ଭାରତ-ପାକିସ୍ତାନ ମ୍ୟାଚ୍ରେ ଭାଙ୍ଗିଲା ସବୁ ରେକର୍ଡ; ଡିଜିଟାଲ୍ ମାଧ୍ୟମରେ ଦେଖିଲେ ୧୬୩ ମିଲିୟନ୍ ଦର୍ଶକ
T20 World Cup 2026: କଲୋମ୍ବୋରେ ଖେଳାଯାଇଥିବା ଏହି ଗ୍ରୁପ୍-ଏ ମ୍ୟାଚ୍ କେବଳ ଭାରତକୁ ‘ସୁପର ଏଇଟ୍’ରେ ପହଞ୍ଚାଇ ନାହିଁ, ବରଂ ଡିଜିଟାଲ୍ ଭ୍ୟୁଅରସିପ୍ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି।

Published : February 20, 2026 at 2:41 PM IST
T20 World Cup 2026: କ୍ରିକେଟ୍ ମୈଦାନରେ ଯେତେବେଳେ ଭାରତ ଓ ପାକିସ୍ତାନ (India Vs Pakistan) ମୁହାଁମୁହିଁ ହୁଅନ୍ତି, ସେତେବେଳେ ଦୁନିଆ ଥମିଯାଏ। କିନ୍ତୁ ଏଥର ୨୦୨୬ ଟି-୨୦ ବିଶ୍ୱକପ୍ରେ ଏହି ମହାଲଢ଼େଇ କେବଳ ଲୋକଙ୍କୁ ବାନ୍ଧି ରଖିନି ବରଂ ଦର୍ଶକ ସଂଖ୍ୟା ମାମଲାରେ ପୂର୍ବର ସବୁ ରେକର୍ଡକୁ ଚୁରମାର୍ କରିଦେଇଛି। ଡିଜିଟାଲ୍ ପ୍ଲାଟଫର୍ମ 'ଜିଓ-ହଟଷ୍ଟାର୍'ରେ ଏହି ମ୍ୟାଚ୍କୁ ଦେଖିବା ପାଇଁ ଏତେ ଭିଡ଼ ଜମିଥିଲା ଯେ, ଏହା ୨୦୨୪ ବିଶ୍ୱକପ୍ ଫାଇନାଲ୍ର ଲୋକପ୍ରିୟତାକୁ ବି ପଛରେ ପକାଇ ଦେଇଛି।
୧୬୩ ମିଲିୟନ୍ ଦର୍ଶକଙ୍କ ନୂଆ ରେକର୍ଡ
ଜିଓ-ଷ୍ଟାର୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ମ୍ୟାଚ୍ର ଡିଜିଟାଲ୍ ରିଚ୍ (Digital Reach) ପ୍ରାୟ ୧୬୩ ମିଲିୟନ୍ ଛୁଇଁଛି। ଏହା କୌଣସି ବି ଟି-୨୦ ବିଶ୍ୱକପ୍ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ। ଗତ ୨୦୨୪ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ତୁଳନାରେ ଏଥର ଡିଜିଟାଲ୍ ଦର୍ଶକ ସଂଖ୍ୟାରେ ୫୬% ବୃଦ୍ଧି ଘଟିଛି। କେବଳ ମୋବାଇଲ୍ ନୁହେଁ, ସ୍ମାର୍ଟ ଟିଭି (CTV)ରେ ମଧ୍ୟ ଏହି ମ୍ୟାଚ୍କୁ ଗତଥର ଅପେକ୍ଷା ପ୍ରାୟ ଅଢ଼େଇ ଗୁଣା ଅଧିକ ଲୋକ ଦେଖିଛନ୍ତି।
India extend their unbeaten #T20WorldCup 2026 run with a clinical win in Colombo 👏
— T20 World Cup (@T20WorldCup) February 15, 2026
📝: https://t.co/TSLw2HHG3q pic.twitter.com/4Iet9vhH6N
