ବୈଭବ ସୂର୍ଯ୍ୟବଂଶୀଙ୍କ ଘାତକ ବୋଲିଂ; ୪ଟି ବଲ୍ ପକାଇ ନେଲେ ୨ ୱିକେଟ୍, ଦେଖନ୍ତୁ VIDEO
ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ। କିନ୍ତୁ ଦୁଲୀପ ଟ୍ରଫିର କ୍ୱାର୍ଟର ଫାଇନାଲରେ ଏହି ଯୁବ ଖେଳାଳି ବୋଲିଂରେ ନିଜର ଚମତ୍କାର ଦେଖାଇଛନ୍ତି।

Published : August 25, 2026 at 3:34 PM IST
Vaibhav Sooryavanshi Bowling: ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ। କିନ୍ତୁ ଦୁଲୀପ ଟ୍ରଫିର କ୍ୱାର୍ଟର ଫାଇନାଲରେ ଏହି ଯୁବ ଖେଳାଳି ବଲ୍ରେ ମଧ୍ୟ ନିଜର ଚମତ୍କାର ଦେଖାଇଛନ୍ତି। ଇଷ୍ଟ ଜୋନ୍ ପକ୍ଷରୁ ଖେଳୁଥିବା ବୈଭବ ନର୍ଥ ଇଷ୍ଟ ଜୋନ୍ର ଦ୍ୱିତୀୟ ଇନିଂସରେ ଏକ ଓଭରରେ ଦୁଇଟି ୱିକେଟ୍ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବେଙ୍ଗାଲୁରୁରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବୈଭବ ୨୭ତମ ଓଭରରେ ବଲ୍ କରିଥିଲେ।
ବୈଭବ ନିଜ ଓଭରର ଦ୍ୱିତୀୟ ବଲ୍ରେ କିଷନ ଲିଙ୍ଗଦୋହଙ୍କୁ ଆଉଟ୍ କରି ପଭିଲିୟନ ପଠାଇଥିଲେ। ଲିଙ୍ଗଦୋହ ୪୦ଟି ବଲ୍ରୁ ୨୫ ରନ୍ କରି ଆଉଟ୍ ହୋଇଥିଲେ। କିଷନ ନିଜ ଇନିଂସରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହାପରେ ବୈଭବ ସମାନ ଓଭରର ପଞ୍ଚମ ବଲ୍ରେ ଇମଲିୱାତି ଲେମଟୁରଙ୍କୁ ମଧ୍ୟ ଆଉଟ୍ କରି ଦେଇଥିଲେ। ଲେମଟୁର ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ଏହିପରି ଭାବେ ମାତ୍ର ଚାରିଟି ବଲ୍ ବ୍ୟବଧାନରେ ବୈଭବ ଦୁଇଟି ୱିକେଟ୍ ନିଜ ନାମରେ କରିଥିଲେ।
Vaibhav Sooryavanshi provides Double Delight ✌️
— BCCI Domestic (@BCCIdomestic) August 25, 2026
Picks up 2⃣ wickets in the over. 2 excellent catches as well. 🙌
North East Zone are 79/7 in the 2nd innings after following on.
Scorecard ▶️ https://t.co/XJFhfvvTIU#DuleepTrophy pic.twitter.com/NnYbBPnrja
ବୈଭବଙ୍କ ବୋଲିଂ ପ୍ରଦର୍ଶନ ଏତିକିରେ ଶେଷ ହୋଇନଥିଲା। ସେ ନିଜ ସ୍ପେଲ୍ରେ ସମୁଦାୟ ୩ ଓଭର ବୋଲିଂ କରି ମାତ୍ର ୧୧ ରନ୍ ବ୍ୟୟ କରି ୨ଟି ୱିକେଟ୍ ହାସଲ କରିଥିଲେ। ବିଶେଷ କଥା ହେଉଛି ୧୫ ବର୍ଷର ଏହି ଯୁବ ଖେଳାଳି ସେହି ସମୟରେ ବଲ୍ରେ ଯୋଗଦାନ ଦେଇଥିଲେ, ଯେତେବେଳେ ନର୍ଥ ଇଷ୍ଟ ଜୋନ୍ ଦଳ କ୍ରମାଗତ ଭାବେ ଚାପରେ ରହିଥିଲା।
ନର୍ଥ ଇଷ୍ଟ ଜୋନ୍ର ପ୍ରଥମ ଇନିଂସ ବହୁତ ଖରାପ ରହିଥିଲା ଏବଂ ସମ୍ପୂର୍ଣ୍ଣ ଦଳ ମାତ୍ର ୧୧୧ ରନ୍ରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଏହାର ଜବାବରେ ଇଷ୍ଟ ଜୋନ୍ ପ୍ରଥମ ଇନିଂସରେ ୪୬୭ ରନ୍ର ଏକ ବିଶାଳ ସ୍କୋର କରିଥିଲା। ଏହାପରେ ନର୍ଥ ଇଷ୍ଟ ଜୋନ୍କୁ ଫଲୋଅନ୍ ଖେଳିବାକୁ ପଡ଼ିଥିଲା।
ଫଲୋଅନ୍ ପରେ ମଧ୍ୟ ନର୍ଥ ଇଷ୍ଟ ଜୋନ୍ର ଅସୁବିଧା କମିନଥିଲା। ଦଳ ଦ୍ୱିତୀୟ ଇନିଂସରେ ୧୦୨ ରନ୍ରେ ପହଞ୍ଚୁ ପହଞ୍ଚୁ ନିଜର ୮ଟି ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ବୈଭବ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ପ୍ରତିପକ୍ଷ ଦଳ ଉପରେ ଚାପ ଆହୁରି ବଢ଼ାଇ ଦେଇଥିଲେ। ନର୍ଥ ଇଷ୍ଟ ଜୋନ୍ ଏହି ମୁକାବିଲାକୁ ଗୋଟିଏ ଇନିଂସ ଏବଂ ୨୧୦ ରନ୍ର ଏକ ପରାଜିତ ହୋଇଛି।
ଇଷ୍ଟ ଜୋନର ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଛି। ସେ ୭ମ ନମ୍ବରରେ ବ୍ୟାଟିଂ କରି ୧୬୭ ରନ୍ର ଏକ ଦମଦାର ଇନିଂସ ଖେଳିଥିଲେ। ସେ ନିଜ ଇନିଂସରେ ୧୭ଟି ଚୌକା ସହିତ ୪ଟି ଛକା ମାରିଥିଲେ। ଏହାସହ ସେ ପ୍ରଥମ ଇନିଂସରେ ୩ଟି ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ନେଇଥିଲେ। ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଦୁଲୀପ ଟ୍ରଫିର ସେମିଫାଇନାଲ୍ ମୁକାବିଲା ଆରମ୍ଭ ହେବ। ସେଣ୍ଟ୍ରାଲ ଜୋନକୁ ସିଧାସଳଖ ସେମିଫାଇନାଲରେ ସ୍ଥାନ ମିଳିଛି।

