ETV Bharat / sports

ଏସିଆନ ଗେମ୍ସ ୨୦୨୬: ସୁଟିଂରେ ଭାରତର ଚମତ୍କାର ସଫଳତା ପଛର ରହସ୍ୟ କହିଲେ NRAI ସଭାପତି କଳିକେଶ

ଏସିଆନ ଗେମ୍ସ ୨୦୨୬ ରେ ଭାରତୀୟ ସୁଟରମାନେ ୧୫ଟି ପଦକ ଜିତି ଇତିହାସ ରଚିଛନ୍ତି। ଏହି ଐତିହାସିକ ସଫଳତା ପଛର ରହସ୍ୟ କହିଛନ୍ତି NRAI ର ସଭାପତି। ରିପୋର୍ଟ: ଶେଖ ମହମ୍ମଦ ୱାହିଦ

NRAI President Applauds Indian Shooters at Asian Games
ସୁଟିଂରେ ଭାରତର ଚମତ୍କାର ସଫଳତା ପଛର ରହସ୍ୟ କହିଲେ NRAI ସଭାପତି କଳିକେଶ (Etv Bharat)
author img

By ETV Bharat Sports Team

Published : October 12, 2026 at 11:10 AM IST

2 Min Read
Choose ETV Bharat

ବଲାଙ୍ଗୀର: ଚଳିତ ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ମୋଟ ୮୫ଟି ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ତେବେ ଏଥିମଧ୍ୟରୁ ବନ୍ଧୁକ ଚାଳନା (ଶୁଟିଂ)ରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଶୁଟିଂ ଦଳ ଭାରତ ପାଇଁ ସର୍ବାଧିକ ୧୫ଟି ମେଡାଲ ଜିତିଛନ୍ତି, ଯେଉଁଥିରେ ୩ଟି ସୁନା, ୮ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି।

ଜାପାନଠାରେ ଅନୁଷ୍ଠିତ ଏସିଆନ୍ ଗେମ୍ସ ୨୦୨୬ରେ ଶୁଟିଂର ଭିନ୍ନ ଭିନ୍ନ ବର୍ଗରେ ଏହି ୧୫ଟି ମେଡାଲ ହାସଲ ହୋଇଛି। କମଲଜିତ୍ ସେହରାୱତ ଓ ସୁରୁଚି ସିଂହ ମିକ୍ସଡ୍ ୧୦ ମିଟର ଏୟାର ପିସ୍ତଲ ଶୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ନୀରୁ ଧଣ୍ଡା ମହିଳା ଟ୍ରାପ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, କ୍ୟାନାନ୍ ଚେନାଇ ଓ ନୀରୁ ଧଣ୍ଡାଙ୍କ ଯୋଡ଼ି ମିକ୍ସଡ୍ ଟ୍ରାପ୍ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସୁଟିଂରେ ଭାରତର ଚମତ୍କାର ସଫଳତା ପଛର ରହସ୍ୟ କହିଲେ NRAI ସଭାପତି କଳିକେଶ (ETV Bharat)

ଏହାଛଡ଼ା, ଶୁଟିଂର ଅନ୍ୟାନ୍ୟ ବର୍ଗରେ ଇଲାଭେନିଲ୍ ଭାଲାରିଭାନ୍ (୨ଟି ରୌପ୍ୟ), ସୋନମ୍ ମସ୍କର (୧ଟି ରୌପ୍ୟ), ହିମାଂଶୁ ଧିଲୋନ୍ (୨ଟି ରୌପ୍ୟ), ପାର୍ଥ ମାନେ (୧ଟି ରୌପ୍ୟ), ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର (୧ଟି ରୌପ୍ୟ), ନୀରଜ କୁମାର (୧ଟି ରୌପ୍ୟ), ଆଶି ଚୌକସେ (୧ଟି ରୌପ୍ୟ), ତିଲୋତ୍ତମା ସେନ୍ (୧ଟି ରୌପ୍ୟ), ବିଦର୍ଶ ବିନୋଦ (୧ଟି ରୌପ୍ୟ), ଇଶା ସିଂହ (୧ଟି ରୌପ୍ୟ), ଆସିମା ଅହଲାୱତ (୧ଟି ରୌପ୍ୟ), ମନୀଷା କୀର (୧ଟି ରୌପ୍ୟ) ଏବଂ ନୀରୁ ଧଣ୍ଡା (୧ଟି ରୌପ୍ୟ)ପଦକ ଜିତିଛନ୍ତି।

