ETV Bharat / sports

ଆଜି ମେସିଙ୍କ ଦିଲ୍ଲୀ ଟୁର୍‌, ପଢନ୍ତୁ ସମ୍ପୂର୍ଣ୍ଣ କର୍ଯ୍ୟସୂଚୀ

ମେସି ଏକ ହାଇପ୍ରୋଫାଇଲ ଇଣ୍ଟରାକ୍ସନରେ ବିଶ୍ବସ୍ତରୀୟ କ୍ରୀଡା, କ୍ରୀଡା କୁଟନୀତି ଏବଂ ଭାରତରେ ଫୁଟବଲର ଭବିଷ୍ଯତ ଉପରେ ଆଲୋଚନା କରିବେ ।

Lionel Messi has a packed schedule as he arrives in Delhi
ଆଜି ମେସିଙ୍କ ଦିଲ୍ଲୀ ଟୁର୍‌ (PTI)
author img

By ETV Bharat Odisha Team

Published : December 15, 2025 at 1:20 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଆଜି ଭାରତ ଗସ୍ତର ଅନ୍ତିମ ଦିନ । ଶେଷ ଦିନରେ ଆଜି ଦିଲ୍ଲୀ ଗସ୍ତ କରିବେ ମେସି । ଏହି ଫୁଟବଲ କିମ୍ବଦନ୍ତୀ ରାଜଧାନୀରେ ହାଇପ୍ରୋଫାଇଲ ଇଣ୍ଟରାକ୍ସନ ଓ ଫୁଟବଲ ସହ ଜଡିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଜଣେ ଅଧିକାରୀ କହିଛନ୍ତି ଯେ ହାଇପ୍ରୋଫାଇଲ ଇଣ୍ଟରାକ୍ସନରେ ବିଶ୍ବସ୍ତରୀୟ କ୍ରୀଡା, କ୍ରୀଡା କୁଟନୀତି ଏବଂ ଭାରତରେ ଫୁଟବଲର ଭବିଷ୍ଯତ ଉପରେ ଆଲୋଚନା ହେବ ।

ମେସିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜନସାଧାରଣଙ୍କ ପାଇଁ ଟ୍ରିଫିକ ଆଡଭାଇଜରି ଜାରି କରାଯାଇଛି । ମେସି ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ।

ଲିଓନେଲ ମେସି ଜଣେ ସାଂସଦଙ୍କ ବାସଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଭାରତରେ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ ମାରିଆନୋ ଅଗଷ୍ଟିନ କାଉସିନୋ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିବା ଆଶା ରହିଛି ।

ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଲୀଲା ପ୍ୟାଲେସ ହୋଟେଲରେ କିଛି ସମୟ ରହଣି କରିବେ ମେସି ।

ପରେ ମେସି ଓ ରୋଡ୍ରିଗୋ ଡି ପଲଙ୍କ ସହିତ ସାକ୍ଷାତ ଏବଂ ଅଭିବାଦନ ।

ଭାରତର ମୁଖ୍ୟ ବିଚାରପତି, ସେନାମୁଖ୍ୟ, ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ।

ଅରୁଣ ଜେଟଲି ଷ୍ଟାଡିୟମରେ ସ୍ବାଗତ ଓ ସେଲିବ୍ରିଟି ଫୁଟବଲ ମ୍ୟାଚ ।

ପୁରୁଣା କିଲ୍ଲାରେ କାର୍ଯ୍ୟକ୍ରମ ।

ଭାରତୀୟ କ୍ରୀଡା ଚାମ୍ପିଅନଙ୍କୁ ଭେଟିବେ ମେସି ।

ଆଜି ମେସି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ ଏହା ହେବ ନାହିଁ । କାହିଁକିନା ପ୍ରଧାନମନ୍ତ୍ରୀ ଆଜିଠୁ 4 ଦିନିଆ ଜୋର୍ଡାନ ଗସ୍ତରେ ଯାଇଛନ୍ତି । ଯେଉଁଥିରେ ସେ ଇଥିଓପିଆ ଏବଂ ଓମାନ ମଧ୍ୟ ଯିବେ । କୋଲକାତା, ହାଇଦ୍ରାବାଦ, ମୁମ୍ବାଇରେ କାର୍ଯ୍ୟକ୍ରମ ଶେଷ କରି ମେସି ଦିଲ୍ଲୀ ଗସ୍ତରେ ତାଙ୍କର GOAT ଇଣ୍ଡିଆ ଟୁର 2025 ଶେଷ କରିବେ ।

ଏହା ମଧ୍ୟ ପଢନ୍ତୁ-ସଲ୍ଟ ଲେକ ଷ୍ଟାଡିୟମରେ ଦର୍ଶକଙ୍କ ହଙ୍ଗାମା, ମେସିଙ୍କୁ କ୍ଷମା ମାଗିଲେ ମମତା

ଏହା ମଧ୍ୟ ପଢନ୍ତୁ-ଆଜି ମେସିଙ୍କ ମୁମ୍ବାଇ ଟୁର୍‌, ଏହି ବଲିଉଡ-କ୍ରିକେଟ ଷ୍ଟାରଙ୍କୁ ଭେଟିବେ