ଶିଖର ଧାୱନଙ୍କୁ ୫.୭୨ କୋଟି ଟଙ୍କା ଫେରସ୍ତ କରିବେ ତାଙ୍କ ପୂର୍ବତନ ପତ୍ନୀ, କୋର୍ଟ ଦେଲେ ନିର୍ଦ୍ଦେଶ, ଜାଣନ୍ତୁ ମାମଲା
ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର୍ ବ୍ୟାଟର ଶିଖର ଧାୱନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Published : February 25, 2026 at 5:13 PM IST
Shikhar Dhawan: ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର୍ ବ୍ୟାଟର ଶିଖର ଧାୱନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବ୍ୟକ୍ତିଗତ ଜୀବନରେ ଦୀର୍ଘ ଦିନର ସଂଘର୍ଷ ପରେ ଶିଖରଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ ଫ୍ୟାମିଲି କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କ ପୂର୍ବତନ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ପ୍ରାୟ ୫.୭୨ କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଧମକ ଦେଇ ହଡ଼ପ କରିଥିଲେ ସମ୍ପତ୍ତି!
କୋର୍ଟଙ୍କ ଶୁଣାଣି ଅନୁଯାୟୀ, ଅଷ୍ଟ୍ରେଲିଆରେ ଥିବା ସମ୍ପତ୍ତିର ସେଟଲମେଣ୍ଟ ବେଳେ ଆୟେଶା ଧମକ ଏବଂ ଜାଲିଆତି କରି ଏହି ଅର୍ଥ ହାସଲ କରିଥିଲେ। ଜଜ୍ ଦେବେନ୍ଦ୍ର କୁମାର ଗର୍ଗ କହିଛନ୍ତି ଯେ, ଏହି ଚୁକ୍ତି ସ୍ୱେଚ୍ଛାକୃତ ନଥିଲା। ଏଥିସହିତ, ମାମଲା ଦାୟର ହେବା ଦିନଠାରୁ ଏହି ଟଙ୍କା ଉପରେ ୯% ବାର୍ଷିକ ସୁଧ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
🚨 A big relief for Shikhar Dhawan
— Tejash (@Tejashyyyyy) February 25, 2026
Shikhar Dhawan won a major legal battle as a Delhi family court ordered his ex-wife to return Rs 5.7 crore. The judge found the agreements were executed under threats, extortion, trickery and fraudulent action.
- Dhawan got married to Aesha… pic.twitter.com/XeW7FSCT0y
ଜାଣନ୍ତୁ ପୂରା ମାମଲା:
ଏହି ପୂରା ବିବାଦ ଅଷ୍ଟ୍ରେଲିଆର ଏକ ସମ୍ପତ୍ତି ବିକ୍ରି ଏବଂ ସେଟଲମେଣ୍ଟକୁ ନେଇ ଆରମ୍ଭ ହୋଇଥିଲା। ୨୦୨୪ରେ ଏକ ଅଷ୍ଟ୍ରେଲିଆ କୋର୍ଟ ଧାୱନଙ୍କ ଭାରତରେ ଥିବା ସମ୍ପତ୍ତିକୁ ମଧ୍ୟ ଭାଗ କରିବାକୁ ଆଦେଶ ଦେଇଥିଲେ, ଯାହାକୁ ନେଇ ଶିଖର ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟଙ୍କ ପାରିବାରିକ ବିବାଦ ଉପରେ ଅଷ୍ଟ୍ରେଲିଆ କୋର୍ଟର କୌଣସି ଅଧିକାର ନାହିଁ ଏବଂ ସେଠାକାର ନିର୍ଦ୍ଦେଶ ଭାରତୀୟ ଆଇନ (ହିନ୍ଦୁ ବିବାହ ଅଧିନିୟମ) ର ଉଲ୍ଲଂଘନ କରୁଛି।
ଶିଖରଙ୍କ କଣ ଥିଲା ଅଭିଯୋଗ?
ଶିଖର ଧାୱନ ନିଜ ଅଭିଯୋଗରେ କହିଛନ୍ତି, "ବିବାହର କିଛି ଦିନ ପରେ ଆୟେଶା ମୋତେ ମିଛ ମାମଲାରେ ଫସାଇ କ୍ୟାରିୟର ବର୍ବାଦ କରିଦେବାକୁ ଧମକ ଦେଇଥିଲେ। ମୋ ନିଜ ପଇସାରେ କିଣିଥିବା ସମ୍ପତ୍ତିକୁ ସେ ଜବରଦସ୍ତି ନିଜ ନାମରେ କରିଥିଲେ।"
▪️On 23 February 2026, the Delhi Family Court decreed a civil suit filed by Shikhar Dhawan against his estranged wife Aesha Dhawan, granting declaration, recovery of sale proceeds, and permanent injunction in his favour. Court held that the financial agreement and foreign court… pic.twitter.com/JLMk6w83bK
— Ekamnyaay (@ekamnyaay) February 25, 2026
ନିଜ ପ୍ରଥମ ପତ୍ନୀଙ୍କୁ ଠାରୁ ଅଲଗା ହୋଇଥିଲା ଧାୱନ
ଶିଖର ଏବଂ ଆୟେଶା ୨୦୧୨ରେ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ଝିଅ ମଧ୍ୟ ଥିଲେ। ୨୦୧୪ରେ ଧାୱନଙ୍କ ପୁଅ ଜୋରାୱାରର ଜନ୍ମ ହୋଇଥିଲା। କିନ୍ତୁ ୨୦୨୦ ବେଳକୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା ଏବଂ ଶେଷରେ ୨୦୨୩ରେ କୋର୍ଟ ସେମାନଙ୍କୁ ଛାଡ଼ପତ୍ର ପ୍ରଦାନ କରିଥିଲେ।
ଶିଖର ଧାୱନଙ୍କ ଶାନଦାର କ୍ୟାରିୟର
ଜଣେ ସଫଳ ଓପନର୍ ଭାବେ ଶିଖର ଧାୱନ ଭାରତ ପାଇଁ ଅନେକ ସ୍ମରଣୀୟ ପାଳି ଖେଳିଛନ୍ତି। ନିକଟରେ କ୍ରିକେଟରୁ ଅବସର ନେଇଥିବା ଧାୱନଙ୍କ ଅନ୍ତର୍ଜାତୀୟ ରେକର୍ଡ ଚମତ୍କାର ରହିଛି। ଧାୱନ ଭାରତ ପାଇଁ ସର୍ବମୋଟ ୩୪ଟି ଟେଷ୍ଚ ମ୍ୟାଚ୍ ଖେଳି ୨୩୧୫ ରନ୍ ସ୍କୋର କରିଛନ୍ତି। ଏଥିରେ ତାଙ୍କର ୭ଟି ଶତକ ସାମିଲ ରହିଛି। ଦିନିକିଆ ମ୍ୟାଚ୍ କଥା କହିଲେ ଧାୱନ ମୋଟ୍ ୧୬୭ ମ୍ୟାଚ୍ ଖେଳି ୬୭୯୩ ରନ୍ କରିଛନ୍ତି। ଏହି ସମୟରେ ସେ ୧୭ଟି ଶତକ ମଧ୍ୟ ଲଗାଇଛନ୍ତି। ସମପରି ୬୮ଟି ଟି-୨୦ ମ୍ୟାଚ୍ ଭାରତ ପାଇଁ ଖେଳି ୧୭୫୯ ରନ୍ କରିଛନ୍ତି। ଯେଉଁଥିରେ ତାଙ୍କ ୧୧ଟି ଅର୍ଦ୍ଧଶତକ ସାମିଲ ରହିଛି।

