ଚାଇନା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଲେ ଲକ୍ଷ୍ୟ ସେନ୍; ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତ
ଲକ୍ଷ୍ୟ ସେନ୍ ଚାଇନା ମାଷ୍ଟର୍ସର ପ୍ରଥମ ରାଉଣ୍ଡରେ କାନାଡାର ବିକ୍ଟର ଲାଇଙ୍କଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି।

Published : September 2, 2026 at 12:12 PM IST
ହାଇଦ୍ରାବାଦ: ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଚାଇନା ମାଷ୍ଟର୍ସର ପ୍ରଥମ ରାଉଣ୍ଡରେ କାନାଡାର ବିକ୍ଟର ଲାଇଙ୍କଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଅନ୍ୟପଟେ କିଦାମ୍ବୀ ଶ୍ରୀକାନ୍ତ ନିଜ ମ୍ୟାଚ୍ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୦୨୧ ବିଶ୍ୱ ଚାମ୍ପିଅନସିପ୍ର ବ୍ରୋଞ୍ଜ ପଦକ ବିଜେତା ଲକ୍ଷ୍ୟ ଏହି ମ୍ୟାଚ୍ରେ ଅନେକ ଭୁଲ୍ କରିଥିଲେ। ଏହାର ଫାଇଦା ବିଶ୍ୱର ନଅ ନମ୍ବର ଖେଳାଳି ବିକ୍ଟର ଉଠାଇଥିଲେ। ଲକ୍ଷ୍ୟ ୧୪-୨୧, ୭-୨୧ ରେ ମ୍ୟାଚ୍ ହାରିଯାଇଥିଲେ। ଏହି ମୁକାବିଲା ମାତ୍ର ୩୮ ମିନିଟ୍ରେ ଶେଷ ହୋଇଯାଇଥିଲା। ବିକ୍ଟର ଗତ ମାସରେ ହୋଇଥିବା ବିଶ୍ୱ ଚାମ୍ପିଅନସିପ୍ରେ କାଂସ୍ୟ ପଦକ ଜିତିଥିଲେ।
୨୦୨୧ ବିଶ୍ୱ ଚାମ୍ପିଅନସିପ୍ର ରୌପ୍ୟ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତ ଚାଇନିଜ୍ ତାଇପେର ଚି ୟୁ ଜେନ୍ଙ୍କୁ ୨୧-୧୬, ୨୧-୧୫ ରେ ହରାଇ ପୁରୁଷ ସିଙ୍ଗଲ୍ସର ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ସେହିପରି ଭାରତର ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁବ କପିଳା ଏବଂ ତନିଷା କ୍ରାଷ୍ଟୋ ମଧ୍ୟ ପରବର୍ତ୍ତୀ ରାଉଣ୍ଡ ଟିକେଟ୍ କାଟିଛନ୍ତି। ଏହି ଭାରତୀୟ ଯୋଡ଼ି ଥାଇଲାଣ୍ଡର ଟୋନାକୋର୍ଣ୍ଣ ସାଏହେଙ୍ଗ ଏବଂ ଟୋନିଚା ସାଏହେଙ୍ଗଙ୍କୁ ସିଧାସଳଖ ଗେମ୍ରେ ୨୧-୮, ୨୧-୯ ରେ ପରାସ୍ତ କରିଛନ୍ତି।
LI-NING China Masters 2026
— BWFScore (@BWFScore) September 2, 2026
MS - R32
21 21 🇨🇦Victor LAI🥇
14 7 🇮🇳Lakshya SEN
🕚 in 38 minutes
