FIFA WC Day 3 Results: ତୁର୍କୀକୁ ହରାଇଲା ଅଷ୍ଟ୍ରେଲିଆ, ମରୋକ୍କୋ ସହ ବ୍ରାଜିଲ୍ର ମ୍ୟାଚ୍ ଡ୍ର
FIFA World Cup: ଫିଫା ବିଶ୍ୱକପ୍ ୨୦୨୬ ର ତୃତୀୟ ଦିନଟି ଫୁଟବଲ୍ ପ୍ରେମୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇ ରହିବ।

Published : June 14, 2026 at 1:19 PM IST
FIFA World Cup Day 3: ଫିଫା ବିଶ୍ୱକପ୍ ୨୦୨୬ ର ତୃତୀୟ ଦିନଟି ଫୁଟବଲ୍ ପ୍ରେମୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇ ରହିବ। ଫିଫା ଟୁର୍ଣ୍ଣାମେଣ୍ଟ ଯେ କାହିଁକି ବିଶ୍ୱର ସବୁଠାରୁ ଆକର୍ଷଣୀୟ ଖେଳ, ତାହାର ପ୍ରମାଣ ତୃତୀୟ ଦିନର ଖେଳରୁ ହିଁ ମିଳେ। ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ମ୍ୟାଚ୍ ବରାବର କରିବା ହେଉ କିମ୍ବା ବଡ଼ ଦଳର ପରାଜୟ, ଏହି ଦିନରେ ସବୁକିଛି ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ଥିଲା ସ୍କଟଲାଣ୍ଡ ପ୍ରାୟ ୨୮ ବର୍ଷର ଦୀର୍ଘ ଅପେକ୍ଷା ପରେ ବିଶ୍ୱକପ୍ରେ ଏକ ବିଜୟର ସ୍ୱାଦ ଚାଖିଛି।
କତାରର ଚମତ୍କାର ପ୍ରତ୍ୟାବର୍ତ୍ତନ
କତାର ଓ ସ୍ୱିଜରଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ଟି ଶେଷ ପର୍ଯ୍ୟନ୍ତ ବେଶ୍ ରୋମାଞ୍ଚକର ଥିଲା। ସ୍ୱିଜରଲାଣ୍ଡ ୧୬ତମ ମିନିଟରେ ପେନାଲ୍ଟି ଜରିଆରେ ପ୍ରଥମ ଗୋଲ୍ ଦେଇ ବାଜି ମାରିନେବା ପରି ଲାଗୁଥିଲା। ସମସ୍ତେ ଭାବିଥିଲେ ସ୍ୱିଜରଲାଣ୍ଡ ଜିତିବ, କିନ୍ତୁ ଖେଳର ଶେଷ ମୁହୂର୍ତ୍ତରେ ସବୁକିଛି ଓଲଟପାଲଟ ହୋଇଗଲା। ଇଞ୍ଜୁରୀ ଟାଇମ୍ର ତୃତୀୟ ମିନିଟରେ ସ୍ୱିଜରଲାଣ୍ଡର ଖେଳାଳି ମିରୋ ମୁହେଇମ୍ଙ୍କ ଏକ ଭୁଲ୍ କ୍ଲିୟରାନ୍ସ ଯୋଗୁଁ ବଲ୍ ନିଜ ଗୋଲ୍ ପୋଷ୍ଟ ଭିତରକୁ ଚାଲିଗଲା। କତାର ଏହି ଉପହାର ସ୍ୱରୂପ ଗୋଲ୍ ପାଇ ମ୍ୟାଚକୁ ୧-୧ରେ ବରାବର କରିଦେଲା। ଏହି ଫଳାଫଳ ସ୍ୱିଜରଲାଣ୍ଡ ପାଇଁ କୌଣସି ପରାଜୟ ଠାରୁ କମ୍ ନଥିଲା।
Matchday 3 ✔️
— FIFA World Cup (@FIFAWorldCup) June 14, 2026
All #FIFAWorldCup highlights on https://t.co/5EqOPKPgpv 📺
ବ୍ରାଜିଲ ଓ ମୋରୋକୋ ମଧ୍ୟରେ କଡ଼ା ଟକ୍କର
