ETV Bharat / sports

IND vs RSA: ମଇଦାନରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର, ଡ୍ରେସିଙ୍ଗ ରୁମରେ ମୁହାଁମୁହିଁ ହେବେ ଦୁଇ ଭାଇ

India vs South Africa: ରବିବାର ମ୍ୟାଚରେ କେବଳ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ସୀମିତ ନାହିଁ ବରଂ ଏହା ଦୁଇ ଭାଇଙ୍କ ମଧ୍ୟରେ ଏକ 'ମାଇଣ୍ଡ ଗେମ୍'ରେ ପରିଣତ ହୋଇଛି।

Morkel Sibling Rivalry Hits the T20 World Cup
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚର ଡ୍ରେସିଙ୍ଗ ରୁମରେ ମୁହାଁମୁହିଁ ଦୁଇ ଭାଇ (IANS)
author img

By ETV Bharat Sports Team

Published : February 22, 2026 at 3:05 PM IST

2 Min Read
Choose ETV Bharat

India vs South Africa: ଟି-୨୦ ବିଶ୍ୱକପ ୨୦୨୬ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହିବା ପରେ ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ସୁପର-୮ ପର୍ଯ୍ୟାୟରେ ପରସ୍ପରକୁ ସାମ୍ନା କରିବାକୁ ପ୍ରସ୍ତୁତ। ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ୍ କେବଳ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ସୀମିତ ନାହିଁ ବରଂ ଏହା ଦୁଇ ଭାଇଙ୍କ ମଧ୍ୟରେ ଏକ 'ମାଇଣ୍ଡ ଗେମ୍'ରେ ପରିଣତ ହୋଇଛି।

ଡ୍ରେସିଙ୍ଗ ରୁମର 'ଭାଇ-ଭାଇ' ଲଢ଼େଇ

ଏହି ମ୍ୟାଚର ସବୁଠାରୁ ବଡ଼ ଆକର୍ଷଣ ହେଉଛି ମୋର୍ନେ ମୋର୍କେଲ ଏବଂ ଆଲବି ମୋର୍କେଲ। ଗୌତମ ଗମ୍ଭୀରଙ୍କ କୋଚିଂ ଷ୍ଟାଫରେ ଭାରତର ବୋଲିଂ କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ମୋର୍ନେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ସ୍ପେଶାଲିଷ୍ଟ କନସଲଟାଣ୍ଟ ଭାବେ ରଣନୀତି ପ୍ରସ୍ତୁତ କରୁଛନ୍ତି ତାଙ୍କ ବଡ଼ ଭାଇ ଆଲବି।

ମୋର୍ନେ ମୋର୍କେଲ (ଭାରତ): ପ୍ରାୟ ୫୪୪ଟି ଆନ୍ତର୍ଜାତୀୟ ୱିକେଟ୍ ନେଇଥିବା ମୋର୍ନେଙ୍କ ପାଖରେ ନିଜ ଦେଶର ବ୍ୟାଟରଙ୍କ ଦୁର୍ବଳତା ବିଷୟରେ ପୂରା ଖବର ଅଛି। ସେ ଏବେ ବୁମ୍ରାଙ୍କୁ ଦକ୍ଷିଣ ଆଫ୍ରିକା ବିରୋଧରେ ସ୍ପେଶାଲ ଲାଇନ୍-ଲେନ୍ଥ ଶିଖାଉଛନ୍ତି।

ଆଲବି ମୋର୍କେଲ (ଦକ୍ଷିଣ ଆଫ୍ରିକା): ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ବହୁତ ବର୍ଷ ଖେଳିଥିବାରୁ ଭାରତୀୟ ପରିବେଶ ଓ ଖେଳାଳିଙ୍କୁ ସେ ବହୁତ ଭଲ ଭାବେ ଜାଣନ୍ତି। କେଶବ ମହାରାଜଙ୍କ ଭଳି ସ୍ପିନରଙ୍କ ସହ ମିଶି ସେ ଭାରତୀୟ ବ୍ୟାଟରଙ୍କୁ ରୋକିବା ପାଇଁ ଜାଲ ବିଛାଉଛନ୍ତି।

ମା’ଙ୍କ ପାଇଁ ବଢ଼ିଲା ଚିନ୍ତା!

