AUSW vs INDW: ପିଙ୍କ୍ ବଲ୍ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟକା; ଦଳରୁ ବାଦ୍ ପଡ଼ିଲେ ଏହି ଷ୍ଟାର୍ ବୋଲର
AUSW vs INDW: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି।

Published : March 4, 2026 at 4:52 PM IST
Renuka Thakur Ruled Out: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଭିଜ୍ଞ ଦ୍ରୁତ ବୋଲର ରେଣୁକା ସିଂ ଠାକୁର ଏହି ଏକମାତ୍ର ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଲଗାତାର ଖେଳୁଥିବାରୁ ତାଙ୍କର 'ୱାର୍କଲୋଡ୍ ମ୍ୟାନେଜମେଣ୍ଟ' ବା ଶାରୀରିକ ଚାପକୁ ଦୃଷ୍ଟିରେ ରଖି ବିସିସିଆଇ (BCCI) ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।
କାହିଁକି ବାଦ୍ ପଡ଼ିଲେ ରେଣୁକା?
ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏକ ବୟାନରେ କହିଛନ୍ତି ଯେ, ରେଣୁକାଙ୍କ ଫିଟନେସ୍ ଉପରେ ମେଡିକାଲ ଟିମ୍ ନଜର ରଖିଛି। ଆଗକୁ ବଡ଼ ସିରିଜ୍ ଥିବାରୁ ତାଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ସେ ଟି-୨୦ ଏବଂ ଦିନିକିଆ ସିରିଜରେ ଦମଦାର ବୋଲିଂ କରିଥିଲେ ମଧ୍ୟ ଟେଷ୍ଟ ମ୍ୟାଚ୍ରୁ ତାଙ୍କୁ ଦୂରେଇ ରଖାଯାଇଛି।
Squad update from the #TeamIndia camp. 📢#RenukaSingh has been ruled out of the upcoming Test against Australia due to workload management. #KashveeGautam has been named as her replacement for the one-off clash.#AUSWvINDW Test 👉 FRI, 6 MAR on Star Sports Select 1 &… pic.twitter.com/YFX0TBIjpl
— Star Sports (@StarSportsIndia) March 4, 2026
ରେଣୁକାଙ୍କ ସ୍ଥାନ ନେବେ କାଶଭି ଗୌତମ
ରେଣୁକାଙ୍କ ଅନୁପସ୍ଥିତିରେ ଯୁବ ବୋଲର କାଶଭି ଗୌତମଙ୍କୁ ଦଳରେ ସୁଯୋଗ ମିଳିଛି। କାଶଭି ପୂର୍ବରୁ ଦିନିକିଆ ଦଳର ସଦସ୍ୟ ଥିଲେ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୩ଟି ୱିକେଟ୍ ମଧ୍ୟ ନେଇସାରିଛନ୍ତି। କେବଳ ବୋଲିଂ ନୁହେଁ ସେ ନିମ୍ନ କ୍ରମରେ ବ୍ୟାଟିଂ କରି ଦଳକୁ ସାହାଯ୍ୟ କରିବାର କ୍ଷମତା ରଖନ୍ତି। ୱୁମେନ୍ସ ପ୍ରିମିୟର ଲିଗ୍ (WPL) ରେ ମଧ୍ୟ ତାଙ୍କର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ରହିଛି।
ଚିନ୍ତାରେ ଭାରତୀୟ ପେସ୍ ବିଭାଗ
ରେଣୁକାଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳି ନଥିବାରୁ ଭାରତର ପେସ୍ ବୋଲିଂ ବିଭାଗ ଟିକେ ଦୁର୍ବଳ ମନେ ହେଉଛି। ଦଳରେ ଥିବା ଅନ୍ୟ ବୋଲର ଯଥା- କ୍ରାନ୍ତି ଗୌଡ଼, ସାୟଲୀ ସତଘରେ ଏବଂ ଅମନଜୋତ କୌରଙ୍କ ପାଖରେ ଏପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ନାହିଁ। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ୍କୁ ରୋକିବା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।
🚨 News 🚨
— BCCI Women (@BCCIWomen) March 3, 2026
Renuka Singh Thakur ruled out of Only-Test against Australia; Kashvee Gautam named replacement.
More details ▶️ https://t.co/2f9NSKfj7r#TeamIndia | #AUSvIND pic.twitter.com/S62vA2NSCA
କମବ୍ୟାକ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଆସନ୍ତା ଶୁକ୍ରବାରଠାରୁ ଏହି ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ଏହି ମଲ୍ଟି-ଫର୍ମାଟ୍ ସିରିଜରେ ଅଷ୍ଟ୍ରେଲିଆ ୮-୪ ପଏଣ୍ଟରେ ଆଗୁଆ ରହିଛି। ଭାରତ ଟି-୨୦ ସିରିଜ୍ ଜିତିଥିଲେ ମଧ୍ୟ ଦିନିକିଆରେ ହ୍ୱାଇଟୱାଶ୍ର ସମ୍ମୁଖୀନ ହୋଇଥିଲା। ଯଦି ଭାରତ ଏହି ଟେଷ୍ଟ ମ୍ୟାଚ୍ ଜିତେ, ତେବେ ୪ ପଏଣ୍ଟ ପାଇ ସିରିଜ୍ ବରାବର କରିବାର ସୁଯୋଗ ପାଇବ।
ଭାରତ ଟେଷ୍ଟ ସ୍କ୍ଵାଡ୍:
ହରମନପ୍ରୀତ କୌର (ଅଧିନାୟିକ), ସ୍ମୃତି ମନ୍ଧନା (ଉପ-ଅଧିନାୟିକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ହରଲୀନ ଦେୱଲ୍, ପ୍ରତିକା ରାୱଲ, ରିଚା ଘୋଷ (ୱିକେଟ୍ କିପର), ଉମା ଛେତ୍ରୀ (ୱିକେଟ୍ କିପର), ଅମନଜୋତ କୌର, ସ୍ନେହା ରାଣା, ସାୟଲୀ ସତଘରେ, ଦୀପ୍ତି ଶର୍ମା, କ୍ରାନ୍ତି ଗୌଡ଼, କାଶଭି ଗୌତମ, ବୈଷ୍ଣବୀ ଶର୍ମା।