୨୦ ବିଲିୟନ୍ ମିନିଟ୍ର ‘ୱାଚ୍ ଟାଇମ୍’
ପଡ଼ିଆରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଏବଂ ପାକିସ୍ତାନକୁ ୮-୧ ବ୍ୟବଧାନରେ ହରାଇବାର ଜିଦ୍ ଦର୍ଶକଙ୍କୁ ମୋବାଇଲ୍ ଓ ଟିଭି ସ୍କ୍ରିନ୍ ସାମ୍ନାରୁ ହଟିବାକୁ ଦେଇନଥିଲା। ସମସ୍ତ ପ୍ଲାଟଫର୍ମ ମିଶାଇ ଦର୍ଶକମାନେ ପ୍ରାୟ ୨୦ ବିଲିୟନ୍ ମିନିଟ୍ ପର୍ଯ୍ୟନ୍ତ ଏହି ମ୍ୟାଚ୍ର ମଜା ନେଇଛନ୍ତି। ଖାଲି ଡିଜିଟାଲ୍ ନୁହେଁ, ବରଂ ଲିନିୟର ଟିଭି (Linear TV)ରେ ମଧ୍ୟ ଏଥର ୭୧% ଅଧିକ ଟିଭିଆର (TVR) ମିଳିଛି, ଯାହା ୨୦୨୧ ପରଠାରୁ ସର୍ବାଧିକ।
The #INDvsPAK clash at this ICC Men's T20 World Cup shattered all the digital records, registering 163 million reach which is the most for a T20 game at the ICC event. pic.twitter.com/B2FNcGSjTu
— The Commentator (@commentator28) February 20, 2026
କ’ଣ କହିଛନ୍ତି କର୍ତ୍ତୃପକ୍ଷ?
ଜିଓ-ଷ୍ଟାର୍ ସ୍ପୋର୍ଟସ ସେଲ୍ସ ମୁଖ୍ୟ ଅନୁପ ଗୋବିନ୍ଦନ କହିଛନ୍ତି, "ଭାରତ-ପାକିସ୍ତାନ ମ୍ୟାଚ୍ ସବୁବେଳେ ଏକ ମହାକୁମ୍ଭ ସଦୃଶ। ଏହି ରେକର୍ଡ ସଂଖ୍ୟକ ଦର୍ଶକ ପ୍ରମାଣ କରୁଛନ୍ତି ଯେ କ୍ରିକେଟ୍କୁ ନେଇ ପ୍ରଶଂସକଙ୍କ ଉନ୍ମାଦନା କେଉଁ ସ୍ତରରେ ଅଛି।" ଅନ୍ୟପଟେ କଣ୍ଟେଣ୍ଟ ହେଡ୍ ସିଦ୍ଧାର୍ଥ ଶର୍ମା କହିଛନ୍ତି ଯେ, ଭାରତୀୟ ଦଳ ପୁଣିଥରେ ଇତିହାସ ରଚିବାକୁ ଯାଉଛି ଏବଂ ଜିଓ-ହଟଷ୍ଟାର୍ ଦର୍ଶକଙ୍କୁ ଏକ ସ୍ୱତନ୍ତ୍ର ଅନୁଭୂତି ଦେବାକୁ ପୂରା ପ୍ରସ୍ତୁତ।
ସୁପର-୮ ପାଇଁ ଭାରତ ପ୍ରସ୍ତୁତ
ବର୍ତ୍ତମାନ ଭାରତ ନିଜର ବିଜୟ ଅଭିଯାନ ଜାରି ରଖି ସୁପର-୮ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଯାହା ଫେବୃଆରୀ ୨୧ରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ଭାବେ ଭାରତ ଏଥର ମଧ୍ୟ ଟ୍ରଫି ନିଜ ପାଖରେ ରଖିବା ପାଇଁ ଲକ୍ଷ୍ୟ ରଖିଛି। ତେଣୁ ଆଗାମୀ ଦିନରେ ଦର୍ଶକ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

