ଟି-୨୦ ବିଶ୍ୱକପ୍ରେ ଖରାପ ପ୍ରଦର୍ଶନ: ବାବର, ଶାହିନ୍ ଓ ସଲମାନଙ୍କୁ ପିସିବିର ମୋଟା ଅଙ୍କର ଜରିମାନା
ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଥିବା ୨୦୨୬ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

Published : March 3, 2026 at 10:21 AM IST
PCB Fines Pakistan Players: କ୍ରିକେଟ୍ ମୈଦାନରେ ଖରାପ ପ୍ରଦର୍ଶନ ଏବେ ପାକିସ୍ତାନୀ ଖେଳାଳିଙ୍କ ପକେଟ୍ ଉପରେ ଭାରି ପଡ଼ିଛି। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଥିବା ୨୦୨୬ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦଳ ସୁପର-୮ ପର୍ଯ୍ୟାୟରୁ ବିଦାୟ ନେବା ପରେ, ବୋର୍ଡ ପ୍ରମୁଖ ଖେଳାଳିଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।
ଭାରତଠାରୁ ପରାଜୟ ପରେ କଠୋର ପଦକ୍ଷେପ
ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ର ଏକ ରିପୋର୍ଟ ଅନୁଯାୟୀ, ବିଶେଷ କରି ଭାରତ ବିପକ୍ଷରେ ପାକିସ୍ତାନର ଅପମାନଜନକ ପରାଜୟ ପରେ ପିସିବି ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ୟାପଟେନ ସଲମାନ ଅଲି ଆଘାଙ୍କ ସମେତ ତାରକା ଖେଳାଳି ବାବର ଆଜାମ ଓ ଶାହିନ୍ ଆଫ୍ରିଦିଙ୍କୁ ୫୦ ଲକ୍ଷ ପାକିସ୍ତାନୀ ଟଙ୍କାର ଜରିମାନା କରାଯାଇଛି। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଖେଳାଳିଙ୍କୁ ଆଉ ଅତି ଗେହ୍ଲା କରାଯିବ ନାହିଁ। ଏଣିକି ଭଲ ପ୍ରଦର୍ଶନ କଲେ ହିଁ ଆର୍ଥିକ ସୁବିଧା ମିଳିବ, ନଚେତ୍ ଏଭଳି ଦଣ୍ଡ ସହିବାକୁ ପଡ଼ିବ।
All of Pakistan's squad members from the #T20WorldCup have been fined PKR 5 million (approx US$ 18,000) by the PCB following an underwhelming campaign in which they missed out on the semi-finals pic.twitter.com/e2gWVmhs8a
— ESPNcricinfo (@ESPNcricinfo) March 2, 2026
କୋଟି କୋଟି ଟଙ୍କା ଦରମା, କିନ୍ତୁ ପ୍ରଦର୍ଶନ ଶୂନ
ପାକିସ୍ତାନୀ ଖେଳାଳିମାନେ ବାର୍ଷିକ କୋଟି କୋଟି ଟଙ୍କା ଦରମା ପାଉଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେମାନଙ୍କ ଫେଲ୍ ମାରିବାକୁ ବୋର୍ଡ ସହଜରେ ଗ୍ରହଣ କରିପାରୁ ନାହିଁ। ସୂଚନାଯୋଗ୍ୟ ଯେ ପାକିସ୍ତାନ ଏ-କ୍ୟାଟେଗୋରୀ ଖେଳାଳିଙ୍କୁ ମାସିକ ୪୫ ଲକ୍ଷ ଟଙ୍କା ସହ ICC ରାଜସ୍ୱରୁ ୨୦.୭ ଲକ୍ଷ ଟଙ୍କା ପାଆନ୍ତି। ସମପରି ପାକିସ୍ତାନ ବି-କ୍ୟାଟେଗୋରୀ ଖେଳାଳି ମାନେ ମାସିକ ୩୦ ଲକ୍ଷ ଟଙ୍କା ସହ ୧୫.୫ ଲକ୍ଷ ଟଙ୍କା ICC ସେୟାର ପାଆନ୍ତି।
ପ୍ରଥମ ମ୍ୟାଚ୍ରେ ନେଦରଲ୍ୟାଣ୍ଡ ବିପକ୍ଷରେ କଷ୍ଟେମଷ୍ଟେ ଜିତିବା ଏବଂ ପରେ ଆମେରିକାକୁ ହରାଇବା ପରେ ଦଳର ମନୋବଳ ବଢ଼ିଥିଲା। କିନ୍ତୁ ଭାରତ ବିପକ୍ଷ ହାଇ-ଭୋଲଟେଜ୍ ମ୍ୟାଚ୍ରେ ଦଳର ବ୍ୟାଟିଂ ଓ ବୋଲିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। କେବଳ ପ୍ରଶଂସକ ନୁହନ୍ତି, ବରଂ ପିସିବି ମଧ୍ୟ ଏହି ପ୍ରଦର୍ଶନରେ ଅତ୍ୟନ୍ତ କ୍ଷୁବ୍ଧ। ବୋର୍ଡର ଏହି "ଜରିମାନା" ନୀତି ଏବେ ବିଶ୍ୱ କ୍ରିକେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି।
The Pakistan Cricket Board (@TheRealPCB) has imposed a fine of Rs5 million on each player following Pakistan’s early exit from the @T20WorldCup 2026. Despite high expectations, the team couldn’t progress past the Super 8 stage.
