Jonathan Trott: ଆଫଗାନିସ୍ତାନ କ୍ରିକେଟର କାୟାପଲଟ କରିଥିଲେ ଏହି ‘ଇଂରେଜ’ କୋଚ୍; ବିଦାୟ ବେଳେ କାନ୍ଦି ପକାଇଲେ
Jonathan Trott: ଜୋନାଥନ୍ ଟ୍ରଟଙ୍କ କାର୍ଯ୍ୟକାଳ ମଧ୍ୟରେ ଆଫଗାନିସ୍ତାନ ୬୯ଟି ଟି-୨୦ ମ୍ୟାଚ୍ରୁ ୩୪ଟିରେ ବିଜୟ ହୋଇଛି।

Published : February 20, 2026 at 12:43 PM IST
Jonathan Trott Afghanistan Coach: ଆଫଗାନିସ୍ତାନ କ୍ରିକେଟ୍ ଦଳକୁ ନେଇ ଆଜି ସାରା ବିଶ୍ୱରେ ଚର୍ଚ୍ଚା। କେବେ ସାଧାରଣ ଦଳ ଭାବେ ଗଣା ହେଉଥିବା ଏହି ଟିମ୍ ଆଜି ବଡ଼ ବଡ଼ ଦଳକୁ ମାତ୍ ଦେବାର ଦମ୍ ରଖୁଛି। କିନ୍ତୁ ଏହି ସଫଳତା ପଛରେ ଯେଉଁ ମଣିଷଟିର ସବୁଠୁ ବଡ଼ ହାତ ଥିଲା, ସେ ହେଉଛନ୍ତି ମୁଖ୍ୟ କୋଚ୍ ଜୋନାଥନ୍ ଟ୍ରଟ୍। ଗୁରୁବାର କାନାଡ଼ା ବିପକ୍ଷ ମ୍ୟାଚ୍ ପରେ ଆଫଗାନିସ୍ତାନ କ୍ରିକେଟ୍ ସହ ଟ୍ରଟ୍ଙ୍କ ତିନି ବର୍ଷର ସଫର ଶେଷ ହୋଇଛି। ଏହି ବିଦାୟ ବେଳାରେ ସେ ନିଜକୁ ସମ୍ଭାଳି ପାରିନଥିଲେ, ତାଙ୍କ ଆଖିରୁ ଲୁହ ଝରି ଆସିଥିଲା।
କାନ୍ଦ କାନ୍ଦ ହୋଇ କହିଲେ- 'ମୁଁ ଭାବୁକ ହେବାକୁ ଚାହୁଁନଥିଲି'
ଚେନ୍ନାଇରେ ଖେଳାଯାଇଥିବା ନିଜର ଶେଷ ମ୍ୟାଚ୍ ପରେ ପ୍ରେସ୍ କନଫରେନ୍ସରେ ଯେତେବେଳେ ଟ୍ରଟ୍ ନିଜର ଅଭିଜ୍ଞତା ସେୟାର କରୁଥିଲେ, ସେତେବେଳେ ସେ କୋହ ଭରା ହୋଇ ଯାଇଥିଲା। ହଠାତ୍ ସେ କିଛି ସମୟ ପାଇଁ ଅଟକି ଯାଇ କହିଥିଲେ, "ମୁଁ ଏମିତି ଭାବୁକ ହେବାକୁ ଚାହୁଁନଥିଲି।" ଏହି ଗୋଟିଏ ଧାଡ଼ିରୁ ହିଁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ, ଆଫଗାନିସ୍ତାନ ଦଳ ସହ ତାଙ୍କର ସମ୍ପର୍କ କେତେ ନିବିଡ଼ ଥିଲା।
Jonathan Trott delivered an emotional speech following the match against Canada, which marked his final outing as the head coach of Afghanistan 🇦🇫
— Ajay Jadeja (@AjayJadeja171) February 20, 2026
Thank you Trotty 🙏pic.twitter.com/6yPeOXcVbL
ଅଜାଣତରେ ମିଳିଥିଲା ଦାୟିତ୍ୱ, କିନ୍ତୁ ବଦଳାଇ ଦେଇଥିଲେ ଇତିହାସ
