ETV Bharat / sports

Women’s T20 World Cup 2026: ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଦେଖନ୍ତୁ ସମ୍ପୂର୍ଣ୍ଣ ସିଡ୍ୟୁଲ୍

Women’s T20 World Cup 2026: କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଆସନ୍ତା ମହିଳା ଟି-୨୦ ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ICC Women T20 World Cup schedule
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ କାର୍ଯ୍ୟସୂଚୀ (IANS)
author img

By ETV Bharat Sports Team

Published : February 24, 2026 at 2:46 PM IST

3 Min Read
Choose ETV Bharat

ICC Women T20 World Cup schedule: କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଆସନ୍ତା ମହିଳା ଟି-୨୦ ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଚଳିତ ବର୍ଷ ପୁଣି ଥରେ ପଡ଼ିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ECB) ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଆସନ୍ତା ଜୁନ୍ ୧୪ ତାରିଖରେ ଏହି ମହାଲଢ଼େଇ ଅନୁଷ୍ଠିତ ହେବ।

ଟୁର୍ଣ୍ଣାମେଣ୍ଟର ରୂପରେଖ

ଏଥର ବିଶ୍ୱକପ୍‌ରେ ମୋଟ ୧୨ଟି ଦଳ ଭାଗ ନେଉଛନ୍ତି। ଯାହାକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ (ଗ୍ରୁପ-୧) ରହିଥିବାରୁ ଉଭୟଙ୍କ ମଧ୍ୟରେ ମ୍ୟାଚ୍ ହେବା ନିଶ୍ଚିତ ହୋଇଛି।

ଗ୍ରୁପ୍ ୧: ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ବାଂଲାଦେଶ, ନେଦରଲାଣ୍ଡସ୍

ଗ୍ରୁପ୍ ୨: ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ସ୍କଟଲାଣ୍ଡ

ଭାରତର ପ୍ରମୁଖ ମ୍ୟାଚ୍ ଏବଂ ସମୟ

ଜୁନ୍ ୧୨ ତାରିଖରୁ ଆୟୋଜକ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତର ଅଭିଯାନ ମଧ୍ୟ ବେଶ୍ ଆକର୍ଷଣୀୟ ରହିବ।

  • ଭାରତ ବନାମ ପାକିସ୍ତାନ: ଜୁନ୍ ୧୪ (ରବିବାର), ରାତି ୮ଟା (IST), ଏଜବାଷ୍ଟନ।
  • ଭାରତ ବନାମ ନେଦରଲ୍ୟାଣ୍ଡ: ଜୁନ୍ ୧୭, ରାତି ୮ଟା
  • ଭାରତ ବନାମ ଦକ୍ଷିଣ ଆଫ୍ରିକା: ଜୁନ୍ ୨୧, ରାତି ୮ଟା
  • ଭାରତ ବନାମ ବାଂଲାଦେଶ: ଜୁନ୍ ୨୫, ରାତି ୮ଟା
  • ଭାରତ ବନାମ ଅଷ୍ଟ୍ରେଲିଆ: ଜୁନ୍ ୨୮, ରାତି ୮ଟା

ଫାଇନାଲ୍ ଲଢ଼େଇ

ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଜୁନ୍ ୩୦ ଏବଂ ଦ୍ୱିତୀୟ ସେମିଫାଇନାଲ ଜୁଲାଇ ୨ ତାରିଖରେ ଖେଳାଯିବ। ସମସ୍ତଙ୍କ ନଜର ଜୁଲାଇ ୫ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲ୍ ଉପରେ ରହିବ, ଯାହା ଐତିହାସିକ 'ଲର୍ଡସ' କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।

ମହିଳା ଟି-୨୦ ବିଶ୍ୱକପ୍ ୨୦୨୬: ସମ୍ପୂର୍ଣ୍ଣ ସୂଚୀ (ଭାରତୀୟ ସମୟ ଅନୁସାରେ)

