ETV Bharat / sports

IPL 2026 Final: ମହାମୁକାବିଲାରେ ମାତ୍‌ ଖାଇଲା ଗୁଜରାଟ: ପୁଣିଥରେ ଆଇପିଏଲ୍ ମୁକୁଟ ପିନ୍ଧିଲା ଆରସିବି

RCB vs GT IPL 2026 Final LIVE
ଆଇପିଏଲ୍ ୨୦୨୬ ର ଫାଇନାଲ୍ ମ୍ୟାଚ୍ (Etv Bharat)
author img

By ETV Bharat Sports Team

Published : May 31, 2026 at 7:13 PM IST

|

Updated : May 31, 2026 at 11:38 PM IST

Choose ETV Bharat

RCB vs GT IPL Final: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରବିବାର (୩୧ ମଇ) ଆଇପିଏଲ୍ ୨୦୨୬ ର ଟାଇଟଲ୍ ଜିତି ଇତିହାସ ରଚିଛି। ବେଙ୍ଗାଲୁରୁର କ୍ରମାଗତ (ବ୍ୟାକ୍ ଟୁ ବ୍ୟାକ୍) ଦ୍ୱିତୀୟ ଆଇପିଏଲ୍ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହି ବିଜୟ ସହ ଦଳ ମୁମ୍ବାଇ (୨୦୧୯, ୨୦୨୦) ଏବଂ ଚେନ୍ନାଇ (୨୦୧୦, ୨୦୧୧) ର ସେହି ସ୍ପେଶାଲ କ୍ଲବ୍‌ରେ ସାମିଲ ହୋଇଛି। ଯେଉଁମାନେ ଲଗାତାର ଦୁଇଥର ଆଇପିଏଲ୍ ଟାଇଟଲ୍ ଜିତିଛନ୍ତି। କହି ରଖୁଛୁ ଯେ ଆଇପିଏଲ୍ ୨୦୨୫ ର ଟାଇଟଲ୍ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହିଁ ଜିତିଥିଲା। ଯାହାକି ଦଳର ପ୍ରଥମ ଟାଇଟଲ୍ ଥିଲା।

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଆରସିବିର ଦ୍ରୁତ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷ କରି ରସିଖ ସଲାମ ଡାର୍, ଯିଏକି ୩ଟି ୱିକେଟ୍ ନେଇଛନ୍ତି। ଏହାପରେ ଚେଜ୍ ମାଷ୍ଟର ବିରାଟ କୋହଲି ୪୨ ବଲ୍‌ରେ ୭୫ ରନ୍‌ର ଏକ ଦମଦାର୍ ପାଳି ଖେଳିଥିଲେ। ସବୁଠାରୁ ଖାସ୍ କଥା ହେଉଛି କୋହଲି ଏକ ଛକା ମାରି ନିଜ ଦଳକୁ ଚାମ୍ପିଅନ୍ କରାଇଥିଲେ। ସେ ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ମଧ୍ୟ ରହିଥିଲେ।

୧୫୬ ରନ୍‌ର ପିଛା କରି ଆରସିବି ଦଳ ଏକ ଜବରଦସ୍ତ ଆରମ୍ଭ କରିଥିଲା। ଭେଙ୍କଟେଶ ଆୟର ୧୬ ବଲ୍‌ରେ ୩୨ ରନ୍ କରି ସିରାଜଙ୍କ ବଲ୍‌ରେ ରବାଡାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଆସିଥିବା ଦେବଦତ୍ତ ପଡ଼ିକ୍କଲ ମାତ୍ର ୧ ରନ୍ କରି କାଗିସୋ ରବାଡାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଯାହାକି ରବାଡାଙ୍କର ଏହି ଆଇପିଏଲ୍‌ର ୨୯ତମ ୱିକେଟ୍ ଥିଲା। ୮୯ ରନ୍‌ରେ ଆରସିବିର ତୃତୀୟ ୱିକେଟ୍ ରଜତ ପାଟିଦାର (୧୫) ଙ୍କ ରୂପରେ ପଡ଼ିଥିଲା। ତାଙ୍କୁ ରାଶିଦ ଖାନ ନିଜର ପ୍ରଥମ ଓଭରରେ ଆଉଟ୍ କରିଥିଲେ। ଏହାପରେ ସେହି ଓଭରରେ ହିଁ ସେ କୃଣାଳ ପାଣ୍ଡ୍ୟାଙ୍କୁ ଆଉଟ୍ କରି ଆରସିବିକୁ ଚତୁର୍ଥ ଝଟକା ଦେଇଥିଲେ। ଏହିପରି ଭାବେ ମ୍ୟାଚ୍‌ଟି ବେଶ୍ ରୋମାଞ୍ଚକର ହୋଇଯାଇଥିଲା।

