ETV Bharat / sports

ପାକିସ୍ତାନୀ ଖେଳାଳିଙ୍କୁ ଭାରତରେ ମିଳିବ କି ଏଣ୍ଟ୍ରି? କ୍ରୀଡ଼ା ମନ୍ତ୍ରଣାଳୟ ଜାରି କଲା ନୂଆ ଗାଇଡଲାଇନ୍

ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରୀଡ଼ା ସମ୍ପର୍କ ଉପରେ ଲାଗିଥିବା ରୋକ୍ ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ସ୍ପଷ୍ଟ କରିଛି।

India Sports Policy
କ୍ରୀଡ଼ା ମନ୍ତ୍ରଣାଳୟ ଜାରି କଲା ନୂଆ ଗାଇଡଲାଇନ୍ (IANS)
author img

By ETV Bharat Sports Team

Published : May 6, 2026 at 4:52 PM IST

1 Min Read
Choose ETV Bharat

India Sports Policy, ହାଇଦ୍ରାବାଦ: ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରୀଡ଼ା ସମ୍ପର୍କ ଉପରେ ଲାଗିଥିବା ରୋକ୍ ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ସ୍ପଷ୍ଟ କରିଛି। ତେବେ ଅନ୍ତର୍ଜାତୀୟ ଏବଂ ବହୁପାକ୍ଷିକ ପ୍ରତିଯୋଗିତା ଗୁଡ଼ିକରେ ଉଭୟ ଦେଶର ଖେଳାଳିଙ୍କ ଅଂଶଗ୍ରହଣ ଉପରେ କୌଣସି କଟକଣା ରହିବ ନାହିଁ। ମନ୍ତ୍ରଣାଳୟ ଏହା ମଧ୍ୟ ଦୋହରାଇଛି ଯେ ଖେଳାଳି, ଦଳର ଅଧିକାରୀ, ବୈଷୟିକ କର୍ମଚାରୀ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ସଂଗଠନର ପଦାଧିକାରୀଙ୍କ ପାଇଁ ଭିସା ପ୍ରକ୍ରିୟାକୁ ସରଳ କରାଯିବ। ଯଦ୍ୱାରା ଭାରତକୁ ଏକ ପସନ୍ଦଯୋଗ୍ୟ କ୍ରୀଡ଼ା ସ୍ଥଳ ଭାବେ ପ୍ରତିଷ୍ଠିତ କରାଯାଇପାରିବ।

କ’ଣ କହିଛି କ୍ରୀଡ଼ା ମନ୍ତ୍ରଣାଳୟ?

ସମସ୍ତ ଜାତୀୟ କ୍ରୀଡ଼ା ସଂଘ, ଭାରତୀୟ ଅଲିମ୍ପିକ୍ ସଂଘ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣକୁ ଜାରି କରାଯାଇଥିବା ଏକ ସର୍କୁଲାରରେ ମନ୍ତ୍ରଣାଳୟ କହିଛି ଯେ, 'ଦ୍ୱିପାକ୍ଷିକ କ୍ରୀଡ଼ା ପ୍ରତିଯୋଗିତା ପ୍ରସଙ୍ଗରେ ଭାରତୀୟ ଦଳ ପାକିସ୍ତାନ ଯିବେ ନାହିଁ କିମ୍ବା ପାକିସ୍ତାନୀ ଦଳକୁ ଭାରତରେ ଖେଳିବାକୁ ଅନୁମତି ଦିଆଯିବ ନାହିଁ।' ସର୍କୁଲାରରେ ଆହୁରି ମଧ୍ୟ କୁହାଯାଇଛି ଯେ, 'ଅନ୍ତର୍ଜାତୀୟ ଏବଂ ବହୁପାକ୍ଷିକ ପ୍ରତିଯୋଗିତା କ୍ଷେତ୍ରରେ ଆନ୍ତର୍ଜାତୀୟ କ୍ରୀଡ଼ା ସଂସ୍ଥାଗୁଡ଼ିକର ନିୟମ ଏବଂ ଭାରତୀୟ ଖେଳାଳିଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯିବ।'

