IND vs WI: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ; ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ

Published : March 1, 2026 at 5:38 PM IST
|Updated : March 1, 2026 at 10:53 PM IST
India vs West Indies: ରବିବାର ଦିନ ଟି-୨୦ ବିଶ୍ୱକପ୍ ସୁପର ୮ ମ୍ୟାଚ୍ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ରେ ପହଞ୍ଚିଛି। ଭାରତ ଟି-୨୦ ବିଶ୍ୱକପ୍ ଇତିହାସରେ ନିଜର ସର୍ବୋଚ୍ଚ ଲକ୍ଷ୍ୟକୁ ମଧ୍ୟ ପିଛା କରି ଏହି ସଫଳତା ହାସଲ କରିଛି। ରବିବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ର ସୁପର ୮ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ୪ ୱିକେଟ୍ରେ ୧୯୫ ରନ୍ କରିଥିଲା। ଜବାବରେ ଭାରତ ଚାରି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଛି। ଭାରତ ୧୯.୨ ଓଭରରେ ୫ ୱିକେଟ୍ ହରାଇ ୧୯୯ ରନ୍ କରି ଏହି ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ୍ ସର୍ବାଧିକ ୯୭ ରନ୍ କରିଥିଲେ। ଟି-୨୦ ବିଶ୍ୱକପ୍ରେ ଭାରତର ପରବର୍ତ୍ତୀ ମ୍ୟାଚ୍ ମାର୍ଚ୍ଚ ୫ରେ ଇଂଲଣ୍ଡ ବିପକ୍ଷରେ ହେବ।
୧୯୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜ୍
ଟି-୨୦ ବିଶ୍ୱକପର ସୁପର-୮ର ଶେଷ ମ୍ୟାଚ୍ ରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ତରଫରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରୋଷ୍ଟନ୍ ଚେଜ୍ (୪୦) ଏବଂ ଶାଇ ହୋପ୍ (୩୨) ୱେଷ୍ଟଇଣ୍ଡିଜ୍ ପାଇଁ ୬୮ ରନ୍ ର ଓପନିଂ ପାର୍ଟନରସିପ୍ କରିଥିଲେ। ଭାରତ ପାଇଁ ଜସପ୍ରିତ ବୁମ୍ରା ୪ ଓଭରରେ ୩୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।
୧୯୬ ରନ୍ ର ଟାର୍ଗେଟକୁ ପିଛା କରି ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ୍ ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟଙ୍କ ମଧ୍ୟରେ ୨୯ ରନ୍ ର ଓପନିଂ ପାର୍ଟନରସିପ୍ ହୋଇଥିଲା। ଅଭିଷେକ କେବଳ ୧୦ ରନ୍ କରିପାରିଥିଲେ। ଇଶାନ୍ କିଶାନ୍ ୬ ବଲ୍ ରେ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୬ ବଲ୍ ରେ ୧୮ ରନ୍ କରି ଆଉଟ୍ ଥିଲେ। ତିଲକ ବର୍ମା ୧୫ ବଲ୍ ରେ ୨୭ ରନ୍ କରିବା ପରେ ପାଭିଲିୟନ ଫେରିଥିଲେ। ହାର୍ଦ୍ଦିକ୍ ପାଣ୍ଡ୍ୟା ୧୭ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ।
ପାୱାରପ୍ଲେରେ ୫୩ ରନ୍ କରିଥିଲା ଭାରତ
ପାୱାରପ୍ଲେରେ ଭାରତୀୟ ଦଳ ଦୁଇଟି ୱିକେଟ୍ ହରାଇଥିଲା। ଓପନର୍ ଅଭିଷେକ ଶର୍ମା ପୁଣି ଥରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ, ୧୧ ବଲ୍ ରେ ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଇଶାନ୍ କିଶାନ୍ ୬ ବଲ୍ ରେ ୧୦ ରନ୍ କରିଥିଲେ। ଭାରତ ୬ ଓଭରରେ ଦୁଇଟି ୱିକେଟ୍ ହରାଇ ୫୩ ରନ୍ କରିଥିଲା। ପାୱାରପ୍ଲେରେ ୱେଷ୍ଟଇଣ୍ଡିଜ୍ ପାଇଁ ଜାସନ୍ ହୋଲ୍ଡର୍ ଏବଂ ଆକିଲ୍ ୱିକେଟ୍ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରୁଥିବା ରୋଷ୍ଟନ୍ ଚେଜ୍ ଏବଂ ଶାଇ ହୋପ୍ ୱେଷ୍ଟଇଣ୍ଡିଜ୍ କୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ଏହି ଯୋଡ଼ି ୫୩ ବଲ୍ ରେ ପ୍ରଥମ ୱିକେଟ୍ ପାଇଁ ୬୮ ରନ୍ ର ଭାଗୀଦାରି କରିଥିଲେ। ହୋପ୍ ୩୩ ବଲ୍ ରେ ୩୨ ରନ୍ କରିବା ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ। ବୁମ୍ରା ସେହି ଓଭରରେ ଶିମରନ୍ ହେଟମାୟର (୨୭) ଏବଂ ରୋଷ୍ଟନ୍ ଚେଜ୍ (୪୦)ଙ୍କୁ ଆଉଟ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ରୁଥରଫୋର୍ଡଙ୍କୁ ଆଉଟ୍ କରିଥିଲେ। ପାୱେଲ୍ ଏବଂ ହୋଲ୍ଡର୍ ୩୫ ବଲ୍ ରେ ପଞ୍ଚମ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ। ରୋଭମ୍ୟାନ୍ ପାୱେଲ୍ ୧୯ ବଲ୍ ରୁ ୩୪ ଏବଂ ଜାସନ୍ ହୋଲ୍ଡର୍ ୨୨ ବଲ୍ ରୁ ୩୭ ରନ୍ କରିଥିଲେ। ଭାରତ ପକ୍ଷରୁ ବୁମ୍ରା ତିନୋଟି ୱିକେଟ୍ ନେଇଥିଲେ, ଯେତେବେଳେ କି ହାର୍ଦ୍ଦିକ୍ ଏବଂ ବରୁଣ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
LIVE FEED
IND vs WI Live Score: ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ
ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ
IND vs WI Live Score: ଭାରତକୁ ୧୮ ବଲରେ ୨୫ ରନ୍ ଆବଶ୍ୟକ
ଭାରତକୁ ଶେଷ ୧୮ ବଲ୍ ରୁ ଜିତିବା ପାଇଁ ୨୫ ରନ୍ ଆବଶ୍ୟକ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସଞ୍ଜୁ ସାମସନ କ୍ରିଜରେ ଅଛନ୍ତି। ଭାରତ ୧୭ ଓଭରରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଛି।
IND vs WI Live: ୧୮ ରନ୍ ସ୍କୋର କରି ସୂର୍ଯ୍ୟକୁମାର ଆଉଟ୍
ଭାରତକୁ ତୃତୀୟ ଝଟକା ଲାଗିଛି। ଅଧିନାୟକ ସୂର୍ଯ୍ୟକୁମାର ୧୮ ରନ୍ ସ୍କୋର କରି ଆଉଟ୍ ହୋଇଛନ୍ତି। ୧୧ ଓଭର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର: ୧୦୧/୩
IND vs WI Live Score: ୯ ଓଭର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର: ୯୧/୨
ଭାରତ ନଅ ଓଭରରେ ଦୁଇଟି ୱିକେଟ୍ ହରାଇ ୯୧ ରନ୍ କରିଛି। ସୂର୍ଯ୍ୟକୁମାର ଯାଦବ ୧୭ ଓ ସଞ୍ଜୁ ୪୮ ରନ୍ କରି ଖେଳୁଛନ୍ତି।
IND vs WI Live: ଭାରତ ପ୍ରଥମ ଝଟକା
ଭାରତୀୟ ଓପନର ଅଭିଷେକ ଶର୍ମା ପୁଣି ଥରେ ଶସ୍ତାରେ ପାଭିଲିୟନ ଫେରିଛନ୍ତି। ସେ ଆକିଲଙ୍କ ହାତରେ କ୍ୟାଚ୍ ହୋଇଛନ୍ତି। ଅଭିଷେକ ୧୧ ବଲ୍ ରୁ ୧୦ ରନ୍ କରିଥିଲେ।
IND vs WI Live: ଭାରତକୁ ୧୯୬ ରନର ବିଜୟ ଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ୍
କୋଲକାତାର ଇଡେନ ଗାର୍ଡେନରେ ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଛି। ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୦ ଓଭରରେ ୧୯୬ ରନର ଆବଶ୍ୟକ।
IND vs WI Live: ୧୫ ଓଭର ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ସ୍କୋର: ୧୧୯/୪
ଶେରଫେନ ରୁଦରଫୋର୍ଡ ଆଉଟ୍ କରି ହାର୍ଦ୍ଦିକ ଭାରତକୁ ଚତୁର୍ଥ ସଫଳତା ଦେଇଛନ୍ତି। ୧୫ ଓଭର ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ସ୍କୋର: ୧୨୫/୪।
