IND Vs SA Live Score: 111 ରନରେ ଅଲଆଉଟ୍ ଭାରତ, 76 ରନରେ ଜିତିଲା ଦକ୍ଷିଣ ଆଫ୍ରିକା

Published : February 22, 2026 at 5:24 PM IST
|Updated : February 22, 2026 at 10:48 PM IST
India vs South Africa Live: ଆଜି ଟି-୨୦ ବିଶ୍ୱକପର ତୃତୀୟ ସୁପର-୮ ମ୍ୟାଚ୍ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୧୮୭ ରନ୍ କରିଛି। ଦକ୍ଷିଣ ଆଫ୍ରିକା ନିଜ ଦଳରେ ଆଜି ଚାରିଟି ପରିବର୍ତ୍ତନ କରିଥିଲା, କିନ୍ତୁ ଭାରତ କୌଣସି ନିଜ ଦଳକୁ ଅପରିବର୍ତ୍ତିତ ରଖି ମ୍ୟାଚ୍ ଖେଳୁଛି। ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୧୮୮ ରନ୍ କରିବାକୁ ପଡ଼ିବ।
LIVE FEED
76 ରନରେ ଜିତିଲା ଦକ୍ଷିଣ ଆଫ୍ରିକା
ସୁପର-8 ମୁକାବିଲାରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଟିମ୍ ଆଗରେ ଆତ୍ମସମର୍ପଣ କରିଛି । 188 ରନ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଟିମ୍ ମାତ୍ର 111 ରନରେ ଅଲଆଉଟ୍ ହୋଇଯାଇଛି । ଦଳର ସମସ୍ତ ବ୍ୟାଟର ଫେଲ ମାରିଥିଲେ । ଟପ୍ ଅର୍ଡରଠୁ ଆରମ୍ଭ କରି ମଧ୍ୟକ୍ରମ ଏବଂ ଟେଲ୍ ଏଣ୍ଡର ବ୍ୟାଟର ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଖେଳିପାରିନଥିଲେ । ଦୁବେ 42 ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟର ଫେଲ ମାରିଥିଲେ । ତେବେ ଏହି ମ୍ୟାଚକୁ 76 ରନରେ ଜିତିଛି ଅତିଥି ଟିମ୍ ଦକ୍ଷିଣ ଆଫ୍ରିକା ।
10 ଓଭରରେ 5 ଓ୍ବିକେଟର ପତନ
10 ଓଭର ସମାପ୍ତ ବେଳକୁ ଭାରତ 5 ଓ୍ବିକେଟ ହରାଇ ମାତ୍ର 57 ରନ ସ୍କୋର କରିଛି ।
ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ
188 ରନ ଟାର୍ଗେଟ ପିଛା କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଘରୋଇ ଟିମ୍ ମାତ୍ର 45 ରନରେ 4ଟି ଓ୍ବିକେଟ ହରାଇଛି । ଓଭର 7.4 ବଲରେ ଭାରତ ଦୁଇ ଓପନରଙ୍କ ସମେତ ମଧ୍ୟକ୍ରମର ଦୁଇ ବ୍ୟାଟରଙ୍କୁ ହରାଇଛି । କ୍ରିଜରେ ବର୍ତ୍ତମାନ ଅଧିନାୟକ ସୂର୍ଯ୍ୟକୁମାର ଏବଂ ଦୁବେ ବ୍ୟାଟିଂ ଜାରି ରିଖିଛନ୍ତି ।
IND Vs SA Live: ଭାରତକୁ ୧୮୮ ରନର ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା
ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୧୮୭ ରନ୍ କରିଛି। ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୧୮୮ ରନ୍ କରିବାକୁ ପଡ଼ିବ।
IND Vs SA Live: ଦକ୍ଷିଣ ଆଫ୍ରିକାକୁ ଲାଗିଲା ଷଷ୍ଠ ଝଟକା
ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ମାର୍କୋ ଜନସନ୍ ବ୍ୟାଟିଂରେ କିଛି ବିଶେଷ କରିପାରି ନାହାଁନ୍ତି। ସେ ୬ ବଲ୍ରେ ୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇଛନ୍ତି। ସ୍କୋରକାର୍ଡ: ୧୬୪/୬ (୧୮ ଓଭର୍)
IND Vs SA Live: ଦକ୍ଷିଣ ଆଫ୍ରିକା ହରାଇଲା ନିଜର ପଞ୍ଚମ ୱିକେଟ୍
ଦକ୍ଷିଣ ଆଫ୍ରିକା ନିଜର ପଞ୍ଚମ ୱିକେଟ୍ ହରାଇଛି। ଡେଭିଡ୍ ମିଲରକୁ ୬୩(୩୫) ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ଏହି ବଡ଼ ସଫଳତା ଦେଇଛନ୍ତି।
IND Vs SA Live: ଦୁବେ ଦେଲେ ଭାରତକୁ ଚତୁର୍ଥ ସଫଳତା
