ETV Bharat / sports

ଉତ୍ତର-ପୂର୍ବ ଭାରତରେ ୬ଟି ଅତ୍ୟାଧୁନିକ ଇନଡୋର କ୍ରିକେଟ୍ ଏକାଡେମୀର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମଙ୍ଗଳବାର ଉତ୍ତର-ପୂର୍ବ ଭାରତରେ ଛଅଟି ଅତ୍ୟାଧୁନିକ ଇନଡୋର କ୍ରିକେଟ୍ ଏକାଡେମୀର ଉଦ୍‌ଘାଟନ କରିଛନ୍ତି।

PM Modi Inaugurates 6 BCCI Indoor Cricket Academies
୬ଟି ଅତ୍ୟାଧୁନିକ ଇନଡୋର କ୍ରିକେଟ୍ ଏକାଡେମୀର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ (IANS)
author img

By ETV Bharat Sports Team

Published : April 28, 2026 at 8:52 PM IST

2 Min Read
Choose ETV Bharat

New BCCI Academies, ହାଇଦ୍ରାହବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର-ପୂର୍ବ ଭାରତରେ ଛଅଟି ଅତ୍ୟାଧୁନିକ ଇନଡୋର କ୍ରିକେଟ୍ ଏକାଡେମୀର ଉଦ୍‌ଘାଟନ କରିଛନ୍ତି। ଯାହା ଏହି ଅଞ୍ଚଳରେ କ୍ରିକେଟ୍ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ଏକ କାର୍ଯ୍ୟକ୍ରମର ଅଂଶବିଶେଷ। ଏହି ଏକାଡେମୀଗୁଡ଼ିକ ରଙ୍ଗପୋ (ସିକ୍କିମ୍), ଦୋଇମୁଖ (ଅରୁଣାଚଳ ପ୍ରଦେଶ), ଇମ୍ଫାଲ (ମଣିପୁର), ମଦନକୁରକ୍ଲାଙ୍ଗ (ମେଘାଳୟ), ଆଇଜଲ (ମିଜୋରାମ) ଏବଂ ଦୀମାପୁର (ନାଗାଲାଣ୍ଡ) ରେ ଅବସ୍ଥିତ।

BCCI ଏକ ପ୍ରେସ୍ ବିବୃତ୍ତିରେ କହିଛି, "ମାନ୍ୟବର ପ୍ରଧାନମନ୍ତ୍ରୀ ସିକ୍କିମର ଗାଙ୍ଗଟୋକରେ ଏକ ରାଜକୀୟ ସମାରୋହରେ ଭର୍ଚୁଆଲ୍ ମାଧ୍ୟମରେ ଏହି ସୁବିଧାଗୁଡ଼ିକର ଉଦ୍‌ଘାଟନ କରିଛନ୍ତି। କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଉତ୍ତର-ପୂର୍ବ ଅଞ୍ଚଳର ଅପାର କ୍ରୀଡ଼ା ସମ୍ଭାବନାକୁ ଲୋକଲୋଚନକୁ ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।"

ଉଦ୍‌ଘାଟନୀ ସମାରୋହରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ର ଅଧ୍ୟକ୍ଷ ଜୟ ଶାହ ଏବଂ BCCI ର ପଦାଧିକାରୀମାନେ ଉପସ୍ଥିତ ଥିବାବେଳେ ଉତ୍ତର-ପୂର୍ବର ଅନ୍ୟ ପାଞ୍ଚଟି ରାଜ୍ୟର ପ୍ରଶାସକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିସିସିଆଇ (BCCI) କହିଛି, "ଏହି ପ୍ରକଳ୍ପର ପରିକଳ୍ପନା ବିସିସିଆଇ ଦ୍ୱାରା କରାଯାଇଥିଲା ଏବଂ ଜୟ ଶାହଙ୍କ ନେତୃତ୍ୱରେ ଏହାକୁ ଆଗକୁ ବଢ଼ାଯାଇଥିଲା। ସେ ନିଜ ସଚିବ କାର୍ଯ୍ୟକାଳ ମଧ୍ୟରେ ଏହା ଉପରେ ବିଶେଷ ଧ୍ୟାନ ଦେଇଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିକଶିତ ହେଉଥିବା ଅଞ୍ଚଳଗୁଡ଼ିକରେ କ୍ରିକେଟର ପରିବେଶକୁ ସୁଦୃଢ଼ କରିବା। ଏହି ଏକାଡେମୀଗୁଡ଼ିକର ଭିତ୍ତିପ୍ରସ୍ତର ମେ ୨୦୨୪ରେ ଶାହାଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ଏହା ସହିତ ଉତ୍ତର-ପୂର୍ବ ଅଞ୍ଚଳରେ ବିଶ୍ୱସ୍ତରୀୟ କ୍ରିକେଟ୍ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ଏକ ସୁନିୟୋଜିତ ପ୍ରୟାସ ଆରମ୍ଭ ହୋଇଥିଲା।"

