ETV Bharat / sports

SRH vs RR: ଆଜି ଏଲିମିନେଟର ମ୍ୟାଚରେ ମୁହାଁମୁଁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ, ଜାଣନ୍ତୁ କାହାର ପଲ୍ଲା ଭାରି?

SRH vs RR: ଆଜି (୨୭ ମଇ) ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମହାମୁକାବିଲା ହେବ।

SRH vs RR Eliminator
ଆଜି ଏଲିମିନେଟର ମ୍ୟାଚରେ ମୁହାଁମୁଁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ (IANS)
author img

By ETV Bharat Sports Team

Published : May 27, 2026 at 1:17 PM IST

2 Min Read
Choose ETV Bharat

SRH vs RR Eliminator, ହାଇଦ୍ରାବାଦ: ଆଇପିଏଲ ୨୦୨୬ ର ୧୯ତମ ସିଜନର ପ୍ରଥମ ଫାଇନାଲିଷ୍ଟ ଭାବେ ଆରସିବି କନଫର୍ମ ହୋଇସାରିଛି। ବର୍ତ୍ତମାନ ଦ୍ଵିତୀୟ ଫାଇନାଲିଷ୍ଟ ଦଳ ପାଇଁ ୩ଟି ଦଳ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରୁ ଗୋଟିଏ ଦଳର ଯାତ୍ରା ଆଜି (୨୭ ମଇ) ଶେଷ ହୋଇଯିବ। ଆଜି ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମହାମୁକାବିଲା ହେବ। ଯେଉଁଥିରେ ଜିତିବା ଦଳ ଟ୍ରଫି ଆଡ଼କୁ ଆଉ ଏକ ପାଦ ଆଗକୁ ବଢ଼ାଇବ ଏବଂ ହାରିବା ଦଳ ବାଦ ପଡ଼ିବ।

ହେଡ୍-ଟୁ-ହେଡ୍

ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେଡ୍-ଟୁ-ହେଡ୍ ରେକର୍ଡ ଦେଖିଲେ SRH ର ପଲ୍ଲା ଭାରି ଥିବା ଭଳି ମନେହେଉଛି। ଏପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ମୋଟ ୨୩ଟି ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ୧୪ଟି ମ୍ୟାଚ୍ ହାଇଦ୍ରାବାଦ ଜିତିଥିବା ବେଳେ ଏବଂ ୯ଟି ମ୍ୟାଚ୍ ରାଜସ୍ଥାନ ଜିତିବାରେ ସଫଳ ହୋଇଛି। ଆଇପିଏଲ୍ ୨୦୨୬ ର ଲିଗ୍ ପର୍ଯ୍ୟାୟରେ ଦୁଇଟି ଯାକ ଦଳ ୨ ଥର ମୁହାଁମୁହିଁ ହୋଇଥିଲେ, ଏବଂ ଦୁଇଟି ଯାକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି।

ପାଣିପାଗ

ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ ଏଲିମିନେଟର ମ୍ୟାଚ୍ ମୁଲ୍ଲାନପୁରର ମହାରାଜା ଯାଦବିନ୍ଦ୍ର ସିଂହ ପିସିଏ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରୁ ଆରମ୍ଭ ହେବ ଏବଂ ଟସ୍ ୭:୦୦ ଟାରେ ହେବ। ଆଜି ମୁଲ୍ଲାନପୁରରେ ପାଣିପାଗ ମ୍ୟାଚ୍ ପାଇଁ ଅନୁକୂଳ ଅଛି। ବର୍ଷାର କୌଣସି ସମ୍ଭାବନା ନାହିଁ। ତେବେ ପ୍ରଥମ ଦୁଇ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ୪୦-୪୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ। ଏହି ଗରମ ପାଣିପାଗରେ ପ୍ରଥମେ ଫିଲ୍ଡିଂ କରୁଥିବା ଦଳ ପାଇଁ ସମସ୍ୟା ହୋଇପାରେ।

