ଆଜି କୋଲକାତା-ଲକ୍ଷ୍ନୌ ମହାଲଢ଼େଇ; ଇଡେନ ଗାର୍ଡେନରେ କାହାର ପଲ୍ଲା ଭାରି? ଜାଣନ୍ତୁ ପିଚ୍ ଓ ପାଣିପାଗ ଅପଡେଟ୍
KKR vs LSG: ଆଇପିଏଲ ୨୦୨୬ର ୧୫ ତମ ମ୍ୟାଚ୍ ଆଜି (୯ ଏପ୍ରିଲ) କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ।

Published : April 9, 2026 at 10:09 AM IST
KKR vs LSG IPL 2026, ହାଇଦ୍ରାବାଦ: ଆଇପିଏଲ ୨୦୨୬ର ୧୫ ତମ ମ୍ୟାଚ୍ ଆଜି (୯ ଏପ୍ରିଲ) କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହି ମ୍ୟାଚ୍ ରେ ଆଇପିଏଲର ତିନିଥରର ଚାମ୍ପିଅନ୍ କଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁହାଁମୁହିଁ ହେବେ। ସନ୍ଧ୍ୟା ୭:୩୦ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ କେକେଆର ପାଇଁ କୌଣସି ଅଗ୍ନିପରୀକ୍ଷାଠାରୁ କମ୍ ନୁହେଁ।
ଅଜିଙ୍କ୍ୟ ରହାଣେଙ୍କ ନେତୃତ୍ୱରେ ଚଳିତ ବର୍ଷ କେକେଆରର ଆରମ୍ଭ ବେଶ୍ ନୈରାଶ୍ୟଜନକ ରହିଛି। ତିନୋଟି ମ୍ୟାଚ୍ରୁ ଦଳ ମାତ୍ର ଗୋଟିଏ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ବର୍ତ୍ତମାନ ଅଷ୍ଟମ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୬ ୱିକେଟରେ ପରାସ୍ତ ହେବା ପରେ ଦଳ ଦ୍ୱିତୀୟ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମଧ୍ୟ ୬୫ ରନର ବଡ଼ ବ୍ୟବଧାନରେ ହାରି ଯାଇଥିଲା। ପଞ୍ଜାବ କିଙ୍ଗସ ବିପକ୍ଷ ତୃତୀୟ ମ୍ୟାଚଟି ବର୍ଷା ଯୋଗୁଁ ଧୋଇଯିବାରୁ ଦଳକୁ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଆଜି ନିଜ ଘରୋଇ ସମର୍ଥକଙ୍କ ଆଗରେ କେକେଆର ଖେଳାଳିମାନେ ନିଜର ପୁରୁଣା ଲୟକୁ ଫେରିବେ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ପଏଣ୍ଚ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ମ୍ୟାଚରେ ସନରାଇଜର୍ସକୁ ହରାଇ ଦଳ ବିଜୟ ଧାରାକୁ ଫେରିଛି। ଲକ୍ଷ୍ନୌର ଦ୍ରୁତ ବୋଲିଂ ଓ କେକେଆର ବ୍ୟାଟରଙ୍କ ମଧ୍ୟରେ ଆଜି ଏକ ରୋଚକ ଲଢ଼େଇ ଦେଖିବାକୁ ମିଳିପାରେ।
𝐖𝐢𝐥𝐥 𝐏𝐚𝐧𝐭 𝐛𝐫𝐞𝐚𝐤 𝐟𝐫𝐞𝐞 𝐟𝐫𝐨𝐦 𝐕𝐚𝐫𝐮𝐧’𝐬 𝐰𝐞𝐛? 🕸️👀
— Star Sports (@StarSportsIndia) April 9, 2026
Brace yourself for a ultimate showdown as the #LSG skipper faces his toughest challenge ♟️#TATAIPL 2026 👉 #KKRvLSG | THU, 9 APR, 6:30 PM pic.twitter.com/MbS8XZG3tw
ପିଚ୍ ରିପୋର୍ଟ
ଇଡେନ ଗାର୍ଡେନର ପିଚ୍ ବ୍ୟାଟରମାନଙ୍କ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। ଅର୍ଥାତ୍ ଏଠାରେ ଏକ ବଡ଼ ସ୍କୋର ଦେଖିବାକୁ ମିଳିପାରେ। ତଥାପି ମଝି ଓଭରଗୁଡ଼ିକରେ ପିଚ୍ର ମିଜାଜ୍ ବଦଳିପାରେ। ଯାହାଫଳରେ ସ୍ପିନରମାନଙ୍କୁ ମଧ୍ୟ ସାହାଯ୍ୟ ମିଳିଥାଏ। ମ୍ୟାଚ୍ ସନ୍ଧ୍ୟା ସମୟରେ ହେଉଥିବାରୁ ଏଠାରେ କାକର (Dew) ର ପ୍ରଭାବ ଦେଖିବାକୁ ମିଳିପାରେ। ତେଣୁ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବେ।
