ETV Bharat / sports

ୟୁରୋପ ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷଣା, ଓଡ଼ିଶାର ଦୁଇ ଜଣ ଖେଳାଳିଙ୍କୁ ମିଳିଲା ସୁଯୋଗ

ୟୁରୋପ ଗସ୍ତ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ହକି ଦଳର ଓଡ଼ିଶାର ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାକୁ ସ୍ଥାନ ମିଳିଛି।

INDIAN HOCKEY SQUAD FOR EUROPE
ୟୁରୋପ ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷଣା (IANS)
author img

By ETV Bharat Sports Team

Published : May 27, 2026 at 3:15 PM IST

2 Min Read
Choose ETV Bharat

Indian Hockey Squad, ହାଇଦ୍ରାବାଦ: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୫-୨୬ ର ୟୁରୋପୀୟ ପର୍ଯ୍ୟାୟ ପାଇଁ ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି। ଅଭିଜ୍ଞ ଡିଫେଣ୍ଡର ହରମନପ୍ରୀତ ସିଂହ ପୁଣି ଥରେ ଦଳର ଅଧିନାୟକତ୍ୱ ସମ୍ଭାଳିବେ। ସେ ଫେବ୍ରୁଆରୀରେ ହୋବାର୍ଟ ପର୍ଯ୍ୟାୟ ସମୟରେ ବ୍ୟକ୍ତିଗତ କାରଣ ଯୋଗୁଁ ଦଳରୁ ବାହାରେ ଥିଲେ। ହକି ଇଣ୍ଡିଆ ବୁଧବାର ଦିନ ୨୪ ଜଣିଆ ଦଳର ଘୋଷଣା କରିଛି। ଯେଉଁଥିରେ ଅଭିଜ୍ଞ ଖେଳାଳି ଏବଂ ଯୁବ ପ୍ରତିଭାଙ୍କର ଏକ ସନ୍ତୁଳିତ ମିଶ୍ରଣ ଦେଖିବାକୁ ମିଳିଛି। ଆଗାମୀ ହକି ବିଶ୍ୱକପ୍ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ଦଳ ଚୟନ କରାଯାଇଛି। ବିଶେଷ କଥା ହେଉଛି ଭାରତୀୟ ହକି ଦଳରେ ଓଡ଼ିଶାର ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି।

ବେଲଜିୟମରୁ ଆରମ୍ଭ ହେବ ଭାରତର ୟୁରୋପ ଗସ୍ତ

ଭାରତୀୟ ଦଳ ୭ ରୁ ୯ ଜୁନ ୨୦୨୬ ପର୍ଯ୍ୟନ୍ତ ବେଲଜିୟମର ବ୍ରୁସେଲ୍ସରେ ଏକ ଟ୍ରେନିଂ କ୍ୟାମ୍ପ ଲଗାଇବେ ଏବଂ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହା ପରେ ଦଳ ନେଦରଲ୍ୟାଣ୍ଡସର ରଟରଡ୍ୟାମ ଗସ୍ତ କରିବ। ଯେଉଁଠାରେ ୧୪ ରୁ ୨୧ ଜୁନ ପର୍ଯ୍ୟନ୍ତ ଜର୍ମାନୀ ଏବଂ ନେଦରଲ୍ୟାଣ୍ଡସ ବିପକ୍ଷରେ ଏଫଆଇଏଚ୍ ପ୍ରୋ ଲିଗ୍ ମହାମୁକାବିଲା ଖେଳାଯିବ। ଏହା ପରେ ଭାରତୀୟ ଦଳ ଇଂଲଣ୍ଡ ଯିବ। ଯେଉଁଠାରେ ୨୩ ରୁ ୨୮ ଜୁନ ପର୍ଯ୍ୟନ୍ତ ପାକିସ୍ତାନ ଏବଂ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଅନୁଷ୍ଠିତ ହେବ।

