତକ ବୋଲିଂ ଯୋଗୁଁ ଶ୍ରୀଲଙ୍କା ଦଳ ୧୧୮ ରନି କରି ଅଲ୍ ଆଉଟ୍ ହୋଇଯାଇଥିଲା।

ସହଜ ବିଜୟ ସହ ଫାଇନାଲ ଟିକେଟ୍ ହାତେଇଲା ଭାରତ

୧୧୯ ରନର ସହଜ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ମାତ୍ର ୧୩.୩ ଓଭରରେ ୫ଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ବୃନ୍ଦା ଦିନେଶଙ୍କ ଦ୍ରୁତ ବ୍ୟାଟିଂ ଭାରତର ବିଜୟକୁ ସହଜ କରିଦେଇଥିଲା। ବୃନ୍ଦା ଦିନେଶ ୨୦ ବଲ୍ ରୁ ୮ଟି ଚୌକା ସହିତ ୪୨ ରନ୍ କରିଥିଲେ। ଅନୁଷ୍କା ଶର୍ମା ୧୮ ବଲ୍ ରୁ ୨୭ ରନ୍ କରିଥିଲେ। ଅଧିନାୟକ ରାଧା ଯାଦବ ମଧ୍ୟ ୩୧ ରନ୍ କରି ଅପରାଜିତ ରହିଥିଲେ। ଏହି ବିଜୟ ସହ ଭାରତୀୟ ଦଳ ଏବେ ଟାଇଟଲ୍ ହାସଲ କରିବା ପାଇଁ ଶେଷ ଲଢ଼େଇ କରିବ।

ଏହା ମଧ୍ୟ ପଢ଼ନ୍ତୁ:

ଅଷ୍ଟ୍ରେଲିଆକୁ 'ଦଳି ଦେବାକୁ' ଓମାନର ହୁଙ୍କାର; କ୍ରିକେଟ୍ ଇତିହାସର ଆଜି ଘଟିବ କି ସବୁଠୁ ବଡ଼ ବିପର୍ଯ୍ୟୟ?

ଟି-୨୦ ବିଶ୍ୱକପ୍‌ରେ ସିକନ୍ଦର ରାଜାଙ୍କ ଧମାକା; ଭାଙ୍ଗିଲେ ରୋହିତ ଶର୍ମାଙ୍କ ବଡ଼ ରେକର୍ଡ, ରଚିଲେ ନୂଆ ଇତିହାସ