ଦୁବାଇ ଉପରେ ଇରାନର ଆକ୍ରମଣ: ବିମାନବନ୍ଦରରେ ଫସିଛନ୍ତି ଷ୍ଟାର ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ
ଦୁବାଇ ବିମାନବିନ୍ଦରରୁ ସମସ୍ତ ବିମାନଯାତ୍ରା ଉପରେ ରୋକ । ଭାରତୀୟ ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଫସି ରହିଛନ୍ତି ବୋଲି ନିଜ ସୋସିଆଲ ମିଡିଆରେ ଜଣାଇଛନ୍ତି ।

Published : March 1, 2026 at 8:24 AM IST
ଦୁବାଇ: ତେହେରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଜବାବ ଦେଇଛି ଇରାନ । ଦୁବାଇର ବିଳାସପୂର୍ଣ୍ଣ ହୋଟେଲ, ପାମ୍ ଜୁମୈରା ଦ୍ବୀପ ଓ ଦୁବାଇର ବ୍ୟସ୍ତବହୁଳ ବିମାନବନ୍ଦର ଉପରେ ଭୀଷଣ ଆକ୍ରମଣ କରିଛି ଇରାନ । ଏନେଇ ବିମାନବିନ୍ଦରରେ ସମସ୍ତ ବିମାନଯାତ୍ରା ଉପରେ ରୋକ ଲଗାଯାଇଛି । ଏହା ମଧ୍ୟରେ ଭାରତୀୟ ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇ ବିମାନବନ୍ଦରରେ ଫସି ରହିଛନ୍ତି ବୋଲି ନିଜ ସୋସିଆଲ ମିଡିଆରେ ଜଣାଇଛନ୍ତି ।
It’s hard to process what’s unfolding right now. Hearing the interceptions overhead and seeing how quickly everything has escalated is honestly terrifying. So many disturbing videos are coming to light, and this is sadly the reality of what is happening. Dubai is a city I deeply…
— Pvsindhu (@Pvsindhu1) February 28, 2026
'ମୁଁ ବର୍ତ୍ତମାନ ସୁରକ୍ଷିତ ଅଛି' ବୋଲି କହିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ ବିମାନ ଚଳାଚଳ ବନ୍ଦ ହୋଇଛି । ପିଭି ସିନ୍ଧୁ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବାକୁ ଯାତ୍ରା କରୁଥିବା ସମୟରେ ଶନିବାର ଦୁବାଇ ବିମାନବନ୍ଦରରେ ଫସି ରହିଥିଲେ ।
ଅଳ୍ପକେ ବର୍ତ୍ତିଲେ ସିନ୍ଧୁଙ୍କ କୋଚ୍:
ପିଭି ସିନ୍ଧୁ କହିଛନ୍ତି, "ମୋ ପ୍ରଶିକ୍ଷକ ଧୂଆଁ ଏବଂ ଭଗ୍ନାବଶେଷ ନିକଟରେ ରହିଥିଲେ । ତାଙ୍କୁ ଶୀଘ୍ର ସେହି ଅଞ୍ଚଳରୁ ବାହାରକୁ ଦୌଡ଼ିବାକୁ ପଡିଲା । ଏହା ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଭୟଙ୍କର ମୁହୂର୍ତ୍ତ । ଆମେ ସମସ୍ତେ ଏବେ ସୁରକ୍ଷିତ ଅଛୁ ଏବଂ ଦୁବାଇ ବିମାନବନ୍ଦରର କର୍ମଚାରୀ ଏବଂ ଦୁବାଇ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଆମେ ଅଧିକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛୁ ।"
ଭୟଭୀତ ଅବସ୍ଥାରେ ପିଭି ସିନ୍ଧୁ:
ପିଭି ସିନ୍ଧୁ ଦୁବାଇ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ହେବା ପରେ ଦେଖା ଦେଇଥିବା ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ "ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣ ବନ୍ଦ ।" ବୋଲି ଲେଖିଛନ୍ତି । ସେ ସୁରକ୍ଷିତ ଅଛନ୍ତି ବୋଲି କହିବା ସହିତ ନିଜ ଟମ୍ ସହିତ ଫସି ରହିଛନ୍ତି ବୋଲି ଜଣାଇଛନ୍ତି । ତୀବ୍ର ଗତିରେ ବଢୁଥିବା ଉତ୍ତେଜନାରେ ସେ ଭୟଭୀତ ଅଛନ୍ତି ବୋଲି 'X' ହ୍ୟାଣ୍ଡେଲରେ ଲେଖିଛନ୍ତି ।
The ordeal continues to unfold, and the situation is becoming more frightening by the hour.
— Pvsindhu (@Pvsindhu1) March 1, 2026
A few hours ago, there was an explosion close to where we were holed up at the airport. My coach had to quickly run out of the area as he was closest to the smoke and debris. It was an… https://t.co/ZdNtuALk0P
ଏହା ମଧ୍ୟ ପଢନ୍ତୁ: ଲାଇଭ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଇସ୍ରାଏଲ-ଆମେରିକା ମିଳିତ ଆକ୍ରମଣ, ଇରାନ ସର୍ବୋଚ୍ଚ ନେତା ଖାମେନିଙ୍କ ମୃତ୍ୟୁ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ମୃତ୍ୟୁ, ସ୍ପଷ୍ଟ କଲା ଇରାନ |
ଦୁବାଇରେ ଯୁଦ୍ଧ ପରିସ୍ଥିତି:
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ପରିସ୍ଥିତି । ଆମେରିକା- ଇସ୍ରାଏଲଙ୍କ ଇରାନ ଉପରେ ମିଳିତ ଆକ୍ରମଣ ପରେ ପ୍ରତିଆକ୍ରମଣ ଆରମ୍ଭ କରିଛି ଇରାନ । ଇରାନ ଦୁବାଇର ମନୁଷ୍ୟକୃତ ପାମ୍ ଜୁମୈରା ଦ୍ବୀପ ଉପରେ ଡ୍ରୋନ ଆକ୍ରମଣ କରିଛି । ଏହା ସହିତ ଅଲ ଅରବ ନାମକ ବହୁ ବିଳାସପୂର୍ଣ୍ଣ ହୋଟେଲକୁ ଇରାନୀ ମିସାଇଲ ଟାର୍ଗେଟ କରିଛନ୍ତି । ୟୁନାଇଟେଡ୍ ଆରବ ଏମିରେଟ୍ସ କହିଛି ଯେ, ଇରାନ ଦ୍ୱାରା ଏହାର ଅଞ୍ଚଳରେ 137ଟି ମିସାଇଲ ଏବଂ 209ଟି ଡ୍ରୋନ୍ ମାଡ଼ କରାଯାଇଛି । ୟୁଏଇର ରାଜଧାନୀ ଆବୁଧାବିରେ, ଜାଏଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ସାତ ଜଣ ଆହତ ହୋଇଛନ୍ତି ବୋଲି ଏହାର ପରିଚାଳନା ସଂସ୍ଥା କହିଛି ।