ଦଳର ଅଧିନାୟକ ହରମନପ୍ରୀତ ସିଂହଙ୍କ ସହ ଡିଫେନ୍ସରେ ଅମିତ ରୋହିଦାସ, ଜରମନପ୍ରୀତ ସିଂହ, ଯୁଗରାଜ ସିଂହ ଏବଂ ଯୁବ ଖେଳାଳି ଅମନଦୀପ ଲାକ୍ରା ସାମିଲ ଅଛନ୍ତି। ମିଡ୍‌ଫିଲ୍ଡରେ ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ ଏବଂ ବିବେକ ସାଗର ପ୍ରସାଦଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିବ।

ଭାରତୀୟ ଦଳର ଆକ୍ରମଣର ମଙ୍ଗ ମନଦୀପ ସିଂହ, ସୁଖଜିତ ସିଂହ, ଅଭିଷେକ ଏବଂ ସେଲଭମ କାର୍ତ୍ତି ସମ୍ଭାବିବେ। ଆଗାମୀ ବଡ଼ ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ଏକ ମଜଭୁତ ସନ୍ତୁଳନ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଦଳରେ ଯୁବ ଖେଳାଳିମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।

ଓଡ଼ିଶାର ଦୁଇ ଖେଳାଳି ମିଳିଲା ସୁଯୋଗ

ଅମିତ ରୋହିଦାସ:

ଅମିତ ରୋହିଦାସ ଓଡ଼ିଶାର ଜଣେ ଅତ୍ୟନ୍ତ ଅଭିଜ୍ଞ ତଥା ବରିଷ୍ଠ ଡିଫେଣ୍ଡର ଏବଂ ସେ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ମଧ୍ୟ ରହିଛନ୍ତି। ପେନାଲ୍ଟି କର୍ଣ୍ଣର ସମୟରେ ଜଣେ ଚମତ୍କାର 'ଫାଷ୍ଟ-ରସର୍' ଭାବରେ ଏବଂ ରକ୍-ସଲିଡ୍ ଡିଫେନ୍ସ ପାଇଁ ସେ ବେଶ୍ ଭାବରେ ଜଣାଶୁଣା। ରୋହିଦାସ ୟୁରୋପ ଗସ୍ତ ପାଇଁ ଭାରତୀୟ ଦଳକୁ ଗୁରୁତ୍ୱପୂର୍ଣ୍ଣ ସ୍ଥିରତା ଏବଂ ନେତୃତ୍ୱ ପ୍ରଦାନ କରିବେ।

Amit Rohidas
ଅମିତ ରୋହିଦାସ (gettyimages)

ଶିଳାନନ୍ଦ ଲାକ୍ରା:

ଶିଳାନନ୍ଦ ଲାକ୍ରା ଓଡ଼ିଶାର ଜଣେ ଚମତ୍କାର ହକି ଖେଳାଳି। ଯିଏକି ହକିରେ ନିଜର କ୍ରମାଗତ ଚମତ୍କାର ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇ ଦଳରେ ସ୍ଥାନ ପାଇଛନ୍ତି। ଷ୍ଟ୍ରାଇକିଂ ସର୍କଲ୍ (ଡି-ଏରିଆ) ମଧ୍ୟରେ ତାଙ୍କର ଚତୁରତା, ଦ୍ରୁତ ପ୍ରତିକ୍ରିୟା ଏବଂ ସୁଯୋଗ ଦେଖି ଗୋଲ୍ କରିବାର ଦକ୍ଷତା ପାଇଁ ସେ ବେଶ୍ ଜଣାଶୁଣା। ଦଳରେ ତାଙ୍କର ସାମିଲ ହେବା ଫଳରେ ଭାରତୀୟ ଆକ୍ରମଣ ଭାଗ (ଫରୱାର୍ଡ ଲାଇନ୍) ଅଧିକ ଶକ୍ତିଶାଳୀ ହେବ।

Shilanand Lakra
ଶିଳାନନ୍ଦ ଲାକ୍ରା (gettyimages)

