କ୍ରିକେଟରେ ଏବେ ବି ଚାଲିଛି ମ୍ୟାଚ୍ ଫିକ୍ସିଂ! ଆଇପିଏଲ୍ ଶେଷ ହେବା ପରେ ଲଳିତ ମୋଦି କଲେ ବିସ୍ଫୋରକ ଖୁଲାସା
ପୂର୍ବତନ ଆଇପିଏଲ୍ କମିଶନର ଲଳିତ ମୋଦି ଦାବି କରିଛନ୍ତି ଯେ କ୍ରିକେଟରେ ମ୍ୟାଚ୍ ଫିକ୍ସିଂ ଆଜି ବି ରହିଛି।

Published : June 4, 2026 at 12:30 PM IST
Lalit Modi on match fixing, ହାଇଦ୍ରାବାଦ: ପୂର୍ବତନ ଆଇପିଏଲ୍ କମିଶନର ଲଳିତ ମୋଦି ଦାବି କରିଛନ୍ତି ଯେ କ୍ରିକେଟରେ ମ୍ୟାଚ୍ ଫିକ୍ସିଂ ଆଜି ବି ରହିଛି। ସେ ଆଇପିଏଲ୍ ଉପରେ ସିଧାସଳଖ କୌଣସି ଆରୋପ ଲଗାଇ ନାହାନ୍ତି। ମୋଦିଙ୍କ କହିବା ଅନୁସାରେ ଆଇପିଏଲ୍ ଖେଳାଳିମାନଙ୍କ ପାଇଁ ଏତେ ଲାଭଦାୟକ ହୋଇଯାଇଛି ଯେ ସେମାନେ ନିଜ କ୍ୟାରିୟରକୁ ବିପଦରେ ପକାଇବେ ନାହିଁ। ଲଳିତ ମୋଦି ବିଜଡେନ୍ କ୍ରିକେଟ୍ ର ପଡ୍କାଷ୍ଟ ‘ଦ ସ୍କୁପ୍’ ରେ କ୍ରିକେଟରେ ଦୁର୍ନୀତି ଏବଂ ମ୍ୟାଚ୍ ଫିକ୍ସିଂ ସମେତ ଅନେକ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।
ଯେତେବେଳେ ଲଳିତ ମୋଦିଙ୍କୁ ପଚରାଗଲା ଯେ ଆଇପିଏଲ୍ରେ ଫିକ୍ସିଂ ଏବେ ବି ହେଉଛି କି, ମୋଦି କହିଥିଲେ ଯେ ଖେଳରେ ଦୁର୍ନୀତି ବର୍ତ୍ତମାନ ଅନେକ ବିକଶିତ ଏବଂ ଜଟିଳ ହୋଇଯାଇଛି। ସେ କହିଛନ୍ତି, “କ୍ରିକେଟରେ ଫିକ୍ସିଂ ହେଉଛି। ଏହା ବର୍ତ୍ତମାନ ଏକ ଅତ୍ୟନ୍ତ ଜଟିଳ ସ୍ତରରେ ପହଞ୍ଚିଛି। ଆଇପିଏଲ୍ରେ ଅଛି କି ନାହିଁ, ମୁଁ ଜାଣିନାହିଁ। ମୁଁ ଭାବୁନାହିଁ (ଯେ ଅଛି), କିନ୍ତୁ ମୁଁ ଜାଣିନାହିଁ। ଏବଂ ମୁଁ ଆପଣଙ୍କୁ କହି ମଧ୍ୟ ପାରିବି ନାହିଁ କାରଣ ସତରେ ମୋ ପାଖରେ ସୂଚନା ନାହିଁ। କିନ୍ତୁ ମୋର ବିଶ୍ୱାସ ଯେ ଏହା ସବୁଠାରେ ବିଦ୍ୟମାନ ଅଛି।”
ସେ ଆଗକୁ କହିଛନ୍ତି, "ପ୍ରତ୍ୟେକ ଖେଳରେ ନିଜସ୍ୱ ସମସ୍ୟା ଥାଏ। ସତ କହିବାକୁ ଗଲେ, ମୁଁ ଆପଣଙ୍କୁ ହଁ କିମ୍ବା ନାଁ ରେ ଉତ୍ତର ଦେଇପାରିବି ନାହିଁ। ଏବଂ ମୁଁ ଚାହୁଁଛି ଯେ ଆପଣ ଏହି ସମ୍ପୂର୍ଣ୍ଣ କଥାକୁ ପ୍ରସାରିତ କରନ୍ତୁ, ଏହି ଅଂଶକୁ କାଟନ୍ତୁ ନାହିଁ, ନଚେତ୍ ଲୋକେ ଏହାକୁ ଭୁଲ୍ ବୁଝିବେ। କାରଣ ମୁଁ ସ୍ପଷ୍ଟ ଭାବରେ କହୁଛି: ମୁଁ ଜାଣିନାହିଁ।"
🚨 Lalit Modi breaks silence: “My son got kidnapped” due to threats from Dawood Ibrahim & Chhota Shakeel over IPL match-fixing.
