ଓଡିଶା କ୍ରୀଡ଼ା @ 2025: ଆଥଲେଟିକ୍ସରେ ପ୍ରତୀକ, ବ୍ୟାଡମିଣ୍ଟନରେ ତନଭି, ମହିଳା ଦୃଷ୍ଟିବାଧିତ ହକିରେ 4 ଓଡ଼ିଆଙ୍କ କମାଲ
2025ରେ ଓଡ଼ିଶାରେ ଆୟୋଜିତ ହୋଇଛି ଜାତୀୟ ଏବଂ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ । କ୍ରିକେଟ ଏବଂ ଫୁଟବଲ ଭଳି ବଡ଼ ଗେମ୍ ରେ ଓଡ଼ିଶାର ପ୍ରତିନିଧିତ୍ବ ବଢ଼ାଇବା ଜରୁରୀ ବୋଲି କହିଛନ୍ତି କ୍ରୀଡ଼ା ପ୍ରଶାସକ ।


Published : December 30, 2025 at 3:00 PM IST
ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ
Odisha Sports Yearender 2025 ଭୁବନେଶ୍ୱର: ବିଦାୟ ବେଳାରେ ବର୍ଷ 2025 । ଅନେକ ଦୃଷ୍ଟିକୋଣରୁ ଏହି ବର୍ଷ ଓଡିଶା କ୍ରୀଡ଼ାଜଗତ ପାଇଁ ଚୀର ସ୍ମରଣୀୟ ହୋଇ ରହିବ । 2025ରେ ଓଡିଶାର କେଉଁ ଖେଳାଳି ଦେଶ ବିଦେଶରେ କମାଲ କରିଛନ୍ତି ? କେଉଁ ଜାତୀୟ ଟୁର୍ଣ୍ଣାମେଣ୍ଟ ତଥା ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି ଓଡିଶାରେ ? କ୍ରୀଡ଼ାବିତ ସୃଷ୍ଟି କରିବା ପରିବର୍ତ୍ତେ କ୍ରୀଡା ଆୟୋଜକ ଭାବେ ସୀମିତ ରହି ଯାଇଛି କି ଓଡ଼ିଶା ? କ୍ରୀଡ଼ା ଜଗତର ଏଭଳି କିଛି ଖଟା ମିଠା ଅନୁଭୂତିକୁ ନେଇ ଆସନ୍ତୁ ଦେଖିବା '2025 ଏବଂ ଓଡ଼ିଶା କ୍ରୀଡ଼ା' ।
କେମିତି ଥିଲା କ୍ରୀଡ଼ା ବିଭାଗ ପାଇଁ 2025-
ବର୍ଷ 2025ରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ଏକାଧିକ ଜାତୀୟ ଏବଂ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଏଥିରେ ଅନେକ ସଫଳତା ମିଳିଛି ରାଜ୍ୟକୁ । ଦେଖନ୍ତୁ କେଉଁ କେଉଁ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ଏବଂ କେଉଁ ଓଡିଆ ଖେଳାଳି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ।
28ତମ ଏସୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ (ଅକ୍ଟୋବର 11-15)
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଷ୍ଠିତ ମହାଦେଶୀୟ ଇଭେଣ୍ଟ ଆୟୋଜନ ହୋଇଥିଲା । ଏହା ଏସିଆର ଶ୍ରେଷ୍ଠ ପ୍ୟାଡଲରମାନଙ୍କୁ ଏକତ୍ର କରିଥିଲା । ଫାଇନାଲ ମ୍ୟାଚରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ଜବରଦସ୍ତ ପ୍ରଦର୍ଶନ କରି ଚାମ୍ପିଅନ ହୋଇଛି ଚୀନ । ଟେବୁଲ ଟେନିସ ପୁରୁଷ ଫାଇନାଲରେ ଚୀନ ହଂକଂକୁ 3-0 ଗୋଲରେ ହରାଇ ସ୍ବର୍ଣ୍ଣ ଜିତିଥିଲା । ମହିଳା ବର୍ଗ ଫାଇନାଲରେ ଚୀନ, ଜାପାନକୁ 3-0ରେ ହରାଇ ସ୍ବର୍ଣ୍ଣ ଜିତିଥିଲା । ଆୟୋଜକ ଭାରତ ପୁରୁଷ ଦଳ ଷଷ୍ଠ ଓ ମହିଳା ଦଳ ଅଷ୍ଟମ ସ୍ଥାନରେ ରହି ଅଭିଯୋନ ଶେଷ କରିଥିଲେ । କୌଣସି ପଦକ ପାଇନଥିଲେ ମଧ୍ୟ 2026 ଲଣ୍ଡନ ବିଶ୍ୱ ଟେବୁଲ ଟେନିସ ଚାମ୍ପିଅନସିପ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ପୁରୁଷ ଦଳ ।
ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ - ବ୍ରୋଞ୍ଜ (ଅଗଷ୍ଟ 10)
ଭୁବନେଶ୍ୱର ଭାରତର ପ୍ରଥମ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍-ବ୍ରୋଞ୍ଜ ଇଭେଣ୍ଟ ଆୟୋଜନ କରି ଇତିହାସ ସୃଷ୍ଟି କରିଥିଲା । ଯେଉଁଥିରେ ୧୯ଟି ଦେଶର ୨୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା କମାଲ କରିଥିଲେ ଦୁଇ ଓଡିଆ ଆଥଲେଟ୍ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାରେ ପ୍ରଜ୍ଞା ପ୍ରଶାନ୍ତୀ ସାହୁ ମହିଳା 100 ମିଟର ହର୍ଡଲ୍ସରେରେ ଗୋଲ୍ଡ ଜିତିଥିବା ବେଳେ ଅନିମେଶ କୁଜୁର ପୁରୁଷ 200 ମିଟର ଦୌଡରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଥିଲେ ।

40ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍ (ଅକ୍ଟୋବର 10-14, 2025)
ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍ 2025 (40ତମ ସଂସ୍କରଣ) 10-14 ଅକ୍ଟୋବର, 2025 ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଭାରତର 2,400 ରୁ ଅଧିକ ଯୁବ ଖେଳାଳି କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ । କଳିଙ୍ଗ ଷ୍ଟାଡିଅମରେ 40 ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ପୁଅ କରିଥିଲେ କମାଲ । ଓଡ଼ିଆ ଧାବକ ପ୍ରତୀକ ମହାରଣା 200 ମିଟର ରେସକୁ 21.24 ସେକେଣ୍ଡରେ ଶେଷ କରି ସ୍ବର୍ଣ୍ଣ ଜିତିବା ସହ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଥିବା ମାନଦଣ୍ଡକୁ ପାର କରିଥିଲେ l
କଳିଙ୍ଗ ସୁପର କପ୍ (ଏପ୍ରିଲ 20 - ମେ' 3, 2025)
ଭୁବନେଶ୍ୱରରେ ଅନୁଷ୍ଠିତ ଏକ ପ୍ରମୁଖ ଜାତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଯେଉଁଥିରେ ଦେଶ ସାରାର ଶ୍ରେଷ୍ଠ କ୍ଲବମାନେ ଅଂଶଗ୍ରହଣ କରିଥିଲେ ।

FIH ପ୍ରୋ ଲିଗ୍ ମ୍ୟାଚ୍ (ଫେବୃଆରୀ 15-25, 2025)
ବିଶ୍ୱସ୍ତରୀୟ FIH ପ୍ରୋ ଲିଗ୍ ସିଜିନର ଅଂଶ ଭାବରେ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇଥିଲା ଭାରତୀୟ ମହିଳା ଟିମ । ଇଂଲଣ୍ଡକୁ ହରାଇ ପ୍ରତିଶୋଧ ନେଇଥିଲା ପୁରୁଷ ଦଳ । ଏଫଆଇଏଚ ମହିଳା ପ୍ରୋ ଲିଗରେ ଭାରତ- ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବିଶ୍ୱର ଏକ ନମ୍ବର ମହିଳା ହକି ଟିମ ନେଦରଲାଣ୍ଡ୍ସକୁ ହରାଇଥିଲା ଭାରତ । ସୁଟଆଉଟରେ ନେଦରଲାଣ୍ଡ୍ସ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲା ଭାରତୀୟ ମହିଳା ଟିମ । ପୁରୁଷ ବର୍ଗରେ ମଧ୍ୟ ଘରୋଇ ଟିମର ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡକୁ ହରାଇ ଗତ ମ୍ୟାଚର ପ୍ରତିଶୋଧ ନେଇଥିଲା ଭାରତୀୟ ପୁରୁଷ ହକି ଟିମ୍ ।