ଏହି ରୋଚକ ଲଢ଼େଇକୁ ନେଇ ହସି ହସି ଆଲବି ମୋର୍କେଲ କହିଛନ୍ତି, "ଆମେ ଦୁଇ ଭାଇ ଏହି ମ୍ୟାଚକୁ ନେଇ ପରସ୍ପର ସହ କୌଣସି କଥା ହେଉନାହୁଁ। ସବୁଠୁ ଅଧିକ ଚିନ୍ତାରେ ଅଛନ୍ତି ଆମ ମା’! ସେ ବୁଝିପାରୁନାହାନ୍ତି କାହାକୁ ସପୋର୍ଟ କରିବେ।"

କଣ ହେବ ରଣନୀତି?

ଅହମ୍ମଦାବାଦର ପିଚ୍‌ରେ ଭାରତୀୟ ପେସ ବାହିନୀକୁ ମୋର୍ନେ 'ବାଉନ୍ସ'ର ମନ୍ତ୍ର ଶିଖାଉଥିବା ବେଳେ, ଆଲବି ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକାର ସ୍ପିନରମାନେ ଭାରତୀୟ ବାମହାତୀ ବ୍ୟାଟରଙ୍କୁ ଅକଲ ଗୁଡୁମ କରନ୍ତୁ। ଜଣେ ନିଜ ଦେଶ ପାଇଁ ରଣନୀତି କରୁଥିବା ବେଳେ ଅନ୍ୟ ଜଣେ ନିଜ କର୍ତ୍ତବ୍ୟ ପାଇଁ ସେହି ଦେଶ ବିରୋଧରେ ଛିଡ଼ା ହୋଇଛନ୍ତି।

ଟିମ୍ ଇଣ୍ଡିଆ ସ୍କ୍ୱାଡ୍: ଇଶାନ କିଶାନ (ୱିକେଟ୍ କିପର୍), ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ସଞ୍ଜୁ ସାମସନ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ।

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ୍: କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ଆଡେନ ମାର୍କ୍ରାମ (ଅଧିନାୟକ), ରିଆନ୍ ରିକେଲଟନ୍, ଡିୱାଲ୍ଡ ବ୍ରୁଇସ୍, ଡେଭିଡ ମିଲର, ଜସୋନ ସ୍ମିଥ, ମାର୍କୋ ଜନସେନ୍, କେଶବ ମହାରାଜ, କଗିସୋ ରବାଡା, ଅନ୍ରିଚ୍ ନୋର୍ଟଜେ, ଲୁଙ୍ଗି ନିଗିଡି, କର୍ବିନ ବୋଶ, ଜର୍ଜ ଲିଣ୍ଡେ, ଟ୍ରିଷ୍ଟାନ୍ ଷ୍ଟବ୍ସ, କ୍ୱେନା ମଫାକା।

ମଇଦାନରେ ରକ୍ତର ସମ୍ପର୍କ ଏକାଠି ହେଲେ ବି, ମଇଦାନ ବାହାରେ କିନ୍ତୁ ଏହି 'ମୋର୍କେଲ ଫ୍ୟାକ୍ଟର' କେଉଁ ଦଳକୁ ପଏଣ୍ଟ ଟେବୁଲର ଶୀର୍ଷକୁ ନେଉଛି, ତାହା ଦେଖିବାକୁ ବାକି ରହିଲା।

ଏହା ମଧ୍ୟ ପଢ଼ନ୍ତୁ:

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଶିଖର ଧାୱନ; ଜାଣନ୍ତୁ କିଏ ତାଙ୍କ ଜୀବନସାଥୀ ସୋଫି ସାଇନ୍?

T20 World Cup 2026: ସୁପର-୮ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାଲଢ଼େଇ, ଜାଣନ୍ତୁ କାହାର ପଲା ଭାରି?