ମହିଳା ହକି ନେସନ୍ସ କପ୍ ପାଇଁ ଭାରତୀୟ ଦଳ ଘୋଷଣା
ମହିଳା ନେସନ୍ସ କପ୍ ପାଇଁ ହକି ଇଣ୍ଡିଆ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୫ ରୁ ୨୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଖେଳାଯିବ।

Published : June 2, 2026 at 5:25 PM IST
FIH Women’s Nations Cup, ହାଇଦ୍ରାବାଦ: ହକି ଇଣ୍ଡିଆ ଏଫ୍ଆଇଏଚ୍ ହକି ମହିଳା ନେସନ୍ସ କପ୍ ପାଇଁ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୫ ରୁ ୨୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଖେଳାଯିବ। ଅନ୍ୟପଟେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସଲିମା ଟେଟେଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ହକି ମହିଳା ନେସନ୍ସ କପ୍ ପାଇଁ ଭାରତକୁ ଟୁର୍ନାମେଣ୍ଟର ପୁଲ୍ 'ଏ'ରେ ରଖାଯାଇଛି। ଭାରତ ସହିତ ଏହି ପୁଲ୍ରେ ଜାପାନ, ଆମେରିକା ଏବଂ ଉରୁଗୁଏକୁ ସାମିଲ କରାଯାଇଛି। ସେହିପରି ପୁଲ୍ 'ବି' ରେ ଆୟୋଜକ ନ୍ୟୁଜିଲାଣ୍ଡ, ଚିଲି, କୋରିଆ ଏବଂ ଫ୍ରାନ୍ସ ସାମିଲ ରହିଛନ୍ତି।
୧୫ ଜୁନରୁ ଆରମ୍ଭ ହେବ ଭାରତୀୟ ଦଳର ଅଭିଯାନ
ହକି ମହିଳା ନେସନ୍ସ କପ୍ରେ ଭାରତୀୟ ଦଳ ଜୁନ୍ ୧୫ ରୁ ନିଜର ଅଭିଯାନ ଆରମ୍ଭ କରିବ। ଜୁନ୍ ୧୫ ରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏହାପରେ ଜୁନ୍ ୧୬ ରେ ଭାରତୀୟ ଦଳ ଜାପାନର ସମ୍ମୁଖୀନ ହେବ। ଜୁନ୍ ୧୮ ରେ ଦଳର ମୁକାବିଲା ଉରୁଗୁଏ ସହିତ ହେବ। ସେହିପରି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ମ୍ୟାଚ୍ ଜୁନ୍ ୨୦ ଏବଂ ଫାଇନାଲ୍ ମ୍ୟାଚ୍ ଜୁନ୍ ୨୧ ରେ ଖେଳାଯିବ।
ଭାରତୀୟ ମହିଳା ହକି ଦଳର କୋଚ୍ ମାରିନ୍ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଦଳର ପ୍ରସ୍ତୁତିର ଗୁରୁତ୍ୱ ଉପରେ ଜୋର୍ ଦେଇଛନ୍ତି। ଯାହା ହକି ମହିଳା ନେସନ୍ସ କପ୍ ୨୦୨୫-୨୬ ରୁ ଆରମ୍ଭ ହେବ। ଏହାପରେ ଭାରତୀୟ ଦଳକୁ ଏଫ୍ଆଇଏଚ୍ ବିଶ୍ୱକପ୍ ଏବଂ ଏସିଆନ୍ ଗେମ୍ସରେ ମଧ୍ୟ ଭାଗ ନେବାକୁ ହେବ।
Here's the 20-member Indian squad for the FIH Hockey Women's Nations Cup New Zealand 2025-26. 🏑
— Hockey India (@TheHockeyIndia) June 2, 2026
Ready to take on the challenge and make the nation proud. 💙
🗓️ June 15 – 21
📍Auckland, New Zealand
Read More 🔗 https://t.co/mXjsDc5XBD#HockeyIndia #IndiaKaGame pic.twitter.com/NbVdra7nOA
ଭାରତୀୟ ମହିଳା ହକି ଦଳର କୋଚ୍ ମାରିନ୍ କହିଛନ୍ତି, "ନେସନ୍ସ କପ୍ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ। ଆମେ ସେଠାକୁ ଯାଇ ନିଜ ପାଇଁ ଏକ ମାନଦଣ୍ଡ ସେଟ୍ କରିବା ଉଦ୍ଦେଶ୍ୟରେ ଖେଳିବାକୁ ଚାହୁଁ, ଯାହାକୁ ଆମେ ଆଗକୁ ବଢ଼ାଇ ପାରିବୁ। ଆମେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ଗସ୍ତରେ ସେହି ସବୁ ଦିଗ ଉପରେ କାମ କରିଛୁ, ଯାହା ଦ୍ୱାରା ଆମକୁ ଏକ ଦଳ ଭାବରେ ଭଲ ପ୍ରସ୍ତୁତି ମିଳିଛି। ଏବେ ପରବର୍ତ୍ତୀ ପଦକ୍ଷେପ ନେବା ଏବଂ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ କ୍ରମାଗତ ଭାବେ ସେହି ସ୍ତରର ପ୍ରଦର୍ଶନ ଦେଖାଇବା ହେଉଛି ଅସଲ କଥା। ଦଳ ସମ୍ପୂର୍ଣ୍ଣ ଅନୁପ୍ରାଣିତ ଅଛି ଏବଂ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ରହିଛି।"
ହକି ମହିଳା ନେସନ୍ସ କପ୍ ୨୦୨୫-୨୬ ପାଇଁ ଭାରତୀୟ ଦଳ
- ଗୋଲକିପର: ସବିତା, ବିଚୁ ଦେବୀ ଖାରିବାମ୍
- ଡିଫେଣ୍ଡର: ସୁଶିଲା ଚାନୁ ପୁଖରାମବାମ୍, ଇଶିକା ଚୌଧୁରୀ, ଲାଲଥାନ୍ତଲୁଆଙ୍ଗି, ଶିଳ୍ପୀ ଡବାସ, ଜ୍ୟୋତି, ନିକ୍କି ପ୍ରଧାନ
- ମିଡଫିଲ୍ଡର: ସଲିମା ଟେଟେ (ଅଧିନାୟକ), ନେହା, ସୁନୀତା ଟୋପୋ, ସାକ୍ଷୀ ରାଣା, ଦୀପିକା ସୋରେଙ୍ଗ, ସୋନମ୍, ଲାଲରେମସିଆମି
- ଫରୱାର୍ଡ: ନବନୀତ କୌର, ଦୀପିକା, ରୁତୁଜା ଦାଦାସୋ ପିସାଲ, ଇଶିକା, ଅନ୍ନୁ