ଯଦିଓ ବିରାଟ କୋହଲି ଗୋଟିଏ ପଟେ କ୍ରିଜ୍‌ରେ ତିଷ୍ଠି ରହିଥିଲେ ଏବଂ ସେ ମାତ୍ର ୨୫ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ଯେତେବେଳେ ଆରସିବି ଦଳ ଲକ୍ଷ୍ୟର ନିକଟତର ହେଉଥିଲା, ସେତିକିବେଳେ ଟିମ୍ ଡେଭିଡ୍ (୨୪) ଅରଶଦ ଖାନଙ୍କ ଶିକାର ବନିଥିଲେ। ଡେଭିଡ୍ ଆଉଟ୍ ହେବା ପରେ ଆରସିବିର ସ୍କୋର ୧୩୨/୫ ହୋଇଯାଇଥିଲା। ତେବେ ଏହାପରେ ଜିତେଶ ଶର୍ମା (୧୧ ରନ୍, ନଟ୍ ଆଉଟ୍) ଏବଂ ବିରାଟ କୋହଲି (୭୫ ରନ୍, ନଟ୍ ଆଉଟ୍) ନିଜ ଦଳକୁ ଜିତାଇ ହିଁ ଡଗ୍‌ଆଉଟ୍‌କୁ ଫେରିଥିଲେ। ଗୁଜରାଟ ପକ୍ଷରୁ ରାଶିଦ ଖାନ୍ ସବୁଠାରୁ ସଫଳ ବୋଲର ରହିଥିଲେ। ସେ ୨ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ।

LIVE FEED

10:58 PM, 31 May 2026 (IST)

13 ଓଭରରେ ସ୍କୋର 126 ରନ୍

ଆରସିବିକୁ ବିଜୟ ପାଇଁ ମାତ୍ର 30 ରନ ଆବଶ୍ୟକ । 42 ବଲରେ 30 ରନ ଆବଶ୍ୟକ । 13 ଓଭରରେ ଆରସିବି 156 ରନ୍ ଟାର୍ଗେଟ୍ ପିଛା କରି 4 ଓ୍ବିକେଟ ବିନିମୟରେ 126 ରନ ସ୍କୋର କରିଛି । କ୍ରିଜରେ କୋହଲି ଅର୍ଦ୍ଧଶତକ ମାରି ଅପରାଜିତ ଅଛନ୍ତି । ତେବେ ଦୁଇ ବ୍ୟାଟର ଟିମ୍ ଡେଭିଡ୍ ଏବଂ କୋହଲିଙ୍କ ମଧ୍ୟରେ 25 ବଲରେ 35 ରନର ଭାଗିଦାରୀ ହୋଇଛି ।

10:51 PM, 31 May 2026 (IST)

RCB vs GT IPL 2026 Final LIVE: 25 ବଲରେ ଅର୍ଦ୍ଧଶତକ ମାରିଲେ କୋହଲି-

ଆଇପିଏଲ ଫାଇନାଲରେ 25 ବଲରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି । 7 ଚୌକା ଏବଂ 2 ଛକା ସହାୟତାରେ 52 ରନ ସ୍କୋର କରି କ୍ରିଜରେ ବ୍ୟାଟିଂ ଜାରି ରଖିଛନ୍ତି କହୋଲି । ଆରସିବିକୁ ବିଜୟ ପାଇଁ ଆଉ ମାତ୍ର 43 ରନ ଆବଶ୍ୟକ । ଆରସିବିର ସ୍କୋର 114/4 ରହିଛି ।

10:40 PM, 31 May 2026 (IST)

RCB vs GT IPL 2026 Final LIVE: ଗୋଟିଏ ଓଭରରେ ଡବଲ ଝଟକା

ଆରସିବିକୁ ଗୋଟିଏ ଓଭରରେ ଡବଲ ଝଟକା ଦେଇଛନ୍ତି ରସିଦ ଖାନ । 9ମ ଓଭରରେ 2ଟି ମୂଲ୍ୟବାନ ଓ୍ବିକେଟ ନେଇଛନ୍ତି ରସିଦ । 13 ବଲ ଖେଳି କ୍ୟାପଟେନ୍ ପାଟିଦାର ଆଉଟ ହୋଇଥିବା ବେଳେ 2 ବଲ ଖେଳି ଆଉଟ ହୋଇଛନ୍ତି କୃନାଲ ପାଣ୍ଡ୍ୟା । ଆରସିବି 9 ଓଭରରେ 4 ଓ୍ବିକେଟ ହରାଇ 91 ରନ ସ୍କୋର କରିଛି । କୋହଲି 18 ବଲ ଖେଳି 40 ରନ ସ୍କୋର କରିଛନ୍ତି ।