68ତମ ଜାତୀୟ ସୁଟିଂ ଚାମ୍ପିଅନସିପ୍ (ରାଇଫଲ୍ ଇଭେଣ୍ଟ)
ତାରିଖ: ଡିସେମ୍ବର 11, 2025, ସ୍ଥାନ: ଭୁବନେଶ୍ୱର, ରାଙ୍କିଂ ଏବଂ ଚୟନ ପାଇଁ ଲକ୍ଷ୍ୟ ରଖିଥିବା ଜାତୀୟ ରାଇଫଲ୍ ସୁଟରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ଥିଲା ।

ବିଜୟ ହଜାରେ ଟ୍ରଫି (ଡିସେମ୍ବର ୨୪, ୨୦୨୫)
ବିସିସିଆଇର ପ୍ରମୁଖ ବରିଷ୍ଠ ପୁରୁଷ ଦିନିକିଆ (ଲିଷ୍ଟ-ଏ) କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ମ୍ୟାଚ୍ ଆୟୋଜନ କରିଥିଲା ।
୩୭ତମ ସବ ଜୁନିଅର ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍-
ନିକଟରେ ୩୭ତମ ସବ ଜୁନିଅର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଆ ଖେଳାଳି ତନଭି ପତ୍ରିଙ୍କୁ ଦ୍ବିମୁକୁଟ ମିଳିଥିଲା l ଖେଳାଯାଇଥିବା ୧୫ ଓ ୧୭ ବର୍ଷରୁ କମ୍ ଉଭୟ ବିଭାଗରେ ଓଡ଼ିଆ ଖେଳାଳି ତନଭି ପତ୍ରି ବିଜୟୀ ହୋଇ ଦ୍ବିମୁକୁଟ ଲାଭ କରିଛନ୍ତି ।

ଦୃଷ୍ଟି ବାଧିତ ଟି -20 ବିଶ୍ୱକପ-
ଟି-20 ବିଶ୍ୱକପ ବିଜେତା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳରେ ଥିବା ଚାରି ମହିଳା କ୍ରିକେଟର, ଓଡ଼ିଶା ପାଇଁ ଆଣିଥିଲେ ଗୌରବ । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ରୀଡ଼ାମନ୍ତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ଖେଳାଳିଙ୍କୁ 11 ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ l ଏକଦା ଆର୍ଥିକ ଅଭାବ ଯୋଗୁଁ ନିଜ ଖର୍ଚ୍ଚ ଉଠାଇ ପାରୁନଥିବା ଝିଅ ଏବେ ବିଶ୍ଵବିଜେତା ହୋଇଛନ୍ତି । ନିକଟରେ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯାଇଥିବା ପ୍ରଥମ ଦୃଷ୍ଟି ବାଧିତ ମହିଳା ଟି -20 ବିଶ୍ୱକପରେ ଚାମ୍ପିଅନ ହୋଇଛି ଭାରତ l ଫାଇନାଲରେ ନେପାଳକୁ ହରାଇ ଟାଇଟଲ ଜିତିଛି ଦେଶ l ଦଳରେ ଥିବା ଚାରି ଓଡ଼ିଆ ଝିଅ ଫୁଲ ସୋରେନ, ବାସନ୍ତୀ ହାଁସଦା, ଜମୁନା ରାଣୀ ଟୁଡୁ ଏବଂ ପାର୍ବତୀ ମାରାଣ୍ଡିଙ୍କୁ ମିଳିଛି ପ୍ରଶଂସା l
ନ୍ୟାସନାଲ ଆଥଲେଟିକସ୍, ନ୍ୟାସନାଲ ସବ ଜୁନିଅର ବ୍ୟାଡମିଣ୍ଟନ, ହକି ପ୍ରୋ ଲିଗ୍, କଳିଙ୍ଗ ସୁପର କପ୍, ନ୍ୟାସନାଲ ଆକ୍ୱାଟିକ୍ ଚାମ୍ପିଅନସିପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା l

