ସିନିୟର ଦଳର ଅଧିନାୟକ ହେଲେ ବୈଭବ ସୂର୍ଯ୍ୟବଂଶୀ
Vaibhav sooryavanshi: ପ୍ରଥମ ଥର ପାଇଁ ଏପରି ଘଟିଛି, ଯେତେବେଳେ ବୈଭବ ସୂର୍ଯ୍ୟବଂଶୀ କୌଣସି ସିନିୟର ପୁରୁଷ ଦଳର ଅଧିନାୟକତ୍ୱ କରୁଛନ୍ତି।

Published : August 30, 2026 at 2:18 PM IST
ହାଇଦ୍ରାବାଦ: ଦୁଲୀପ ଟ୍ରଫିର ସେମିଫାଇନାଲ୍ ମ୍ୟାଚ୍ ସମୟରେ ଏକ ଅତ୍ୟନ୍ତ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ଇଷ୍ଟ ଜୋନ୍ର ନିୟମିତ ଅଧିନାୟକ ଇଶାନ କିଶନ ହଠାତ୍ ଆହତ ହୋଇ ପଡ଼ିଆରୁ ବାହାରକୁ ଚାଲିଯାଇଥିଲେ। ଏହା ପରେ ମାତ୍ର ୧୫ ବର୍ଷର ଯୁବ ଷ୍ଟାର୍ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳର କାର୍ଯ୍ୟକାରୀ ଅଧିନାୟକ କରାଯାଇଥିଲା। ସେଣ୍ଟ୍ରାଲ୍ ଜୋନ୍ର ପ୍ରଥମ ଇନିଂସର ୧୯ତମ ଓଭରରେ ଯେତେବେଳେ ବୈଭବ ଅଧିନାୟକତ୍ୱ ଦାୟିତ୍ୱ ସମ୍ଭାଳିଥିଲେ, ସେତେବେଳେ ତାଙ୍କ ମୁହଁରେ ଆତ୍ମବିଶ୍ୱାସ ସ୍ପଷ୍ଟ ଦେଖାଯାଉଥିଲା।
ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ୱିକେଟ୍ କିପିଂ କରୁଥିବା ଇଷ୍ଟ ଜୋନ୍ ଅଧିନାୟକ ଇଶାନ କିଶନଙ୍କ ଡାହାଣ ହାତ କବଜିରେ ଦ୍ରୁତ ଗତିରେ ବଲ୍ ବାଜିଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ଇଶାନଙ୍କୁ ତୁରନ୍ତ ଫିଜିଓଙ୍କ ସାହାଯ୍ୟ ନେବାକୁ ପଡ଼ିଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଗକୁ ଚିକିତ୍ସା ପାଇଁ ପଡ଼ିଆରୁ ବାହାରକୁ ଯିବାକୁ ପଡ଼ିଥିଲା। ପରେ ଇଶାନଙ୍କ ହାତରେ ପଟି ବନ୍ଧା ହୋଇଥିବାର ଦେଖାଯାଇଥିବାବେଳେ ୱିକେଟ୍ କିପିଂ ଦାୟିତ୍ୱ ତାଙ୍କ ଝାଡ଼ଖଣ୍ଡର ସାଥୀ ଖେଳାଳି କୁମାର କୁଶାଗ୍ର ସମ୍ଭାଳିଥିଲେ।
Stand-in Captain Vaibhav Sooryavanshi goes for the review with 3 seconds remaining...and gets it right 👏
— BCCI Domestic (@BCCIdomestic) August 30, 2026
DRS done right as the set Aryan Juyal (46) is dismissed ✅
The celebrations say it all 🙌#DuleepTrophy pic.twitter.com/IwBQbr8hJQ
ମ୍ୟାଚ୍ ବିଷୟରେ କହିବାକୁ ଗଲେ ଇଷ୍ଟ ଜୋନ୍ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତ୍ରିପୁରାର ଦ୍ରୁତ ବୋଲର୍ ଅଭିଜିତ ସରକାର ପ୍ରାରମ୍ଭିକ ଓଭରଗୁଡ଼ିକରେ ଘାତକ ବୋଲିଂ କରି ସେଣ୍ଟ୍ରାଲ୍ ଜୋନ୍ର ଓପନିଂ ବ୍ୟାଟ୍ସମ୍ୟାନ୍ ଅମନ ମୋଖାଡ଼େ (୮) ଏବଂ କୁନାଲ ଚନ୍ଦେଲା (୬)ଙ୍କୁ ଆଉଟ୍ କରିଦେଇଥିଲେ। ଯାହାଫଳରେ ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ ଖେଳୁଥିବା ସେଣ୍ଟ୍ରାଲ୍ ଜୋନ୍ ଦଳ ମାତ୍ର ୩୬ ରନ୍ରେ ନିଜର ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ବସିଥିଲା।
Captain Vaibhav Suryavanshi 😅🔥
— Jara (@JARA_Memer) August 30, 2026
The moment Vaibhav Suryavanshi 𝗯𝗲𝗰𝗮𝗺𝗲 𝗰𝗮𝗽𝘁𝗮𝗶𝗻, there was no end to his happiness. His smile just wouldn’t stop! 😂
He probably couldn’t believe that players like Mohammad Shami and Mukesh Kumar were going to play under his… pic.twitter.com/jSejoFAo5N
ପ୍ରଥମ ଥର ପାଇଁ ସିନିୟର ଦଳର ଅଧିନାୟକ ହେଲେ ସୂର୍ଯ୍ୟବଂଶୀ
ଏହା ପ୍ରଥମ ଥର ପାଇଁ ଘଟିଛି, ଯେତେବେଳେ ବୈଭବ ସୂର୍ଯ୍ୟବଂଶୀ କୌଣସି ସିନିୟର ପୁରୁଷ ଦଳର ଅଧିନାୟକତ୍ୱ କରୁଥିବାର ଦେଖାଯାଇଛନ୍ତି। ବର୍ଷ ୨୦୨୪ର ଆରମ୍ଭରେ ରଣଜୀ ଟ୍ରଫି ମାଧ୍ୟମରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିଥିବା ବୈଭବଙ୍କର ଏହା ମାତ୍ର ୧୦ମ ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ଦ୍ୱିତୀୟ ଦୁଲୀପ ଟ୍ରଫି ମ୍ୟାଚ୍ ଅଟେ। ଚଳିତ ମାସ ଆରମ୍ଭରେ ଯେତେବେଳେ ବୈଭବଙ୍କୁ ଇଷ୍ଟ ଜୋନ୍ର ଉପ-ଅଧିନାୟକ ନିଯୁକ୍ତ କରାଯାଇଥିଲା। ସେତେବେଳେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ନେଇ ବେଶ୍ ଚର୍ଚ୍ଚା ଓ ବିତର୍କ ହୋଇଥିଲା।
ଦୁଲୀପ ଟ୍ରଫିର ପ୍ରଥମ ରାଉଣ୍ଡରେ ନର୍ଥ ଇଷ୍ଟ ଜୋନ୍ ବିପକ୍ଷରେ ମିଳିଥିବା ବିଜୟରେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟ୍ରେ କିଛି ବିଶେଷ ପ୍ରଦର୍ଶନ କରିପାରି ନଥିଲେ ଏବଂ ପ୍ରଥମ ଇନିଂସରେ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। କିନ୍ତୁ ସେ ନିଜର ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରି ବୋଲିଂରେ ୨ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ ଏବଂ ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

