ETV Bharat / sports

T20 World Cup: ପାକିସ୍ତାନ ବର୍ତ୍ତମାନ ବି ପହଞ୍ଚିପାରିବ ସେମିଫାଇନାଲ; ଜାଣନ୍ତୁ କ'ଣ କହୁଛି ଗଣିତ?

T20 World Cup 2026: ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇ ସାରିଥିଲେ ମଧ୍ୟ ପାକିସ୍ତାନ ପାଇଁ ବର୍ତ୍ତମାନ ବି ସେମିଫାଇନାଲ୍ ଆଶା ଉଜ୍ଜୀବିତ ଅଛି।

T20 World Cup Pakistan Semi Final Scenario
ପାକିସ୍ତାନ ବର୍ତ୍ତମାନ ବି ପହଞ୍ଚିପାରିବ ସେମିଫାଇନାଲ (IANS)
author img

By ETV Bharat Sports Team

Published : February 26, 2026 at 3:01 PM IST

2 Min Read
Choose ETV Bharat

Pakistan Semi-Final Scenario: ଟି-୨୦ ବିଶ୍ୱକପ୍ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଶ୍ରୀଲଙ୍କା ଚଳିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇ ସାରିଥିଲେ ମଧ୍ୟ ପାକିସ୍ତାନ ପାଇଁ ବର୍ତ୍ତମାନ ବି ସେମିଫାଇନାଲ୍ ଆଶା ଉଜ୍ଜୀବିତ ଅଛି। କିନ୍ତୁ ଏହି ବାଟ ଯେତିକି କଷ୍ଟକର, ସେତିକି ଜଟିଳ। ପାକିସ୍ତାନକୁ କେବଳ ମ୍ୟାଚ୍ ଜିତିଲେ ହେବନି ବରଂ ନେଟ୍ ରନ୍ ରେଟ୍‌ର ଏକ ବଡ଼ ପାହାଡ଼ ଚଢ଼ିବାକୁ ପଡ଼ିବ।

ନ୍ୟୁଜିଲାଣ୍ଡର ବିଜୟ ଓ ପାକିସ୍ତାନର ଚିନ୍ତା

ବୁଧବାର କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ୬୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ଗ୍ରୁପ୍-୨ର ଚିତ୍ରକୁ ବଦଳାଇ ଦେଇଛି। ଏହି ବିଜୟ ପରେ କିୱି ଦଳର ନେଟ୍ ରନ୍ ରେଟ୍ ଏବେ +୩.୦୫୦ କୁ ବୃଦ୍ଧି ପାଇଛି, ଯାହା ପାକିସ୍ତାନ (-୦.୪୬୧) ତୁଳନାରେ ଯଥେଷ୍ଟ ଅଧିକ। ପାକିସ୍ତାନ ପାଇଁ ସେମିଫାଇନାଲ୍‌ର ସମୀକରଣ ବର୍ତ୍ତମାନ 'ଯଦି ଏବଂ କିନ୍ତୁ' ଉପରେ ଟିକି ରହିଛି।

ପାକିସ୍ତାନ ସେମିଫାଇନାଲ୍ ଯିବା ପାଇଁ କ'ଣ ରହିଛି ରାସ୍ତା?

  • ପ୍ରଥମ ସର୍ତ୍ତ: ପାକିସ୍ତାନକୁ ନିଜର ଶେଷ ସୁପର-୮ ମ୍ୟାଚରେ ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ହରାଇବାକୁ ହେବ। କୁହାଯାଉଛି ଯେ, ରନ୍ ରେଟ୍ ସୁଧାରିବା ପାଇଁ ପାକିସ୍ତାନକୁ ଅତିକମରେ ୭୦ ରନରେ ଜିତିବାକୁ ପଡ଼ିବ।
  • ଦ୍ୱିତୀୟ ସର୍ତ୍ତ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଇଂଲଣ୍ଡର ବିଜୟ ଜରୁରୀ। ଇଂଲଣ୍ଡ ଯେତେ ବଡ଼ ବ୍ୟବଧାନରେ ଜିତିବ, ପାକିସ୍ତାନ ପାଇଁ ବାଟ ସେତେ ସହଜ ହେବ।
  • ବର୍ଷା ହେଲେ ବିପଦ: ଯଦି ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଏ, ତେବେ ପାକିସ୍ତାନ ବିନା ଖେଳି ବିଦାୟ ନେବ ଏବଂ ନ୍ୟୁଜିଲାଣ୍ଡ ସିଧା ସେମିଫାଇନାଲ୍ ପହଞ୍ଚିବ।