ଲକ୍ଷ୍ୟ ସେନଙ୍କ ପାଇଁ ଗତ କିଛି ସପ୍ତାହ ବେଶ୍ କଷ୍ଟକର ରହିଛି। ଘରୋଇ ମାଟିରେ ଆୟୋଜିତ ବିଶ୍ୱ ଚାମ୍ପିଅନସିପ୍ରେ ସେ ପ୍ରାରମ୍ଭିକ ରାଉଣ୍ଡରୁ ହିଁ ଅପ୍ରତ୍ୟାଶିତ ଭାବେ ବାଦ୍ ପଡ଼ିଥିଲେ। ଏହାପରେ ବୁଧବାର ଦିନ ମଧ୍ୟ ତାଙ୍କୁ କାନାଡାର ବିକ୍ଟର ଲାଇଙ୍କ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ଲକ୍ଷ୍ୟ ପ୍ରଥମ ଗେମ୍ର ଆରମ୍ଭ ୪-୦ ର ଅଗ୍ରଣୀ ସହ କରିଥିଲେ, କିନ୍ତୁ କାନାଡୀୟ ଖେଳାଳି ଜଲଦି ହିଁ ମୁକାବିଲାକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଥିଲେ। ବିକ୍ଟର ଲକ୍ଷ୍ୟଙ୍କୁ ଲୟ ଫେରି ପାଇବାର କୌଣସି ସୁଯୋଗ ଦେଇନଥିଲେ ଏବଂ କ୍ରମାଗତ ଭାବେ ଚାପ ପ୍ରୟୋଗ କରି ପ୍ରଥମ ଗେମ୍କୁ ସହଜରେ ନିଜ ନାମରେ କରିନେଇଥିଲେ।
KIDAMBI BEATS WORLD NO. 21 🤩🤯
— The Khel India (@TheKhelIndia) September 2, 2026
India’s Kidambi Srikanth storms into Pre-QF by defeating Chi Yu Jen in straight set at China Masters (S750)
21-16, 21-15 pic.twitter.com/BTuI02B4Aq
ଦ୍ୱିତୀୟ ଗେମ୍ରେ ମଧ୍ୟ ଲକ୍ଷ୍ୟ ନିଜ ସମସ୍ୟାରୁ ବାହାରି ପାରିନଥିଲେ। ବିକ୍ଟରଙ୍କ ମଜବୁତ ଡିଫେନ୍ସ ସାମ୍ନାରେ ଭାରତୀୟ ଖେଳାଳି କ୍ରମାଗତ ଭାବେ ସଂଘର୍ଷ କରୁଥିଲେ। ଚାପ ବଢ଼ିବା ସହ ଲକ୍ଷ୍ୟ ନିଜ ଧୈର୍ଯ୍ୟ ହରାଇଥିଲେ ଏବଂ କାନାଡୀୟ ଖେଳାଳିଙ୍କ ବ୍ୟାକହ୍ୟାଣ୍ଡ ସାଇଡ୍ଲାଇନ୍ରେ ବାରମ୍ବାର ଭୁଲ୍ କରିଥିଲେ। କୋର୍ଟ ବଦଳିବା ପରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲା।
FIRST ROUND EXIT FOR LAKSHYA SEN!
— The Khel India (@TheKhelIndia) September 2, 2026
Lakshya lost to World No.9 & Reigning World Medalist Victor Lai 14-21, 7-21 at China Masters
💔😢 pic.twitter.com/mfp90pOXYp
ବିକ୍ଟର ଲକ୍ଷ୍ୟଙ୍କ ଆକ୍ରମଣାତ୍ମକ ସଟ୍ ଗୁଡ଼ିକୁ କ୍ରମାଗତ ଭାବେ ଫେରାଇ ଦେଇଥିଲେ ଏବଂ ତାଙ୍କୁ ଭୁଲ୍ କରିବା ପାଇଁ ବାଧ୍ୟ କରିଥିଲେ। ଲକ୍ଷ୍ୟ ଏକ ସମୟରେ ୪-୧୧ ରେ ପଛୁଆ ହୋଇଯାଇଥିଲେ ଏବଂ ଏହାପରେ ସେ ଆଉ ପ୍ରତ୍ୟାବର୍ତ୍ତନ କରିପାରିନଥିଲେ। କାନାଡାର ଏହି ଖେଳାଳି ଜଣକ ବିନା କୌଣସି ବଡ଼ ସମସ୍ୟାରେ ମୁକାବିଲାକୁ ଶେଷ କରିଦେଇଥିଲେ।