ଓଡ଼ିଶା ପ୍ରୋ ଟି୨୦ ଲିଗ୍
ତାରିଖ: ସେପ୍ଟେମ୍ବର ୨୦୨୫ । ସ୍ଥାନ: ବାରବାଟୀ ଷ୍ଟାଡିୟମ୍, କଟକ । ରାଜ୍ୟର ପ୍ରମୁଖ ଟି-୨୦ କ୍ରିକେଟ୍ ଲିଗ୍ ଜାତୀୟ ଖେଳାଳିଙ୍କ ସହିତ ସ୍ଥାନୀୟ ପ୍ରତିଭାକୁ ପ୍ରଦର୍ଶନ କରିଥିଲା ।
Hon'ble Minister, Sports and Youth Services Department, Sri @suryabanshibjp graced the closing ceremony of 28th ITTF-ATTU Asian Table Tennis Team Championships 2025 and presented the Champions Trophy to China Women's team.#OdishaForSports #AsianTableTennisTeamChampionships2025 pic.twitter.com/R61HzuUgtD
— Odisha Sports (@sports_odisha) October 15, 2025
କ୍ରୀଡ଼ାବିତ ସୃଷ୍ଟି କରିବା ପରିବର୍ତ୍ତେ କ୍ରୀଡା ଆୟୋଜକ ଭାବେ ସୀମିତ ରହି ଯାଇଛି କି ଓଡିଶା ?
ଭିତ୍ତିଭୂମି ଉପରେ ଭିତ୍ତିଭୂମି, ମାତ୍ର ଫଳ ଶୂନ ଭଳି ଅଭିଯୋଗ ମଧ୍ୟ ଆସିଛି l କ୍ରୀଡ଼ାବିତ ସୃଷ୍ଟି କରିବା ପରିବର୍ତ୍ତେ କ୍ରୀଡା ଆୟୋଜକ ଭାବେ ସୀମିତ ରହି ଯାଇଛି ଓଡିଶା l ଗୋଟିଏ କିମ୍ବା ଦୁଇଟି କ୍ରୀଡ଼ା ନୁହଁ ଏକାଧିକ କ୍ରୀଡାରେ ରାଜ୍ୟର ସମାନ ସ୍ଥିତି l ବିଜେଡି ସରକାର ସମୟରେ ଗୋଟେ ପରେ ଗୋଟେ ଅନ୍ତର୍ଜାତୀୟ ଓ ଜାତୀୟ ପ୍ରତିଯୋଗିତା ଆୟୋଜନ କରି ସାରା ବିଶ୍ୱରେ ଓଡିଶାକୁ ପରିଚିତ କରାଇଥିବା ବେଳେ ନୂଆ ସରକାର ହେବା ପରଠୁ ଦେଖିବାକୁ ମିଳୁନି ଏହି ଦୃଶ୍ୟ l ଏତେ ସଂଖ୍ୟାରେ ଭିତ୍ତିଭୂମି ଥାଇ ମଧ୍ୟ କ୍ରୀଡ଼ାବିତ ସୃଷ୍ଟି ନହେବା ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚା l ପୂର୍ବ ସରକାରଙ୍କ ଭଳି ବର୍ତ୍ତମାନ ସରକାରଙ୍କ ଫୋକସ ଭିତ୍ତିଭୂମିର ବିକାଶ l ଏଥିପାଇଁ ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ ହେବ ବୋଲି ମଧ୍ୟ ଘୋଷଣା ସରିଛି, ମାତ୍ର ରାଜ୍ୟରେ କିପରି କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ହେବ ସେ ଦିଗରେ ନିଘା ନାହିଁ l କ୍ରିକେଟ, ହକି, ଫୁଟବଲ ହେଉକି ଅନ୍ୟ କ୍ରୀଡା ସବୁଠି ଏବେ ଚାଲିଛି ରାଜ୍ୟର ଡାଉନଫଲ । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏହି ଭିଜନରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି l
𝗜𝘁'𝘀 𝗔𝗻𝗶𝗺𝗲𝘀𝗵 𝗦𝗵𝗼𝘄!#Odisha's Animesh Kujur brings glory for the country as he clinched 1st place in Men's 200m Run at the World Athletics Continental Tour Bronze.
