ମହିଳା ଟି-୨୦ ବିଶ୍ୱକପ୍: ରବିବାର ପାକିସ୍ତାନକୁ ଭେଟିବ ଭାରତ, ଜାଣନ୍ତୁ କାହାର ପଲ୍ଲା ଭାରି?
IND W vs PAK W: ମହିଳା ଟି-୨୦ ବିଶ୍ୱକପ ୨୦୨୬ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମୁକାବିଲା ରବିବାର (୧୪ ଜୁନ୍) ଅନୁଷ୍ଠିତ ହେବ।

Published : June 14, 2026 at 3:01 PM IST
India vs Pakistan Women: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ମହିଳା ଦଳ ନିଜର ଅଭିଯାନ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ରବିବାର ହେବାକୁ ଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ଉପରେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ। ପୂର୍ବ ରେକର୍ଡ ଉପରେ ନଜର ପକାଇଲେ ପାକିସ୍ତାନ ତୁଳନାରେ ଭାରତର ପଲା ବେଶ୍ ଭାରି ଥିବା ଦେଖାଯାଉଛି।
ହେଡ୍ ଟୁ ହେଡ୍ ରେକର୍ଡ
ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତ ଏବଂ ପାକିସ୍ତାନ ଏପର୍ଯ୍ୟନ୍ତ ୧୬ ଥର ପରସ୍ପରର ସାମ୍ନାସାମ୍ନି ହୋଇଛନ୍ତି। ଏଥିମଧ୍ୟରୁ ୧୩ଟି ମ୍ୟାଚ୍ରେ ଭାରତୀୟ ଦଳ ବିଜୟ ହାସଲ କରିଥିବାବେଳେ ପାକିସ୍ତାନକୁ ମାତ୍ର ୩ ଥର ସଫଳତା ମିଳିଛି। ଏଭଳି ପରିସ୍ଥିତିରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ଆଶାରେ ପଡ଼ିଆକୁ ଓହ୍ଲାଇବ।
First Stop ➡️ Greatest Rivalry ⚔️
— Star Sports (@StarSportsIndia) June 14, 2026
📍 Birmingham#HarmanpreetKaur & Co. are ready! BRING. IT. ON. 👊
ICC Women’s #T20WorldCup 2026 | #INDvPAK 👉 SUN, 14th JUN, 6 PM pic.twitter.com/GrkBTNqKhG
ଦୁଇ ଦଳ ମଧ୍ୟରେ ଶେଷଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ରେ ମୁହାମୁହିଁ ହୋଇଥିଲା। ଯେଉଁଠାରେ ଭାରତ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ଭାରତୀୟ ଦଳ ଏଥର ମଧ୍ୟ ସେହି ପ୍ରଦର୍ଶନକୁ ଦୋହରାଇବାକୁ ଚାହିଁବ। ଏବେ ଦେଖିବାକୁ ବାକି ରହିଲା କି ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ର ଅଭିଯାନ କେମିତି ଆରମ୍ଭ କରୁଛି।
The josh for lifting the ICC Women's #T20WorldCup is sky-high! 🏆💪
— Star Sports (@StarSportsIndia) June 14, 2026
There is absolutely nothing like the energy of Indian cricket fans ahead of the #INDvPAK clash. The road to glory starts now. 🤩
ICC Women’s #T20WorldCup 2026 👉 #INDvPAK | SUN, 14th June, 6 PM! pic.twitter.com/IFOiLlb6e0
ପିଚ୍ ରିପୋର୍ଟ
ଏହି ମ୍ୟାଚ୍ ସେହି ଏଜବାଷ୍ଟନ ମଇଦାନରେ ଖେଳାଯିବ। ଯେଉଁଠାରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ସେହି ମ୍ୟାଚ୍ରେ ଦୁଇ ଦଳ ମିଶି ୩୫୧ ରନ୍ କରିଥିଲେ। ଯାହା ସଙ୍କେତ ଦେଉଛି କି ଏଠାରେ ବ୍ୟାଟ୍ସମ୍ୟାନମାନଙ୍କୁ ଭଲ ସହାୟତା ମିଳିପାରେ।
