ETV Bharat / sports

ଓଡ଼ିଆ ପୁଅଙ୍କ ଚମତ୍କାର ପ୍ରଦର୍ଶନ: ସ୍ବର୍ଣ୍ଣ ପଦକ ସହ ରେକର୍ଡ ଭାଙ୍ଗିଲେ ପାରା ଆଥଲେଟ ପ୍ରମୋଦ ଭଗତ

ଇତିହାସ ରଚିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ବାହାରିନ ଠାରେ ଅନୁଷ୍ଠିତ BWF ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ରେ 2ଟି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ।

Para athlete Pramod Bhagat clinches 6th world Championship Gold Medal in BWF Para Badminton World cup
ଓଡ଼ିଆ ପୁଅଙ୍କ ଚମତ୍କାର ପ୍ରଦର୍ଶନ: 6ଷ୍ଠ ବିଶ୍ବ ଚମ୍ପିଆନସିପ୍‌ ସ୍ବର୍ଣ୍ଣ ପଦକ ସହିତ ରେକର୍ଡ ଭାଙ୍ଗିଲେ ପ୍ରମୋଦ ଭଗତ (ETV Bharat Odisha)
author img

By ETV Bharat Odisha Team

Published : February 16, 2026 at 10:01 AM IST

1 Min Read
Choose ETV Bharat

ଭୁବନେଶ୍ବର: ବାହାରିନରେ ଚମକିଲେ ଓଡ଼ିଆ ପୁଅ । ଇତିହାସ ରଚିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ବାହାରିନ ଠାରେ ଅନୁଷ୍ଠିତ BWF ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ରେ 2ଟି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ଏନେଇ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Para athlete Pramod Bhagat clinches 6th world Championship Gold Medal in BWF Para Badminton World cup
ଓଡ଼ିଆ ପୁଅଙ୍କ ଚମତ୍କାର ପ୍ରଦର୍ଶନ: 6ଷ୍ଠ ବିଶ୍ବ ଚମ୍ପିଆନସିପ୍‌ ସ୍ବର୍ଣ୍ଣ ପଦକ ସହିତ ରେକର୍ଡ ଭାଙ୍ଗିଲେ ପ୍ରମୋଦ ଭଗତ (ETV Bharat Odisha)

ରେକର୍ଡ ଭାଙ୍ଗିଲେ ପ୍ରମୋଦ:
ବାହାରିନର ମାନାମା ଠାରେ ଅନୁଷ୍ଠିତ ଏହି ଚମ୍ପିଆନସିପ୍‌ର ପୁରୁଷ ସିଙ୍ଗଲ୍ସ (SL3) ଏବଂ ପୁରୁଷ ଡବଲ୍ସ (SL3-SL4) ବର୍ଗରେ 2ଟି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ ଭଗତ । ଏହି ଐତିହାସିକ ବିଜୟ ସହିତ ପାରା ଆଥଲେଟ୍ ପ୍ରମୋଦ ଭଗତ ନିଜର 6ଷ୍ଠ ବିଶ୍ବ ଚମ୍ପିଆନସିପ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହିତ ଲଗାତାର ଭାବେ ଚତୁର୍ଥଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ପାରା ଆଥଲେଟ୍ । ଏହି ବିଜୟ ସହିତ କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ଲିନ ଡାନଙ୍କ 5ଟି ସ୍ବର୍ଣ୍ଣପଦକର ରେକର୍ଡ଼ ଭାଙ୍ଗିଛନ୍ତି ।

ଚମତ୍କାର ପ୍ରଦର୍ଶନ:
ଫାଇନାଲ ମ୍ୟାଚରେ 21-12 ଏବଂ 21-18 ସେଟରେ ପ୍ରମୋଦ ଭଗତ, ଇଣ୍ଡୋନେସିଆର ଖେଳାଳି ମହମ୍ମଦ ଅଲ ଇମାମଙ୍କୁ ପରାସ୍ତ କରିଥିଲେ । ତାଙ୍କ ଚମତ୍କାର ପ୍ରଦର୍ଶନ ପୁଣିଥରେ ବିଶ୍ୱ ଦରବାରରେ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛି । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

ପ୍ରମୋଦ ପୂର୍ବରୁ 2009, 2015, 2019, 2022 ଏବଂ 2024 ମସିହାରେ ବିଶ୍ଵ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ l


ଆଉ ଏକ ସ୍ବର୍ଣ୍ଣପଦକର ଆଶା:
ଏସ୍‌ଏଲ 3 ଏବଂ ଏସ୍‌ଏଲ 4 ବର୍ଗରେ ସେ ସ୍ଵର୍ଣ୍ଣ ପଦକ ଅର୍ଜନ କରିଛନ୍ତି । ପ୍ରମୋଦ ଓ ସୁକାନ୍ତ ଯୋଡ଼ି ସେମିଫାଇନାଲ୍‌ ମ୍ୟାଚରେ କୋରିଆର ଚୋ ଏନ୍‌ ଓ ଲି’ ଏସ୍‌ଙ୍କୁ 21-13, 21-15 ରେ ପରାସ୍ତ କରିଥିଲେ । ଏହି ଯୋଡ଼ି ଏବେ ଫାଇନାଲରେ ପ୍ରବେଶ କରିଛି । ଫଳରେ ଆଉ ଏକ ସ୍ବର୍ଣ୍ଣପଦକର ଆଶା ବଳବତ୍ତର ରହିଛି ।

ଏହା ମଧ୍ୟ ପଢନ୍ତୁ:

ଓଡିଶା କ୍ରୀଡ଼ା @ 2025: ଆଥଲେଟିକ୍ସରେ ପ୍ରତୀକ, ବ୍ୟାଡମିଣ୍ଟନରେ ତନଭି, ମହିଳା ଦୃଷ୍ଟିବାଧିତ ହକିରେ 4 ଓଡ଼ିଆଙ୍କ କମାଲ

ଆଘାତ ପରେ ସଟଲ କୁଇନ ତନଭିଙ୍କ କମ୍ ବ୍ୟାକ, ବ୍ୟାଡମିଣ୍ଟନରେ ଡବଲ ଟାଇଟଲ୍

ଇଟିଭି ଭାରତ, ଭୁବନେଶ୍ବର