10:17 PM, 31 May 2026 (IST)

RCB vs GT IPL 2026 Final LIVE: ପାଓ୍ୱାର ପ୍ଲେ'ରେ 70 ରନ୍

ପ୍ରଥମ 6 ଓଭରରେ ଆରସିବି 2 ଓ୍ୱିକେଟ ବିନିମୟରେ 70 ରନ ସ୍କୋର କରିଛି । କୋହଲି 12 ବଲ ଖେଳି 35 ରନ ସ୍କୋର କରିଛନ୍ତି । କୋହଲି 5ଟି ଚୌକା ଏବଂ 2ଟି ଛକା ମାରିଛନ୍ତି ।

10:17 PM, 31 May 2026 (IST)

RCB vs GT IPL 2026 Final LIVE: 2ୟ ଓ୍ୱିକେଟର ପତନ

5.1 ଓଭରରେ ଆରସିବିର 2ୟ ଓ୍ୱିକେଟ ପତନ ଘଟିଛି । ପାଡିକଲ 4ଟି ବଲ ଖେଳି ମାତ୍ର 1 ରନ ସ୍କୋର କରି ଆଉଟ ହୋଇଛନ୍ତି । କାଗିସୋ ରାବାଡାଙ୍କ ବଲରେ ଆଉଟ ହୋଇଛନ୍ତି ପାଡିକଲ । ଆରସିବିକୁ ବିଜୟ ପାଇଁ ଆଉ 92 ରନ ଆବଶ୍ୟକ ।

10:14 PM, 31 May 2026 (IST)

RCB vs GT IPL 2026 Final LIVE: ପ୍ରଥମ ଓ୍ୱିକେଟ ପତନ

62 ରନ ସ୍କୋରରେ ଆରସିବିର ପ୍ରଥମ ଓ୍ୱିକେଟ ପତନ ଘଟିଛି । ଆୟର 16 ବଲ ଖେଳି 32 ରନ ସ୍କୋର କରି ଆଉଟ ହୋଇଛନ୍ତି । ଗୁଜରାଟ ପାଇଁ ମହମ୍ମଦ ସିରାଜ ପ୍ରଥମ ଓ୍ବିକେଟ ହାସଲ କରିଛନ୍ତି । କ୍ରିଜରେ ବର୍ତ୍ତମାନ କୋହଲି 11 ବଲ ଖେଳି 29 ରନ ସ୍କୋର କରି ଅପରାଜିତ ଥିବା ବେଳେ ପାଡିକଲ 3 ବଲ ଖେଳି 1 ରନ ସ୍କୋର କରିଛନ୍ତି । 4.3 ଓଭରରେ ଆରସିବିର ପ୍ରଥମ ଓ୍ୱିକେଟ ପତନ ଘଟିଛି । ବିଜୟ ପାଇଁ ଆବଶ୍ୟକ 156 ରନ ।

10:05 PM, 31 May 2026 (IST)

RCB vs GT IPL 2026 Final LIVE: ବିନା ଓ୍ୱିକେଟରେ 50 ରନ୍

ଆରସିବି 156 ରନ୍ ଟାର୍ଗେଟ ପିଛା କରି ମାତ୍ର 3.3 ଓଭରରେ 50 ରନ ସ୍କୋର କରିଛି । ବିନା କୌଣସି କ୍ଷତିରେ 50 ରନ ସ୍କୋର କରିଛି ଆରସିବି । କୋହଲି 8 ବଲରୁ 23 ରନ ସ୍କୋର କରିଥିବା ବେଳେ ଭେଙ୍କଟେଶ ଆୟର 13 ବଲରୁ 26 ରନ ସ୍କୋର କରିଛନ୍ତି । ଗୁଜରାଟ ବୋଲରଙ୍କୁ ଆକ୍ରମଣ ଜାରି ରଖିଛନ୍ତି ଦୁଇ ଆରସିବି ଓପନର ।

9:41 PM, 31 May 2026 (IST)

RCB vs GT IPL 2026 Final LIVE: ଓ୍ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ, ସ୍କୋର 155/8

