ETV Bharat / sports

IPL 2026 Final: ଆଜି ଟ୍ରଫି ଲଢ଼େଇରେ ମୁହାଁମୁହିଁ ହେବେ ଆରସିବି ଏବଂ ଗୁଜରାଟ, ଜାଣନ୍ତୁ କାହାର ପଲ୍ଲା ଭାରି?

ଆଇପିଏଲ୍ ଇତିହାସରେ ଏପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୋଟ ୯ ଥର ମୁହାଁମୁହିଁ ମୁକାବିଲା ହୋଇଛି।

IPL 2026 FINAL BENGALURU VS GUJARAT
ଆଜି ଟ୍ରଫି ଲଢ଼େଇରେ ମୁହାଁମୁହିଁ ହେବେ ଆରସିବି ଏବଂ ଗୁଜରାଟ (IANS and ETV Bharat Graphics)
author img

By ETV Bharat Sports Team

Published : May 31, 2026 at 1:38 PM IST

2 Min Read
Choose ETV Bharat

IPL 2026 Final: କ୍ରିକେଟ୍ ପ୍ରଶଂସକଙ୍କ ଦୀର୍ଘ ପ୍ରତୀକ୍ଷାର ବର୍ତ୍ତାମନ ଅନ୍ତ ଘଟିଛି। ଆଇପିଏଲ୍ ୨୦୨୬ ବର୍ତ୍ତମାନ ଏହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଜି (୩୧ ମଇ) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ସିଜିନର ସବୁଠାରୁ ବଡ଼ ମହାମୁକାବିଲା ହେବାକୁ ଯାଉଛି। ଟାଇଟଲ୍ ଲଢ଼େଇ ପାଇଁ ଯେଉଁ ଦୁଇଟି ଦଳ ମୁହାଁମୁହିଁ ହେଉଛନ୍ତି, ସେମାନେ ହେଲେ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ।

ହେଡ୍-ଟୁ-ହେଡ୍ ରେକର୍ଡ

ଆଇପିଏଲ୍ ଇତିହାସରେ ଏପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୋଟ ୯ ଥର ମୁହାଁମୁହିଁ ମୁକାବିଲା ହୋଇଛି। ଏହି ପରିସଂଖ୍ୟାନରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳେ। ଏପର୍ଯ୍ୟନ୍ତ ଖେଳାଯାଇଥିବା ୯ଟି ମ୍ୟାଚ୍ ମଧ୍ୟରୁ ଆରସିବି ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବାବେଳେ ଗୁଜରାଟ ଟାଇଟନ୍ସ ଦଳ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଏହି ପ୍ରତିଦ୍ୱନ୍ଦ୍ୱିତାରେ ଗୁଜରାଟ ବିପକ୍ଷରେ ଆରସିବିର ସର୍ବୋଚ୍ଚ ସ୍କୋର ୨୫୪ ରନ ରହିଛି। ଯାହା ଚଳିତ ସିଜିନର କ୍ୱାଲିଫାୟର୍-୧ ରେ ହୋଇଥିଲା, ଏବଂ ସେମାନଙ୍କର ସର୍ବନିମ୍ନ ସ୍କୋର ୧୫୫ ରନ ରହିଛି। ପରିସଂଖ୍ୟାନ ଅନୁଯାୟୀ ଆରସିବି ଦଳ ୫-୪ ରେ ସାମାନ୍ୟ ଅଗ୍ରଣୀ ହାସଲ କରିଛି, କିନ୍ତୁ ଆଜି (୩୧ ମଇ) ହେବାକୁ ଥିବା ୧୦ମ ମୁକାବିଲା ସିଧାସଳଖ ଆଇପିଏଲ୍ ଟ୍ରଫିର ନିଷ୍ପତ୍ତି କରିବ।