ଟ୍ରଟ୍ କହିଛନ୍ତି ଯେ ସେ କେବେ ଭାବିନଥିଲେ ସେ ଆଫଗାନିସ୍ତାନର କୋଚ୍ ହେବେ। ସେ ତ କେବଳ ପରାମର୍ଶଦାତା (Consultant) ଭାବେ ଯୋଗ ଦେଇଥିଲେ, କିନ୍ତୁ ଭାଗ୍ୟ ତାଙ୍କୁ ମୁଖ୍ୟ କୋଚ୍ କରିଦେଲା। ୨୦୨୨ ଅଗଷ୍ଟ ୯ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଫଗାନିସ୍ତାନ କ୍ରିକେଟ୍ ପାଇଁ ଏକ ସୁବର୍ଣ୍ଣ ଯୁଗ ଥିଲା। ଟ୍ରଟ୍ଙ୍କ କୋଚିଂରେ ଟିମ୍ ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ପହଞ୍ଚିବା ଭଳି ଐତିହାସିକ ସଫଳତା ପାଇଥିଲା।
" we will all miss him a lot"
— ESPNcricinfo (@ESPNcricinfo) February 19, 2026
today was jonathan trott's final game as afghanistan's head coach 🥺 pic.twitter.com/KJCHZFC2MD
କୋଚଙ୍କ ବିଦାୟ ସମୟରେ ବିଶେଷ ଉପହାର ଦେଲେ ଇବ୍ରାହିମ ଜାଦ୍ରାନ୍
କାନାଡ଼ା ବିପକ୍ଷ ଶେଷ ମ୍ୟାଚ୍ରେ ଇବ୍ରାହିମ ଜାଦ୍ରାନ୍ ୯୫ ରନର ଏକ ଜବରଦସ୍ତ ଇନିଂସ ଖେଳି ଦଳକୁ ଜିତାଇଥିଲେ। ମ୍ୟାଚ୍ ଶେଷରେ ସେ ନିଜର ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ ଆୱାର୍ଡ ନିଜ ପ୍ରିୟ କୋଚ୍ ଟ୍ରଟ୍ଙ୍କୁ ଉତ୍ସର୍ଗ କରିଥିଲେ। ଜାଦ୍ରାନ୍ କହିଥିଲେ, ଟ୍ରଟ୍ଙ୍କ ମାର୍ଗଦର୍ଶନ ତାଙ୍କୁ ଜଣେ ଭଲ ଖେଳାଳି ଭାବେ ଗଢ଼ିବାରେ ବହୁତ ସାହାଯ୍ୟ କରିଛି।
A lovely moment on Jonathan Trott's final day as Afghanistan's coach ❤️ pic.twitter.com/Zxn6BNCw2t
— ESPNcricinfo (@ESPNcricinfo) February 19, 2026
କିପରି ରହିଥିଲା ଜୋନାଥନ୍ ଟ୍ରଟଙ୍କ କାର୍ଯ୍ୟକାଳ:
ଜୋନାଥନ୍ ଟ୍ରଟଙ୍କ କାର୍ଯ୍ୟକାଳ ମଧ୍ୟରେ ଆଫଗାନିସ୍ତାନ ୬୯ଟି ଟି-୨୦ ମ୍ୟାଚ୍ରୁ ୩୪ଟିରେ ବିଜୟ ହୋଇଛି। ଦିନକିଆରେ ମଧ୍ୟ ଆପଗାନିସ୍ତାନ ଦଳ ୪୩ଟି ମ୍ୟାଚ୍ରୁ ୨୦ଟିରେ ବିଜୟ ହୋଇଛି। ସେହିପରି ଟେଷ୍ଟରେ ଆଫଗାନିସ୍ତାନ ଟ୍ରଟଙ୍କ କାର୍ଯ୍ୟକାଳ ମଧ୍ୟରେ ୬ଟି ଟେଷ୍ଟ ମ୍ୟାଚ୍ ଖେଳି ଗୋଟିଏ ମ୍ୟାଚ୍ ଜିତିବାରେ ସଫଳ ହୋଇଛି।
THANK YOU, JONATHAN TROTT.
