ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ବାଦ ପଡ଼ିଲେ କି ହାର୍ଦ୍ଦିକ ପାଣ୍ଡ୍ୟା? ସାମ୍ନାକୁ ଆସିଲା ଚମକାଇଲା ଭଳି ରିପୋର୍ଟ
Hardik Pandya: ମୁମ୍ବାଇ ଇଣ୍ଡିଆନ୍ସ ଦଳର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ଚମକାଇବା ଭଳି ଅପଡେଟ୍ ସାମ୍ନାକୁ ଆସିଛି।

Published : May 6, 2026 at 3:45 PM IST
Hardik Pandya IPL 2026, ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୬ରେ ନିଜର ୧୧ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୧୦ ମଇ (ରବିବାର) ଦିନ ରାୟପୁରରେ ଖେଳିବ। କିନ୍ତୁ ମ୍ୟାଚ୍ ପୂର୍ବରୁ ଦଳର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ଚମକାଇବା ଭଳି ଅପଡେଟ୍ ସାମ୍ନାକୁ ଆସିଛି। ଯେଉଁଥିରୁ ଏମିତି ଅନୁମାନ କରାଯାଉଛି କି ମୁମ୍ବାଇ କ'ଣ ହାର୍ଦ୍ଦିକଙ୍କୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦେଇଛି?
କହି ରଖୁଛୁ ଯେ ମୁମ୍ବାଇ ନିଜର ଶେଷ ମୁକାବିଲା ୪ ମଇରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ୱାଙ୍ଖେଡେ ଷ୍ଟାଡିୟମରେ ଖେଳିଥିଲା। ସେହି ମ୍ୟାଚରେ ହାର୍ଦ୍ଦିକ ଦଳରୁ ବାହାରେ ଥିଲେ। ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିଥିଲା। ସୂର୍ଯ୍ୟା ଟସ୍ ସମୟରେ କହିଥିଲେ ଯେ, ହାର୍ଦ୍ଦିକ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନାହାନ୍ତି, ଯେଉଁ କାରଣରୁ ସେ ପ୍ଲେଇଙ୍ଗ୍-୧୧ ରେ ସାମିଲ ହୋଇନାହାନ୍ତି।
Hardik Pandya didn't travel with Mumbai Indians to Raipur for their match against RCB as per Cricbuzz.
— Rajiv (@Rajiv1841) May 6, 2026
Man, I don't think it is just back spasm that is keeping Hardik Pandya out, there is something more to it which we don't know. I think MI is testing Sky's captaincy as they are… pic.twitter.com/c3xLBYgnD2
କ୍ରିକବଜ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆରସିବି ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହିତ ରାୟପୁର ଯାତ୍ରା କରିନାହାନ୍ତି। ରିପୋର୍ଟରେ କୁହାଯାଇଛି ଯେ, ୬ ମଇ (ବୁଧବାର) ଦିନ ମୁମ୍ବାଇର ଖେଳାଳିମାନେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ୍-୧ ରେ ଏକାଠି ହୋଇଥିଲେ। ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ଥିଲେ। ଏହା ସହିତ ହାର୍ଦ୍ଦିକଙ୍କୁ ନେଇ ଏପରି କୌଣସି ଅପଡେଟ୍ ମଧ୍ୟ ଆସିନାହିଁ ଯେ ସେ ମ୍ୟାଚ୍ ପୂର୍ବରୁ ଦଳ ସହିତ ଯୋଗ ଦେବେ।
ଚଳିତ ସିଜନରେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ବହୁତ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି। ଦଳ ସହିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି। ମୁମ୍ବାଇ ଚଳିତ ସିଜନରେ ୧୦ଟି ମ୍ୟାଚ୍ ଖେଳିସାରିଛି। ସେଥିମଧ୍ୟରୁ ଦଳ ମାତ୍ର ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ବାକି ୭ଟିରେ ପରାଜୟର ସାମ୍ନା କରିଛି। ଦଳ ପାଖରେ ମାତ୍ର ୬ ପଏଣ୍ଟ ରହିଛି। ଏଭଳି ପରିସ୍ଥିତିରେ ଦଳର ପ୍ଲେ-ଅଫ୍ରେ ପହଞ୍ଚିବା ବହୁତ କଷ୍ଟକର ମନେ ହେଉଛି।
There is no immediate indication that Hardik Pandya will join the MI squad in Raipur ahead of their match against RCB on May 🔟.
— InsideSport (@InsideSportIND) May 6, 2026
Source: Cricbuzz #HardikPandya #RCBvMI #MumbaiIndians #IPL2026 #CricketTwitter pic.twitter.com/yzm3UHsxme
ସେହିପରି ଆଇପିଏଲର ଚଳିତ ସିଜିନରେ ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ଫର୍ମ ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ସିଜନର ୮ଟି ଇନିଂସରେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ୨୦.୮୫ ହାର ଏବଂ ୧୩୬.୪୪ ଷ୍ଟ୍ରାଇକ ରେଟରେ ୧୪୬ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଅର୍ଦ୍ଧଶତକ ଆସି ନାହିଁ। ତାଙ୍କର ସର୍ବାଧିକ ସ୍କୋର ମାତ୍ର ୪୦ ରନ୍ ରହିଛି। ଅନ୍ୟପଟେ ବୋଲିଂ କଥା କହିବାକୁ ଗଲେ, ହାର୍ଦ୍ଦିକ ୮ଟି ଇନିଂସରେ ମାତ୍ର ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି।
ଆଇପିଏଲ୍ ୨୦୨୬ ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ନବମ ସ୍ଥାନରେ ରହିଛି। ମଇ ୪ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) କୁ ହରାଇବା ସତ୍ତ୍ୱେ ଦଳର ପଏଣ୍ଟ ଟେବୁଲରେ କୌଣସି ପରିବର୍ତ୍ତନ ହୋଇନାହିଁ।