ପିଚ୍ ରିପୋର୍ଟ

ନ୍ୟୁ ଚଣ୍ଡିଗଡ଼ର ଏହି ଷ୍ଟାଡିୟମର ପିଚ୍ ନମ୍ବର-୪ ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ଏହି ପିଚ୍ ବ୍ୟାଟରମାନଙ୍କ ପାଇଁ ବେଶ୍ ସହାୟକ ହୋଇଥାଏ। ଏହା ସେହି ସମାନ ପିଚ୍, ଯେଉଁଠାରେ ଏହି ସିଜନରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ୨୨୩ ରନର ଏକ ବଡ଼ ଲକ୍ଷ୍ୟକୁ ପିଛା କରି ବିଜୟ ହାସଲ କରିଥିଲା। ସେହି ମ୍ୟାଚରେ ଯଶସ୍ୱୀ ଜୈସୱାଲ ୨୭ ବଲରେ ୫୧ ରନ ଏବଂ ବୈଭବ ୧୬ ବଲରେ ୪୩ ରନ୍ କରିଥିଲେ।

ଉଭୟ ଦଳର ସ୍କ୍ୱାଡ୍:

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ (ୱିକେଟ୍ କିପର), ରିୟାନ ପରାଗ (ଅଧିନାୟକ), ଡୋନୋଭାନ ଫେରେଇରା, ଶୁଭମ ଦୁବେ, ଦାସୁନ ଶାନାକା, ଜୋଫ୍ରା ଆର୍ଚ୍ଚର, ନାନ୍ଦ୍ରେ ବର୍ଗର, ଯଶ ରାଜ ପୁଞ୍ଜା, ବ୍ରିଜେଶ ଶର୍ମା, ରବୀନ୍ଦ୍ର ଜାଡେଜା, ସୁଶାନ୍ତ ମିଶ୍ର, ଅମନ ରାଓ ପେରାଲା, ରବି ବିଷ୍ଣୋଇ, ତୁଷାର ଦେଶପାଣ୍ଡେ, ଆଡାମ ମିଲ୍‌ନେ, ସନ୍ଦୀପ ଶର୍ମା, ଶିମରନ ହେଟମାୟର, କୁଲଦୀପ ସେନ, ଯୁଦ୍ଧବୀର ସିଂହ ଚରକ, କ୍ୱେନା ମାଫାକା, ଲୁଆନ୍-ଡ୍ରେ ପ୍ରିଟୋରିୟସ, ଇମାନଜୋତ ସିଂହ ଚହଲ, ବିଘ୍ନେଶ ପୁଥୁର।

ସନରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, ଟ୍ରାଭିସ ହେଡ୍, ଈଶାନ କିଷାନ (ୱିକେଟ୍ କିପର), ହେନରିକ୍ କ୍ଲାସେନ୍, ସଲିଲ ଆରୋରା, ସ୍ମରଣ ରବିଚନ୍ଦ୍ରନ, ନୀତିଶ କୁମାର ରେଡ୍ଡୀ, ପ୍ୟାଟ୍ କମିନ୍ସ (ଅଧିନାୟକ), ଶିବାଙ୍ଗ କୁମାର, ଇଶାନ ମାଲିଙ୍ଗା, ସାକିବ ହୁସେନ୍, ପ୍ରଫୁଲ୍ଲ ହିଙ୍ଗେ, ଅନିକେତ ବର୍ମା, ଲିଆମ୍ ଲିଭିଙ୍ଗଷ୍ଟୋନ୍, ହର୍ଷ ଦୁବେ, ହର୍ଷଲ ପଟେଲ, ଜୟଦେବ ଉନାଦକଟ, କାମିନ୍ଦୁ ମେଣ୍ଡିସ, ଜୀଶାନ ଅନସାରୀ, ଗେରାଲ୍ଡ କୋଏତ୍ଜି, ଦିଲଶାନ ମଦୁଶଙ୍କା, କ୍ରେନ୍ସ ଫୁଲେତ୍ରା, ଓମକାର ତାରମାଲେ, ଆରଏସ ଅମ୍ବ୍ରିଶ, ଅମିତ କୁମାର।

ଏହା ମଧ୍ୟ ପଢ଼ନ୍ତୁ:

IPL 2026: ଅଧିନାୟକ ରଜତ ପାଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଜରାଟକୁ ହରାଇ ଫାଇନାଲରେ ଆରସିବି

ଭାରତ ଗସ୍ତ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ: ହଶମତୁଲ୍ଲା ଶାହିଦି ହେଲେ ଅଧିନାୟକ