— Mufaddal Vohra (@mufaddal_vohra) February 19, 2026
- Trott will bid adieu as Afghanistan’s Head Coach after tonight’s game.
Under his tenure Afghanistan made it to the 2024 T20 World Cup semis, beat Pakistan and England at the 2023 World Cup. pic.twitter.com/Vr5CNJGjsJ
ଜୋନାଥନ ଟ୍ରଟ୍ କିଏ?
୪୪ ବର୍ଷୀୟ ଜୋନାଥନ ଟ୍ରଟ୍ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ। ସେ ଦକ୍ଷିଣ ଆଫ୍ରିକାର ୧୯ ବର୍ଷରୁ କମ୍ ଦଳ ପାଇଁ ମଧ୍ୟ ଖେଳିଛନ୍ତି, କିନ୍ତୁ ସେ ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ସେ ୨୦୦୭ ମସିହାରେ ତାଙ୍କର ଟି-୨୦ ଡେବ୍ୟୁ କରିଥିଲେ। ଏହା ପରେ ୨୦୦୯ ମସିହାରେ ତାଙ୍କର ଟେଷ୍ଟ ଏବଂ ଦିନିକିଆ ଡେବ୍ୟୁ କରିଥିଲେ। ସେ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଡେବ୍ୟୁ ଟେଷ୍ଟରେ ଏକ ଶତକ ହାସଲ କରିଥିଲେ।
𝐏𝐎𝐓𝐌 – 𝐈𝐛𝐫𝐚𝐡𝐢𝐦 𝐙𝐚𝐝𝐫𝐚𝐧! 🏅
— Afghanistan Cricket Board (@ACBofficials) February 19, 2026
A classy knock of 95* runs earns @IZadran18 the PoTM award. He dedicated the honor to @Trotty, who stood with #AfghanAtalan in the last match of his tenure as head coach. 🙌
A special knock, a special tribute. 👏#T20WorldCup pic.twitter.com/W8OzHyMoCX
ଇଂଲଣ୍ଡ ପାଇଁ, ସେ ୫୨ ଟେଷ୍ଟରେ ୪୪.୦୮ ହାରରେ ୩,୮୩୫ ରନ କରିଥିଲେ। ୬୮ ଦିନିକିଆରେ, ସେ ୫୧.୨୫ ହାରରେ ୨,୮୧୯ ରନ କରିଥିଲେ। ସେ ୭ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୩୮ ରନ କରିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୭ ୱିକେଟ ମଧ୍ୟ ନେଇଥିଲେ।
𝐆𝐫𝐚𝐭𝐢𝐭𝐮𝐝𝐞 𝐟𝐨𝐫 𝐚 𝐉𝐨𝐮𝐫𝐧𝐞𝐲 𝐟𝐢𝐥𝐥𝐞𝐝 𝐰𝐢𝐭𝐡 𝐏𝐫𝐨𝐠𝐫𝐞𝐬𝐬 𝐚𝐧𝐝 𝐏𝐫𝐢𝐝𝐞 🙌
— Afghanistan Cricket Board (@ACBofficials) February 19, 2026
Thank you, @Trotty, for your outstanding services as the head coach of #AfghanAtalan since 2022. 👏
Your impact will always be remembered. 🤩#GloriousNationVictoriousTeam pic.twitter.com/H8DPWNmS57
ଆଜି ଜୋନାଥନ୍ ଟ୍ରଟ୍ ଆଫଗାନିସ୍ତାନ କ୍ରିକେଟରୁ ବିଦାୟ ନେଇଛନ୍ତି ସତ, କିନ୍ତୁ ସେ ଦଳ ମଧ୍ୟରେ ଯେଉଁ ‘ଲଢୁଆ ମନୋଭାବ’ ଭରି ଦେଇଛନ୍ତି, ତାହା ଆଫଗାନିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ମନରେ ସବୁଦିନ ପାଇଁ ରହିବ।

