Norway Chess: କ୍ଲାସିକାଲ୍ ମୁକାବିଲାରେ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କଲେ ଗୁକେଶ, ମହିଳା ବର୍ଗରେ ଶୀର୍ଷରେ ଦିବ୍ୟା
Norway Chess 2026: ନରୱେ ଚେସ୍ ୨୦୨୬ ଟୁର୍ଣ୍ଣାମେଣ୍ଟର ପଞ୍ଚମ ରାଉଣ୍ଡରେ ପୁଣି ଥରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି।

Published : May 31, 2026 at 4:03 PM IST
Norway Chess 2026, ହାଇଦ୍ରାବାଦ: ନରୱେ ଚେସ୍ ୨୦୨୬ ଟୁର୍ଣ୍ଣାମେଣ୍ଟର ପଞ୍ଚମ ରାଉଣ୍ଡରେ ପୁଣି ଥରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ପୁରୁଷ ବର୍ଗରେ ବିଶ୍ୱ ଚାମ୍ପିଅନ ଡି. ଗୁକେଶ ଏକ ଅଲ୍-ଇଣ୍ଡିଆନ (ସମ୍ପୂର୍ଣ୍ଣ ଭାରତୀୟ) ମୁକାବିଲାରେ ଆର. ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛନ୍ତି ଅନ୍ୟପଟେ ମହିଳା ବର୍ଗରେ ଭାରତର ଦିବ୍ୟା ଦେଶମୁଖ ବିଜୟୀ ହୋଇ ଅଙ୍କ ତାଲିକାରେ ଏକକ ଅଗ୍ରଣୀ ହାସଲ କରିଛନ୍ତି।
ଅଲ୍-ଇଣ୍ଡିଆନ୍ ମୁକାବିଲାରେ ଗୁକେଶଙ୍କ ବିଜୟ:
ପଞ୍ଚମ ରାଉଣ୍ଡର ସବୁଠାରୁ ଚର୍ଚ୍ଚିତ ମୁକାବିଲା ଭାରତର ଦୁଇ ଯୁବ ଗ୍ରାଣ୍ଡମାଷ୍ଟର ଗୁକେଶ ଏବଂ ପ୍ରଜ୍ଞାନନ୍ଦଙ୍କ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ର ଅଧିକାଂଶ ଭାଗରେ ପ୍ରଜ୍ଞାନନ୍ଦ ଭଲ ସ୍ଥିତିରେ ଥିବା ଜଣାପଡ଼ୁଥିଲେ ଏବଂ ସେ ଖେଳ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିଥିଲେ। ଶେଷ ପର୍ଯ୍ୟାୟରେ ଗୁକେଶ ସୁଯୋଗର ସଦୁପଯୋଗ କରିଥିଲେ। ସମୟର ଚାପ ଏବଂ ବଢ଼ୁଥିବା ମାନସିକ ଚାପ ମଧ୍ୟରେ ପ୍ରଜ୍ଞାନନ୍ଦ ନିଜର ଅଗ୍ରଣୀ ସ୍ଥିତିକୁ ବଜାୟ ରଖିପାରିନଥିଲେ। ଏହାପରେ ଗୁକେଶ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିନେଇଥିଲେ ଏବଂ ବିଜୟୀ ହେବାରେ ସଫଳ ହୋଇଥିଲେ।
5 rounds in the books, half the tournament done and what a round it was 🤯
— Norway Chess (@NorwayChess) May 31, 2026
The emotions were everywhere. Gukesh taking down Pragg, the relief written all over his face 😌
And Magnus having his 3rd classical loss in one tournament 🙃 #NorwayChess
📷 NorwayChess / Michal… pic.twitter.com/2AoLv6DTug
ମହିଳା ବର୍ଗରେ ଦିବ୍ୟା ଦେଶମୁଖଙ୍କ ଚମତ୍କାର ପ୍ରଦର୍ଶନ:
ଭାରତର ଦିବ୍ୟା ଦେଶମୁଖ ମହିଳା ବର୍ଗରେ ଜୁ ଜିନର୍ଙ୍କୁ ପରାସ୍ତ କରି ଦିନର ଏକମାତ୍ର କ୍ଲାସିକାଲ୍ ବିଜୟ ହାସଲ କରିଛନ୍ତି। ଏହି ମୁକାବିଲା ଦୀର୍ଘ ସମୟ ଧରି ବରାବର ସ୍ଥିତିରେ ରହିଥିଲା, କିନ୍ତୁ ସମୟର ଅଭାବ ଥିବା ଶେଷ ପର୍ଯ୍ୟାୟରେ ଦିବ୍ୟା ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଏବଂ ନିଜର ଅଗ୍ରଣୀ ସ୍ଥିତିକୁ ବିଜୟରେ ପରିଣତ କରିଥିଲେ। ଏହି ବିଜୟ ସହ ଦିବ୍ୟା ଟୁର୍ନାମେଣ୍ଟର ଦ୍ୱିତୀୟ ଭାଗରେ ପ୍ରବେଶ କରିବା ପୂର୍ବରୁ ପଏଣ୍ଟ ତାଲିକାରେ ଏକକ ଭାବେ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି।
Divya Deshmukh scores her first classical win at Norway Chess Women 2026! After landing in a tough position out of the opening, Divya kept fighting, managed to outplay Zhu Jiner in the Rook and minor piece endgame with very little time on the clock, and went on to win with the… pic.twitter.com/SJyB7a7tQI
— ChessBase India (@ChessbaseIndia) May 30, 2026
ହମ୍ପିଙ୍କୁ ଆର୍ମାଗେଡନରେ ମିଳିଲା ସଫଳତା: ଅନ୍ୟ ଏକ ମୁକାବିଲାରେ ୟୁକ୍ରେନର ଅନ୍ନା ମୁଜିଚୁକ୍ ଏବଂ ବିବିସାରା ଅସ୍ସାଉବାୟେଭାଙ୍କ ମଧ୍ୟରେ କ୍ଲାସିକାଲ୍ ଗେମ୍ ଡ୍ର’ ରହିଥିଲା। ପରେ ଆର୍ମାଗେଡନ୍ ଟାଇବ୍ରେକରେ ମୁଜିଚୁକ୍ ବିଜୟ ହାସଲ କରି ଅତିରିକ୍ତ ପଏଣ୍ଟ ପାଇଥିଲେ। ସେହିପରି ବର୍ତ୍ତମାନର ମହିଳା ବିଶ୍ୱ ଚାମ୍ପିଅନ ଜୁ ୱେନଜୁନ୍ ଏବଂ ଭାରତର କୋନେରୁ ହମ୍ପିଙ୍କ ମଧ୍ୟରେ ମଧ୍ୟ କ୍ଲାସିକାଲ୍ ମୁକାବିଲା ଡ୍ର’ ହୋଇଥିଲା। ଦୁଇ ଖେଳାଳିଙ୍କ ମଧ୍ୟରେ ରଣନୀତିକ ଲଢ଼େଇ ଦେଖିବାକୁ ମିଳିଥିଲା, କିନ୍ତୁ କେହି ବି ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିପାରିନଥିଲେ। ଏହାପରେ ମୁକାବିଲା ଆର୍ମାଗେଡନରେ ପହଞ୍ଚିଥିଲା। ଯେଉଁଠାରେ ହମ୍ପି ଚମତ୍କାର ପ୍ରଦର୍ଶନ କରି ବିଜୟୀ ହେବା ସହ ଅତିରିକ୍ତ ପଏଣ୍ଟ ନିଜ ନାମରେ କରିଥିଲେ।
ତୃତୀୟ ସେଟ୍ରେ ଦୁଇ ଖେଳାଳି ଅନେକ ଥର ନିଜର ସର୍ଭିସ୍ ଗେମ୍ ବଞ୍ଚାଇବାରେ ସଫଳ ହୋଇଥିଲେ। ଏହାପରେ ପ୍ୟାରୀ, ଅନିସିମୋଭାଙ୍କ ସର୍ଭିସ୍ ଭାଙ୍ଗି (ବ୍ରେକ୍ କରି) ୪-୩ ରେ ଅଗ୍ରଣୀ ହାସଲ କରିନେଇଥିଲେ, କିନ୍ତୁ ଅନିସିମୋଭା ତୁରନ୍ତ ପ୍ରତ୍ୟାବର୍ତ୍ତନ କରି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ। ଏହାପରେ ମଧ୍ୟ ମୁକାବିଲା ବରାବର ସ୍ଥିତିରେ ଚାଲିଥିଲା ଏବଂ ଶେଷରେ ଟାଇବ୍ରେକ୍ ମାଧ୍ୟମରେ ମ୍ୟାଚ୍ର ନିଷ୍ପତ୍ତି ହୋଇଥିଲା। ଟାଇବ୍ରେକ୍ରେ ପ୍ୟାରୀ ଚମତ୍କାର ଖେଳ ପ୍ରଦର୍ଶନ କରି ୧୦-୩ ରେ ବିଜୟ ହାସଲ କରିବା ସହ ମ୍ୟାଚ୍କୁ ନିଜ ନାମରେ କରିନେଇଥିଲେ।