ଆଇପିଏଲ ଫାଇନାଲ ମ୍ୟାଚରେ ଆରସିବି ବୋଲରଙ୍କ ଜବରଦସ୍ତ ବୋଲିଂ । ଘରୋଇ ଟିମ୍ ଗୁଜରାଟକୁ ମାତ୍ର 155 ରନରେ ଅଟକାଇଛି ଅତିଥି ଟିମ୍ ଆରସିବି । 20 ଓଭର ବ୍ୟାଟିଂ କରି ଗୁଜରାଟ ବ୍ୟାଟର 8 ଓ୍ବିକେଟ ହରାଇ ମାତ୍ର 155 ରନ ସ୍କୋର କରିଛନ୍ତି । ଫାଇନାଲ ଫାଇଟରେ ଆରସିବି ବ୍ୟାଟରଙ୍କ ଆଗରେ 156 ରନ ଟାର୍ଗେଟ ରଖିଛି ଗୁଜରାଟ । ଏକମାତ୍ର ସଫଳ ବ୍ୟାଟର ଭାବେ ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦର ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ 37 ବଲରୁ 50 ରନ ସ୍କୋର କରିଥିବା ବେଳେ ଅନ୍ୟ ବ୍ୟାଟର କମାଲ କରିପାରି ନଥିଲେ । ଟପ୍ ଅର୍ଡର ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ।

ଏପଟେ ବୋଲିଂରେ ଦମ ଦେଖାଇଛନ୍ତି ଆରସିବି ବୋଲର । ଫାଇନାଲ ମ୍ୟାଚରେ ଦଳ 5 ଜଣ ବୋଲରଙ୍କୁ ବ୍ୟବହାର କରିଥିଲା । ସମସ୍ତ ବୋଲର ମାପିଚୁପି ବୋଲିଂ କରିଥିଲେ । ତେବେ 4 ଜଣ ବୋଲର ଓ୍ୱିକେଟ ହାସଲ କରିବାରେ ସକ୍ଷମ ହୋଇଥିଲେ ।

8:44 PM, 31 May 2026 (IST)

RCB vs GT IPL 2026 Final LIVE: ଗୁଜରାଟକୁ ପଞ୍ଚମ ଝଟକା

ଗୁଜରାଟ ଟାଇଟନ୍ସର ୫ମ ୱିକେଟ୍‌ର ପତନ ଘଟିଛି। ଜୋସ୍ ହେଜଲଉଡ୍ ଆରସିବିକୁ ଏହି ସଫଳତା ଦେଇଛନ୍ତି। ସେ ହାର୍ଡ ଲେନ୍ଥରେ ଏକ ସର୍ଟ ବଲ୍ ପକାଇଥିଲେ। ଅରଶଦ୍ ଖାନ୍ ପୁଲ୍ ଶଟ୍ ଖେଳିବାକୁ ଚେଷ୍ଟା କରି କ୍ୟାଚ୍ ଆଉଟ୍ ହୋଇଥିଲେ। ଅରଶଦ୍ ଖାନ୍ ୬ଟି ବଲ୍‌ରୁ ୧୫ ରନ୍‌ର ଏକ ଦ୍ରୁତ ପାରି ଖେଳିଥିଲେ। ଯେଉଁଥିରେ ୨ଟି ଛକା ସାମିଲ ଥିଲା।

8:41 PM, 31 May 2026 (IST)

RCB vs GT IPL 2026 Final LIVE: ଗୁଜରାଟକୁ ଚତୁର୍ଥ ଝଟକା

୧୩ତମ ଓଭରରେ ୭୩ ରନ୍ ସ୍କୋରରେ ଗୁଜରାଟ ଟାଇଟନ୍ସର ଚତୁର୍ଥ ୱିକେଟ୍ ପଡ଼ିଯାଇଛି। ଜୋସ୍ ବଟଲର ୨୩ଟି ବଲ୍‌ରୁ ୧୯ ରନ୍ କରି ଆଉଟ୍ ହୋଇଛନ୍ତି। କୃଣାଳ ପାଣ୍ଡ୍ୟା ତାଙ୍କୁ ପେଭିଲିୟନ ପଠାଇଛନ୍ତି।

8:14 PM, 31 May 2026 (IST)

RCB vs GT IPL 2026 Final LIVE: ଗୁଜରାଟର ତୃତୀୟ ୱିକେଟ୍ ପତନ

ରସିଖ୍ ଆରସିବିକୁ ତୃତୀୟ ସଫଳତା ଦେଇଛନ୍ତି। ସେ ପଡିକ୍କଲଙ୍କ ହାତରେ ନିଶାନ୍ତ ସିନ୍ଧୁଙ୍କୁ କ୍ୟାଚ୍ କରାଇଛନ୍ତି। ସିନ୍ଧୁ ୧୮ଟି ବଲ୍‌ରୁ ୨୦ ରନ୍ କରି ଆଉଟ୍ ହେଲେ। ଗୁଜରାଟ ମାତ୍ର ୫୫ ରନ୍ ସ୍କୋରରେ ତିନୋଟି ୱିକେଟ୍ ହରାଇ ସାରିଛି। ବର୍ତ୍ତମାନ ଜୋସ୍ ବଟଲରଙ୍କ ସାଥ୍ ଦେବା ପାଇଁ ୱାଶିଂଟନ୍ ସୁନ୍ଦର ପଡ଼ିଆକୁ ଆସିଛନ୍ତି।