" yeh match toh jeetna hi jeetna hai!" 💪
— Star Sports (@StarSportsIndia) June 14, 2026
that one line perfectly captures the intensity of the #GreatestRivalry. 🇮🇳⚔️🇵🇰
ICC Women’s #T20WorldCup 2026 | #INDvPAK 👉 SUN, 14th June, 6 PM pic.twitter.com/VNrb1kGnbd
ସ୍ମୃତି ଏବଂ ଶେଫାଳୀଙ୍କ ଠାରୁ ବଡ଼ ଆଶା
ବ୍ୟାଟିଂ କଥା କହିବାକୁ ଗଲେ ଟିମ୍ ଇଣ୍ଡିଆ ପୁଣି ଥରେ ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମାଙ୍କ ଓପନିଂ ଯୋଡ଼ି ଠାରୁ ବଡ଼ ଆଶା ରଖିବ। ଇଂଲଣ୍ଡର ପରିସ୍ଥିତିରେ ଉଭୟ ବ୍ୟାଟରଙ୍କ ରେକର୍ଡ ଚମତ୍କାର ରହିଛି। ମଧ୍ୟକ୍ରମରେ ଅଧିନାୟିକା ହରମନପ୍ରୀତ କୌର ଏବଂ ଜେମିମା ରୋଡ୍ରିଗ୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ସେହିପରି ୱିକେଟକିପର ବ୍ୟାଟର ରିଚା ଘୋଷଙ୍କ ଠାରୁ ଦଳ ଦ୍ରୁତ ଫିନିସିଂ ଆଶା କରିବ।
ଫାତିମା ସନାଙ୍କ ଉପରେ ରହିବ ନଜର
ଅନ୍ୟପଟେ ପାକିସ୍ତାନର ଅଧିନାୟିକା ଫାତିମା ସନା ଚମତ୍କାର ଫର୍ମରେ ଅଛନ୍ତି। ସେ ଉଭୟ ବ୍ୟାଟ୍ ଏବଂ ବଲ୍ରେ ମ୍ୟାଚ୍ର ମୋଡ଼ ବଦଳାଇବାର କ୍ଷମତା ରଖନ୍ତି। ନିକଟରେ ସେ ଜିମ୍ବାୱେ ବିପକ୍ଷରେ ମାତ୍ର ୧୫ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରି ନିଜର ବିସ୍ଫୋରକ ବ୍ୟାଟିଂର ପରିଚୟ ଦେଇଥିଲେ। ସମପରି ପାକିସ୍ତାନ ଅଭିଜ୍ଞ ଦ୍ରୁତ ବୋଲର ଡାଏନା ବେଗ୍ ଭାରତୀୟ ବ୍ୟାଟରମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି।
The excitement for the Greatest Rivalry #INDvPAK is building! ⚔️💥
— Star Sports (@StarSportsIndia) June 14, 2026
From talking about the challenge of facing Team India to naming the Indian players they look up to, Pakistani players offer a candid glimpse ahead of the blockbuster clash. 🤩🏏
ICC Women’s #T20WorldCup 2026 👉… pic.twitter.com/d00qFL7QHI
ଭାରତ- ପାକିସ୍ତାନ ମ୍ୟାଚ୍ ଲାଇଭ୍ କେଉଁଠି ଦେଖିବେ?
ଭାରତୀୟ ମହିଳା ବନାମ ପାକିସ୍ତାନ ମହିଳା ଟି୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ 'ଜିଓହଟ୍ଷ୍ଟାର୍' (JioHotstar) ଆପ୍ରେ ହେବ, ସେହିପରି ଟିଭିରେ ଏହାର ସିଧା ପ୍ରସାରଣ 'ଷ୍ଟାର୍ ସ୍ପୋର୍ଟସ୍ ନେଟୱର୍କ' (Star Sports Network) ଚ୍ୟାନେଲ୍ରେ କରାଯିବ।
ଭାରତ ବନାମ ପାକିସ୍ତାନ ଟି୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍ କେତେବେଳେ ଆରମ୍ଭ ହେବ?
ଭାରତ ବନାମ ପାକିସ୍ତାନ ମହିଳା ଟି୨୦ ବିଶ୍ୱକପ୍ ୨୦୨୬ର ଏହି ମହାଲଢ଼େଇ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୬:୩୦ ମିନିଟ୍ରେ ଟସ୍ ପଡ଼ିବ।

