SGFI ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା
ଝାଡ଼ଖଣ୍ଡର ରାଞ୍ଚି ଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଫଳତା ।

Published : January 8, 2026 at 7:37 AM IST
ଭୁବନେଶ୍ବର: ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ୟୁଜିପି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ରୋହିତ କୁମାର ମାର୍ଣ୍ଡି ୩୦ ମିଟର ଦୂରତା ଇଣ୍ଡିଆନ ରାଉଣ୍ଡ ଓ ୩୦ ମିଟର ଦୂରତା ଓଲିମ୍ପିକ ରାଉଣ୍ଡରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ମିକ୍ସ ଟିମ୍ ରାଉଣ୍ଡରେ ସେ ଭୁବନେଶ୍ବର କିସ୍ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ରେଶମା ମଲ୍ଲିକଙ୍କ ସହ ରୋହିତ କୁମାର ମାର୍ଣ୍ଡି ଆଉ ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ରୋହିତ କୁମାର ମାର୍ଣ୍ଡି ସମୁଦାୟ ୩ଟି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ରେଶମା ମଲ୍ଲିକ ଗୋଟିଏ ସ୍ବର୍ଣ୍ଣ ପଦକ ରାଜ୍ୟ ପାଇଁ ଆଣିଦେଇଛନ୍ତି । ଏହି ସଫଳତା ଓଡ଼ିଶାର ବିଭିନ୍ନ ବିଦ୍ୟାଳୟର ଥିବା ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।
SGFI ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା
ଝାଡ଼ଖଣ୍ଡର ରାଞ୍ଚି ଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା । ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ୪ଟି ସ୍ବର୍ଣ୍ଣ ପଦକ ଆଣିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ।

୬ ଜାନୁଆରୀ ୨୦୨୬ରୁ ୧୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ରାଞ୍ଚି ଠାରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଓଡ଼ିଶାରୁ ମୋଟ୍ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୧୧ ଜଣ ବାଳିକା ଓ ୭ ଜଣ ବାଳକ ସାମିଲ୍ ଥିଲେ ।


ଏହା ମଧ୍ୟ ପଢ଼ନ୍ତୁ- ଇତିହାସ ରଚିଲେ ତୀରନ୍ଦାଜ ଶୀତଲ ଦେବୀ, ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ
ଏହା ମଧ୍ୟ ପଢ଼ନ୍ତୁ- ବିଶ୍ୱ ତୀରନ୍ଦାଜୀ ଚାମ୍ପିଅନସିପ୍: ଭାରତୀୟ ପୁରୁଷ କମ୍ପାଉଣ୍ଡ ଦଳର ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ
ଇଟିଭି ଭାରତ, ଭୁବନେଶ୍ବର