— Signature of Cricket ! (@BabajiSutar3) June 3, 2026
“I refused to allow fixing. They came after me. Threats across the world, hit attempts that’s why I left India.”
No fixing scandals during his tenure… pic.twitter.com/j0jpBr7HUv
ଲଳିତ ମୋଦି ଦାବି କରିଛନ୍ତି ଯେ କ୍ରିକେଟ୍ ପ୍ରଶାସନଠାରୁ ଦୂରେଇ ରହିବାର ସବୁଠାରୁ ବଡ଼ କାରଣ ଥିଲା ଦାଉଦ୍ ଇବ୍ରାହିମ୍ ଏବଂ ତାଙ୍କ ସହ ଜଡ଼ିତ ଲୋକଙ୍କଠାରୁ ମିଳିଥିବା ଧମକ। ସେ କହିଛନ୍ତି ଯେ ତାଙ୍କ ଉପରେ ତିନି ଥର ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା, କାରଣ ସେ ମ୍ୟାଚ୍ ଫିକ୍ସିଂକୁ ଅଣଦେଖା କରିବାକୁ ମନା କରିଦେଇଥିଲେ। ମ୍ୟାଚ୍ ଫିକ୍ସିଂ ଉପରେ ଚୁପ୍ ରହିବା ବଦଳରେ ଶହ ଶହ ମିଲିୟନ୍ ଡଲାରର ପ୍ରଲୋଭନ ଦିଆଯାଇଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ସ୍ପଟ୍-ଫିକ୍ସିଂର ଉଲ୍ଲେଖ କରି ଲଳିତ ମୋଦି କହିଛନ୍ତି ଯେ କେମିତି ବୁକି ବା ସଟ୍ଟେବାଜ୍ମାନେ ପଡ଼ିଆରେ ଗୁପ୍ତ ଇସାରା (ସଙ୍କେତ) ଜରିଆରେ କୌଣସି ନିର୍ଦ୍ଦିଷ୍ଟ ବଲ୍ କିମ୍ବା ଓଭରକୁ ଟାର୍ଗେଟ୍ କରନ୍ତି। ସେ ଆଗକୁ କହିଛନ୍ତି, “ଆମେ ଜାଣି ମଧ୍ୟ ପାରୁନାହିଁ ଯେ କେତେବେଳେ ଫିକ୍ସିଂ ହୋଇଗଲା। ଏହା ଅତ୍ୟନ୍ତ ଜଟିଳ ହୋଇଯାଇଛି। ଯେମିତି କି କିଏ ରୁମାଲ୍ ବାହାର କରେ, କିଏ କୌଣସି ଜିନିଷକୁ ଅନ୍ୟ ପଟୁ ରଗଡ଼ିଥାଏ, ଏବଂ ଏହା ଏକ ଇସାରା ହୋଇଥାଏ। ଏମିତି ବି ହୁଏ, ଆମେ ଏହି ସବୁ ଇସାରା ଉପରେ ନଜର ରଖୁ। ଆମେ ଏହି ଇସାରାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରୁ।”
" cricket had mafia because of the betting" - massive statement by lalit modi on fixing in ipl 🤯👀
— Cricket Central (@CricketCentrl) June 2, 2026
lalit modi said 🗣️,
"cricket had mafia because of the betting, and i didn't allow betting. i didn't allow fixing. that is why, in the three years i ran the ipl, you will hear no… pic.twitter.com/bYtCoDfJ8i
ପୂର୍ବତନ କ୍ରିକେଟ୍ ପ୍ରଶାସକ ଜଣକ ଦାବି କରି କହିଛନ୍ତି ଯେ ସେ ଏହି ସବୁ ଜିନିଷ ଉପରେ କଡ଼ା ନଜର ରଖୁଥିଲେ ଏବଂ ବୁକି ମାମଲାରେ ସହଯୋଗ କରିବାକୁ ମନା କରିଦେଇଥିଲେ, ସେଥିପାଇଁ ସେ ମାଫିଆଙ୍କ ନଜରକୁ ଆସିଯାଇଥିଲେ। ସେ କହିଛନ୍ତି, “ଯଦି ଆପଣ ପ୍ରାରମ୍ଭିକ ୩ ବର୍ଷ ଦେଖିବେ, ଯେତେବେଳେ ମୁଁ ଆଇପିଏଲ୍ ଚଲାଉଥିଲି, ସେତେବେଳେ କୌଣସି ଫିକ୍ସିଂ ହୋଇନଥିଲା। ମୁଁ ଅନେକ ଲୋକଙ୍କୁ ଉଚିତ୍ ଶିକ୍ଷା ଦେଇଥିଲି। ମୁଁ ଅନେକ ଲୋକଙ୍କୁ ଷ୍ଟାଡିୟମ୍ରୁ ବାହାର କରିଦେଇଥିଲି। ମୁଁ ଅନେକ ଲୋକଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଥିଲି। କିନ୍ତୁ ଏହି କଡ଼ା ଆଭିମୁଖ୍ୟ ମାଫିଆ ସହ ଜଡ଼ିତ ଲୋକଙ୍କୁ ପସନ୍ଦ ଆସିନଥିଲା।”