IND vs WI Live: ଜସପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ
ଜସପ୍ରୀତ ବୁମ୍ରା ଭାରତକୁ ଲଗାତାର ଦୁଇଟି ସଫଳତା ଦେଇଛନ୍ତି। ୧୨ ଓଭର ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ସ୍କୋର: ୧୦୩/୩
IND vs WI Live: ୧୦ ଓଭର ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ସ୍କୋର: ୮୨/୧
୧୦ ଓଭର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୧ ୱିକେଟ୍ ହରାଇ ୮୨ ରନ୍ କରିଛି। ରୋଷ୍ଟନ୍ ଚେଜ୍ ୩୮ ରନ୍ ଶିମରନ୍ ହେଟମାୟର ୮ ରନ୍ କରି ଅପରାଜିତ ଅଛନ୍ତି।
IND vs WI Live: ୱେଷ୍ଟଇଣ୍ଡିଜକୁ ପ୍ରଥମ ଝଟକା
ବରୁଣ ଚକ୍ରବର୍ତ୍ତୀ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ସାଇ ହୋପ୍ ୩୩ ବଲରେ ୩୨ ରନ୍ କରି ବରୁଣଙ୍କର ବୋଲ୍ ରେ ଆଉଟ୍ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ସ୍କୋର: ୬୮/୧
IND vs WI Live: ପାୱାରପ୍ଲେରେ ୱେଷ୍ଟଇଣ୍ଡିଜ୍ କରିଛି ୪୫ ରନ୍
ଟି-୨୦ ବିଶ୍ୱକପର ଅନ୍ତିମ ସୁପର ୮ ମ୍ୟାଚ୍ ରେ ଭାରତ ବିପକ୍ଷରେ ପାୱାରପ୍ଲେରେ ୱେଷ୍ଟଇଣ୍ଡିଜ୍ କୌଣସି ୱିକେଟ୍ ନ ହରାଇ ୪୫ ରନ୍ କରିଛି। ରୋଷ୍ଟନ୍ ଚେଜ୍ ୧୧ ବଲ୍ ରେ ୨୦ ରନ୍ ଏବଂ ଶାଇ ହୋପ୍ ୨୫ ବଲ୍ ରେ ୨୫ ରନ୍ କରି ବ୍ୟାଟିଂ କରୁଛନ୍ତି।
IND vs WI Live: ଉଭୟ ଦଳର ପ୍ଲେଇଂ ଇଲେଭେନ୍:
ୱେଷ୍ଟଇଣ୍ଡିଜ୍: ଶାଇ ହୋପ୍ (ୱିକେଟ କିପର୍), ରୋଷ୍ଟନ୍ ଚେଜ୍, ଶିମରନ୍ ହେଟମାୟର, ରୋଭମାନ୍ ପାୱେଲ୍, ଶେରଫେନ୍ ରୁଥରଫୋର୍ଡ, ରୋମାରିଓ ସେଫର୍ଡ, ଜେସନ୍ ହୋଲ୍ଡର୍, ମାଥ୍ୟୁ ଫୋର୍ଡ, ଆକିଲ୍ ହୋସେନ୍, ଗୁଡାକେଶ ମୋଟି, ଶାମର ଜୋସେଫ୍।
ଭାରତ: ସଞ୍ଜୁ ସାମସନ (ୱିକେଟ୍ କିପର), ଅଭିଷେକ ଶର୍ମା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମା, ଶିବ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା।
IND vs WI Live: ହେଡ୍-ଟୁ-ହେଡ୍ ରେକର୍ଡ:
ବିଶ୍ୱକପ୍ ଇତିହାସକୁ ଦେଖିଲେ ୱେଷ୍ଟଇଣ୍ଡିଜ୍ର ପଲା ଟିକେ ଭାରି ରହିଛି। ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ରେ ଦୁଇ ଦଳ ୪ ଥର ମୁହାଁମୁହିଁ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ୩ଟିରେ ବିଜୟୀ ହୋଇଛି ଏବଂ ଭାରତ ମାତ୍ର ଗୋଟିଏ (୨୦୧୪ରେ) ଜିତିଛି। ତେବେ ଘରୋଇ ମାଟିରେ ଭାରତୀୟ ଦଳ ଏହି ରେକର୍ଡ ବଦଳାଇବାକୁ ପୂରା ଦମ୍ ଲଗାଇ ଦେବ।
IND vs WI Live: ଦୁଇ ଦଳର ସାମ୍ଭାବ୍ୟ ଏକାଦଶ:
ଭାରତ: ସଞ୍ଜୁ ସାମସନ (ୱିକେଟ୍ କିପର୍), ଅଭିଷେକ ଶର୍ମା, ଇଶାନ କିଶାନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ।
ୱେଷ୍ଟଇଣ୍ଡିଜ୍: ବ୍ରେଣ୍ଡନ୍ କିଙ୍ଗ, ଶାଇ ହୋପ୍ (ଅଧିନାୟକ), ଶିମ୍ରନ୍ ହେଟମିୟର, ରୋଭମାନ ପାୱେଲ, ଶେରଫେନ ରୁଦରଫୋର୍ଡ, ରୋଷ୍ଟନ୍ ଚେଜ୍, ରୋମାରିଓ ଶେଫେର୍ଡ, ଜେସନ୍ ହୋଲ୍ଡର୍, ମାଥ୍ୟୁ ଫୋର୍ଡ / ଆକିଲ ହୋସେନ୍, ଗୁଦାକେଶ ମୋଟି, ଶାମର ଜୋସେଫ।

