ETV Bharat / sports

ବାରବାଟୀ ଷ୍ଟାଡିୟମରେ ହେବ 'କ୍ରିକେଟ୍ ବ୍ୟାଟଲ୍'; ଉନ୍ମୋଚିତ ହେଲା ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫି

ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫିର ଦ୍ୱିତୀୟ ସଂସ୍କରଣରେ ଟାଇଟଲ୍‌ ଜିତିବା ପାଇଁ ଲଢ଼େଇ କରିବେ ୬ଟି ଫ୍ରାଞ୍ଚାଇଜି। ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ

Odisha T20 League 2026 CM Trophy Officially Unveiled
ଉନ୍ମୋଚିତ ହେଲା ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫି (Etv Bharat)
author img

By ETV Bharat Sports Team

Published : August 31, 2026 at 11:17 AM IST

2 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଶା କ୍ରିକେଟରେ ଆଉ ଏକ ରୋମାଞ୍ଚକର ଅଧ୍ୟାୟ ପାଇଁ ମଞ୍ଚ ପ୍ରସ୍ତୁତ। ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫିର ଦ୍ୱିତୀୟ ସଂସ୍କରଣରେ ଟାଇଟଲ୍‌ ଜିତିବା ପାଇଁ ଲଢ଼େଇ କରିବେ ୬ଟି ଫ୍ରାଞ୍ଚାଇଜି। ଏହି ଟୁର୍ଣ୍ଣାମେଣ୍ଟ କଟକର ବାରବାଟୀ ଷ୍ଟାଡିୟମ୍‌ରେ ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଓଡ଼ିଶାରେ କ୍ରିକେଟ୍‌ ଏବଂ କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ଓ ସମର୍ଥନକୁ ପ୍ରତିଫଳିତ କରି ଏହି ଲିଗ୍‌କୁ ‘CM Trophy’ ନାମ ଦିଆଯାଇଛି। ରାଜ୍ୟର ଉଦୀୟମାନ କ୍ରିକେଟର୍ ମାନଙ୍କୁ ବଡ଼ ମଞ୍ଚରେ ନିଜ ପ୍ରତିଭା ଦେଖାଇବା ପାଇଁ ଏହି ଲିଗ୍‌ ଏକ ବଡ଼ ସୁଯୋଗ ଦେବ।

Odisha T20 League 2026 CM Trophy Officially Unveiled
ଉନ୍ମୋଚିତ ହେଲା ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫି (ETV Bharat)

ଏହି ୬ଟି ଟିମ୍‌ ମଧ୍ୟରେ ଟାଇଟଲ୍‌ ଲଢ଼େଇ:

ଭୁବନେଶ୍ୱର ଟାଇଗରସ

  1. କଟକ ପ୍ୟାନ୍ଥର୍ସ
  2. ପୁରୀ ଟାଇଟାନ୍ସ
  3. ସମ୍ବଲପୁର ୱାରିଅର୍ସ
  4. କେନ୍ଦୁଝର ମାଇନର୍ସ
  5. ରାଉରକେଲା ଷ୍ଟିଲର୍ସ

ମୋଟ ୧୭ଟି ମ୍ୟାଚ୍‌ ଖେଳାଯିବ ଏବଂ ଏହା ପୂର୍ବରୁ ଆସନ୍ତା ସେପ୍ଟେମ୍ବର ୬ରେ ଖେଳାଳି ମାନଙ୍କ ଡ୍ରାଫ୍ଟିଂ କରାଯିବ। ବାରବାଟୀ ଷ୍ଟାଡିୟମ୍‌ର ଫ୍ଲଡଲାଇଟ୍‌ ତଳେ ପ୍ରତିଯୋଗିତାମୂଳକ T20 କ୍ରିକେଟ୍‌ ଖେଳିବାର ସୁଯୋଗ ପାଇବେ ଓଡ଼ିଶାର ଯୁବ କ୍ରିକେଟର୍‌ମାନେ। ଅଭିଜ୍ଞ ଖେଳାଳି, କୋଚ୍‌ ଓ ଫ୍ରାଞ୍ଚାଇଜି ସମର୍ଥନ ମଧ୍ୟରେ ଖେଳି ଯୁବ ପ୍ରତିଭାମାନେ ମ୍ୟାଚ୍‌ ଅଭିଜ୍ଞତା ହାସଲ କରିବା ସହ ନିଜ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

Odisha T20 League 2026 CM Trophy Officially Unveiled
ଉନ୍ମୋଚିତ ହେଲା ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫି (ETV Bharat)

