ETV Bharat / sports

ଆଜିଠାରୁ ଭାରତ-ଇଂଲଣ୍ଡ ଲଢ଼େଇ; ବଦଳିଲା ଲାଇଭ୍ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ, ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ୍?

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚର ଲାଇଭ୍ ଷ୍ଟ୍ରିମିଙ୍ଗ୍ ସୋନି ଲିଭ୍ ଆପ୍‌ରେ ଉପଲବ୍ଧ ହେବ ନାହିଁ। ତେବେ ମ୍ୟାଚ୍‌ର ସିଧାପ୍ରସାରଣ କେଉଁଠାରେ ହେବ ଜାଣନ୍ତୁ।

IND vs ENG 1st T20I Live
ଆଜିଠାରୁ ଭାରତ-ଇଂଲଣ୍ଡ ଲଢ଼େଇ (IANS)
author img

By ETV Bharat Sports Team

Published : July 1, 2026 at 12:58 PM IST

2 Min Read
Choose ETV Bharat

IND vs ENG 1st T20I Live: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଅର୍ଥାତ୍ ବୁଧବାର ଠାରୁ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ଦଳ ଆୟରଲାଣ୍ଡରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲା। ଯେଉଁଠାରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଛି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ଏହି ଟି-୨୦ ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଟିମ୍ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କିନ୍ତୁ ଆୟୋଜକ ଇଂଲଣ୍ଡ ପାଖରେ ମଧ୍ୟ ଜବରଦସ୍ତ ସାମର୍ଥ୍ୟ ରହିଛି। ତେଣୁ ଏହି ମୁକାବିଲା ବେଶ୍ ଆକର୍ଷଣୀୟ ଏବଂ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଯଦି ଆପଣ ଏହି ମ୍ୟାଚ୍‌କୁ ଲାଇଭ୍ ଦେଖିବାକୁ ଚାହୁଁଛନ୍ତି, ତେବେ ଏହାର ଉପାୟ ଜାଣି ନିଅନ୍ତୁ, କାରଣ ଦୁଇଟି ଭିନ୍ନ ଭିନ୍ନ ନେଟୱର୍କରେ ଏହି ମ୍ୟାଚଗୁଡ଼ିକର ପ୍ରସାରଣ କରାଯିବ।

ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ କେବେ ଏବଂ କେଉଁଠାରେ ଖେଳାଯିବ?

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଡରହମର ଚେଷ୍ଟର-ଲେ-ଷ୍ଟ୍ରିଟ୍ ଗ୍ରାଉଣ୍ଡରେ ଆଜି ଅର୍ଥାତ୍ ବୁଧବାର, ଜୁଲାଇ ୧ ରେ ଖେଳାଯିବ।

ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ କେତେବେଳେ ଆରମ୍ଭ ହେବ?

ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜର ପ୍ରଥମ ମୁକାବିଲା ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୫ଟା ୩୦ ମିନିଟରେ ଆରମ୍ଭ ହେବ, କିନ୍ତୁ ସେହି ସମୟରେ ଭାରତରେ ରାତି ୧୦ଟା ହୋଇଥିବ। ଟସ୍ କଥା କହିବାକୁ ଗଲେ ଦୁଇ ଦଳର ଅଧିନାୟକ ଶ୍ରେୟସ ଅୟର ଏବଂ ହ୍ୟାରୀ ବ୍ରୁକ୍ ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟାରେ ପଡ଼ିଆକୁ ଓହ୍ଲାଇବେ। ସେହି ସମୟରେ ଭାରତରେ ରାତି ୯ଟା ୩୦ ମିନିଟ୍ ହୋଇଥିବ।

ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚର ଲାଇଭ୍ ଷ୍ଟ୍ରିମିଙ୍ଗ୍ କେଉଁଠାରେ ଦେଖିପାରିବେ?

ଆପଣ ଯଦି ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ଲାଇଭ୍ ଷ୍ଟ୍ରିମିଙ୍ଗ୍ ଦେଖିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସୋନି ଲିଭ୍ (Sony LIV) ଆପ୍‌ ନୁହେଁ, ବରଂ ଜିଓହଟଷ୍ଟାର୍ (JioHotstar) ଆପ୍ ଏବଂ ୱେବସାଇଟ୍‌ରେ ଲଗ୍-ଇନ୍ କରିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ହିନ୍ଦୀ ଏବଂ ଇଂରାଜୀ ସମେତ ଅନେକ ଭାଷାରେ କମେଣ୍ଟ୍ରି ଶୁଣିବାକୁ ମିଳିବ।

ଏହା ସମେତ ଯଦି ଆପଣ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚକୁ ଟିଭିରେ ଲାଇଭ୍ ଦେଖିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଷ୍ଟାର୍ ସ୍ପୋର୍ଟସ୍ ନେଟୱର୍କ ନୁହେଁ, ବରଂ ସୋନି ସ୍ପୋର୍ଟସ୍ ନେଟୱର୍କର ଭିନ୍ନ ଭିନ୍ନ ଚ୍ୟାନେଲକୁ ଟ୍ୟୁନ୍ ଇନ୍ କରିବାକୁ ପଡ଼ିବ। ଏଠାରେ ଅଲଗା ଅଲଗା ଚ୍ୟାନେଲରେ ଆପଣ ଭିନ୍ନ ଭିନ୍ନ ଭାଷାରେ କମେଣ୍ଟ୍ରି ଶୁଣିବାକୁ ପାଇବେ। ଜିଓଷ୍ଟାର୍ ପାଖରେ ଏହି ସିରିଜର ଡିଜିଟାଲ୍ ରାଇଟ୍ସ (ଡିଜିଟାଲ୍ ପ୍ରସାରଣ ଅଧିକାର) ରହିଛି ଏବଂ ସୋନି ପାଖରେ ଲିନିୟର ଅର୍ଥାତ୍ ଟିଭି ପ୍ରସାରଣର ଅଧିକାର ରହିଛି।

ଏହା ମଧ୍ୟ ପଢ଼ନ୍ତୁ:

ଭାରତ ବିପକ୍ଷ ପ୍ରଥମ ଟି-୨୦ ପାଇଁ ପ୍ଲେଇଂ-୧୧ ଘୋଷଣା କଲା ଇଂଲଣ୍ଡ, ବାଦ୍ ପଡ଼ିଲେ ଦୁଇ ବଡ଼ ଖେଳାଳି

IND vs ENG: ପ୍ରଥମ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଲା ଖୁସି ଖବର! ଦଳକୁ ଫେରିଲେ ବିଶ୍ୱର ନମ୍ୱର-1 ବୋଲର