NRAI President Kalikesh Narayan Singh with Indian shooters.
ଭାରତୀୟ ସୁଟରମାନଙ୍କ ସହ NRAI ସଭାପତି କଳିକେଶ ନାରାୟଣ ସିଂହ (ETV Bharat)

ସେହିପରି ରୁଦ୍ରାଂକ୍ଷ ପାଟିଲ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିବା ବେଳେ, ମାହେଶ୍ୱରୀ ଚୌହାନ, ପରିନାଜ ଧାଲିୱାଲ ଓ ରାଇଜା ଧିଲୋନ୍ ମିଳିତ ଭାବେ ଗୋଟିଏ ବ୍ରୋଞ୍ଜ, ଅନନ୍ତଜିତ୍ ସିଂହ ନାରୁକା, ମୈରାଜ ଅହମ୍ମଦ ଖାନ୍ ଓ ଭାବତେଘ ସିଂହ ଗିଲ୍ ମିଳିତ ଭାବେ ଗୋଟିଏ ବ୍ରୋଞ୍ଜ ଏବଂ ମିକ୍ସଡ୍ ବର୍ଗରେ ଅନନ୍ତଜିତ୍ ସିଂହ ନାରୁକା ଓ ପରିନାଜ ଧାଲିୱାଲ ମିଳିତ ଭାବେ ଆଉ ଗୋଟିଏ ବ୍ରୋଞ୍ଜ ମେଡାଲ ଜିତିଛନ୍ତି।

Indian shooters Asian Games
ପଦକ ଜିତିବାପରେ ଭାରତୀୟ ସୁଟର (ETV Bharat)

ଏହି ଚମତ୍କାର ସଫଳତାକୁ ନେଇ ଜାତୀୟ ରାଇଫଲ ସଂଘର ସଭାପତି ତଥା ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି, "ଚଳିତ ଏସିଆନ୍ ଗେମ୍ସ ୨୦୨୬ରେ ଆମ ଶୁଟରମାନେ ବହୁତ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ମୋଟ ମେଡାଲ ତାଲିକାରେ ଭାରତ ୪ର୍ଥ ସ୍ଥାନରେ ଥିବା ବେଳେ କେବଳ ଶୁଟରମାନେ ୧୫ଟି (୩ ସୁନା, ୮ ରୌପ୍ୟ, ୪ କାଂସ୍ୟ) ମେଡାଲ ଜିତିଛନ୍ତି। ବିଶେଷ କରି ମହିଳା ଖେଳାଳିମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ପ୍ରତିଯୋଗିତା ପୂର୍ବରୁ ଆମେ କୋଚିଂ ଓ ଅଭ୍ୟାସ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ୍ ଆୟୋଜନ କରିଥିଲୁ। ଯେଉଁ ଖେଳାଳିମାନେ ଫର୍ମରେ ଥିଲେ, ସେମାନଙ୍କୁ ଦଳରେ ସୁଯୋଗ ଦିଆଯାଇଥିଲା ଏବଂ ସମସ୍ତେ ସଫଳ ହୋଇଛନ୍ତି।"

Indian Shooters at Asian Games
ଏସିଆନ ଗେମ୍ସ ୨୦୨୬ ସୁଟିଂରେ ପଦକ ଜିତିଥିବା ଖେଳାଳି (ETV Bharat)

ଆଗାମୀ ଲକ୍ଷ୍ୟକୁ ନେଇ NRAI ସଭାପତି କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି, "ଆମର ଆଗାମୀ ଲକ୍ଷ୍ୟ ଅଲମ୍ପିକ୍ସ, ଯେଉଁଥିରେ ଆମ ଖେଳାଳିମାନେ ସମାନ ଭାବେ ସଫଳତା ଦୋହରାଇବେ ବୋଲି ଆମେ ଆଶାବାଦୀ। ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଜାରି ରହିଛି। ଓଡ଼ିଶାର ଖେଳାଳି, ବିଶେଷ କରି ମହିଳା ଶୁଟରମାନେ ମଧ୍ୟ ବହୁତ ଭଲ କରୁଛନ୍ତି। ଆମେ ସେମାନଙ୍କୁ ଉଚ୍ଚକୋଟୀର ତାଲିମ ଦେଉଛୁ, ଯାହା ଦ୍ୱାରା ସେମାନେ ଆଗାମୀ ଦିନରେ ଅଲମ୍ପିକ୍ ମେଡାଲ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ।"

ଏହା ମଧ୍ୟ ପଢ଼ନ୍ତୁ: