ETV Bharat / sports

କ୍ରିକେଟ୍ ମଇଦାନରେ ଚମତ୍କାର: ୪ ବଲ୍‌ରେ ୪ ୱିକେଟ୍ ନେଇ ଇତିହାସ ରଚିଲେ ଏହି ଖେଳାଳି!

ଆମାରିକାରେ ଖେଳାଯାଉଥିବା ମେଜର ଲିଗ୍ କ୍ରିକେଟ୍ ୨୦୨୬ରେ ଶ୍ରୀଲଙ୍କାର ଅଲରାଉଣ୍ଡର ନିଜ ବୋଲିଂ ବଳରେ ଏମିତି ଏକ ଚମତ୍କାର କରି ଦେଖାଇଛନ୍ତି, ଯାହାର ଉଦାହରଣ କ୍ରିକେଟ୍ ଇତିହାସରେ ସଦାସର୍ବଦା ଦିଆଯିବ।

Dasun Shanaka 4 Wickets in Last Over
୪ ବଲ୍‌ରେ ୪ ୱିକେଟ୍ ନେଇ ଇତିହାସ ରଚିଲେ ଏହି ଖେଳାଳି! (IANS)
author img

By ETV Bharat Sports Team

Published : July 6, 2026 at 12:58 PM IST

2 Min Read
Choose ETV Bharat

MLC 2026: କ୍ରିକେଟରେ ହ୍ୟାଟ୍ରିକ୍ ନେବା ସହଜ ନୁହେଁ। ବହୁତ କମ୍ ବୋଲର ହିଁ ଏହି କାମ କରିପାରନ୍ତି। ହ୍ୟାଟ୍ରିକ ଅର୍ଥାତ୍ ତିନୋଟି ବଲ୍‌ରେ କ୍ରମାଗତ ତିନୋଟି ୱିକେଟ୍। ଶ୍ରୀଲଙ୍କାର ଜଣେ ଖେଳାଳି ତ ଏହାଠାରୁ ମଧ୍ୟ ବଡ଼ କାମ କରି ଦେଖାଇଛନ୍ତି। ଏହି ବୋଲର ଜଣକ ଚାରୋଟି ବଲ୍‌ରେ ଚାରୋଟି ୱିକେଟ୍ ନେଇ ରେକର୍ଡ କରିଛନ୍ତି। ଏହି ଖେଳାଳିଙ୍କ ନାମ ହେଉଛି ଦାସୁନ୍ ଶନକା।

ମେଜର ଲିଗ୍ କ୍ରିକେଟ୍ ୨୦୨୬ରେ ଶ୍ରୀଲଙ୍କାର ଅଲରାଉଣ୍ଡର ଦାସୁନ୍ ଶନକା ନିଜ ବୋଲିଂ ବଳରେ ଏମିତି ଏକ ଚମତ୍କାର କରି ଦେଖାଇଛନ୍ତି, ଯାହାର ଉଦାହରଣ କ୍ରିକେଟ୍ ଇତିହାସରେ ସଦାସର୍ବଦା ଦିଆଯିବ। ସିଆଟଲ୍ ଓରକାସ ପକ୍ଷରୁ ଖେଳୁଥିବା ଶନକା, ଚେନ୍ନାଇ ସୁପର କିଙ୍ଗସର ଆମେରିକୀୟ ଫ୍ରାଞ୍ଚାଇଜ୍ ଟେକ୍ସାସ ସୁପର କିଙ୍ଗସ ବିପକ୍ଷରେ ଶେଷ ଓଭରରେ ୪ଟି ବଲ୍‌ରେ କ୍ରମାଗତ ୪ଟି ୱିକେଟ୍ ନେଇ ନିଜ ଦଳକୁ ୯ ରନ୍‌ରେ ଏକ ରୋମାଞ୍ଚକର ବିଜୟ ଦେଇଛନ୍ତି। ଦଳ ଜିତିବା ପାଇଁ ମାତ୍ର ୧୨୨ ରନ୍‌ର ଛୋଟ ଲକ୍ଷ୍ୟକୁ ପିଛା କରୁଥିବା ଟେକ୍ସାସ ସୁପର କିଙ୍ଗସ ଦଳ ୧୯ତମ ଓଭର ପର୍ଯ୍ୟନ୍ତ ମଜବୁତ ସ୍ଥିତିରେ ଥିଲା ଏବଂ ଶେଷ ଓଭରରେ ଜିତିବା ପାଇଁ ତାକୁ ମାତ୍ର ୧୫ ରନ୍ ଆବଶ୍ୟକ ଥିଲା।

ଶେଷ ଓଭରରେ ଶନକାଙ୍କୁ ୧୫ ରନ୍ ବଞ୍ଚାଇବାର ଥିଲା। ପ୍ରଥମ ବଲ୍‌ରେ ଚୌକା ଖାଇବା ପରେ ଶନକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଦ୍ୱିତୀୟ ବଲ୍‌ରେ ସେ ମାତ୍ର ଏକ ରନ୍ ଦେଇଥିଲେ ଏବଂ ଏହାପରେ ଆଗାମୀ ଚାରୋଟି ବଲ୍‌ରେ ଚାରୋଟି ୱିକେଟ୍ ନେଇ ସୁପର କିଙ୍ଗସକୁ ପରାଜୟର ମୁହଁକୁ ଠେଲି ଦେଇଥିଲେ। ଶନକା ପ୍ରଥମେ ଡୋନୋଭାନ୍ ଫେରେରାଙ୍କୁ ଆଉଟ୍ କରିଥିଲେ। ତାଙ୍କ ପରେ କାଲଭିନ୍ ସାଭେଜ୍‌ଙ୍କୁ ଆଉଟ୍ କରିଥିଲେ। ଏହା ପରେ ଆଡାମ ମିଲ୍‌ନେଙ୍କୁ ଆଉଟ୍ କରି ଶନକା ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ। ଶେଷ ବଲ୍‌ରେ ସେ ଅମସି ଡି ସିଲଭାଙ୍କୁ ପଭିଲିୟନ୍ ପଠାଇ ନିଜ ଦଳକୁ ବିଜୟ ଦେଇଥିଲେ।

ଟେକ୍ସାସ ପାଇଁ ସବୁଠାରୁ ଅଧିକ ୪୪ ରନ୍ ଶୁଭମ ରଞ୍ଜନେ କରିଥିଲେ। ସେ ୪୪ଟି ବଲ୍‌ରେ ୪୦ ରନ୍‌ର ଏକ ପାରି ଖେଳିଥିଲେ। ଯେଉଁଥିରେ ପାଞ୍ଚଟି ଚୌକା ସାମିଲ ଥିଲା। ତାଙ୍କ ବ୍ୟତୀତ ଫେରେରା ୨୨ ରନ୍‌ର ଯୋଗଦାନ ଦେଇଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସି ୮ଟି ବଲ୍‌ରେ ୧୪ ରନ୍ କରିଥିଲେ। ଶନକାଙ୍କ ବ୍ୟତୀତ ସିଆଟଲ୍ ପକ୍ଷରୁ ଓଟନିଲ୍ ବାର୍ଟମ୍ୟାନ୍ ତିନୋଟି ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ରନ୍ କରିବା ବହୁତ କଷ୍ଟକର ଥିଲା। ସିଆଟଲ୍ ପକ୍ଷରୁ ମଧ୍ୟ କୌଣସି ଜଣେ ଖେଳାଳି ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। କ୍ୟାମେରନ୍ ଗେନନ୍ ୨୧ଟି ବଲ୍‌ରେ ୨୦ ରନ୍ କରି ଦଳ ତରଫରୁ ସର୍ବୋଚ୍ଚ ସ୍କୋରର ରହିଥିଲେ। ଅଲ୍ଲୀ ଶେଖ୍ ୧୮ ରନ୍ କରିଥିଲେ। ଶନକା ମଧ୍ୟ ୧୬ ରନ୍‌ର ଯୋଗଦାନ ଦେଇଥିଲେ। ଟେକ୍ସାସ ପକ୍ଷରୁ ଅମସି ଡି ସିଲଭା ତିନୋଟି ୱିକେଟ୍ ନେଇଥିଲେ। ଆଡାମ ମିଲ୍‌ନେଙ୍କ ଭାଗରେ ଦୁଇଟି ୱିକେଟ୍ ଆସିଥିଲା।

ଏହା ମଧ୍ୟ ପଢ଼ନ୍ତୁ:

ଏଲିସ୍ ପେରୀଙ୍କ ବିଶ୍ୱ ରେକର୍ଡ: ୯ଟି ଆଇସିସି ଟ୍ରଫି ଜିତିବାରେ ଦୁନିଆର ପ୍ରଥମ କ୍ରିକେଟର

ପିସିବି ନେଲା ବଡ଼ ନିଷ୍ପତ୍ତି: ପାକିସ୍ତାନ ଦଳର ଅଧିନାୟକ ହେଲେ ବାବର ଆଜମ; ବାଦ ପଡ଼ିଲେ ଶାହୀନ ଆଫ୍ରିଦି

ଅକ୍ଷର ପଟେଲ ମାରିଲେ ଐତିହାସିକ 'ଶତକ'; କୌଣସି ଭାରତୀୟ ସ୍ପିନର କରି ପାରିନାହାନ୍ତି ଏପରି କୀର୍ତ୍ତିମାନ