ETV Bharat / sports

ଇମ୍ପେରିଆଲ କ୍ଲାସିକ-୨୦୨୬: ଶଙ୍କର ମେହେର ଓ ଉର୍ମିଳା ବେହେରା ହେଲେ ରାଜ୍ୟର ଶ୍ରେଷ୍ଠ ବଡି ବିଲ୍ଡର

ବଲାଙ୍ଗୀର ସହରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ଇମ୍ପେରିଆଲ କ୍ଲାସିକ-୨୦୨୬’।

Imperial Classic 2026
ଶଙ୍କର ମେହେର ଓ ଉର୍ମିଳା ବେହେରା ହେଲେ ରାଜ୍ୟର ଶ୍ରେଷ୍ଠ ବଡି ବିଲ୍ଡର (Etv Bharat)
author img

By ETV Bharat Sports Team

Published : March 2, 2026 at 4:35 PM IST

1 Min Read
Choose ETV Bharat

ରିପୋର୍ଟ: ସେଖ୍ ମହମ୍ମଦ ୱାହିଦ୍

ବଲାଙ୍ଗୀର: ବଲାଙ୍ଗୀର ସହରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ଇମ୍ପେରିଆଲ କ୍ଲାସିକ-୨୦୨୬’। ଓଡ଼ିଶା କଳିଙ୍ଗ ବଡି ବିଲ୍ଡିଂ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ହାଇ-ଭୋଲଟେଜ୍ ପ୍ରତିଯୋଗିତାରେ ସାରା ରାଜ୍ୟର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ସବୁ ବିଭାଗକୁ ପଛରେ ପକାଇ ପୁରୁଷ ବର୍ଗରେ ସମ୍ବଲପୁରର ଶଙ୍କର ମେହେର ଏବଂ ମହିଳା ବର୍ଗରେ ଉର୍ମିଳା ବେହେରା ଚାମ୍ପିୟନ ଟାଇଟଲ୍ ହାସଲ କରିଛନ୍ତି।

କିଏ କେଉଁ ବିଭାଗରେ କିଏ ମାରିଲେ ବାଜି?

Imperial Classic 2026
ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ଇମ୍ପେରିଆଲ କ୍ଲାସିକ-୨୦୨୬’ (ETV Bharat)

ଜୁରୀ ପ୍ୟାନେଲଙ୍କ କଡ଼ା ନଜର ମଧ୍ୟରେ ବିଭିନ୍ନ ଓଜନ ଓ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିମ୍ନରେ ଦେଖନ୍ତୁ ଏହାର ସଂକ୍ଷିପ୍ତ ଫଳାଫଳ:

  • ପୁରୁଷ (ସର୍ଟ ବର୍ଗ): ଯାଜପୁରର ଲକ୍ଷ୍ମୀଧର ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବଲାଙ୍ଗୀରର ଅଭିଷେକ ବେହେରା ଦ୍ୱିତୀୟ ଓ କଟକର ବିଷ୍ଣୁ ବେହେରା ତୃତୀୟ ହୋଇଛନ୍ତି।
  • ପୁରୁଷ (ଟଲ୍ ବର୍ଗ): ସମ୍ବଲପୁରର ତରୁଣ ମହାକୁଡ଼ ଶୀର୍ଷରେ ରହିଥିବା ବେଳେ ରାୟଗଡ଼ାର ଡି. ଭେଙ୍କଟ ପ୍ରସାଦ ଓ ଭଦ୍ରକର ଦୀପକ କୁମାର ଦାସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି।
  • ମହିଳା ବର୍ଗ: ସମ୍ବଲପୁରର ଉର୍ମିଳା ବେହେରା ପ୍ରଥମ, ବଲାଙ୍ଗୀରର ଶିବାନୀ ନାୟକ ଦ୍ୱିତୀୟ ଓ ପୂଜା ଗୁପ୍ତା ତୃତୀୟ ସ୍ଥାନରେ ରହିଛନ୍ତି।

ଓଜନ ଶ୍ରେଣୀ ଅନୁଯାୟୀ ବିଜେତା:

Imperial Classic 2026
ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ଇମ୍ପେରିଆଲ କ୍ଲାସିକ-୨୦୨୬’ (ETV Bharat)
  • ୫୫ କେଜି: ଆଦିତ୍ୟ ନାରାୟଣ (ପୁରୀ)- ପ୍ରଥମ।
  • ୬୫ କେଜି: ଚନ୍ଦନ ବିଶ୍ୱାଳ (ଯାଜପୁର)- ପ୍ରଥମ।
  • ୭୦ କେଜି: ବିଜୟ ବଡ଼ପଣ୍ଡା (ପୁରୀ)- ପ୍ରଥମ।
  • ୭୫ କେଜି: ପ୍ରକାଶ ସିଂ ମୁଣ୍ଡାରୀ (ସମ୍ବଲପୁର)- ପ୍ରଥମ।
  • ୭୫ କେଜିରୁ ଊର୍ଦ୍ଧ୍ୱ: ସମ୍ବଲପୁରର ଶଙ୍କର ମେହେର ପ୍ରଥମ ସ୍ଥାନ ସହ ଓଭରଅଲ୍ ଚାମ୍ପିୟନ ବିବେଚିତ ହୋଇଛନ୍ତି। ରଘୁ ମାରାଣ୍ଡି ଦ୍ଵିତୀୟ ଓ ଯାଜପୁରର ମାନସ କୁମାର ବାରିକ ତୃତୀୟ ସ୍ଥାନରେ ବିଜୟୀ ହୋଇଥିଲେ।

"କଲିଙ୍ଗ ବଡ଼ି ବିଲ୍ଡିଂଗ ସଂଘ ଆନୁକୂଲ୍ୟରେ ଏହି ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ଆୟୋଜିତ ହୋଇଛି। ଯେଉଁଥିରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ବିଭିନ୍ନ ବର୍ଗରେ ପ୍ରତିଜୋଗିତା ଆୟୋଜିତ ହୋଇଛି ଏବଂ ଏଥିରେ ରାଜ୍ୟର ସବୁ ଜିଲ୍ଲାର ଶତାଧିକ ପ୍ରତିଯୋଗି ଏଥିରେ ଭାଗ ନେଇ ଥିଲେ। ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ ବିଭିନ୍ନ ବର୍ଗରେ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଇମ୍ପେରୀୟଲ କ୍ଲାସିକ ୨୦୨୬ ଚମ୍ପିୟାନ ବଛା ଯାଇଛି।", କହିଛନ୍ତି- ବାଳକୃଷ୍ଣ ବାଗ, ସମ୍ପାଦକ (ଆୟୋଜକ କମିଟି)।

ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ଇମ୍ପେରିଆଲ କ୍ଲାସିକ-୨୦୨୬’ (ETV Bharat)

ଇଟିଭି ଭାରତ, ବଲାଙ୍ଗୀର

ଏହା ମଧ୍ୟ ପଢ଼ନ୍ତୁ:

IND vs AFG: ଜୁନ୍‌ରେ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ: ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍

T20 World Cup: ସେମିଫାଇନାଲ୍ ଲଢ଼େଇ ପାଇଁ ୪ଟି ଦଳ ପ୍ରସ୍ତୁତ; ଜାଣନ୍ତୁ କେବେ ଓ କେଉଁଠି ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ

'ଇଣ୍ଡିଆ ପହଞ୍ଚିବ ନାହିଁ' ଭବିଷ୍ୟବାଣୀ କରିଥିଲେ ପାକିସ୍ତାନ କ୍ରିକେଟର, ସେମିରେ ପହଞ୍ଚିବା ପରେ ଏପରି ଟ୍ରୋଲ୍ କରୁଛନ୍ତି ପ୍ରଶଂସକ

ଆମେରିକାରେ ବିଶ୍ୱକପ୍ ଖେଳିବ କି ଇରାନ? ଆକ୍ରମଣ ପରେ ଦ୍ୱନ୍ଦ୍ୱରେ ଫୁଟବଲ୍ ଫେଡେରେସନ୍