— Odisha Sports (@sports_odisha) August 10, 2025
Huge congratulations, Animesh! pic.twitter.com/lsWhqIz20a
ଅଶୋକ ମହାନ୍ତି କହିଛନ୍ତି, "ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ କିଛି ଖେଳା ଯାଇଛି। ହେଲେ 2026ରେ ବଡ଼ ବଡ଼ ଇଭେଣ୍ଟ ରହିଛି l କିନ୍ତୁ ପ୍ରତ୍ୟେକ ଇଭେଣ୍ଟରେ ଯେଉଁ ମାହୋଲ ତିଆରି କରାଯାଉଛି ଓଡ଼ିଶାରେ ସେହି ହିସାବରେ ରେଜଲ୍ଟ ହେଉନାହିଁ l ଟେବୁଲ ଟେନିସରେ ଓଡିଶା ଭଲ କରିଥିଲା l ଆଗକୁ ଅଛି ହକି ଚାମ୍ପିଅନ୍ ସିପ୍, ଆଶା ରହିଛି ଓଡ଼ିଆ ଖେଳାଳି ଭଲ ପ୍ରଦର୍ଶନ କରିବେ l"
ଓଡ଼ିଶା କ୍ରୀଡା଼ରେ 2025 ଯେଉଁ ଫଳ ପ୍ରଦାନ କରିଛି ନିଶ୍ଚିତ ସ୍ବାଗତଯୋଗ୍ୟ । ତେବେ 2026ରେ ଉଭୟ କ୍ରୀଡ଼ାବିତ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଅଧିକ ସଫଳତା କାମନା କରୁଛନ୍ତି କ୍ରୀଡ଼ା ପ୍ରେମୀ ।
ଏହା ମଧ୍ୟ ପଢ଼ନ୍ତୁ....
Yearender 2025: ଭାରତୀୟ କ୍ରିକେଟ୍ ପାଇଁ ସ୍ୱପ୍ନର ବର୍ଷ, ବିଭିନ୍ନ ଫର୍ମାଟରେ ଜିତିଛି ପ୍ରମୁଖ ଟ୍ରଫି
ଓଡ଼ିଶା '25' ପଲିଟିକ୍ସ: ବିଜେପି ପାଇଁ ଥିଲା ଅଗ୍ନି ପରୀକ୍ଷା, ବିଜେଡିରେ ବିଦ୍ରୋହ, କଂଗ୍ରେସ କ୍ୟାମ୍ପରେ କେଁ ?
Yearender 2025: ରେଜ୍ ବେଟ୍ଠୁ ଅରା ଫାର୍ମିଂ, 2025ରେ ଟ୍ରେଣ୍ଡିଂରେ ରହିଲା ଏହି ଶବ୍ଦ
Yearender 2025: ଦେଶକୁ ଥରାଇ ଦେଇଛି ଏହି ସବୁ ବଡ ଘଟଣା, ଯାଇଛି ଶହ ଶହ ଲୋକଙ୍କ ଜୀବନ
ଇଟିଭି ଭାରତ, ଭୁବନେଶ୍ୱର

