ETV Bharat / sports

ଆମେରିକାରେ ବିଶ୍ୱକପ୍ ଖେଳିବ କି ଇରାନ? ଆକ୍ରମଣ ପରେ ଦ୍ୱନ୍ଦ୍ୱରେ ଫୁଟବଲ୍ ଫେଡେରେସନ୍

FIFA World Cup 2026: ଆଗକୁ ଆସୁଥିବା ଫୁଟବଲ୍ ବିଶ୍ୱକପ୍‌କୁ ନେଇ ଏବେ ଏକ ବଡ଼ ଅନିଶ୍ଚିତତା ଦେଖାଦେଇଛି।

IRAN FIFA WORLD CUP 2026 US airstrike
ଆମେରିକା ଯାଇ ବିଶ୍ୱକପ୍ ଖେଳିବ କି ଇରାନ? (AP)
author img

By ETV Bharat Sports Team

Published : March 2, 2026 at 9:31 AM IST

1 Min Read
Choose ETV Bharat

FIFA World Cup 2026: ଆଗକୁ ଆସୁଥିବା ଫୁଟବଲ୍ ବିଶ୍ୱକପ୍‌କୁ ନେଇ ଏବେ ଏକ ବଡ଼ ଅନିଶ୍ଚିତତା ଦେଖାଦେଇଛି। ବିଶେଷ କରି ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ, ଇରାନ ଜାତୀୟ ଦଳ ଆମେରିକା ଯାଇ ବିଶ୍ୱକପ୍ ଖେଳିବ କି ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଇରାନ ଫୁଟବଲ୍ ଫେଡେରେସନ୍ ଅଧ୍ୟକ୍ଷ ମେହଦି ତାଜ୍ ଏହି ବିଷୟରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏକ କ୍ରୀଡ଼ା ପୋର୍ଟାଲକୁ ସୂଚନା ଦେଇ ସେ କହିଛନ୍ତି ଯେ, "ଦେଶ ଉପରେ ଏଭଳି ଆକ୍ରମଣ ପରେ ଆମେ କେଉଁ ମୁହଁରେ ଆଶାବାଦୀ ହୋଇ ବିଶ୍ୱକପ୍‌କୁ ଅପେକ୍ଷା କରିବୁ? ବର୍ତ୍ତମାନର ସ୍ଥିତିରେ କିଛି ବି ସ୍ପଷ୍ଟ ଭାବେ କହିବା ସମ୍ଭବ ନୁହେଁ।"

ଆକ୍ରମଣ ଓ ଅସ୍ଥିରତା:

କହି ରଖୁଛୁ ଯେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ହେଉଥିବା ଲଗାତାର ବିମାନ ଆକ୍ରମଣ ଯୋଗୁଁ ସାରା ପଶ୍ଚିମ ଏସିଆରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଟ୍ରମ୍ପ ପ୍ରଶାସନ ସମୟରେ ଇରାନର ନାଗରିକଙ୍କ ଉପରେ ଆମେରିକା ପ୍ରବେଶ ପାଇଁ କଟକଣା ଲଗାଯାଇଥିଲା। ଏବେ ଯୁଦ୍ଧ ପରିସ୍ଥିତି ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।

ବିଶ୍ୱକପ୍‌ରେ ଇରାନର କାର୍ଯ୍ୟସୂଚୀ:

ଇରାନ ଗ୍ରୁପ୍-ଜି (Group G) ରେ ତିନୋଟି ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ଅଛି:

  • ଜୁନ୍ ୧୫: ନ୍ୟୁଜିଲାଣ୍ଡ ବିପକ୍ଷରେ (କାଲିଫର୍ଣ୍ଣିଆ)
  • ଜୁନ୍ ୨୧: ବେଲଜିୟମ ବିପକ୍ଷରେ (କାଲିଫର୍ଣ୍ଣିଆ)
  • ଜୁନ୍ ୨୬: ଇଜିପ୍ଟ ବିପକ୍ଷରେ (ସିଆଟେଲ୍)

ଆମେରିକା, କାନାଡା ଓ ମେକ୍ସିକୋ ମିଳିତ ଭାବେ ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି। ତେବେ ଇରାନର ଅଂଶଗ୍ରହଣକୁ ନେଇ ଫିଫା (FIFA) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ମିଳିନାହିଁ। ବିଶ୍ୱକପରେ ଇରାନର ଅଂଶଗ୍ରହଣ ସମ୍ପର୍କିତ ସାମ୍ପ୍ରତିକ ସ୍ଥିତିକୁ ନେଇ 'ଦି ଆସୋସିଏଟେଡ୍ ପ୍ରେସ୍' ପକ୍ଷରୁ ପଠାଯାଇଥିବା ଏକ ଇମେଲର ଫିଫା (FIFA) ତୁରନ୍ତ କୌଣସି ପ୍ରତିଉତ୍ତର ଦେଇନାହିଁ।

ଏହା ମଧ୍ୟ ପଢ଼ନ୍ତୁ:

ବିଶ୍ୱକପରେ ଶ୍ରୀଲଙ୍କାର ଲଜ୍ଜାଜନକ ପ୍ରଦର୍ଶନ; କୋଚ୍ ପଦ ଛାଡ଼ିବେ ସନତ ଜୟସୂରିୟା

IND vs WI: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ; ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