୯୪ଟି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିଥିବା ଏହି ଷ୍ଟାର୍ ଖେଳାଳିଙ୍କୁ ୧୫ ମାସ ପାଇଁ ବ୍ୟାନ୍ କଲା ICC
ୟୁଏଇ ବ୍ୟାଟର ଆସିଫ୍ ଖାନଙ୍କ ଉପରେ ଆଇସିସି ୧୫ ମାସର ବ୍ୟାନ୍ ଲଗାଇଛି।

Published : August 27, 2026 at 4:03 PM IST
Cricketer Asif Khan Banned: ୟୁଏଇ ବ୍ୟାଟର ଆସିଫ୍ ଖାନଙ୍କ ଉପରେ ଆଇସିସି ୧୫ ମାସର ବ୍ୟାନ୍ ଲଗାଇଛି। ଏହାକୁ ଖେଳାଳି ଜଣକ ସ୍ୱୀକାର ମଧ୍ୟ କରିଛନ୍ତି। ଏହି ବ୍ୟାନ୍ ଅବଧି ୮ ସେପ୍ଟେମ୍ବର ୨୦୨୫ ରୁ ଲାଗୁ ହେବ ଏବଂ ଏହା ୭ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। କହି ରଖୁଛୁ ଯେ, ଏସିଆ କପ୍ରେ ୟୁଏଇର ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଭାରତ ସହିତ ଥିଲା। ଏହାର ୨ ଦିନ ପୂର୍ବରୁ ଅର୍ଥାତ୍ ୮ ସେପ୍ଟେମ୍ବରରେ ଆସିଫ୍ଙ୍କର ଏକ 'ଆଉଟ୍-ଅଫ୍-କମ୍ପିଟିସନ'ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେ ନିଷିଦ୍ଧ ପଦାର୍ଥ (ମେଷ୍ଟେରୋଲୋନର ମେଟାବୋଲାଇଟ୍) ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଆଇସିସି ନିଜ ବୟାନରେ କହିଛି ଯେ, ୮ ସେପ୍ଟେମ୍ବର ୨୦୨୫ ରେ ହୋଇଥିବା ଏକ 'ଆଉଟ୍-ଅଫ୍-କମ୍ପିଟିସନ' ଟେଷ୍ଟରେ ନିଷିଦ୍ଧ ପଦାର୍ଥ (ମେଷ୍ଟେରୋଲୋନର ମେଟାବୋଲାଇଟ୍) ପାଇଁ ପଜିଟିଭ୍ ଆସିବା ପରେ ଆସିଫ୍ ଖାନ୍ ୧୫ ମାସର ବ୍ୟାନ୍କୁ ସ୍ୱୀକାର କରିଛନ୍ତି। ଆସିଫ୍ ଆଇସିସି ଆଣ୍ଟି-ଡୋପିଂ କୋଡ୍ର ଆର୍ଟିକିଲ୍ ୨.୧ ର ଉଲ୍ଲଂଘନକୁ ସ୍ୱୀକାର କରିଛନ୍ତି ଏବଂ ୱାର୍ଲ୍ଡ ଆଣ୍ଟି-ଡୋପିଂ ଏଜେନ୍ସି (WADA) ଓ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ICC) ସହିତ ଏକ 'କେସ୍ ରିଜୋଲ୍ୟୁସନ ଏଗ୍ରିମେଣ୍ଟ' ଜରିଆରେ ଏହି ଦଣ୍ଡାଦେଶକୁ ମଞ୍ଜୁରୀ ଦେଇଛନ୍ତି।
UAE batter Asif Khan has been sanctioned for violating the ICC Anti-Doping Code.https://t.co/vBts01jxd8
— ICC (@ICC) August 27, 2026
ବ୍ୟାନ୍ ଅବଧି ୮ ସେପ୍ଟେମ୍ବର ୨୦୨୫ ରୁ ଲାଗୁ ହେବ। ଯେତେବେଳେ ତାଙ୍କର ନମୁନା ଟେଷ୍ଟ କରାଯାଇଥିଲା। ଏହା ଚଳିତ ବର୍ଷ ୭ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ। ୩୬ ବର୍ଷୀୟ ଏହି ଖେଳାଳିଙ୍କୁ ୮ ଅକ୍ଟୋବର ୨୦୨୬ ରୁ କୌଣସି ଦଳ ସହିତ ଟ୍ରେନିଂ କରିବା କିମ୍ବା କୌଣସି କ୍ଲବ୍ କିମ୍ବା ଆଇସିସିର ଅନ୍ୟ ସଦସ୍ୟ ସଂସ୍ଥାର ସୁବିଧା ସୁଯୋଗ ବ୍ୟବହାର କରିବାକୁ ଅନୁମତି ମିଳିବ, କିନ୍ତୁ ପ୍ରତିଯୋଗିତାମୂଳକ କ୍ରିକେଟ୍ କୁ ସେ ୮ ଡିସେମ୍ବର ପରେ ହିଁ ପ୍ରତ୍ୟାବର୍ତ୍ତନ କରିପାରିବେ।