ଏହି ଏକାଡେମୀଗୁଡ଼ିକୁ ହାଇ-ପରଫରମାନ୍ସ ସେଣ୍ଟର ଭାବରେ ଡିଜାଇନ୍ କରାଯାଇଛି। ଏଥିରେ ଇନଡୋର ଅଭ୍ୟାସ ପିଚ୍, ଅତ୍ୟାଧୁନିକ ଜିମ୍, ତାପମାତ୍ରା-ନିୟନ୍ତ୍ରିତ ସୁଇମିଂ ପୁଲ୍ ଏବଂ ପ୍ରଶାସନ ଓ ପ୍ରଶିକ୍ଷଣ ପାଇଁ ଅଲଗା ବ୍ଲକ ନିର୍ମାଣ କରାଯାଇଛି। ଏହି ସୁବିଧାଗୁଡ଼ିକ ଖେଳାଳିମାନଙ୍କୁ ବର୍ଷସାରା ପ୍ରଶିକ୍ଷଣ ନେବାରେ ସାହାଯ୍ୟ କରିବ। ଏହା ବିଶେଷ କରି ଏହି ଅଞ୍ଚଳରେ ଦୀର୍ଘ ସମୟ ଧରି ରହୁଥିବା ମୌସୁମୀ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ଆହ୍ୱାନର ସମାଧାନ କରିବାରେ ସହାୟକ ହେବ। ଏଥିସହିତ ଖେଳାଳିମାନଙ୍କୁ ପେସାଦାର ପ୍ରଶିକ୍ଷଣ ପାଇଁ ଦେଶର ଅନ୍ୟ ଅଞ୍ଚଳକୁ ଯିବାର ଆବଶ୍ୟକତା ମଧ୍ୟ ଅନେକାଂଶରେ କମିଯିବ।

ବିସିସିଆଇ (BCCI) ର କ୍ରିକେଟ ପରିଚାଳନା ନିର୍ଦ୍ଦେଶକ ମିଥୁନ ମନହାସ କହିଛନ୍ତି, "ଏହି ପଦକ୍ଷେପ କ୍ରିକେଟର ଭିତ୍ତିଭୂମିକୁ ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚାଇବା ଏବଂ ଏହି ଖେଳ ପାଇଁ ଏକ ଶକ୍ତିଶାଳୀ ତଥା ଅଧିକ ସମାବେଶୀ ଭିତ୍ତିଭୂମି ଗଠନ କରିବା ପାଇଁ ଆମର ସ୍ପଷ୍ଟ ଆଭିମୁଖ୍ୟକୁ ଦର୍ଶାଉଛି।"

ସେ ଆହୁରି ମଧ୍ୟ କହିଛନ୍ତି, "ଉତ୍ତର-ପୂର୍ବର ଉଦୀୟମାନ କ୍ରିକେଟରମାନେ ମଧ୍ୟ ଯେପରି ଦେଶର ଅନ୍ୟ ସ୍ଥାନ ଭଳି ଉନ୍ନତମାନର ସୁବିଧା ପାଇପାରିବେ, ତାହା ନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।"

ବିସିସିଆଇ ଯୁଗ୍ମ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି, "ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହା ଦ୍ୱାରା ଉତ୍ତର-ପୂର୍ବର ଅଧିକରୁ ଅଧିକ ଖେଳାଳିଙ୍କ ପାଇଁ ଖେଳର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ନିମନ୍ତେ ରାସ୍ତା ଉନ୍ମୁକ୍ତ ହେବ।

ଏହା ସମେତ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, "ବର୍ତ୍ତମାନ ଆମର ଦୃଷ୍ଟି ଏଭଳି ସୁଯୋଗ ଏବଂ ମାର୍ଗ ପ୍ରସ୍ତୁତ କରିବା ଉପରେ ରହିବ, ଯାହା ଦ୍ୱାରା ଏହି ପ୍ରତିଭାମାନେ ସର୍ବୋଚ୍ଚ ସ୍ତରରେ ଆହୁରି ଅଧିକ ବିକଶିତ ହୋଇପାରିବେ।"

ଏହା ମଧ୍ୟ ପଢ଼ନ୍ତୁ

ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଘୋଷଣା କଲା ପ୍ରଥମ ଦଳ, ଜାଣନ୍ତୁ କାହାକୁ ମିଳିଲା ଅଧିନାୟକ ଦାୟିତ୍ୱ

IPL 2026: ପ୍ଲେ-ଅଫରେ ପହଞ୍ଚିବା ପାଇଁ କେଉଁ ଦଳକୁ କେତେ ବିଜୟ ଆବଶ୍ୟକ? ଜାଣନ୍ତୁ ପୂରା ସମୀକରଣ