ମହମ୍ମଦ ଶାମିଙ୍କ ମହା ରେକର୍ଡ! ବୃତ୍ତିଗତ କ୍ରିକେଟରେ ପୂରା କଲେ ୯୦୦ ୱିକେଟ୍
ଦୁଲୀପ ଟ୍ରଫି ୨୦୨୬ ସେମିଫାଇନାଲ୍ ମ୍ୟାଚର ପ୍ରଥମ ଦିନରେ ମହମ୍ମଦ ଶାମି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି।

Published : August 30, 2026 at 8:37 PM IST
Mohammed Shami 900 Wickets: ଭାରତୀୟ ଦଳର ଷ୍ଟାର୍ ବୋଲର୍ ମହମ୍ମଦ ଶାମି ବର୍ତ୍ତମାନ ଦୁଲୀପ ଟ୍ରଫି ୨୦୨୬ରେ ଖେଳୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସେ ଇଷ୍ଟ ଜୋନ୍ର ପ୍ରତିନିଧିତ୍ୱ କରୁଛନ୍ତି। ଶାମି ବର୍ତ୍ତମାନ ଭାରତୀୟ ମୁଖ୍ୟ ଦଳରୁ ଦୂରରେ ଅଛନ୍ତି ଏବଂ ଘରୋଇ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଜାତୀୟ ଦଳକୁ ଫେରିବାକୁ ଚେଷ୍ଟା କରୁଛନ୍ତି।
କହି ରଖୁଛୁ ଯେ ଆଜି ଅର୍ଥାତ୍ ୩୦ ଅଗଷ୍ଟ ଠାରୁ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲ୍ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍ ରେ ଇଷ୍ଟ ଜୋନ୍ ଏବଂ ସେଣ୍ଟ୍ରାଲ୍ ଜୋନ୍ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍ର ପ୍ରଥମ ଦିନରେ ହିଁ ଶାମି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି।
ଶାମି ସମସ୍ତ ତିନିଟି ଯାକ ଫର୍ମାଟ୍ ମିଶାଇ ନିଜର ୯୦୦ ୱିକେଟ୍ ପୂରଣ କରିଛନ୍ତି। ସେ ୯୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ର ୧୮୬ଟି ଇନିଂସରେ ୩୭୯ଟି ୱିକେଟ୍ ହାସଲ କରିଛନ୍ତି। ଏହା ବ୍ୟତୀତ ୧୪୯ଟି ଲିଷ୍ଟ ଏ ମ୍ୟାଚ୍ରେ ତାଙ୍କ ନାମରେ ୨୮୩ଟି ୱିକେଟ୍ ରହିଛି। ସେହିପରି ୧୯୬ଟି ଟି-୨୦ ମ୍ୟାଚ୍ ଖେଳି ସେ ୨୩୮ ଜଣ ବ୍ୟାଟ୍ସମ୍ୟାନଙ୍କୁ ନିଜର ଶିକାର ବନାଇଛନ୍ତି। ଏହିପରି ଭାବେ ଶାମି ବୃତ୍ତିଗତ କ୍ରିକେଟ୍ରେ ନିଜର ୯୦୦ ୱିକେଟ୍ ପୂରା କରିଛନ୍ତି।

ମହମ୍ମଦ ଶାମି ବୃତ୍ତିଗତ କ୍ରିକେଟ୍ରେ ୯୦୦ ୱିକେଟ୍ ପୂରଣ କରିଥିବା ଭାରତର ଷଷ୍ଠ ବୋଲର୍ ମଧ୍ୟ ହୋଇଛନ୍ତି। ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷରେ ୨ଟି ୱିକେଟ୍ ହାସଲ କରିବା ମାତ୍ରେ ସେ ଏହି ଐତିହାସିକ ମାଇଲଖୁଣ୍ଟକୁ ଛୁଇଁଛନ୍ତି। ରବିବାର ଦୁଲୀପ ଟ୍ରଫି ୨୦୨୬ରେ ଶାମି ଇଷ୍ଟ ଜୋନ୍ ପକ୍ଷରୁ ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷରେ ୧୬ ଓଭର ବୋଲିଂ କରି ୨ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହି ସମୟରେ ଶାମି ୨.୬୨ ଇକୋନୋମି ରେଟ୍ ସହ ରନ୍ ୪୨ ରନ୍ ବ୍ୟୟ କରିଥିଲେ ଏବଂ ୩ଟି ମେଡେନ୍ ଓଭର ମଧ୍ୟ ପକାଇଥିଲେ।
