ଦୁବାଇରେ ଆଜି ହଂକଂ ସହ ଲଢ଼ିବ ଭାରତ: ଜାଣନ୍ତୁ କେବେ, କେଉଁଠି ଓ କେମିତି ଦେଖିବେ ଲାଇଭ୍ ମ୍ୟାଚ୍?
ମହିଳା ଏସିଆ କପ୍ ୨୦୨୬ରେ ଗୁରୁବାର ଭାରତୀୟ ଦଳ ନିଜର ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ହଂକଂ ବିପକ୍ଷରେ ଖେଳିବ।

Published : September 3, 2026 at 11:13 AM IST
ହାଇଦ୍ରାବାଦ: ମହିଳା ଏସିଆ କପ୍ ୨୦୨୬ରେ ଭାରତୀୟ ଦଳ (୩ ସେପ୍ଟେମ୍ୱର) ଆଜି ନିଜର ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଭାରତ ଓ ହଂକଂ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। କହି ରଖୁଛୁ ଯେ ଭାରତ ଥାଇଲାଣ୍ଡ ବିପକ୍ଷରେ ଏକ ଚମତ୍କାର ବିଜୟ ସହ ଏସିଆ କପ୍ ୨୦୨୬ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ୯୪ ରନ୍ରେ ଜିତିଥିଲା। ଗୁରୁବାର ହଂକଂ ବିପକ୍ଷରେ ବିଜୟ ହାସଲ କରି ଭାରତୀୟ ଦଳ ସେମିଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିବ।
ଭାରତ ବନାମ ହଂକଂ ମ୍ୟାଚ୍ ଟିଭିରେ କେଉଁଠି ଦେଖିବେ?
ଭାରତରେ ଏହି ମୁକାବିଲାର ସିଧାପ୍ରସାରଣ ସୋନି ସ୍ପୋର୍ଟସ୍ ନେଟୱର୍କର ଟିଭି ଚ୍ୟାନେଲଗୁଡ଼ିକରେ କରାଯିବ। ଏଭଳି ପରିସ୍ଥିତିରେ, କ୍ରିକେଟ୍ ପ୍ରଶଂସକମାନେ ଟିଭିରେ ସୋନି ସ୍ପୋର୍ଟସ୍ ନେଟୱର୍କ ଜରିଆରେ ମ୍ୟାଚ୍ ଦେଖିପାରିବେ।
Gearing 🆙 for Game 2 of #WomensAsiaCup 2026 💪#TeamIndia | #INDvHK pic.twitter.com/znxbUS6vxO
— BCCI Women (@BCCIWomen) September 2, 2026
ମୋବାଇଲ୍ ଏବଂ ଅନଲାଇନ୍ରେ କେମିତି ଦେଖିବେ ଲାଇଭ୍?
ଯେଉଁ ଦର୍ଶକମାନେ ମୋବାଇଲ୍ କିମ୍ବା ଅନ୍ୟ ଡିଭାଇସ୍ରେ ଦେଖିବାକୁ ଚାହାଁନ୍ତି ସେମାନେ ସୋନି ଲିଭ୍ (Sony LIV) ଆପ୍ ଏବଂ ୱେବସାଇଟ୍ ଜରିଆରେ ଭାରତ ବନାମ ହଂକଂ, ଚୀନ୍ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ। ଲାଇଭ୍ ଷ୍ଟ୍ରିମିଂ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଆରମ୍ଭ ହେବ।
ଥାଇଲ୍ୟାଣ୍ଡ ବିପକ୍ଷରେ କିପରିରହିଥିଲା ଭାରତର ପ୍ରଦର୍ଶନ?
ମହିଳା ଏସିଆ କପ୍ ୨୦୨୬ର ନିଜର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ଥାଇଲାଣ୍ଡକୁ ୯୪ ରନ୍ରେ ପରାସ୍ତ କରିଥିଲା। ଏହି ମୁକାବିଲାରେ ଶେଫାଳି ବର୍ମା ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଯେଉଁଥିପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଚୟନ କରାଯାଇଥିଲା। ତେବେ ଭାରତର ଅନ୍ୟ ବ୍ୟାଟର ମାନେ କିଛି ବିଶେଷ କରି ପାରି ନଥିଲେ। ତଥାପି ଏହି ମ୍ୟାଚରେ ଭାରତର ବୋଲର ମାନେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଥିଲେ।
🎧 आज संध्या 7:30 बजे
— Akashvani आकाशवाणी (@AkashvaniAIR) September 3, 2026
🏏 Women's Asia Cup T20 Cricket Tournament 2026
🔥 भारत vs हॉन्ग कॉन्ग
📻 सीधा प्रसारण – DTH, DRM, LRS & Identified Primary, FM Rainbow Network @MIB_India I @airnewsalerts I @IndiaSports I @BCCIWomen pic.twitter.com/q65OLaF6Gz
ଉଭୟ ଦଳର ସ୍କ୍ୱାର୍ଡ
ଭାରତୀୟ ମହିଳା ଦଳ: ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ପ୍ରତିକା ରାୱଲ, ହରମନପ୍ରୀତ କୌର (ଅଧିନାୟିକା), ଭାରତୀ ଫୁଲମାଲି, ରିଚା ଘୋଷ (ୱିକେଟ୍ କିପର), ଦୀପ୍ତି ଶର୍ମା, ପ୍ରେମା ରାୱତ, ନନ୍ଦନୀ ଶର୍ମା, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼, ଗୁଣାଲନ କମଳିନୀ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ।
ହଂକଂ ମହିଳା ଦଳ: କ୍ୟାରି ଚାନ୍, ମାରିକୋ ହିଲ୍, ୟାସମିନ ଦାସୱାନୀ (ୱିକେଟ୍ କିପର), ମରିୟମ ବିବି (ଅଧିନାୟିକା), ମରିନା ଲାମପ୍ଲୋ, ଶାନଜିନ୍ ଶହଜାଦ, ଜୟଲିନ୍ କୌର, ସିଙ୍ଗ୍ ଚାନ୍ ଡୋରୋଥିଆ, ରୁଚିତା ଭେଙ୍କଟେଶ, ଆଲିସନ ସିଉ, ଚାର୍ଲୋଟ ଚାନ୍, କୌର ମହେକଦୀପ, ହେଲି ୱଙ୍ଗ, ଇକ୍ରା ସହର, ନତାଶା ମାଇଲ୍ସ।

