ଅକ୍ଷର ପଟେଲ ମାରିଲେ ଐତିହାସିକ 'ଶତକ'; କୌଣସି ଭାରତୀୟ ସ୍ପିନର କରି ପାରିନାହାନ୍ତି ଏପରି କୀର୍ତ୍ତିମାନ
Axar Patel: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଅଲ୍ରାଉଣ୍ଡର ଅକ୍ଷର ପଟେଲ ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି।

Published : July 5, 2026 at 7:11 PM IST
Axar Patel Record: ଭାରତୀୟ କ୍ରିକେଟ୍ ଦଳର ଦିଗ୍ଗଜ ଅଲ୍ରାଉଣ୍ଡର ଅକ୍ଷର ପଟେଲ ଟି-୨୦ ଅନ୍ତର୍ଜାତୀୟରେ ୧୦୦ଟି ୱିକେଟ୍ ପୂରଣ କରିଛନ୍ତି। ସେ ଏଭଳି କୀର୍ତ୍ତିମାନ ସ୍ଥାପନ କରିବାରେ ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରଥମ ସ୍ପିନର ବନିଛନ୍ତି। ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଅକ୍ଷର, ହ୍ୟାରୀ ବ୍ରୁକ୍ଙ୍କୁ ନିଜ ସ୍ପିନ୍ ଜାଲରେ ଫସାଇ ୧୦୦ତମ ଶିକାର ପୂରଣ କରିଥିଲେ। ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କୁ ପଛରେ ପକାଇ ସେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଏହା ସହିତ ସେ ଭାରତ ପାଇଁ ଟି-୨୦ ଫର୍ମାଟ୍ରେ ୱିକେଟର ଶତକ (୧०० ଉଇକେଟ୍) ମାରିଥିବା ଚତୁର୍ଥ ବୋଲର ବନିଯାଇଛନ୍ତି।
ଅକ୍ଷର ପଟେଲ ରଚିଲେ ଇତିହାସ
ଅକ୍ଷର ପଟେଲ ଟି-୨୦ ଫର୍ମାଟ୍ରେ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ବ୍ୟାଟ୍ ସହିତ ସେ ବଲ୍ରେ ମଧ୍ୟ ବହୁମୂଲ୍ୟ ଯୋଗଦାନ ଦେବା ପାଇଁ ଜଣାଶୁଣା। ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ହ୍ୟାରୀ ବ୍ରୁକ୍ଙ୍କୁ ଆଉଟ୍ କରି ସେ ଟି-୨୦ ଅନ୍ତର୍ଜାତୀୟରେ ନିଜର ୧୦୦ ୱିକେଟ୍ ପୂରଣ କରିଛନ୍ତି। ସେ ୯୧ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ପରେ ଭାରତ ପାଇଁ ସ୍ପିନର ଭାବେ ସବୁଠାରୁ ଅଧିକ ୱିକେଟ୍ ନେବା ମାମଲାରେ ୟୁଜବେନ୍ଦ୍ର ଚହଲଙ୍କ ନାମ ରହିଛି।
ICYMI: Axar Patel, with the key wicket of Harry Brook, became the first Indian spinner to reach the milestone of 100 T20I wickets in men's cricket.
— Cricbuzz (@cricbuzz) July 4, 2026
He became the fourth overall for India to reach 100.#ENGvIND pic.twitter.com/Rm1CeOwOSg
ୟୁଜବେନ୍ଦ୍ର ଚହଲ ୮୦ଟି ମ୍ୟାଚ୍ରେ ୯୬ଟି ୱିକେଟ୍ ନେଇଛନ୍ତି। ବର୍ଷ ୨୦୨୩ ପରଠାରୁ ତାଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। କୁଲଦୀପ ଯାଦବ ମଧ୍ୟ ୧୦୦ଟି ୱିକେଟ୍ ନେବା ରେସ୍ ରେ ରହିଛନ୍ତି। ୫୪ଟି ମ୍ୟାଚ୍ରେ କୁଲଦୀପଙ୍କ ଖାତାରେ ୯୫ଟି ୱିକେଟ୍ ରହିଛି। ଏହାବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ୭୩ଟି ଏବଂ ରବି ବିଷ୍ଣୋଇ ୬୪ଟି ୱିକେଟ୍ରେ ନେବାରେ ସଫଳ ହୋଇଛନ୍ତି।
First #TeamIndia spinner to 1️⃣0️⃣0️⃣ T20I wickets 👏
— BCCI (@BCCI) July 4, 2026
A major milestone for Axar Patel 💙🫡
Updates ▶️ https://t.co/WYfL8tAm58 #ENGvIND | @akshar2026 pic.twitter.com/Uv20EKojGM
ଏହି ସଫଳତା ସହିତ ଅକ୍ଷର ପଟେଲ ଭାରତ ପକ୍ଷରୁ ଟି-୨୦ ଫର୍ମାଟ୍ରେ ୧୦୦ଟି ୱିକେଟ୍ ନେଇଥିବା ଚତୁର୍ଥ ବୋଲର ବନିଯାଇଛନ୍ତି। ସର୍ବପ୍ରଥମେ ଏହି କୀର୍ତ୍ତିମାନ ଅର୍ଶଦୀପ ସିଂହ (୧୩୩*) କରିଥିଲେ। ସେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ ଅଟନ୍ତି। ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରଠାରେ ସେ ୩ଟି ୱିକେଟ୍ ନେଇଥିଲେ। ଏହାପରେ ଜସପ୍ରୀତ ବୁମ୍ରା ୯୧ଟି ମ୍ୟାଚ୍ରେ ୧୨୧ଟି ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସମପରି ହାର୍ଦ୍ଦିକ ପାଣ୍ଡ୍ୟା ୧୩୮ଟି ମ୍ୟାଚ୍ରେ ୧୧୪ଟି ୱିକେଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି।
Axar Patel scripts history by becoming the first Indian spinner to claim 100 T20I wickets! 🇮🇳🔥#Cricket #India #AxarPatel pic.twitter.com/mQoP2xw8ER
— Sportskeeda (@Sportskeeda) July 5, 2026
ଅକ୍ଷର ପଟେଲଙ୍କ କ୍ୟାରିୟର୍
ଅକ୍ଷର ପଟେଲଙ୍କ କ୍ୟାରିୟର୍ ବିଷୟରେ କହିବାକୁ ଗଲେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ୭୧ଟି ଦିନିକିଆ ମ୍ୟାଚ୍ ଖେଳି ୭୫ଟି ୱିକେଟ୍ ନେବା ସହ ୮୫୮ ରନ୍ ସ୍କୋର କରିଛନ୍ତି। ଟେଷ୍ଟରେ ତାଙ୍କୁ ମାତ୍ର ୧୫ଟି ମ୍ୟାଚ୍ରେ ସୁଯୋଗ ମିଳିଛି। ଯେଉଁଥିରେ ସେ ୬୮୮ ରନ୍ କରିଛନ୍ତି ଏବଂ ୫୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ନିଜର ଶିକାର ବନାଇଛନ୍ତି।