ଭାରତୀୟ ଦଳର ମୁଖ୍ୟ କୋଚ୍ କ୍ରେଗ୍ ଫୁଲଟନ୍ କହିଛନ୍ତି, "ଦଳ ଏବେ ଭଲ ଫର୍ମରେ ଅଛି ଏବଂ ୟୁରୋପରେ ହେବାକୁ ଥିବା ଏହି ମ୍ୟାଚଗୁଡ଼ିକ ବିଶ୍ୱକପ୍ ପ୍ରସ୍ତୁତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।"

ସେ ଆଗକୁ କହିଛନ୍ତି, 'ଟ୍ରେନିଂ ଚମତ୍କାର ଚାଲିଛି ଏବଂ ଦଳ ବହୁତ ଭଲ ସ୍ଥିତିରେ ଅଛି। ଜୁନ୍ ମାସରେ ନେଦରଲାଣ୍ଡସ ଏବଂ ଇଂଲଣ୍ଡରେ ହେବାକୁ ଥିବା FIH ପ୍ରୋ ଲିଗ୍ ମ୍ୟାଚ୍‌ଗୁଡ଼ିକ ଆମ ପାଇଁ ବଡ଼ ପରୀକ୍ଷା ହେବ। ଏହାଦ୍ୱାରା ଆମେ ଜାଣିପାରିବା ଯେ ବିଶ୍ୱକପ୍ ପ୍ରସ୍ତୁତି କ୍ଷେତ୍ରରେ ଆମେ କେଉଁ ସ୍ଥାନରେ ଅଛୁ।'

ଭାରତୀୟ ଦଳର ସ୍କ୍ୱାଡ୍:

  • ଗୋଲକିପର: ମୋହିତ ହୋନ୍ନେନହଲ୍ଲୀ ଶଶିକୁମାର, ସୂରଜ କରକେରା
  • ଡିଫେଣ୍ଡର୍ସ: ହରମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ସୁମିତ, ସଞ୍ଜୟ, ଯଶଦୀପ ସିୱାଚ, ଅମନଦୀପ ଲାକ୍ରା, ଜରମନପ୍ରୀତ ସିଂହ, ଯୁଗରାଜ ସିଂହ
  • ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ, ରାଜିନ୍ଦର ସିଂହ, ରାଜ କୁମାର ପାଲ୍, ନୀଲକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ୍
  • ଫରୱାର୍ଡସ: ମନଦୀପ ସିଂହ, ସୁଖଜିତ ସିଂହ, ଅଭିଷେକ, ଆଦିତ୍ୟ ଅର୍ଜୁନ ଲାଲଗେ, ଦିଲପ୍ରୀତ ସିଂହ, ଶିଳାନନ୍ଦ ଲାକ୍ରା, ସେଲଭମ କାର୍ତ୍ତି
  • ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକା: ଗୋଲକିପର କୃଷ୍ଣ ବାହାଦୁର ପାଠକ, ଫରୱାର୍ଡ ଅରାଇଜିତ ସିଂହ ହୁଣ୍ଡାଲ ଓ ମନିନ୍ଦର ସିଂହ, ଡିଫେଣ୍ଡର ପୂବନ୍ନା ଚନ୍ଦୂରା ବବି ଏବଂ ମିଡ୍‌ଫିଲ୍ଡର ବିଷ୍ଣୁକାନ୍ତ ସିଂହଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ:

କ୍ରୀଡ଼ା ଜଗତରେ ଶୋକର ଛାୟା: ୫ ଥରର ଅଲିମ୍ପିଆନ୍ ରଣଧୀର ସିଂହଙ୍କ ପରଲୋକ

ଖେଳ ଜଗତରେ ଶୋକର ଛାୟା: ଭାରତର ପ୍ରଥମ ଅଲିମ୍ପିକ୍ ଦଳର ସଦସ୍ୟ ଶ୍ୟାମ ଲାଲ୍ ମୀଣାଙ୍କ ନିଧନ