ବିଶ୍ୱକପ୍ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍ ମଧ୍ୟରୁ ଅନ୍ୟତମ ଥିଲା ବ୍ରାଜିଲ ଓ ମୋରୋକୋ ମଧ୍ୟରେ ମୁକାବିଲା। ମୋରୋକୋର ଖେଳାଳି ଇସ୍ମାଇଲ ସାଇବାରି ୨୧ତମ ମିନିଟରେ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ। ତେବେ ଷ୍ଟାର ଖେଳାଳି ଭିନିସିୟସ୍ ଜୁନିଅର ୧୧ ମିନିଟ ପରେ ଏକ ଚମତ୍କାର ଗୋଲ୍ ସ୍କୋର୍ କରି ବ୍ରାଜିଲକୁ ସମାନ ସ୍ଥିତିକୁ ଆଣିଥିଲେ। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ, ଯାହାଫଳରେ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ବ୍ରାଜିଲ ପରି ଏକ ବଡ଼ ଦଳ ପାଇଁ ଏହି ଫଳାଫଳ ନିଶ୍ଚିତ ଭାବେ ନିରାଶାଜନକ।
A thrilling draw. 🤩#FIFAWorldCup
— FIFA World Cup (@FIFAWorldCup) June 14, 2026
ସ୍କଟଲାଣ୍ଡର ଐତିହାସିକ ବିଜୟ
ଏହି ଦିନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ଥିଲା ସ୍କଟଲାଣ୍ଡର ବିଜୟ। ହାଇତି ବିପକ୍ଷରେ ସ୍କଟଲ୍ୟାଣ୍ଡ ୧-୦ ଗୋଲ୍ ବ୍ୟବଧାନରେ ଜିତିବା ସହ ୨୮ ବର୍ଷର ଦୁଃଖ ଅନ୍ତ ଘଟାଇଛି। ୨୭ତମ ମିନିଟରେ ଜନ୍ ମ୍ୟାକଗିନ୍ଙ୍କ ଦୂର ପାଲଟା ସଟ୍ ବଲ୍କୁ ଗୋଲ୍ ପୋଷ୍ଟ ଭିତରକୁ ନେଇଥିଲା, ଯାହା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା। ହାଇତି ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ସ୍କଟଲ୍ୟାଣ୍ଡର ଡିଫେନ୍ସ ଦୃଢ଼ ରହିଥିଲା।
Victory for Scotland! 💪#FIFAWorldCup
— FIFA World Cup (@FIFAWorldCup) June 14, 2026
ତୁର୍କୀକୁ ୨-୦ ହରାଇଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ଅନ୍ୟ ଏକ ମ୍ୟାଚରେ ତୁର୍କୀକୁ ୨-୦ ଗୋଲ୍ରେ ହରାଇଛି। ନେଷ୍ଟୋରୀ ଇରାକୁଣ୍ଡା ୨୭ତମ ମିନିଟ୍ରେ ପ୍ରଥମ ଗୋଲ୍ କରିଥିଲେ। ସେ ଅଷ୍ଟ୍ରେଲିଆର ସବୁଠାରୁ କମ ବୟସ୍କ ବିଶ୍ୱକପ୍ ଗୋଲ୍ଦାତା ହୋଇଛନ୍ତି। ତୁର୍କୀ ଅଧିକାଂଶ ସମୟ ବଲ୍କୁ ନିଜ ପାଖରେ ରଖିଥିଲା। ହେଲେ ଗୋଲକିପର ପାଟ୍ରିକ ବିଚ୍ ଆଠଟି ବଡ଼ ସେଭ୍ କରିଥିଲେ। କନର୍ ମେଟକାଲ୍ଫ ପୁଣି ଥରେ ୭୫ତମ ମିନିଟ୍ରେ ଗୋଲ୍ କରିଥିଲେ। ତାଙ୍କର ଏହି ଶେଷ ଗୋଲ୍ ଅଷ୍ଟ୍ରେଲିଆର ବିଜୟ ପକ୍କା କରିଥିଲା।
Down to the wire in San Francisco. #FIFAWorldCup
— FIFA World Cup (@FIFAWorldCup) June 13, 2026