ଦକ୍ଷିଣ ଆଫ୍ରିକା ନିଜର ଚତୁର୍ଥ ୱିକେଟ୍ ହରାଇଛି। ଡେୱାଲ୍ଡ ବ୍ରେଭିସ୍ ୨୯ ବଲରେ ୪୫ ରନ୍ କରି ଆଉଟ୍ ହୋଇଛନ୍ତି।
IND Vs SA Live: ୧୦ ଓଭର ପରେ ଦକ୍ଷିଣ ଆଫ୍ରିକାର ସ୍କୋର ୮୪ ରନ୍
୧୦ ଓଭର ଖେଳ ଶେଷ ହୋଇଛି ଏବଂ ଦକ୍ଷିଣ ଆଫ୍ରିକା ତିନୋଟି ୱିକେଟ୍ ହରାଇ ୮୪ ରନ୍ କରିଛି। ଡେଭିଡ୍ ମିଲର୍ ଓ ଡେୱାଲ୍ଡ ବ୍ରେଭିସ୍ ବର୍ତ୍ତମାନ କ୍ରିଜ୍ରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ତୃତୀୟ ୱିକେଟ୍ ୨୦ ରନ୍ ରେ ପଡ଼ିଥିଲା କିନ୍ତୁ ମିଲର୍ ଏବଂ ବ୍ରେଭିସ୍ ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇବା ପାଇଁ ଏକ ଦୃଢ଼ ଭାଗୀଦାରି କରିଛନ୍ତି।
IND Vs SA Live: ବୁମ୍ରା ଦେଲେ ଭାରତକୁ ତୃତୀୟ ସଫଳତା
ଜସପ୍ରିତ ବୁମ୍ରା ଆଉ ଏକ ୱିକେଟ୍ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଏବେ ତିନୋଟି ୱିକେଟ୍ ହରାଇଛି। ବୁମ୍ରା ଦୁଇଟି ଏବଂ ଅର୍ଶଦୀପଙ୍କ ଗୋଟିଏ ଲେଖାଁଏ ୱିକେଟ୍ ନେଇଛନ୍ତି। ବୁମ୍ରା ରିଆନ୍ ରିକେଲଟନଙ୍କୁ ଆଉଟ୍ କରିଛନ୍ତି। ରିକେଲଟନ ସାତଟି ବଲ୍ ରୁ କେବଳ ସାତ ରନ୍ କରିପାରିଥିଲେ। ସ୍କୋରକାର୍ଡ: ୩୧/୩ (୫ ଓଭର)
IND Vs SA Live: ଦକ୍ଷିଣ ଆଫ୍ରିକାକୁ ଡବଲ୍ ଝଟକା
ଦକ୍ଷିଣ ଆଫ୍ରିକାକୁ ଦୁଇଟି ଝଟକା ଲାଗିଛି। ଡି କକ୍ ପରେ ଅଧିନାୟକ ମାର୍କରମ ମଧ୍ୟ ଆଉଟ୍ ହୋଇଛନ୍ତି। ଅର୍ଶଦୀପ ସିଂ ଭାରତକୁ ଦ୍ୱିତୀୟ ସଫଳତା ଦେଇଛନ୍ତି।
IND Vs SA Live: ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟକା
ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ୱିକେଟ୍ ହରାଇଛି, କ୍ୱିଣ୍ଟନ୍ ଡି କକ୍ ୬ ରନ୍ କରି ଜସପ୍ରିତ ବୁମ୍ରାଙ୍କ ଦ୍ୱାରା ଆଉଟ୍ ହୋଇଛନ୍ତି।
IND Vs SA Live Score: ଉଭୟ ଦଳର ପ୍ଲେଇଂ ଇଲେଭେନ
ଭାରତର ପ୍ଲେଇଂ ଇଲେଭେନ୍: ଅଭିଷେକ ଶର୍ମା, ଇଶାନ କିଶାନ (ୱିକେଟ୍ କିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।
ଦକ୍ଷିଣ ଆଫ୍ରିକାର ପ୍ଲେଇଂ ଇଲେଭେନ୍: ଆଡେନ ମାର୍କରମ (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ରିଆନ୍ ରିକେଲଟନ୍, ଡିୱାଲ୍ଡ ବ୍ରୁଇସ୍, ଡେଭିଡ ମିଲର, ଟ୍ରିଆଷ୍ଟ ଷ୍ଟବ୍ସ, ମାର୍କୋ ଜାନସେନ୍, କର୍ବିନ ବୋଶ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ନିଗିଡି।
IND Vs SA Live Score: ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା
ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ମାର୍କରମ କହିଛନ୍ତି, "ଆମେ ପ୍ରଥମେ ବ୍ୟାଟିଂ କରିବୁ।"
ଦୁଇ ଦଳର ସ୍କ୍ୱାର୍ଡ:
ଟିମ୍ ଇଣ୍ଡିଆ ସ୍କ୍ୱାଡ୍: ଇଶାନ କିଶାନ (ୱିକେଟ୍ କିପର୍), ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ସଞ୍ଜୁ ସାମସନ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ।
ଦକ୍ଷିଣ ଆଫ୍ରିକା ସ୍କ୍ୱାଡ୍: କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ଆଡେନ ମାର୍କ୍ରାମ (ଅଧିନାୟକ), ରିଆନ୍ ରିକେଲଟନ୍, ଡିୱାଲ୍ଡ ବ୍ରୁଇସ୍, ଡେଭିଡ ମିଲର, ଜସୋନ ସ୍ମିଥ, ମାର୍କୋ ଜନସେନ୍, କେଶବ ମହାରାଜ, କଗିସୋ ରବାଡା, ଅନ୍ରିଚ୍ ନୋର୍ଟଜେ, ଲୁଙ୍ଗି ନିଗିଡି, କର୍ବିନ ବୋଶ, ଜର୍ଜ ଲିଣ୍ଡେ, ଟ୍ରିଷ୍ଟାନ୍ ଷ୍ଟବ୍ସ, କ୍ୱେନା ମଫାକା।