— The Public Purview (@publicpurviewpk) March 3, 2026
Read more: https://t.co/UjnP9QzgW9#PCB #Cricket… pic.twitter.com/SasNNGzxUX
ଟି-୨୦ ବିଶ୍ୱକପ୍ ୨୦୨୬ ରେ କପିରି ରହିଛି ପାକିସ୍ତାନ ପ୍ରଦର୍ଶନ?
ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ରେ ପାକିସ୍ତାନର ଅଭିଯାନ ନିରାଶାଜନକ ଭାବେ ଶେଷ ହୋଇଛି ଏବଂ ଦଳ ସୁପର-୮ ପର୍ଯ୍ୟାୟରୁ ବିଦାୟ ନେଇଛି। ୨୮ ଫେବ୍ରୁଆରୀ ୨୦୨୬ରେ ଶ୍ରୀଲଙ୍କା ବିପକ୍ଷ ଶେଷ ଗ୍ରୁପ୍-୨ ମ୍ୟାଚ୍ରେ ୫ ରନ୍ର ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ ମଧ୍ୟ, ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଆବଶ୍ୟକ ନେଟ୍ ରନ୍ ରେଟ୍ରେ ସେମାନେ ନ୍ୟୁଜିଲାଣ୍ଡକୁ ପଛରେ ପକାଇବାରେ ବିଫଳ ହୋଇଥିଲେ। ଅଧିନାୟକ ସଲମାନ ଅଲି ଆଘାଙ୍କ ନେତୃତ୍ୱରେ ଦଳ ନିଜ ଗ୍ରୁପ୍ରେ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା; ଏଥିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ବାତିଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଏକ ପରାଜୟ ସାମିଲ ଥିଲା।
A record run at the #T20WorldCup 2026 sees Sahibzada Farhan lead the @hyundaiindia Leaderboards for the batters in the competition 🙌 pic.twitter.com/cizVtgRAZy
— ICC (@ICC) March 2, 2026
ପାକିସ୍ତାନ ଦଳର ଓପନର୍ ସାହିବଜାଦା ଫରହାନ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଶତକ ସହ ୩୮୩ ରନ୍ କରି ଏକ ଟୁର୍ଣ୍ଣାମେଣ୍ଟ ରେକର୍ଡ ସ୍ଥାପନ କରିଥିଲେ। ସେ ଗୋଟିଏ ଟି-୨୦ ବିଶ୍ୱକପ୍ ସଂସ୍କରଣରେ ଦୁଇଟି ଶତକ ହାସଲ କରିବାରେ ସେ ପ୍ରଥମ ଖେଳାଳି ହୋଇଥିଲେ। ବିଶ୍ୱକପ୍ରୁ ବାହାରିବା ପରେ, ଖରାପ ପ୍ରଦର୍ଶନ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ପ୍ରତ୍ୟେକ ଖେଳାଳିଙ୍କ ଉପରେ ୫୦ ଲକ୍ଷ (୫ ମିଲିୟନ) ପାକିସ୍ତାନୀ ଟଙ୍କାର ଜରିମାନା ଲଗାଇଥିବା ଖବର ସାମ୍ନାକୁ ଆସିଛି।

