ETV Bharat / sports

ଗୁଜୁରାଟର ପ୍ରଥମ ବିଜୟ ପରେ ପଏଣ୍ଟ୍ ଟେବୁଲରେ ବଡ଼ ଓଲଟଫେର; ଜାଣନ୍ତୁ କେଉଁ ସ୍ଥାନରେ ଅଛି ଆପଣଙ୍କ ପ୍ରିୟ ଟିମ୍?

IPL 2026 Points Table: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟନ୍ସ ମ୍ୟାଚ୍ ଜିତିବା ପରେ ପଏଣ୍ଟ ଟେବୁଲ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

Etv Bharat
Etv Bharat (Etv Bharat)
author img

By ETV Bharat Sports Team

Published : April 9, 2026 at 10:46 AM IST

2 Min Read
Choose ETV Bharat

IPL 2026 Points Table, ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ମ୍ୟାଚ୍ ବୁଧବାର ଦିନ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଗୁଜୁରାଟ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ହରାଇ ସିଜନର ନିଜର ପ୍ରଥମ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ପରେ ଚାରି ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀ ବିପକ୍ଷରେ ଗୁଜୁରାଟ ମ୍ୟାଚ୍ ଜିତିବା ପରେ ପଏଣ୍ଟ ଟେବୁଲ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଆଇପିଏଲ୍ ପଏଣ୍ଟ ଟେବୁଲ୍

ରାଜସ୍ଥାନ ରୟାଲ୍ସ ସିଜନର ନିଜର ପ୍ରଥମ ତିନୋଟି ଯାକ ମ୍ୟାଚ୍ ଜିତି ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଏହା ପରେ ପଞ୍ଜାବ କିଙ୍ଗସ ୩ଟି ମ୍ୟାଚରୁ ୨ଟି ବିଜୟ ଏବଂ ଗୋଟିଏ ବାତିଲ ହୋଇଥିବା ମ୍ୟାଚରୁ ମୋଟ ୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ଅଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜର ଉଭୟ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୩ଟି ମ୍ୟାଚରୁ ୨ଟି ବିଜୟ ଏବଂ ୧ଟି ପରାଜୟ ସହ ୪ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ଅଛି। ସନରାଇଜର୍ସ ହାଇଦ୍ରାବାଦ ୩ଟି ମ୍ୟାଚରୁ ୧ ବିଜୟ ଏବଂ ୨ ପରାଜୟ ସହ ୨ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି।

ଗୁଜରାଟ ଟାଇଟନ୍ସ ତିନୋଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨ଟି ମ୍ୟାଚ୍‌ରୁ ୧ ବିଜୟ ଏବଂ ୧ ପରାଜୟ ସହ ୨ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ଅଛି। ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍‌ରୁ ୧ ବିଜୟ ଏବଂ ୨ ପରାଜୟ ସହ ୨ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। କୋଲକାତା ନାଇଟ୍ ରାଇଡର୍ସ ୩ଟି ମ୍ୟାଚ୍‌ରୁ ୨ଟି ପରାଜୟ ଏବଂ ଗୋଟିଏ ବାତିଲ ହୋଇଥିବା ମ୍ୟାଚ୍‌ରୁ ୧ ପଏଣ୍ଟ ପାଇ ନବମ ସ୍ଥାନରେ ଅଛି। ଚେନ୍ନାଇ ସୁପର କିଙ୍ଗସ୍ ଏପର୍ଯ୍ୟନ୍ତ ନିଜର ସମସ୍ତ ତିନୋଟି ମ୍ୟାଚ୍ ହାରି ଯାଇଛି ଓ ବିନା କୌଣସି ପଏଣ୍ଟରେ ଦଶମ ସ୍ଥାନରେ ରହିଛି।

ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ସ୍ଥିତି:

ଆଇପିଏଲ୍ ପଏଣ୍ଟ ଟେବୁଲରେ ନମ୍ବର ୱାନ୍ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସର ଖେଳାଳିମାନେ ହିଁ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ନିଜ ପାଖରେ ରଖିଛନ୍ତି। ରାଜସ୍ଥାନ ରୟାଲ୍ସ ଦଳର ଯଶସ୍ୱୀ ଜୈସୱାଲ ୩ଟି ମ୍ୟାଚ୍‌ରୁ ୧୭୦ ରନ୍ କରି ଅରେଞ୍ଜ କ୍ୟାପ୍ ନିଜ ପାଖରେ ଅଛି। ସେହିପରି ଦଳର ସ୍ପିନ୍ ବୋଲର ରବି ବିଷ୍ଣୋଇ ୩ଟି ମ୍ୟାଚ୍‌ରୁ ୭ଟି ୱିକେଟ୍ ନେଇଛନ୍ତି ଏବଂ ପର୍ପଲ କ୍ୟାପ୍ ହାସଲ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:

IPL: ଗୋଟିଏ ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଦେଖନ୍ତୁ ଖର୍ଚ୍ଚର ପୂରା ତାଲିକା

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବେ କି ଧୋନି? ସିଏସକେ ଫ୍ୟାନ୍ସଙ୍କ ପାଇଁ ଆସିଲା ବଡ଼ ଅପଡେଟ୍

Watch: ବୁମ୍ରାଙ୍କ ପ୍ରଥମ ବଲ୍‌ରେ ବିଶାଳ ଛକା! ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଭିଡିଓ ଭାଇରାଲ୍