ପିଚ୍ ରିପୋର୍ଟ

ପ୍ରକୃତରେ ଏହି ଫାଇନାଲ୍ ମୁକାବିଲା ସେହି ପିଚ୍‌ରେ ଖେଳାଯିବ ଯେଉଁଠାରେ ଆଇପିଏଲ୍ ୨୦୨୫ ର ଫାଇନାଲ୍ ଏବଂ ଟି-୨୦ ୱାର୍ଲ୍ଡ କପ୍ ୨୦୨୬ ର ଟାଇଟଲ୍ ଲଢ଼େଇ ହୋଇଥିଲା। କ୍ରିକବଜ୍ ଅନୁଯାୟୀ ଏହି ମ୍ୟାଚ୍ ପିଚ୍ ନମ୍ବର ୬ ରେ ହେବ ଏବଂ ଅନ୍ୟ ପିଚ୍ ଗୁଡ଼ିକ ତୁଳନାରେ ଏହି ପିଚ୍‌ରେ ପ୍ରଥମ ଇନିଂସର ହାରାହାରି ସ୍କୋର କମ୍ ରହିଛି। ଯଦିଓ ଅହମ୍ମଦାବାଦର ଏହି ଗ୍ରାଉଣ୍ଡର ଓଭରଅଲ୍ ରେକର୍ଡରେ ୧୬ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି ଏବଂ ୮ ଥର ହାରିଛି। ଅର୍ଥାତ୍ ପରିସ୍ଥିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଟସ୍‌ର ଭୂମିକା ମଧ୍ୟ ବିଶେଷ ହେବ।

ପାଣିପାଗ

ଅହମ୍ମଦାବାଦରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଆକାଶ ସମ୍ପୂର୍ଣ୍ଣ ସଫା ଅଛି ଏବଂ ବର୍ଷାର ସମ୍ଭାବନା ଆଦୌ ନାହିଁ (ଶୂନ୍ୟ) ବୋଲି କୁହାଯାଇଛି। ଅର୍ଥାତ୍ ସମ୍ପୂର୍ଣ୍ଣ ୪୦ ଓଭରର ମୁକାବିଲା ବିନା କୌଣସି ବାଧାରେ ଦେଖିବାକୁ ମିଳିପାରେ। ଯଦି ହଠାତ୍ ବର୍ଷା ବାଧା ସୃଷ୍ଟି କରେ ଏବଂ ମ୍ୟାଚ୍ କୌଣସି କାରଣରୁ ସମ୍ପୂର୍ଣ୍ଣ ହୋଇନପାରେ, ତେବେ ୧ ଜୁନ୍ ୨୦୨୬ ଦିନକୁ ରିଜର୍ଭ ଡେ’ ଭାବେ ରଖାଯାଇଛି।

ଦୁଇ ଦଳର ସମ୍ଭାବ୍ୟ ଏକାଦାଶ

ଗୁଜରାଟ ଟାଇଟନ୍ସ: ସାଈ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଜୋସ୍ ବଟଲର୍ (ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଜେସନ ହୋଲ୍ଡର, ରାହୁଲ ତେୱାତିଆ, ନିଶାନ୍ତ ସିନ୍ଧୁ, ରାଶିଦ ଖାନ, ଅରଶଦ ଖାନ, କଗିସୋ ରବାଡା, ମହମ୍ମଦ ସିରାଜ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର: ଭେଙ୍କଟେଶ ଆୟର, ବିରାଟ କୋହଲି, ଦେବଦତ୍ତ ପଡ଼ିକ୍କଲ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ଟିମ୍ ଡେଭିଡ୍, କ୍ରୁଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ରସିଖ ସଲାମ ଦାର, ଜ୍ୟାକବ ଡଫି, ଜୋଶ ହେଜଲଉଡ୍।

ଏହା ମଧ୍ୟ ପଢ଼ନ୍ତୁ:

IPL ଇତିହାସରେ ସୂର୍ଯ୍ୟବଂଶୀଙ୍କ ନୂଆ କୀର୍ତ୍ତିମାନ: ଗଢ଼ିଲେ ଏଭଳି ରେକର୍ଡ ଯାହା ପୂର୍ବରୁ କେହି କରିନଥିଲେ!

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ହରାଇବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ଆସିଲା ବଡ଼ ଅପଡେଟ୍