ହେଡ୍-ଟୁ-ହେଡ୍ ରେକର୍ଡ
ହେଡ୍-ଟୁ-ହେଡ୍ ପରିସଂଖ୍ୟାନକୁ ଦେଖିଲେ କେକେଆର ତୁଳନାରେ ଲକ୍ଷ୍ନୌର ପଲ୍ଲା ସାମାନ୍ୟ ଭାରି ରହିଛି। ଆଇପିଏଲ ଇତିହାସରେ ଏହି ଦୁଇ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଥର ମୁହାଁମୁହିଁ ହୋଇଛନ୍ତି। ଏଥି ମଧ୍ୟରୁ ଲକ୍ଷ୍ନୌ ୪ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିବା ବେଳେ କେକେଆର ମାତ୍ର ୨ଟିରେ ବିଜୟୀ ହୋଇଛି।
ପାଣିପାଗ
ଆଜି କୋଲକାତାର ପାଗ ବିଷୟରେ କହିବାକୁ ଗଲେ AccuWeather ଦିନରେ ବର୍ଷା ହେବାର ସମ୍ଭାବନା ବିଷୟରେ ପୂର୍ବାନୁମାନ କରିଛି। ତଥାପି ସନ୍ଧ୍ୟା ହେବା ସହିତ ବର୍ଷା ହେବାର ସମ୍ଭାବନା ହ୍ରାସ ପାଇବାର ଆଶା କରାଯାଉଛି। ମ୍ୟାଚ୍ ସମୟରେ ଆକାଶ ନିଶ୍ଚିତ ଭାବରେ ମେଘୁଆ ରହିବ କିନ୍ତୁ ଏହି ମେଘଗୁଡ଼ିକ କୌଣସି ବର୍ଷା ଆଣିବାର ଆଶା କରାଯାଉନାହିଁ।
𝘼𝙣𝙤𝙩𝙝𝙚𝙧 𝙍𝙐𝙉-𝙁𝙀𝙎𝙏 𝙡𝙤𝙖𝙙𝙞𝙣𝙜...⏳
— Star Sports (@StarSportsIndia) April 9, 2026
Will #KKR defend their fortress, or will #LSG storm the Eden Garden again? 👀#TATAIPL 2026 👉 #KKRvLSG | THU, 9 APR, 6:30 PM pic.twitter.com/xiWB93sLZj
ଉଭୟ ଦଳର ସ୍କ୍ୱାର୍ଡ:
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସ୍କ୍ୱାଡ୍: ଆଇଡେନ ମାର୍କ୍ରାମ, ମିଚେଲ ମାର୍ଶ, ରିଷଭ ପନ୍ତ (ୱିକେଟ୍ କିପର/ଅଧିନାୟକ), ଆୟୁଷ ବଦୋନି, ନିକୋଲାସ ପୁରନ, ଅବଦୁଲ ସମଦ, ମୁକୁଲ ଚୌଧୁରୀ, ମଣିମାରନ ସିଦ୍ଧାର୍ଥ, ଆଭେଶ ଖାନ, ମହମ୍ମଦ ସାମି, ଦିଗଭେଶ ସିଂ ରାଠୀ, ପ୍ରିନ୍ସ ଯାଦବ, ମାଥ୍ୟୁ ବ୍ରିଟ୍ସ୍କେ, ଶାହାବାଜ ଅହମ୍ମଦ, ଅନରିଚ ନୋର୍ଟଜେ, ହିମ୍ମତ ସିଂ, ଅକ୍ଷତ ରଘୁବଂଶୀ, ଜୋସ୍ ଇଙ୍ଗଲିସ, ନମନ ତିୱାରୀ, ଅର୍ଶିନ କୁଲକର୍ଣ୍ଣି, ମୟଙ୍କ ପ୍ରଭୁ ଯାଦବ, ଆକାଶ ମହାରାଜ ସିଂ, ଅର୍ଜୁନ ତେନ୍ଦୁଲକର, ମୋହସିନ ଖାନ, ୱାନିନ୍ଦୁ ହସରଙ୍ଗା।
କୋଲକାତା ନାଇଟ୍ ରାଇଡର୍ସ ସ୍କ୍ୱାଡ୍: ଫିନ୍ ଆଲେନ, ଆଜିଙ୍କ୍ୟ ରହାଣେ (ଅଧିନାୟକ), କ୍ୟାମେରନ୍ ଗ୍ରୀନ୍, ଅଙ୍ଗକ୍ରିଶ ରଘୁବଂଶୀ (ୱିକେଟ୍ କିପର), ରୋଭମ୍ୟାନ ପାୱେଲ, ରିଙ୍କୁ ସିଂ, ରମଣଦୀପ ସିଂ, ଅନୁକୂଳ ରୟ, ନବଦୀପ ସୈନି, ବୈଭବ ଆରୋରା, କାର୍ତ୍ତିକ ତ୍ୟାଗୀ, ବ୍ଲେସିଙ୍ଗ ମୁଜାରାବାନୀ, ମନୀଷ ପାଣ୍ଡେ, ତେଜସ୍ୱୀ ଦାହିୟା, ସୌରଭ ଦୁବେ, ସୁନୀଲ ନାରାୟଣ, ରାହୁଲ ତ୍ରିପାଠୀ, ଟିମ୍ ସେଇଫର୍ଟ, ସାର୍ଥକ ରଞ୍ଜନ, ରଚିନ୍ ରବୀନ୍ଦ୍ର, ପ୍ରଶାନ୍ତ ସୋଲାଙ୍କି, ବରୁଣ ଚକ୍ରବର୍ତ୍ତୀ, ମାଥିସା ପଥିରାନା, ଉମ୍ରାନ ମଲ୍ଲିକ, ଦକ୍ଷ କାମ୍ରା।