  • ଜୁନ୍ ୧୨- ଶୁକ୍ରବାର- ଇଂଲଣ୍ଡ ବନାମ ଶ୍ରୀଲଙ୍କା - ରାତି ୧୧:୦୦- ଏଜବାଷ୍ଟନ
  • ଜୁନ୍ ୧୩- ଶନିବାର- ସ୍କଟଲାଣ୍ଡ ବନାମ ଆୟର୍ଲାଣ୍ଡ -ଅପରାହ୍ନ ୩:୦୦ - ଓଲ୍ଡ ଟ୍ରାଫୋର୍ଡ
  • ଜୁନ୍ ୧୩, ଶନିବାର - ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା - ରାତି ୭:୦୦ - ଓଲ୍ଡ ଟ୍ରାଫୋର୍ଡ
  • ଜୁନ୍ ୧୩, ଶନିବାର - ୱେଷ୍ଟଇଣ୍ଡିଜ୍ ବନାମ ନ୍ୟୁଜିଲାଣ୍ଡ - ରାତି ୧୧:୦୦ - ହାମ୍ପସିୟର
  • ଜୁନ୍ ୧୪, ରବିବାର - ବାଂଲାଦେଶ ବନାମ ନେଦରଲାଣ୍ଡ- ଅପରାହ୍ନ ୩:୦୦- ଏଜବାଷ୍ଟନ
  • ଜୁନ୍ ୧୪, ରବିବାର - ଭାରତ ବନାମ ପାକିସ୍ତାନ - ରାତି ୭:୦୦ - ଏଜବାଷ୍ଟନ
  • ଜୁନ୍ ୧୬, ମଙ୍ଗଳବାର - ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା - ରାତି ୭:୦୦ - ହାମ୍ପସିୟର
  • ଜୁନ୍ ୧୬, ମଙ୍ଗଳବାର - ଇଂଲଣ୍ଡ ବନାମ ଆୟର୍ଲାଣ୍ଡ - ରାତି ୧୧:୦୦ - ହାମ୍ପସିୟର
  • ଜୁନ୍ ୧୭, ବୁଧବାର - ଅଷ୍ଟ୍ରେଲିଆ ବନାମ ବାଂଲାଦେଶ - ଅପରାହ୍ନ ୩:୦୦ - ହେଡିଙ୍ଗଲେ
  • ଜୁନ୍ ୧୭, ବୁଧବାର - ଭାରତ ବନାମ ନେଦରଲାଣ୍ଡ - ରାତି ୭:୦୦ - ହେଡିଙ୍ଗଲେ
  • ଜୁନ୍ ୧୭, ବୁଧବାର - ଦକ୍ଷିଣ ଆଫ୍ରିକା ବନାମ ପାକିସ୍ତାନ - ରାତି ୧୧:୦୦ - ଏଜବାଷ୍ଟନ
  • ଜୁନ୍ ୧୮, ଗୁରୁବାର - ୱେଷ୍ଟଇଣ୍ଡିଜ୍ ବନାମ ସ୍କଟଲାଣ୍ଡ - ରାତି ୧୧:୦୦ - ହେଡିଙ୍ଗଲେ
  • ଜୁନ୍ ୧୯, ଶୁକ୍ରବାର - ନ୍ୟୁଜିଲାଣ୍ଡ ବନାମ ଆୟର୍ଲାଣ୍ଡ - ରାତି ୧୧:୦୦ - ହାମ୍ପସିୟର
  • ଜୁନ୍ ୨୦, ଶନିବାର - ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡ - ଅପରାହ୍ନ ୩:୦୦ - ହାମ୍ପସିୟର
  • ଜୁନ୍ ୨୦, ଶନିବାର - ପାକିସ୍ତାନ ବନାମ ବାଂଲାଦେଶ - ରାତି ୭:୦୦ - ହାମ୍ପସିୟର
  • ଜୁନ୍ ୨୦, ଶନିବାର - ଇଂଲଣ୍ଡ ବନାମ ସ୍କଟଲାଣ୍ଡ - ରାତି ୧୧:୦୦ - ହେଡିଙ୍ଗଲେ
  • ଜୁନ୍ ୨୧, ରବିବାର - ୱେଷ୍ଟଇଣ୍ଡିଜ୍ ବନାମ ଶ୍ରୀଲଙ୍କା - ଅପରାହ୍ନ ୩:୦୦ - ବ୍ରିଷ୍ଟଲ୍
  • ଜୁନ୍ ୨୧, ରବିବାର - ଦକ୍ଷିଣ ଆଫ୍ରିକା ବନାମ ଭାରତ - ରାତି ୭:୦୦ - ଓଲ୍ଡ ଟ୍ରାଫୋର୍ଡ