ଏହି ଟୁର୍ଣ୍ଣାମେଣ୍ଟର ଟ୍ରଫି ଉନ୍ମୋଚନ ସହ ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଛି। ଏହି ଅବସରରେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଆପେକ୍ସ କାଉନସିଲ୍‌ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ପୂର୍ବ ସଂସ୍କରଣରେ କଟକ ପ୍ୟାନ୍ଥର୍ସ ଚାମ୍ପିଅନ୍‌ ହୋଇଥିଲା। ଏଥର ୬ଟି ଟିମ୍‌ ଟ୍ରଫି ହାତେଇବା ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବେ।

OCA ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, " ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫି ରାଜ୍ୟର କ୍ରିକେଟିଂ ଇକୋସିଷ୍ଟମ୍‌କୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମର ଲକ୍ଷ୍ୟ କେବଳ ଏକ ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟ ଆୟୋଜନ ନୁହେଁ, ବରଂ ଏଭଳି ଏକ ପ୍ଲାଟଫର୍ମ ସୃଷ୍ଟି କରିବା, ଯେଉଁଠାରେ ଯୁବ ଖେଳାଳି ପ୍ରଦର୍ଶନ କରିପାରିବେ, ଶିଖିପାରିବେ ଏବଂ ଆଗକୁ ବଢ଼ିପାରିବେ।"

Odisha T20 League CM 2026 Trophy
ବାରବାଟୀ ଷ୍ଟାଡିୟମରେ ହେବ 'କ୍ରିକେଟ୍ ବ୍ୟାଟଲ୍' (ETV Bharat)

ଆଇପିଏଲ୍‌ ସ୍କାଉଟ୍‌ଙ୍କ ନଜରରେ ରହିବେ ଓଡ଼ିଆ ଖେଳାଳି

ଲିଗ୍‌ରେ ଓଡ଼ିଶାର ଖେଳାଳିଙ୍କୁ ଅଧିକ ପରିଚୟ ଦେବା ଉପରେ ମଧ୍ୟ ଗୁରୁତ୍ୱ ରହିବ। ବାରବାଟୀ ଭଳି ବଡ଼ ଭେନ୍ୟୁରେ ମ୍ୟାଚ୍‌ ଖେଳିବା ସହ ବ୍ୟାପକ ଦର୍ଶକଙ୍କ ନିକଟରେ ମ୍ୟାଚ୍‌ ପହଞ୍ଚିବା ଫଳରେ ଯୁବ ଖେଳାଳିଙ୍କ ପ୍ରତି ରାଜ୍ୟ ବାହାରର ଟିମ୍‌ ଓ ସ୍କାଉଟ୍‌ଙ୍କ ନଜର ପଡ଼ିପାରିବ।

JioHotstar ଓ ତରଙ୍ଗ TV ରେ ଦେଖିପାରିବେ ମ୍ୟାଚ୍

ଲିଗ୍‌କୁ ରାଜ୍ୟର ଅଧିକରୁ ଅଧିକ କ୍ରିକେଟ୍‌ପ୍ରେମୀଙ୍କ ନିକଟରେ ପହଞ୍ଚାଇବା ପାଇଁ JioHotstar ରେ National OTT Broadcast ଏବଂ ତରଙ୍ଗ TV ରେ Linear Broadcast ହେବ। ଏହା ସମେତ ସେପ୍ଟେମ୍ବର ୨୯ ତାରିଖ ଅର୍ଥାତ୍‌ ଫାଇନାଲ୍‌ ଦିନରେ ଗ୍ରାଣ୍ଡ ଫାଇନାଲ୍‌ ପୂର୍ବରୁ ଏକ ମହିଳା ପ୍ରଦର୍ଶନୀ ମ୍ୟାଚ୍‌ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

ଏହା ମଧ୍ୟ ପଢ଼ନ୍ତୁ:

ଲର୍ଡସରେ ପାକିସ୍ତାନର ଶୋଚନୀୟ ପରାଜୟ, ମାତ୍ର ୪ ଦିନରେ ମ୍ୟାଚ୍ ସମେତ ସିରିଜ୍ ଜିତିଲା ଇଂଲଣ୍ଡ

ଶ୍ରୀଲଙ୍କାରେ ହେବନି ଚାମ୍ପିଅନ୍ସ ଟ୍ରଫି; ଆୟୋଜନ ଅଧିକାର ଛଡ଼ାଇ ନେଲା ଆଇସିସି

ବିଶ୍ୱକପ୍ ପାଇଁ ଗୌତମ ଗମ୍ଭୀରଙ୍କ ମାଷ୍ଟର ପ୍ଲାନ; ଶ୍ରେୟସ ଆୟରଙ୍କ ସ୍ଥାନ ନେଇପାରନ୍ତି ଏହି ଷ୍ଟାର୍ ଖେଳାଳି