ETV Bharat / sports

ସୂର୍ଯ୍ୟବଂଶୀ-ଇଶାନଙ୍କ ଚମତ୍କାର ବ୍ୟାଟିଂ; ସେଣ୍ଟ୍ରାଲ ଜୋନ୍‌କୁ ହରାଇ ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍

ଇଶାନ କିଶନଙ୍କ ଅଧିନାୟକତ୍ୱରେ ଇଷ୍ଟ ଜୋନ୍ ଦଳ ଦୁଲୀପ ଟ୍ରଫିର ଫାଇନାଲରେ ନିଜ ସ୍ଥାନ ପକ୍କା କରିନେଇଛି।

East Zone Enters Final After 13 Years
ସେଣ୍ଟ୍ରାଲ ଜୋନ୍‌କୁ ହରାଇ ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍ (IANS)
author img

By ETV Bharat Sports Team

Published : September 1, 2026 at 5:16 PM IST

2 Min Read
Choose ETV Bharat

Duleep Trophy 2026: ଇଶାନ କିଶନଙ୍କ ଅଧିନାୟକତ୍ୱରେ ଇଷ୍ଟ ଜୋନ୍ ଦଳ ଦୁଲୀପ ଟ୍ରଫିର ଫାଇନାଲରେ ନିଜ ସ୍ଥାନ ପକ୍କା କରିନେଇଛି। ସେଣ୍ଟ୍ରାଲ ଜୋନ୍ ଏବଂ ଇଷ୍ଟ ଜୋନ୍‌ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ଟି ମାତ୍ର ତୃତୀୟ ଦିନରେ ହିଁ ଶେଷ ହୋଇଯାଇଛି। ଇଷ୍ଟ ଜୋନ୍ ସାମ୍ନାରେ ଜିତିବା ପାଇଁ ୧୫୯ ରନର ଲକ୍ଷ୍ୟ ଥିଲା। ଏହାକୁ ଦଳ ମାତ୍ର ୬ଟି ୱିକେଟ୍ ହରାଇ ହାସଲ କରିନେଇଛି। ଯଦିଓ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରୁ ସେଭଳି ପ୍ରଦର୍ଶନ ଦେଖିବାକୁ ମିଳିନଥିଲା ଯେମିତି ଆଶା କରାଯାଉଥିଲା, କିନ୍ତୁ ଇଶାନ କିଶନ ଏକ ସଂଘର୍ଷପୂର୍ଣ୍ଣ ପାରି ଖେଳି ନିଜ ଦଳକୁ ଫାଇନାଲରେ ପ୍ରବେଶ କରାଇଛନ୍ତି। ଏହି ବିଜୟ ସହ ୧୩ ବର୍ଷ ପରେ ଇଷ୍ଟ ଜୋନ୍ ଦୁଲୀପ ଟ୍ରଫିର ଫାଇନାଲରେ ସ୍ଥାନ ପାଇଛି।

ଦୁଲୀପ ଟ୍ରଫିର ଫାଇନାଲରେ ପହଞ୍ଚିବା ପାଇଁ ଇଷ୍ଟ ଏବଂ ସେଣ୍ଟ୍ରାଲ ଜୋନ୍ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ସେଣ୍ଟ୍ରାଲ ଜୋନ୍ ୨୬୬ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଇଷ୍ଟ ଜୋନ୍ ଦଳ ମଧ୍ୟ ସମାନ ସଂଖ୍ୟତ ସ୍କୋର ଅର୍ଥାତ ୨୬୬ ରନ୍ କରିବାରେ ସଫଳ ହୋଇଥିଲେ। ଅର୍ଥାତ୍ ପ୍ରଥମ ଇନିଂସ ଆଧାରରେ ମ୍ୟାଚ୍ ବରାବର ରହିଥିଲା। ଏହାପରେ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ସେଣ୍ଟ୍ରାଲ ଜୋନ୍ ମାତ୍ର ୧୫୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଇଷ୍ଟ ଜୋନ୍ ୬ ୱିକେଟ୍ ହରାଇ ୧୫୯ ରନ୍ କରି ମ୍ୟାଚ୍‌କୁ ନିଜ ନାମରେ କରିନେଇଥିଲା।