8:05 PM, 31 May 2026 (IST)

RCB vs GT IPL 2026 Final LIVE: ୬ ଓଭର ପରେ ଗୁଜରାଟ ସ୍କୋର ୪୫/୨

୬ ଓଭର ସମାପ୍ତି ସୁଦ୍ଧା ଗୁଜରାଟ ଟାଇଟନ୍ସ ନିଜର ଦୁଇ ୱିକେଟ୍ ହରାଇ ୪୫ ରନ୍ ସ୍କୋର କରିଛି। ହେଜଲଉଡ୍ ଓ ଭୁବନେଶ୍ୱର ଗୋଟିଏ ଲେଖାଁଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି।

7:52 PM, 31 May 2026 (IST)

RCB vs GT IPL Final Live: ଗିଲ୍‌ଙ୍କ ପରେ ସାଇ ସୁଦର୍ଶନ ଆଉଟ୍

୨୬ ରନ୍‌ ସ୍କୋରରେ ଗୁଜରାଟ ଟାଇଟନ୍ସ ନିଜର ଦୁଇଟି ୱିକେଟ୍ ହରାଇ ସାରିଛି। ସାଈ ସୁଦର୍ଶନ ୧୨ଟି ବଲ୍‌ରୁ ୧୨ ରନ୍ କରି ଆଉଟ୍ ହୋଇଛନ୍ତି। ଭୁବନେଶ୍ୱର କୁମାର ତାଙ୍କୁ ପଭିଲିୟନ ପଠାଇଥିଲେ।

7:50 PM, 31 May 2026 (IST)

RCB vs GT IPL Final Live: ଗୁଜରାଟ ଟାଇଟନ୍ସର ପ୍ରଥମ ୱିକେଟ୍ ପତନ

ତୃତୀୟ ଓଭରରେ ଗୁଜରାଟ ଟାଇଟନ୍ସ ନିଜର ପ୍ରଥମ ୱିକେଟ୍ ହରାଇଛି। ଅଧିନାୟକ ଶୁବମନ ଗିଲ୍ ୮ଟି ବଲ୍‌ରୁ ୧୦ ରନ୍ କରି ଆଉଟ୍ ହୋଇଛନ୍ତି। ଜୋଶ ହେଜଲଉଡ୍‌ଙ୍କ ବଲ୍‌ରେ ରଜତ ପାଟିଦାର ତାଙ୍କର ଏକ ଚମତ୍କାର କ୍ୟାଚ୍ ଧରିଥିଲେ। ୨୨ ରନ୍‌ ସ୍କୋରରେ ଗୁଜରାଟର ପ୍ରଥମ ୱିକେଟ୍ ପଡ଼ିଛି।

7:11 PM, 31 May 2026 (IST)

ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ପାଇଁ ଉଭୟ ଦଳର ପ୍ଲେଇଙ୍ଗ -11

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ବିରାଟ କୋହଲି, ଦେବଦତ୍ତ ପଡ଼ିକ୍କଲ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ଟିମ୍ ଡେଭିଡ୍, କ୍ରୁଣାଳ ପାଣ୍ଡ୍ୟା, ରୋମାରିଓ ଶେଫର୍ଡ, ଭୁବନେଶ୍ୱର କୁମାର, ଜ୍ୟାକବ ଡଫି, ଜୋଶ ହେଜଲଉଡ୍, ରସିଖ ସଲାମ ଦାର।

ଗୁଜରାଟ ଟାଇଟନ୍ସ: ଶୁବମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ୍ ବଟଲର୍ (ୱିକେଟ୍ କିପର), ଜେସନ ହୋଲ୍ଡର, ୱାଶିଂଟନ ସୁନ୍ଦର, ରାହୁଲ ତେୱାତିଆ, ରାଶିଦ ଖାନ, ନିଶାନ୍ତ ସିନ୍ଧୁ, କଗିସୋ ରବାଡା, ଅରଶଦ ଖାନ, ମହମ୍ମଦ ସିରାଜ।

Last Updated : May 31, 2026 at 11:38 PM IST