ସେଣ୍ଟ୍ରାଲ୍ ଜୋନ୍ ଦଳ ନିଜର ପ୍ରଥମ ଇନିଂସରେ ୮୦.୧ ଓଭରରେ ୨୬୬ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ସେଣ୍ଟ୍ରାଲ୍ ଜୋନ୍ ପାଇଁ ସର୍ବାଧିକ ରନ୍ ରିଙ୍କୁ ସିଂ କରିଥିଲେ। ସେ ୮୮ଟି ବଲ୍ରୁ ୬୦ ରନ୍ର ଏକ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଆର୍ୟନ ଜୁୟାଲ୍ ୧୧୩ଟି ବଲ୍ରୁ ୪୬ ରନ୍ର ଇନିଂସ ଖେଳିଥିବାବେଳେ, ୟଶ୍ ରାଠୋର ୬୮ଟି ବଲ୍ରୁ ୨୭ ରନ୍ କରିଥିଲେ। ସେଣ୍ଟ୍ରାଲ୍ ଜୋନ୍ ଅଧିନାୟକ ରଜତ ପାଟିଦାରଙ୍କ ବ୍ୟାଟରୁ ବିଶେଷ ରନ୍ ବାହାରି ନଥିଲା। ସେ ୪୧ଟି ବଲ୍ରୁ କେବେଳ ୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ।
- 379 wickets in FC. ✅
— Johns. (@CricCrazyJohns) August 30, 2026
- 283 wickets in List A. ✅
- 238 wickets in T20s. ✅
MOHAMMED SHAMI COMPLETED 900 WICKETS - One of the Greatest in Indian Cricket history 🥹🇮🇳 pic.twitter.com/gIYG2DHJNs
ମହମ୍ମଦ ଶାମି ଏପର୍ଯ୍ୟନ୍ତ ଭାରତ ପାଇଁ ସମସ୍ତ ତିନିଟି ଯାକ ଫର୍ମାଟ୍ରେ ଚମତ୍କାର ବୋଲିଂ କରି ଆସିଛନ୍ତି। ୩୫ ବର୍ଷୀୟ ଶାମି ବର୍ଷ ୨୦୧୩ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୯ଟି ୱିକେଟ୍ ହାସଲ କରିଛନ୍ତି। ସେ ୬ ଥର ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେବାରେ ମଧ୍ୟ ସଫଳ ହୋଇଛନ୍ତି। ଏହା ବ୍ୟତୀତ ୧୦୮ଟି ଦିନିକିଆ ମ୍ୟାଚ୍ରେ ସେ ୨୦୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି।
ଶାମି ଦିନିକିଆରେ ମଧ୍ୟ ୬ ଥର ୫ଟି ୱିକେଟ୍ ଲେଖାଁଏ ନେବାରେ ସଫଳ ହୋଇଛନ୍ତି। ଏହା ବ୍ୟତୀତ ୨୫ଟି ଟି-୨୦ ମ୍ୟାଚ୍ରେ ଏହି ଦ୍ରୁତ ବୋଲର୍ ୨୭ଟି ୱିକେଟ୍ ନେଇଛନ୍ତି। କହି ରଖୁଛୁ ଯେ ଭାରତ ପାଇଁ ଶାମି ନିଜର ଶେଷ ମ୍ୟାଚ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖେଳିଥିଲେ। ଏହା ପରେ ତାଙ୍କୁ ଟିମ୍ ଇଣ୍ଡିଆରେ ଖେଳିବାକୁ ସୁଯୋଗ ମିଳିପାରି ନାହିଁ।

