ICC ଜାରି କଲା ସଦ୍ୟତମ ରାଙ୍କି; ଗିଲ୍-ରୁଟ୍ଙ୍କୁ ବଡ଼ ଝଟକା, ଟପ୍-୧୦ ରୁ ବାଦ ପଡ଼ିଲେ ବାବର
ICC ନିଜର ସଦ୍ୟତମ ଟେଷ୍ଟ ରାଙ୍କିଂ ଜାରି କରିଛି। ଏହି ସଦ୍ୟତମ ରାଙ୍କିଂରେ ଅନେକ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି।

Published : September 2, 2026 at 5:16 PM IST
ହାଇଦ୍ରାବାଦ: ଆଇସିସି ନିଜର ସଦ୍ୟତମ ଟେଷ୍ଟ ରାଙ୍କିଂ ଜାରି କରିଛି। ଏହି ସଦ୍ୟତମ ରାଙ୍କିଂରେ ଅନେକ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଏବଂ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ଙ୍କୁ ଆଇସିସି ରାଙ୍କିଂରେ କ୍ଷତି ସହିବାକୁ ପଡ଼ିଛି। ଅନ୍ୟପଟେ ପାକିସ୍ତାନର ଅଧିନାୟକ ବାବର ଆଜମ ପୁଣିଥରେ ଟପ୍-୧୦ ବାହାରକୁ ଚାଲିଯାଇଛନ୍ତି। ଏହା ସମେତ ଷ୍ଟିଭ୍ ସ୍ମିଥ୍ଙ୍କୁ ନିଶ୍ଚିତ ଭାବେ ଗୋଟିଏ ସ୍ଥାନର ଫାଇଦା ମିଳିଛି।
ଭାରତ ବନାମ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପରେ ଆଇସିସିର ଏହି ନୂଆ ଟେଷ୍ଟ ରାଙ୍କିଂ ଜାରି କରାଯାଇଛି। ବିଶେଷ କଥା ଏହି କି ଯେ ଇଂଲଣ୍ଡର ହ୍ୟାରୀ ବ୍ରୁକ୍ ବର୍ତ୍ତମାନ ମଧ୍ୟ ରାଙ୍କିରେ ପ୍ରଥମ ସ୍ଥାନର ରହିଛନ୍ତି। ଏହି ସମୟରେ ତାଙ୍କର ରେଟିଂ ୮୫୬ ରହିଛି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସ୍ମିଥ୍ ୮୪୦ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଜୋ ରୁଟ୍ଙ୍କୁ ଗୋଟିଏ ସ୍ଥାନର କ୍ଷତି ସହିବାକୁ ପଡ଼ିଛି। ସେ ୮୨୦ ରେଟିଂ ସହ ତୃତୀୟ ନମ୍ବରକୁ ଖସିଯାଇଛନ୍ତି। ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ସେ ଅଧିକ ରନ୍ କରିପାରିନଥିଲେ। ଯାହାର କ୍ଷତି ତାଙ୍କୁ ଉଠାଇବାକୁ ପଡ଼ିଛି।
A Lord's Test to remember helps Ollie Robinson to a Test Rankings jump 👏
— ICC (@ICC) September 2, 2026
More 👇https://t.co/zovfro3j7K
ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ ବର୍ତ୍ତମାନ ସମୟରେ ଟପ୍-୧୦ ବାହାରକୁ ଯାଇନାହାନ୍ତି, କିନ୍ତୁ ତାଙ୍କ ପାଇଁ ବିପଦ ନିଶ୍ଚିତ ଭାବେ ଦେଖାଦେଇଛି। ଗିଲ୍ଙ୍କୁ ଏଥର ଦୁଇଟି ସ୍ଥାନର କ୍ଷତି ସହିବାକୁ ପଡ଼ିଛି ଏବଂ ସେ ୭୦୯ ରେଟିଂ ସହ ୯ ନମ୍ବର ସ୍ଥାନକୁ ଖସିଯାଇଛନ୍ତି। ଯଦିଓ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ୭୧୩ ରେଟିଂ ସହ ସପ୍ତମ ସ୍ଥାନରେ ବଜାୟ ରହିଛନ୍ତି।
ସବୁଠାରୁ ଅଧିକ କ୍ଷତି ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ହୋଇଛି। ସେ ବର୍ତ୍ତମାନ ଟପ୍-୧୦ ରୁ ବାଦ୍ ପଡ଼ି ସିଧାସଳଖ ୧୫ ନମ୍ବର ସ୍ଥାନକୁ ଚାଲିଯାଇଛନ୍ତି। ତାଙ୍କର ରେଟିଂ ହ୍ରାସ ପାଇ ୬୭୯ ହୋଇଯାଇଛି। ଅନ୍ୟପଟେ ପାକିସ୍ତାନର ସଉଦ୍ ଶକିଲ୍ ୧୫ଟି ସ୍ଥାନର ଏକ ବଡ଼ ଲମ୍ଫ ମାରି ୧୮ତମ ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଛନ୍ତି।
ଅଷ୍ଟ୍ରେଲିଆର ଟ୍ରେଭିସ୍ ହେଡ୍ ୮୧୧ ରେଟିଂ ସହ ୪ ନମ୍ବର ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ଟେମ୍ବା ବାଭୁମା ୫ ନମ୍ବର ଏବଂ ନ୍ୟୁଜିଲାଣ୍ଡର ରଚିନ୍ ରବୀନ୍ଦ୍ର ଷଷ୍ଠ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଡେରିଲ୍ ମିଚେଲ୍ଙ୍କୁ ମଧ୍ୟ ଗୋଟିଏ ସ୍ଥାନର ସାମାନ୍ୟ ଫାଇଦା ମିଳିଛି। ସେ ବର୍ତ୍ତମାନ ଅଷ୍ଟମ ସ୍ଥାନରେ ପହଞ୍ଚି ଯାଇଛନ୍ତି।
🚨 STEVE SMITH MOVES TO NO.2 POSITION IN THE ICC TEST BATTING RANKINGS 🚨
— Tanuj (@ImTanujSingh) September 2, 2026
- The GOAT is coming for the Top! 🐐 pic.twitter.com/7MYiFclnyT
ଶ୍ରୀଲଙ୍କାର ଡାହାଣହାତୀ ବ୍ୟାଟ୍ସମ୍ୟାନ୍ କାମିଣ୍ଡୁ ମେଣ୍ଡିସ୍ କଲମ୍ବୋ ଟେଷ୍ଟର ଦ୍ୱିତୀୟ ଇନିଂସରେ କ୍ରମାଗତ ଅର୍ଦ୍ଧଶତକ ହାସଲ କରିବା ପରେ ଦୁଇଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚିଛନ୍ତି। ଟପ୍ ୧୦ ବାହାରେ ପାକିସ୍ତାନର ସଉଦ୍ ଶକିଲ୍ (୧୫ଟି ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ) ଙ୍କୁ ମଧ୍ୟ ଫାଇଦା ମିଳିଛି। ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ଶ୍ରୀଲଙ୍କାର ଖେଳାଳି ସୋନାଲ୍ ଦିନୁଷାଙ୍କ ଭାଗ୍ୟ ଚମକିଛି। ସେ ୨୯ଟି ସ୍ଥାନର ଏକ ବଡ଼ ଲମ୍ଫ ମାରି ୨୫ତମ ସ୍ଥାନରେ ପହଞ୍ଚିଛନ୍ତି।