ପାକିସ୍ତାନର ଲାହୋରଠାରେ ଜନ୍ମଗ୍ରହଣ କରିଥିବା ଆସିଫ୍ ଖାନ୍ ପାକିସ୍ତାନର ଅଣ୍ଡର-୧୯ ଦଳ ପାଇଁ ମଧ୍ୟ ଖେଳିସାରିଛନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେ ୟୁଏଇ ଚାଲିଯାଇଥିଲେ ଏବଂ ୟୁଏଇ ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରିଥିଲେ। ୨୦୨୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରିଥିବା ଆସିଫ୍ ୩୮ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରୁ ୩୭ଟି ଇନିଂସରେ ସେ ୧୨୭୦ ରନ୍ ସ୍କୋର କରିଛନ୍ତି। ଦିନିକିଆରେ ତାଙ୍କ ନାମରେ ୩ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ରହିଛି।
🚨 UAE's Asif Khan has been suspended for 15 months by the ICC for an anti-doping violation. 🇦🇪
— Associate Chronicles (@AssociateChrons) August 27, 2026
He tested positive for a banned substance in a test conducted on 8 Sep 2025.
His suspension runs from 8 Sep 2025 to 7 Dec 2026, meaning he can represent UAE again from 8 Dec 2026. pic.twitter.com/OEMNmTCkOk
ଏହା ସମେତ ଆସିଫ୍ ୫୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୧୩୭.୯୨ ଷ୍ଟ୍ରାଇକ୍ ରେଟ୍ ସହିତ ୧୩୦୨ ରନ୍ ସ୍କୋର କରିଛନ୍ତି। ଟି-୨୦ ରେ ସେ ୬ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି।
କହି ରଖୁଛୁ ଯେ ଆସିଫ୍ ଖାନ୍ ୨୦୨୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରିଥିଲେ ଏବଂ ଏହା ପରଠାରୁ ସେ ୟୁଏଇ ପାଇଁ ୩୮ଟି ଦିନିକିଆ ଓ ୫୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି। ତାଙ୍କ ନିଲମ୍ବନ ଯୋଗୁଁ ୟୁଏଇ କ୍ରିକେଟ୍କୁ ଏକ ବଡ଼ ଝଟ୍କା ଲାଗିଛି। କାରଣ ସେ ଦଳର ଜଣେ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ। ଏବେ ଆସିଫ୍ଙ୍କ ନଜର ଦଣ୍ଡାଦେଶ ଶେଷ ହେବା ପରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିବ, କିନ୍ତୁ ସେ ପର୍ଯ୍ୟନ୍ତ ୟୁଏଇ ଦଳକୁ ତାଙ୍କ ବିନା ହିଁ ନିଜର ଆଗାମୀ ଯୋଜନା ପ୍ରସ୍ତୁତ କରିବାକୁ ହେବ।