ଏହାର ଅର୍ଥ ଭାରତୀୟ ଖେଳାଳିମାନେ ସେହି ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ କରିବା ଜାରି ରଖିବେ। ଯେଉଁଥିରେ ପାକିସ୍ତାନର ଖେଳାଳିମାନେ ମଧ୍ୟ ଭାଗ ନେଉଥିବେ। ସେହିଭଳି ପାକିସ୍ତାନୀ ଖେଳାଳିମାନେ ଭାରତରେ ଆୟୋଜିତ ବହୁପାକ୍ଷିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

କେବେ ଏହି ପଲିସି ଘୋଷଣା କରାଯାଇଥିଲା?

ଏହି ପଲିସି ପ୍ରଥମ ଥର ପାଇଁ ଅଗଷ୍ଟ ୨୦୨୪ରେ ଘୋଷଣା କରାଯାଇଥିଲା, ଯେତେବେଳେ ୟୁଏଇରେ ଆୟୋଜିତ ଏସିଆ କପ୍‌ରେ ଭାରତର ଅଂଶଗ୍ରହଣକୁ ନେଇ ବିବାଦ ଦେଖାଦେଇଥିଲା। ସେହି ସମୟରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲେ ଯେ ବହୁପାକ୍ଷିକ ପ୍ରତିଯୋଗିତାରେ ଭାଗ ନେବା ପ୍ରକ୍ରିୟା ଜାରି ରହିବ। ସର୍ତ୍ତ ରହିବ ଯେ ଏହାର ଆୟୋଜନ ଯେପରି ପାକିସ୍ତାନ ପାଖରେ ନଥିବ।

CWG ଏବଂ ଅଲିମ୍ପିକ୍ ନେଇ ବଡ଼ ଅପଡେଟ୍

ମନ୍ତ୍ରଣାଳୟ ଏହା ମଧ୍ୟ ସଂକେତ ଦେଇଛନ୍ତି ଯେ, ଭାରତ ୨୦୩୦ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା (CWG) ଏବଂ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାର ନିଜର ମହତ୍ତ୍ୱାକାଂକ୍ଷା ଅନୁଯାୟୀ ଅଲିମ୍ପିକ୍ ଚାର୍ଟରର ସମାବେଶୀ ନୀତିଗୁଡ଼ିକୁ ପାଳନ କରିବ। ଏହା ବ୍ୟତୀତ ମନ୍ତ୍ରଣାଳୟ କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକ ପାଇଁ ଭିସା ପ୍ରକ୍ରିୟାକୁ ଆହୁରି ସରଳ କରାଯିବ। ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନର ଅଧିକାରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ସର୍ବାଧିକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ 'ମଲ୍ଟି-ଏଣ୍ଟ୍ରି ଭିସା' ପ୍ରଦାନ କରାଯିବ।

ଏହା ମଧ୍ୟ ପଢ଼ନ୍ତୁ:

IPL 2026: ବିସିସିଆଇ ଘୋଷଣା କଲା ପ୍ଲେ-ଅଫ୍ ଭେନ୍ୟୁ; ଅହମ୍ମଦାବାଦରେ ଫାଇନାଲ୍, ଦେଖନ୍ତୁ ପୂରା ସୂଚୀ

ICC ଜାରି କଲା ଟି-୨୦ ସଦ୍ୟତମ ରାଙ୍କିଂ: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ, ଦେଖନ୍ତୁ ପୂରା ତାଲିକା

କ୍ରିକେଟ୍ ପରେ ରାଜନୀତି ପିଚରେ ବି ହିଟ୍ ଅଶୋକ ଡିଣ୍ଡା; ବେଙ୍ଗଲ ନିର୍ବାଚନରେ ହାସଲ କଲେ ବଡ଼ ବିଜୟ