ମ୍ୟାଚ୍‌ର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ୯୨ ରନର ଏକ ସୁନ୍ଦର ପାରି ଖେଳିଥିଲେ, କିନ୍ତୁ ଦ୍ୱିତୀୟ ଇନିଂସରେ ସେ ମାତ୍ର ୪୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏକ ସମୟରେ ଲାଗୁଥିଲା ଯେ ଇଷ୍ଟ ଜୋନ୍ ଦଳ ସହଜରେ ଏହି ଲକ୍ଷ୍ୟ ହାସଲ କରିନେବ, କିନ୍ତୁ ସେଣ୍ଟ୍ରାଲ ଜୋନ୍‌ର ବୋଲରମାନେ କ୍ରମାଗତ ଭାବେ ୱିକେଟ୍ ନେଇ ମ୍ୟାଚ୍ ରୋମାଞ୍ଚକର କରି ଦେଇ ଥିଲେ। ତେବେ ଅଧିନାୟକ ଇଶାନ କିଶନ ଏକ ପାର୍ଶ୍ୱରୁ ବ୍ୟାଟିଂ ସମ୍ଭାଳି ରଖିଥିଲେ ଏବଂ ନିଜ ଦଳକୁ ବିଜୟୀ କରାଇଥିଲେ। ସେ ୪୧ଟି ବଲ୍‌ରେ ୩୯ ରନର ଏକ ସଂଘର୍ଷପୂର୍ଣ୍ଣ ପାରି ଖେଳିଥିଲେ।

ଇଶାନ କିଶନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ରେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିସାରିଛନ୍ତି। ଏଥିମଧ୍ୟରୁ ଆଠଟିରେ ସେ ବିଜୟ ହାସଲ କରିଥିବା ବେଳେ ସାତଟି ମ୍ୟାଚ୍ ଡ୍ର’ ରହିଛି। ବିଶେଷ କଥା ହେଉଛି ସେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ ହାରିନାହାନ୍ତି। ବର୍ତ୍ତମାନ ତାଙ୍କ ପାଖରେ ଆଉ ଏକ ଟ୍ରଫି ଜିତିବାର ସୁଯୋଗ ରହିଛି। ତେବେ ଫାଇନାଲରେ ଇଷ୍ଟ ଜୋନ୍ କାହା ସହିତ ମୁକାବିଲା କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସମୟରେ ସାଉଥ୍ ଜୋନ୍ ଏବଂ ନର୍ଥ ଜୋନ୍ ମଧ୍ୟରେ ଅନ୍ୟଏକ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ବିଜେତା ଦଳ ଫାଇନାଲରେ ଇଷ୍ଟ ଜୋନ୍ ସହ ଟ୍ରଫି ପାଇଁ ଲଢ଼େଇ କରିବ।

ଏହା ମଧ୍ୟ ପଢ଼ନ୍ତୁ:

ପାକିସ୍ତାନ କ୍ରିକେଟ୍‌କୁ ବଡ଼ ଝଟକା: ଚୟନ କମିଟିରୁ ଇସ୍ତଫା ଦେଲେ ପୂର୍ବତନ ଅଧିନାୟକ

କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର; ୧୨ ବର୍ଷ ପରେ ବିଗ୍ ବ୍ୟାଶ୍ ଲିଗ୍‌ ଖେଳିବେ ବେନ୍ ଷ୍ଟୋକ୍ସ!

ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ 'ଏ' ସ୍କ୍ୱାଡ୍‌ ଘୋଷଣା, ଦଳରେ ସ୍ଥାନ ପାଇଲେ ଦୁଇ ଭାରତୀୟ ବଂଶୋଦ୍ଭବ