  • ଜୁନ୍ ୨୩, ମଙ୍ଗଳବାର - ନ୍ୟୁଜିଲାଣ୍ଡ ବନାମ ସ୍କଟଲାଣ୍ଡ - ଅପରାହ୍ନ ୩:୦୦ - ବ୍ରିଷ୍ଟଲ୍
  • ଜୁନ୍ ୨୩, ମଙ୍ଗଳବାର - ଶ୍ରୀଲଙ୍କା ବନାମ ଆୟର୍ଲାଣ୍ଡ - ରାତି ୭:୦୦ - ବ୍ରିଷ୍ଟଲ୍
  • ଜୁନ୍ ୨୩, ମଙ୍ଗଳବାର - ଅଷ୍ଟ୍ରେଲିଆ ବନାମ ପାକିସ୍ତାନ - ରାତି ୧୧:୦୦ - ହେଡିଙ୍ଗଲେ
  • ଜୁନ୍ ୨୪, ବୁଧବାର - ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍ - ରାତି ୧୧:୦୦ - ଲର୍ଡସ
  • ଜୁନ୍ ୨୫, ଗୁରୁବାର - ଭାରତ ବନାମ ବାଂଲାଦେଶ - ରାତି ୭:୦୦ - ଓଲ୍ଡ ଟ୍ରାଫୋର୍ଡ
  • ଜୁନ୍ ୨୫, ଗୁରୁବାର - ଦକ୍ଷିଣ ଆଫ୍ରିକା ବନାମ ନେଦରଲାଣ୍ଡ - ରାତି ୧୧:୦୦ - ବ୍ରିଷ୍ଟଲ୍
  • ଜୁନ୍ ୨୬, ଶୁକ୍ରବାର - ଶ୍ରୀଲଙ୍କା ବନାମ ସ୍କଟଲାଣ୍ଡ - ରାତି ୧୧:୦୦ - ଓଲ୍ଡ ଟ୍ରାଫୋର୍ଡ
  • ଜୁନ୍ ୨୭, ଶନିବାର - ପାକିସ୍ତାନ ବନାମ ନେଦରଲାଣ୍ଡ - ଅପରାହ୍ନ ୩:୦୦ - ବ୍ରିଷ୍ଟଲ୍
  • ଜୁନ୍ ୨୭, ଶନିବାର - ୱେଷ୍ଟଇଣ୍ଡିଜ୍ ବନାମ ଆୟର୍ଲାଣ୍ଡ - ରାତି ୭:୦୦ - ବ୍ରିଷ୍ଟଲ୍
  • ଜୁନ୍ ୨୭, ଶନିବାର - ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ - ରାତି ୧୧:୦୦ - ଓଭାଲ୍
  • ଜୁନ୍ ୨୮, ରବିବାର - ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ - ଅପରାହ୍ନ ୩:୦୦ - ଲର୍ଡସ
  • ଜୁନ୍ ୨୮, ରବିବାର - ଅଷ୍ଟ୍ରେଲିଆ ବନାମ ଭାରତ - ରାତି ୭:୦୦ - ଲର୍ଡସ
  • ଜୁନ୍ ୩୦, ମଙ୍ଗଳବାର - ସେମି-ଫାଇନାଲ୍ ୧ - ରାତି ୭:୦୦ - ଓଭାଲ୍
  • ଜୁଲାଇ ୦୨, ଗୁରୁବାର - ସେମି-ଫାଇନାଲ୍ ୨ - ରାତି ୧୧:୦୦ ଓଭାଲ୍
  • ଜୁଲାଇ ୦୫, ରବିବାର - ଫାଇନାଲ୍ - ରାତି ୭:୦୦ - ଲର୍ଡସ

ଏହା ମଧ୍ୟ ପଢ଼ନ୍ତୁ:

T20 World Cup: ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ; "ଏମିତି ଚାଲିଲେ ବରବାଦ ହୋଇଯିବେ"

କାହିଁକି ରାଗିଲେ ଶିଖର ଧାୱନ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ନେଇ ଦେଲେ କଡ଼ା ଜବାବ