ପାକିସ୍ତାନ ପାଇଁ କେତେ ରନ୍ ଓ କେତେ ଓଭରରେ ଜିତିବାକୁ ହେବ?

ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ପାକିସ୍ତାନ ସେମିଫାଇନାଲ୍ ଭାଗ୍ୟ ନିର୍ଦ୍ଧାରଣ କରିବ। ଯଦି ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ହରାଏ, ତେବେ ପାକିସ୍ତାନକୁ ପ୍ରାୟ ୫୦ ରନରେ ଶ୍ରୀଲଙ୍କାକୁ ହରାଇବାକୁ ପଡ଼ିବ। ସେହିପରି ଯଦି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦୦ ରନ୍ କରେ, ତେବେ ପାକିସ୍ତାନକୁ ମାତ୍ର ୧୫ ଓଭରରେ ସେହି ଲକ୍ଷ୍ୟ ହାସଲ କରିବାକୁ ହେବ। ୧୫୦ ରନ୍‌ର ଟାର୍ଗେଟ୍ ମିଳିଲେ ୧୪ ଓଭର ଭିତରେ ଜିତିବାକୁ ପଡ଼ିବ।

ଆସନ୍ତା ଫେବ୍ରୁଆରୀ ୨୭ ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ର ଫଳାଫଳ ପରେ ପାକିସ୍ତାନ ଜାଣିପାରିବ ଯେ ତାକୁ ଶ୍ରୀଲଙ୍କା ବିପକ୍ଷରେ କେତେ ବଡ଼ ବିଜୟ ଦରକାର। ଯଦି ପାକିସ୍ତାନ ଶ୍ରୀଲଙ୍କାଠାରୁ ହାରିଯାଏ କିମ୍ବା ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ହରାଇଦିଏ, ତେବେ 'ମେନ୍ ଇନ୍ ଗ୍ରୀନ୍'ଙ୍କ ବିଶ୍ୱକପ୍ ଅଭିଯାନ ସେଇଠି ଶେଷ ହୋଇଯିବ। ମୋଟାମୋଟି ଭାବେ କହିଲେ, ପାକିସ୍ତାନର ଭାଗ୍ୟ ଏବେ ନିଜ ହାତରେ କମ୍ ଏବଂ ଇଂଲଣ୍ଡର ପ୍ରଦର୍ଶନ ଉପରେ ବେଶୀ ନିର୍ଭର କରୁଛି।

ଏହା ମଧ୍ୟ ପଢ଼ନ୍ତୁ:

IND vs ZIM: ବର୍ଷା ଧୋଇନେବ କି ଭାରତ-ଜିମ୍ବାୱେ ମ୍ଯାଚ୍? ଜାଣନ୍ତୁ କ'ଣ କହୁଛି ପାଣିପାଗ ରିପୋର୍ଟ?

ଶିଖର ଧାୱନଙ୍କୁ ୫.୭୨ କୋଟି ଟଙ୍କା ଫେରସ୍ତ କରିବେ ତାଙ୍କ ପୂର୍ବତନ ପତ୍ନୀ, କୋର୍ଟ ଦେଲେ ନିର୍ଦ୍ଦେଶ, ଜାଣନ୍ତୁ ମାମଲା

ଟିମ୍ ଇଣ୍ଡିଆର ପରାଜୟରେ ଖୁସି ରବି ଶାସ୍ତ୍ରୀ! କହିଲେ-'ଏହି ଶକ୍ତ ଧକ୍କା ନିହାତି ଦରକାର ଥିଲା'