ETV Bharat / sports

ମହିଳା ଏସିଆ କପ୍ ୨୦୨୬: ଥାଇଲାଣ୍ଡକୁ ୯୪ ରନରେ ପରାସ୍ତ କଲା ଭାରତ

ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ଥାଇଲାଣ୍ଡକୁ ୧୬.୧ ଓଭରରେ ମାତ୍ର ୬୫ ରନ୍‌ରେ ଅଲ୍‌ ଆଉଟ୍ କରିଦେଇଥିଲେ।

India Women beat Thailand
ଥାଇଲାଣ୍ଡକୁ ୯୪ ରନରେ ପରାସ୍ତ କଲା ଭାରତ (IANS)
author img

By ETV Bharat Sports Team

Published : August 31, 2026 at 9:33 AM IST

2 Min Read
Choose ETV Bharat

Women's Asia Cup: ମହିଳା ଏସିଆ କପ୍ ୨୦୨୬ ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିଦେଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଥାଇଲାଣ୍ଡ ମହିଳା ଦଳକୁ ୯୪ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଶୁଭାରମ୍ଭ କରିଛି। ପ୍ରଥମ ଇନିଂସରେ ମିଡିଲ୍ ଅର୍ଡର ବିପର୍ଯ୍ୟୟ ସତ୍ତ୍ୱେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଏହି ବିଜୟକୁ ସହଜ ହାସଲ କରିନେଇଥିଲା।

ମ୍ୟାଚ୍ ବିଷୟରେ କହିଲେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳକୁ ଓପନିଂ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମା ଏକ ଧୂଆଁଧାର ଆରମ୍ଭ ଦେଇଥିଲେ। ଏହି ହୁଇ ଖେଳାଳି ମିଶି ପାୱାରପ୍ଲେରେ ୬୫ ରନ୍ ଯୋଡ଼ିଥିଲେ। ଶେଫାଳୀ ବର୍ମା ୮ଟି ଚୌକା ଏବଂ ୩ଟି ବିଶାଳ ଛକା ସହାୟତାରେ ୬୪ ରନ୍‌ର ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ମନ୍ଧାନା ୧୯ ରନ୍ କରି ରନ୍ ଆଉଟ୍ ହୋଇଥିଲେ।

ଏହାପରେ ପରେ ପ୍ରତିକା ରାୱଲ ୨୨ ରନ୍ କରି ଆଉଟ୍ ହୋଇଥିଲା। ଏହିଠାରୁ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ହରମନପ୍ରୀତ କୌର (୫), ରିଚା ଘୋଷ (୦) ଓ ଦୀପ୍ତି ଶର୍ମା (୫) ଶସ୍ତାରେ ପେଭିଲିୟନ ଫେରିଥିଲେ। ଥାଇଲାଣ୍ଡର ସୁଲିପର୍ଣ୍ଣ ଲାଓମି ୩ ୱିକେଟ୍ ଏବଂ ସୁନିଦା ଚତୁରଙ୍ଗରତ୍ତନା ୨ ୱିକେଟ୍ ନେଇ ଭାରତର ମିଡିଲ୍ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ। ଶେଷରେ କ୍ରାନ୍ତି ଗୌଡ଼ଙ୍କ ୮ ବଲ୍‌ରେ ୧୫ ରନ୍‌ର ଅପରାଜିତ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୯ ରନ୍‌ର ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲା।

୧୬୦ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଥାଇଲାଣ୍ଡର ଆରମ୍ଭ ବହୁତ ଖରାପ ରହିଥିଲା। ଭାରତୀୟ ବୋଲରମାନେ ପ୍ରଥମ ଓଭରରୁ ହିଁ ଚାପ ପକାଇବା ଆରମ୍ଭ କରିଦେଇଥିଲେ। ଥାଇଲାଣ୍ଡ ପକ୍ଷରୁ କେବଳ ନନ୍ନାପତ କୋଞ୍ଚାରୋଏନକାଇ ସର୍ବାଧିକ ୪୧ ରନ୍ କରି ଭାରତୀୟ ବୋଲିଂ ଆକ୍ରମଣର କିଛି ମାତ୍ରାରେ ସମ୍ମୁଖୀନ କରିପାରିଥିଲେ। ଏହି ଖେଳାଳିଙ୍କ ବ୍ୟତୀତ ଦଳର ୬ ଜଣ ବ୍ୟାଟ୍ସମ୍ୟାନ୍ ଖାତା ମଧ୍ୟ ଖୋଲିପାରି ନଥିଲେ।

ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ଥାଇଲାଣ୍ଡକୁ ୧୬.୧ ଓଭରରେ ମାତ୍ର ୬୫ ରନ୍‌ରେ ଅଲ୍‌ ଆଉଟ୍ କରିଦେଇଥିଲେ। ଦୀପ୍ତି ଶର୍ମା ମାରାତ୍ମକ ବୋଲିଂର ପ୍ରଦର୍ଶନ କରି ମାତ୍ର ୧.୧ ଓଭରରେ ବିନା କୌଣସି ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ତାଙ୍କ ବ୍ୟତୀତ ନନ୍ଦିନୀ ଶର୍ମା ୧୮ ରନ୍ ଦେଇ ୩ଟି ୱିକେଟ୍ ଏବଂ ଶ୍ରୀ ଚରଣୀ ୧୦ ରନ୍ ଦେଇ ୨ଟି ସଫଳତା ପାଇଥିଲେ। କ୍ରାନ୍ତି ଗୌଡ଼ଙ୍କୁ ମଧ୍ୟ ଗୋଟିଏ ୱିକେଟ୍ ମିଳିଥିଲା। ବୋଲରଙ୍କ ଏହି ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏହି ମ୍ୟାଚ୍‌କୁ ୯୪ ରନ୍‌ରେ ନିଜ ନାମରେ କରି ଏସିଆ କପ୍ ୨୦୨୬ ରେ ୨ ପଏଣ୍ଟ ହାସଲ କରିଛି।

ଏହା ମଧ୍ୟ ପଢ଼ନ୍ତୁ:

ମହମ୍ମଦ ଶାମିଙ୍କ ମହା ରେକର୍ଡ! ବୃତ୍ତିଗତ କ୍ରିକେଟରେ ପୂରା କଲେ ୯୦୦ ୱିକେଟ୍

ଶ୍ରୀଲଙ୍କାରେ ହେବନି ଚାମ୍ପିଅନ୍ସ ଟ୍ରଫି; ଆୟୋଜନ ଅଧିକାର ଛଡ଼ାଇ ନେଲା ଆଇସିସି

ବିଶ୍ୱକପ୍ ପାଇଁ ଗୌତମ ଗମ୍ଭୀରଙ୍କ ମାଷ୍ଟର ପ୍ଲାନ; ଶ୍ରେୟସ ଆୟରଙ୍କ ସ୍ଥାନ ନେଇପାରନ୍ତି ଏହି ଷ୍ଟାର୍ ଖେଳାଳି