ETV Bharat / sports

ଭାରତରେ ଖେଳାଯିବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି; ତାରିଖ ସହ ଷ୍ଟାଡିୟମ ନାମ ଘୋଷଣା କଲା ICC

୬ଟି ଦଳକୁ ନେଇ ଖେଳାଯିବାକୁ ଥିବା ଏହି ମହିଳା ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମ ସହିତ ଭଦୋଦରାର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

India to Host Inaugural ICC Womens Champions Trophy 2027
ଭାରତରେ ଖେଳାଯିବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି (IANS)
author img

By ETV Bharat Sports Team

Published : September 3, 2026 at 9:38 AM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆଇସିସି ମହିଳା ଚାମ୍ପିଅନ୍ସ ଟ୍ରଫି ୨୦୨୭ର ଆୟୋଜନ କରିବାର ଦାୟିତ୍ୱ ଭାରତକୁ ମିଳିଛି। ୧୪ ରୁ ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ପ୍ରଥମ ଥର ପାଇଁ ମହିଳା ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହା ପୂର୍ବରୁ ମହିଳା କ୍ରିକେଟରେ କେବଳ ଦୁଇଟି ଆଇସିସି ଇଭେଣ୍ଟ ଯଥା ଦିନିକିଆ ବିଶ୍ୱକପ୍ ଏବଂ ଟି-୨୦ ବିଶ୍ୱକପ୍ ଆୟୋଜନ କରାଯାଉଥିଲା। ୬ଟି ଦଳକୁ ନେଇ ଖେଳାଯିବାକୁ ଥିବା ମହିଳା ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମ ସହିତ ଭଦୋଦରାର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଶ୍ରୀଲଙ୍କା କରିବାର ଥିଲା। ତେବେ ଶ୍ରୀଲଙ୍କା କ୍ରିକେଟରେ ଆବଶ୍ୟକୀୟ ସୁଧାର ପ୍ରକ୍ରିୟା ବର୍ତ୍ତମାନ ମଧ୍ୟ ଜାରି ରହିଛି। ଏହି କାରଣରୁ ଟୁର୍ଣ୍ଣାମେଣ୍ଟକୁ ଶ୍ରୀଲଙ୍କାରୁ ଭାରତ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଗଲା। ଆୟୋଜନ ପାଇଁ ବାଂଲାଦେଶ, ଭାରତ ଏବଂ ଦକ୍ଷିଣ ଆଫ୍ରିକାର ନାମ ଉପରେ ବିଚାର କରାଯାଇଥିଲା। ଆଇସିସି ଶେଷରେ ଅନେକ ଦିଗକୁ ଅନୁଧ୍ୟାନ କରିବା ପରେ ଭାରତକୁ ଆୟୋଜନ ଦାୟିତ୍ୱ ଦେଇଛି।

ଆଇସିସି ପକ୍ଷରୁ ଜାରି କରାଯାଇଥିବା ବୟାନରେ ଅଧ୍ୟକ୍ଷ ଜୟ ଶାହା କହିଛନ୍ତି, "ଆଇସିସି ମହିଳା ଚାମ୍ପିଅନ୍ସ ଟ୍ରଫି ୨୦୨୭ ମହିଳା କ୍ରିକେଟ ପାଇଁ ଏକ ରୋମାଞ୍ଚକର ନୂଆ ଅଧ୍ୟାୟ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଭାବରେ, ଏହା ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକୁ ଏକ ଚମତ୍କାର ଏବଂ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ମୁକାବିଲା ପାଇଁ ଏକାଠି କରିବ। ଏହା ଦଳଗୁଡ଼ିକୁ ର଼୍ୟାଙ୍କିଂରେ ଉପରକୁ ଉଠିବା ଏବଂ ବିଶ୍ୱ ସ୍ତରରେ ନିଜ ସ୍ଥାନ ପକ୍କା କରିବା ପାଇଁ ଅଧିକ ପ୍ରେରିତ କରିବ। ବର୍ତ୍ତମାନ ଯେତେବେଳେ ପ୍ରତିବର୍ଷ ଆଇସିସିର କୌଣସି ବଡ଼ ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ, ସେତେବେଳେ ମହିଳା କ୍ରିକେଟ୍, ଏହାର ଖେଳାଳି ଏବଂ ସାରା ବିଶ୍ୱରେ ଥିବା ଏହାର ପ୍ରଶଂସକମାନଙ୍କ ପାଇଁ ଏକ ଭଲ ଗତି, ଅଧିକ ନିରନ୍ତରତା ଏବଂ ମଜବୁତ ଲୟ ସୃଷ୍ଟି କରିବାକୁ ଆମ ପାଖରେ ଏକ ବଡ଼ ସୁଯୋଗ ରହିବ।"

ମହିଳା ଚାମ୍ପିଅନ୍ସ ଟ୍ରଫି ୨୦୨୭ରେ ଆୟୋଜକ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଦଳ ଭାଗ ନେବେ। ଏହାର ମ୍ୟାଚ୍ ଗୁଡ଼ିକ ଟି-୨୦ ଫର୍ମାଟ୍‌ରେ ଖେଳାଯିବ। ଗ୍ରୁପ୍ ରାଉଣ୍ଡରେ ସବୁ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଏଥିରେ ସେମିଫାଇନାଲ୍ ମ୍ୟାଚ୍ ହେବ ନାହିଁ। ରାଉଣ୍ଡ ରବିନ୍ ପରେ ଶୀର୍ଷରେ ରହିଥିବା ଦୁଇ ଦଳ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ। ୧୫ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ମ୍ୟାଚ୍ ହେବ। ଏହି ଚାମ୍ପିଅନ୍ସ ଟ୍ରଫି ଟି-୨୦ ଫର୍ମାଟରେ ଖେଳାଯିବ।

ଭାରତ ମହିଳା ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ଅଟେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିକଟରେ ଇଂଲଣ୍ଡରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍ ଟାଇଟଲ୍ ନିଜ ନାମରେ କରିଛି। ଏଭଳି ପରିସ୍ଥିତିରେ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିରେ ଏହି ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ।

ଏହା ମଧ୍ୟ ପଢ଼ନ୍ତୁ:

ICC ଜାରି କଲା ସଦ୍ୟତମ ରାଙ୍କି; ଗିଲ୍-ରୁଟ୍‌ଙ୍କୁ ବଡ଼ ଝଟକା, ଟପ୍-୧୦ ରୁ ବାଦ ପଡ଼ିଲେ ବାବର

ଇଂଲଣ୍ଡ କ୍ରିକେଟ୍ ଦଳକୁ ବଡ଼ ଝଟକା: କୋଚିଂ ଅଫର୍‌କୁ ମନା କଲେ ମାଇକେଲ୍ ହସି!

ଟିମ୍ ଇଣ୍ଡିଆରୁ ଅଣଦେଖା: ଚୟନକର୍ତ୍ତାଙ୍କୁ ମାତ୍ର ୪ଟି ଶବ୍ଦରେ ଜବାବ ଦେଲେ କୃଣାଲ ପାଣ୍ଡ୍ୟା!